Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଲକଡାଉନ ସମୟରେ ବିଭିନ୍ନ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ପ୍ରଦାନ କଲେ ୩୬,୬୫୯ କୋଟି ଟଙ୍କାର ସହାୟତା
ବିଶେଷ ଖବର

ଲକଡାଉନ ସମୟରେ ବିଭିନ୍ନ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ପ୍ରଦାନ କଲେ ୩୬,୬୫୯ କୋଟି ଟଙ୍କାର ସହାୟତା

April 19, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ସମ୍ପ୍ରତି କୋଭିଡ-୧୯ ମହାମାରୀ ସଂକ୍ରମଣ କାରଣରୁ ସାରା ଦେଶରେ ଲକଡାଉନ ଜାରି ହୋଇଛି । ଏହି ସମୟରେ ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟକୁ ପବ୍ଲିକ ଫାଇନାନ୍ସ ମ୍ୟାନେଜମେଂଟ ସିଷ୍ଟମ (ପିଏଫଏମଏସ) ଜରିଆରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ବ୍ୟବସ୍ଥାର ଉପଯୋଗ କରି ମୋଟ ୩୬,୬୫୯ କୋଟି ଟଙ୍କା ପ୍ରେରଣ କରାଯାଇଛି । ଏହାଦ୍ୱାରା ଦେଶର ମୋଟ ୧୬.୦୧ କୋଟି ହିତାଧିକାରୀ ଉପକୃତ ହୋଇଛନ୍ତି । ଅର୍ଥ ମନ୍ତ୍ରଣାଳୟର ଅର୍ଥ ବିଭାଗ ଅଧୀନ ମହାଲେଖା ନିୟନ୍ତ୍ରକ (ସିଜିଏ)ଙ୍କ ଆକାଉଂଟରୁ ଏହି ଅର୍ଥ ସ୍ଥାନାନ୍ତର କରାଯାଇଛି ।

ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ଆକାଉଂଟକୁ ଲାଭ ହସ୍ତାନ୍ତରିତ ହୋଇଛି, ଫଳରେ ବାଟମାରଣା ଦୂର ହେବା ସହ ସ୍ୱଚ୍ଛତାରେ ସୁଧାର ଆସିପାରିଛି ।

କେନ୍ଦ୍ରୀୟ ଯୋଜନା, କେନ୍ଦ୍ର ପ୍ରାୟୋଜିତ ଯୋଜନା ଏବଂ ରାଜ୍ୟଗୁଡ଼ିକୁ କେନ୍ଦ୍ରର ସହାୟତା ଯୋଜନା ଅଧୀନରେ ଡିବିଟି ଯୋଗେ ଅର୍ଥ ପଇଠ ଲାଗି ଅତ୍ୟାଧୁନିକ ଡିଜିଟାଲ ପେମେଂଟ ପ୍ରଯୁକ୍ତି ପିଏଫଏମଏସ ପଦ୍ଧତିର ଉପଯୋଗ କରାଯାଇଛି ।

ମୁଖ୍ୟ ବୈଶିଷ୍ଟ୍ୟ :

୧.କୋଭିଡ-୧୯ ଲକଡାଉନ ସମୟରେ (୨୪ ମାର୍ଚ୍ଚରୁ ୧୭ ଏପ୍ରିଲ ୨୦୨୦ ମଧ୍ୟରେ) ୧୬.୦୧ କୋଟି ହିତାଧିକାରୀ (୧୧.୪୨ କୋଟି (କେନ୍ଦ୍ରୀୟ ଯୋଜନା/କେନ୍ଦ୍ର ପ୍ରାୟୋଜିତ ଯୋଜନା) + ୪.୫୯ କୋଟି (ରାଜ୍ୟଗୁଡ଼ିକୁ କେନ୍ଦ୍ର ସହାୟତା ଯୋଜନା)) ପିଏଫଏମଏସ ଜରିଆରେ ମୋଟ ୩୬,୬୫୯ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ପରିମାଣର ସହାୟତା ଡିବିଟି ମାଧ୍ୟମରେ ନିଜ ବ୍ୟାଙ୍କ ଆକାଉଂଟରେ ପାଇଛନ୍ତି । ଏଥିମଧ୍ୟରୁ କେନ୍ଦ୍ର ପ୍ରାୟୋଜିତ ଯୋଜନା ଓ କେନ୍ଦ୍ରୀୟ ଯୋଜନାରେ ୨୭,୪୪୨ କୋଟି ଟଙ୍କା ହସ୍ତାନ୍ତର କରାଯାଇଥିବା ବେଳେ ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ସହାୟତା ଯୋଜନାରେ ୯୭୧୭ କୋଟି ଟଙ୍କା ଜାରି କରାଯାଇଛି ।

