ଏପ୍ରିଲ୍‌ 20ରୁ ପୁନର୍ବାର ଟୋଲ୍‌ ଗେଟ୍‌ରେ ଆଦାୟ ହେବ ଦେୟ

Published: Apr 18, 2020, 1:13 pm IST

ନୂଆଦିଲ୍ଲୀ : ପୁନର୍ବାର ଟୋଲ୍‌ ଗେଟ୍‌ ମାନଙ୍କରେ ଆଦାୟ ହେବ ଦେୟ । ଦେଶବ୍ୟାପୀ ଲକ୍‌ଡାଉନ୍‌ କାରଣରୁ ସମସ୍ତ ଟୋଲ୍‌ ଗେଟ୍‌ ଗୁଡିକୁ ଦେୟମୁକ୍ତ କରାଯାଇଥିଲା । ମାତ୍ର ଶନିବାର ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ନିୟମରେ ପରିବର୍ତ୍ତନ ନେଇ ଘୋଷଣା କରାଯାଇଛି । ନୂତନ ନିୟମ ଅନୁଯାୟୀ ଆସନ୍ତା ଏପ୍ରିଲ୍ 20 ତାରିଖରୁ ବିଭିନ୍ନ ଟୋଲରେ ଦେୟ ଆଦାୟ କରାଯିବ । ମାର୍ଚ୍ଚ 25 ତାରିଖରୁ ଟୋଲ୍‌ ଆଦାୟ ବନ୍ଦ ରଖାଯାଇଥିବା ବେଳେ ରାଜସ୍ବ ହାସଲ ଲକ୍ଷ୍ୟରେ ପୁନର୍ବାର ଟୋଲ୍‌ ଆଦାୟର ନିଷ୍ପତ୍ତି ନିଆଯାଇଛି । ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ର 6 ଦିନ ପରେ ଟୋଲ୍‌ ଗେଟ୍‌ ଉପରୁ କଟକଣା ହଟାଇବାର ନିଷ୍ପତ୍ତି ନିଆଯାଇଛି । ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ଭାରିଯାନ ଚାଳକଙ୍କ ପକ୍ଷରୁ ବିରୋଧ କରାଯାଇଛି । (ଏଜେନ୍ସି)

Related posts