୨.ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପ୍ୟାକେଜରେ ଘୋଷଣା କରାଯାଇଥିବା ନଗଦ ଲାଭ ମଧ୍ୟ ଡିବିଟି ଡିଜିଟାଲ ବ୍ୟବସ୍ଥା ମାଧ୍ୟମରେ ହସ୍ତାନ୍ତର କରାଯାଇଛି । ମହିଳା ଜନଧନ ଆକାଉଂଟଧାରୀମାନଙ୍କୁ ୫୦୦ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯାଇଛି । ୧୩ ଏପ୍ରିଲ ୨୦୨୦ ସୁଦ୍ଧା ମୋଟ ମୋଟ ୧୯.୮୬ କୋଟି ମହିଳା ହିତାଧିକାରୀ ଏହାଦ୍ୱାରା ଉପକୃତ ହୋଇଛନ୍ତି । ଅର୍ଥ ସେବା ବିଭାଗର ତଥ୍ୟ ଅନୁଯାୟୀ ବର୍ତମାନସୁଦ୍ଧା ମୋଟ ୯୯୩୦ କୋଟି ଟଙ୍କା ହସ୍ତାନ୍ତର କରାଯାଇ ସାରିଛି ।

୩.ଡିବିଟି ପଇଠ ଲାଗି ପିଏଫଏମଏସର ଉପଯୋଗ ଗତ ତିନୋଟି ଆର୍ଥିକ ବର୍ଷରେ ସର୍ବାଧିକ ସ୍ତରରେ ପହଁଚିଛି । ସେହିପରି ମୋଟ ଡିବିଟି ଅର୍ଥ ପଇଠ ପରିମାଣ ୨୦୧୮-୧୯ ଆର୍ଥିକ ବର୍ଷରେ ୨୨% ଥିବା ସମୟରେ ୨୦୧୯-୨୦ ଆର୍ଥିକ ବର୍ଷରେ ୪୫%କୁ ବୃଦ୍ଧି ପାଇଛି ।

କୋଭିଡ-୧୯ ଲକଡାଉନ ସମୟ (୨୪ ମାର୍ଚ୍ଚରୁ ୧୭ ଏପ୍ରିଲ ୨୦୨୦) ମଧ୍ୟରେ ପିଏଫଏମଏସର ଉପଯୋଗ କରି ଡିବିଟି ଜରିଆରେ ହସ୍ତାନ୍ତରିତ ହୋଇଥିବା ନଗଦଗୁଡିକ ହେଲା..

୧.କୋଭିଡ-୧୯ ଲକଡାଉନ ସମୟ ଅର୍ଥାତ, ୨୪ ମାର୍ଚ୍ଚରୁ ୧୭ ଏପ୍ରିଲ ୨୦୨୦ମଧ୍ୟରେ ସମସ୍ତ କେନ୍ଦ୍ରୀୟ କ୍ଷେତ୍ର ଯୋଜନା/କେନ୍ଦ୍ର ପ୍ରାୟୋଜିତ ଯୋଜନା ଅଧୀନରେ ପିଏଫଏମଏସ ଜରିଆରେ ଡିବିଟି ପଇଠ ପରିମାଣ ୨୭,୪୪୨.୦୮ କୋଟି ଟଙ୍କା ରହିଛି । ପ୍ରଧାନମନ୍ତ୍ରୀ କିସାନ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଗ୍ୟାରେଂଟି ଯୋଜନା (ଏମଏନଆରଇଜିଏସ),  ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନଏସଏପି), ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (ପିଏମଏମଭିୱାଇ), ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଏନଆରଏଲଏମ), ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ), ଜାତୀୟ ବୃତି ପୋର୍ଟାଲ (ଏନଏସପି) ଜରିଆରେ ବିଭିନ୍ନ ମନ୍ତ୍ରଣାଳୟର ବୃତି ଯୋଜନାରେ ଅନ୍ତର୍ଭୂକ୍ତ ୧୧,୪୨,୦୨,୫୯୨ ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟକୁ ଉପରୋକ୍ତ ପରିମାଣର ଅର୍ଥ ହସ୍ତାନ୍ତର କରାଯାଇଛି ।

୨.ଉପରୋକ୍ତ ଯୋଜନା ଗୁଡ଼ିକ ବ୍ୟତୀତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମହିଳା ଜନ ଧନ ଯୋଜନା ହିତାଧିକାରୀମାନଙ୍କ ଆକାଉଂଟକୁ ୫୦୦ ଟଙ୍କା ଲେଖାଏଁ ସହାୟତା ହସ୍ତାନ୍ତର କରାଯାଇଛି । ୧୩ ଏପ୍ରିଲ ୨୦୨୦ ସୁଦ୍ଧା ଏହି ଯୋଜନାର ୧୯.୮୬ କୋଟି ହିତାଧିକାରୀଙ୍କୁ ମୋଟ ୯,୯୩୦ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି । (ଅର୍ଥ ସେବା ବିଭାଗର ତଥ୍ୟ)

୩.କୋଭିଡ-୧୯ ସମୟରେ ଉତର ପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ତ୍ରିପୁରା, ମହାରାଷ୍ଟ୍ର, ଜମ୍ମୁ ଓ କଶ୍ମୀର, ଆନ୍ଧ୍ରପ୍ରଦେଶ ଭଳି କେତେକ ରାଜ୍ୟ ଡିବିଟିର ଉପଯୋଗ କରି ସେମାନଙ୍କ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଂଟକୁ ଅର୍ଥ ହସ୍ତାନ୍ତର କରିଛନ୍ତି । ପିଏଫଏମଏସ ସୁବିଧାର ଉପଯୋଗ କରି ରାଜ୍ୟ ସରକାରଗୁଡ଼ିକ ୧୮୦ଟି କଲ୍ୟାଣ ଯୋଜନାରେ ୨୪ ମାର୍ଚ୍ଚରୁ ୧୭ ଏପ୍ରିଲ ୨୦୨୦ ମଧ୍ୟରେ ୪, ୫୯,୦୩,୯୦୮ ହିତାଧିକାରୀଙ୍କ ଆକାଉଂଟକୁ ୯,୨୧୭.୨୨ କୋଟି ଟଙ୍କାର ଆର୍ଥିକ ସହାୟତା ବଂଟନ କରିଛନ୍ତି ।

ଦଶଟି ଶୀର୍ଷ କେନ୍ଦ୍ର ପ୍ରାୟୋଜିତ ଯୋଜନା/କେନ୍ଦ୍ରୀୟ କ୍ଷେତ୍ର ଯୋଜନା ମଧ୍ୟରୁ

  • ପିଏମ କିସାନ ଯୋଜନାରେ ୮,୪୩,୭୯,୩୨୬ ଜଣ ହିତାଧିକାରୀଙ୍କୁ ୧୭,୭୩୩.୫୩ କୋଟି ଟଙ୍କା
  • ଏମଜିଏନଆରଇଜିଏ ଯୋଜନାରେ ୧,୫୫,୬୮,୮୮୬ ଜଣ ହିତାଧିକାରୀଙ୍କୁ ୫,୪୦୬.୦୯ କୋଟି ଟଙ୍କା
  • ଇନ୍ଦିରା ଗାନ୍ଧୀ ଜାତୀୟ ବୃଦ୍ଧାବସ୍ଥା ପେନସନ ଯୋଜନାରେ ୯୩,୧୬,୭୧୨ ଜଣ ହିତାଧିକାରୀଙ୍କୁ ୯୯୯.୪୯ କୋଟି ଟଙ୍କା,
  • ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ପେନସନ ଯୋଜନାରେ ୧୨,୩୭,୯୨୫ ଜଣ ହିତାଧିକାରୀଙ୍କୁ ୧୫୮.୫୯ କୋଟି ଟଙ୍କା
  • ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଜରିଆରେ ୧୦,୯୮,୧୨୮ ଜଣ ହିତାଧିକାରୀଙ୍କୁ ୨୮୦.୮୦ କୋଟି ଟଙ୍କା
  • ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ୭,୫୮,୧୫୩ ଜଣ ହିତାଧିକାରୀଙ୍କୁ ୨୦୯.୪୭ କୋଟି ଟଙ୍କା
  • ସଂଖ୍ୟାଲଘୁଙ୍କ ପାଇଁ ପ୍ରାକ ମାଟ୍ରିକ ବୃତି ଯୋଜନାରେ ୫,୭୨,୯୦୨ ଜଣ ହିତାଧିକାରୀଙ୍କୁ ୧୫୯.୮୬ କୋଟି ଟଙ୍କା
  • ଏନଏଫଏସଏ ଅଧୀନରେ ବିକେନ୍ଦ୍ରିକୃତ ଖାଦ୍ୟଶସ୍ୟ ସଂଗ୍ରହ ପାଇଁ ଖାଦ୍ୟ ସବସିଡି ଯୋଜନା ଅଧୀନରେ ୨,୯୧,୨୫୦ ଜଣ ହିତାଧିକାରୀଙ୍କୁ ୧୯.୧୮ କୋଟି ଟଙ୍କା
  • ଇନ୍ଦିରା ଗାନ୍ଧୀ ଜାତୀୟ ଦିବ୍ୟାଙ୍ଗ ପେନସନ ଯୋଜନାରେ ୨,୩୯,୭୦୭ ଜଣ ହିତାଧିକାରୀଙ୍କୁ ୨୬.୯୫ କୋଟି ଟଙ୍କା
  • ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ୨,୨୩,୯୮୭ ଜଣ ହିତାଧିକାରୀଙ୍କୁ ୩୦.୫୫ କୋଟି ଟଙ୍କା ପାଇଛନ୍ତି ।

ଗତ ତିନି ବର୍ଷ ମଧ୍ୟରେ ପିଏଫଏମଏସକୁ ଉପଯୋଗ କରି ଡିବିଟି କାରବାର ସର୍ବାଧିକ ସ୍ତରକୁ ବୃଦ୍ଧି ପାଇଛି ।  ୨୦୧୭-୧୮ ଆର୍ଥିକ ବର୍ଷ ତୁଳନାରେ ୨୦୧୮-୧୯ ଆର୍ଥିକ ବର୍ଷରେ ଏହା ୧୧% ବୃଦ୍ଧି ପାଇଥିବା ବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ ଏହା ୪୮% ବୃଦ୍ଧି ପାଇଛି । ସେହିପରି ମୋଟ ଡିବିଟ ଅର୍ଥ ଆବଂଟନ ପରିମାଣ ୨୦୧୮-୧୯ ଆର୍ଥିକ ବର୍ଷରେ ୨୨% ଥିବା ସମୟରେ ୨୦୧୯-୨୦ରେ ଏହା ୪୫%କୁ ବୃଦ୍ଧି ପାଇଛି ।

 

DBT Finance
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କଲେ ନେତାନ୍ୟାହୁ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 6, 2026

ଆଞ୍ଚଳିକ ଦଳଗୁଡ଼ିକର ଚାନ୍ଦାରେ ଉଲ୍ଲେଖନୀୟ ବୃଦ୍ଧି: ସର୍ବାଧିକ ଡିଏମକେ, ଜାଣନ୍ତୁ ବିଜେଡ଼ି କୁ କେତେ?

August 6, 2026

ଭାରତରେ ବଢ଼ୁଛି ଆଇଫୋନ୍ କ୍ରେଜ୍!: ଏହି ରେକର୍ଡ ସୃଷ୍ଟି କଲା ଆପଲ୍

August 6, 2026

ଆଜି LPG କେତେ ଶସ୍ତା ହେଲା?: ଦେଖନ୍ତୁ 14 ଏବଂ 19 କିଲୋ ଗ୍ୟାସ ସିଲିଣ୍ଡରର ଦର ତାଲିକା 

August 6, 2026
Latest News

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026

ଘର ପ୍ରତିଷ୍ଠା ଭୋଜି ପଡ଼ିଲା ମହଙ୍ଗା, ଝାଡ଼ାବାନ୍ତିରେ ୧୦୦ରୁ ଅଧିକ ଆକ୍ରାନ୍ତ

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.