Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ପୁନରୁଦ୍ଧାର ପାଇଁ 3 ଲକ୍ଷ 70 ହଜାର କୋଟି
ଆଜିର ଖବର

କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ପୁନରୁଦ୍ଧାର ପାଇଁ 3 ଲକ୍ଷ 70 ହଜାର କୋଟି

May 13, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ 20 ଲକ୍ଷ କୋଟିର ସହାୟତା ରାଶି ଘୋଷଣା କରାଯାଇଥିଲା । ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ପ୍ରେସ୍‌ମିଟ୍‌ କରି 20 ଲକ୍ଷ ପୁଞ୍ଜିନିବେଶ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅର୍ଥ ସଚିବ ପ୍ରମୁଖ ଏହି ପ୍ରେସ୍‌ ମିଟ୍‌ରେ ଯୋଗ ଦେଇଥିଲେ । ଇଂରାଜୀ ସହିତ ଚାରି ଦକ୍ଷିଣ ଭାରତୀୟ ଭାଷାରେ ଆତ୍ମନିର୍ଭର ଭାରତ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କ ପାଖରେ ଏକ ସୁଯୋଗ ଦେଖୁଛନ୍ତି ବୋଲି ସୀତାରମଣ ମତ ଦେଇଥିଲେ । ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ଏହି ପ୍ରଧାନମନ୍ତ୍ରୀ ଏହି ପ୍ୟାକେଜର ଘୋଷଣା କରିଛନ୍ତି ଏବଂ ଲୋକାଲ୍ ବ୍ରାଣ୍ଡକୁକୁ ବିଶ୍ୱ ସମ୍ମୁଖକୁ ଆଣିବାକୁ ହେବ ବୋଲି ନିର୍ମଳା ମତ ଦେଇଥିଲେ । ବଜେଟ ପରେ ତୁରନ୍ତ କରୋନା ବିସ୍ଫୋରଣ ହୋଇଥିଲା। ଏହାପରେ 79 କୋଟି ଟଙ୍କା ଗରିବ ଲୋକ ଆକାଉଣ୍ଟରେ ଦିଆଯାଇଥିଲା ବୋଲି ସୀତାରମଣ ସୂଚନା ଦେଇଥିଲେ ।

କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ସୁଧାର ପାଇଁ ସରକାର 6ଟି ପଦକ୍ଷେପ ଗ୍ରହଣ କରାଯାଇଛି । ଅକ୍ଟୋବର 31 ପର୍ଯ୍ୟନ୍ତ ବିଭିନ୍ନ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ବିନା କୌଣସି ଗ୍ୟାରେଣ୍ଟୀରେ 3 ଲକ୍ଷ କୋଟିର ଋଣ ପ୍ରଦାନ କରାଯିବ । ଏହି ଯୋଜନା 45 ଲକ୍ଷ ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌ ଲାଭବାନ ହେବ । 100 କୋଟିର ଟର୍ଣ୍ଣ ଓଭରର ଏମ୍‌ଏସ୍‌ଏମ୍‌ଇ କମ୍ପାନୀକୁ ମଧ୍ୟ ଋଣ ପ୍ରଦାନ ବ୍ୟବସ୍ଥାକୁ ସହଜ କରାଯାଇଛି । 4 ବର୍ଷ ପାଇଁ ଏହି ଋଣ ପ୍ରଦାନ କରାଯାଇଥିବା ବେଳେ ଏକ ବର୍ଷ ପର୍ଯ୍ୟନ୍ତ ମୂଳଧନ ଶୁଝିବାକୁ ପଡିବ ନାହିଁ । ଏନ୍‌ପିଏ ଦ୍ବାରା ପ୍ରପୀଡିତ ଏମ୍‌ଏସ୍‌ଏମ୍‌ଇ ନିମନ୍ତେ 20 ହଜାର କୋଟିର ବ୍ୟବସ୍ଥା କରାଯାଇଥିବା ନେଇ ନିର୍ମଳା ସୂଚନା ଦେଇଥିଲେ । ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ 50 ହଜାର କୋଟିର ଇକ୍ବିଟି ଫଣ୍ଡ ନେଇ ମଧ୍ୟ ଘୋଷଣା କରାଯାଇଛି । ସଫଳ ଏମ୍‌ଏସ୍‌ଏମ୍‌ଇ ଗୁଡିକୁ ସଫଳତମ କରିବାରେ ଏହା ସହାୟକ ହେବ ବୋଲି ସୀତାରମଣ ପ୍ରକାଶ କରିଥିଲେ । ଏହା ସହିତ ସରକାରଙ୍କ ପକ୍ଷରୁ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପର ପରିଭାଷା ବଦଳା ଯାଇଛି । ପୂର୍ବରୁ 25 ଲକ୍ଷରୁ କମ୍‌ ନିବେଶକୁ କ୍ଷୁଦ୍ର ଶିଳ୍ପ ବର୍ଗରେ ରଖାଯାଇଥିବା ବେଳେ ଏହାକୁ 1 କୋଟିକୁ ବୃଦ୍ଧି କରାଯାଇଛି । 200 କୋଟିରୁ କମ୍‌ର ସରକାରୀ ଟେଣ୍ଡରକୁ ଗ୍ଲୋବାଲ୍‌ ଟେଣ୍ଡର କରାଯିବ ନାହିଁ । କେବଳ ଭାରତୀୟ ଏମ୍‌ଏସ୍‌ଏମ୍‌ଇ ଏହି ଟେଣ୍ଡରରେ ଅଂଶଗ୍ରହଣ କରିବେ । ସେହିପରି କୋଭିଡ୍‌-19 ସମୟରେ ଦେଖାଯାଇଥିବା ସଙ୍କଟ କାରଣରୁ ଏମ୍‌ଏସ୍‌ଏମ୍‌ଇ ଶିଳ୍ପକୁ ଅନ୍‌ଲାଇନ୍‌ କରାଯିବ । ସେହିପରି ଏହି ଶିଳ୍ପରେ ବକେୟା ରହିଥିବା ସରକାରୀ ରାଶି ଆସନ୍ତା 45 ଦିନ ମଧ୍ୟରେ ପ୍ରଦାନ କରାଯିବ ।

MSME nirmalasitharaman
Share. Facebook Twitter LinkedIn Email WhatsApp Copy Link

Related Posts

ଜନଜାତିଙ୍କ ସଂଖ୍ୟା ଏବଂ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ

February 5, 2026

ବୁଣାକାରଙ୍କ ପାଇଁ ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର: ଉଦଘାଟନ କଲେ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ

February 5, 2026

ଚଳିତ ଖରିଫ ଋତୁରେ ଧାନ ଚାଷୀଙ୍କ ପାଇଁ ଡିଜିଟାଲ୍ ସଂସ୍କାର ବ୍ୟବସ୍ଥାକୁ ଗୁରୁତ୍ଵ

February 5, 2026

“ମିଳିମିଶି ସଚେତନ କଲେ, କର୍କଟ ମୁକ୍ତ ଭାରତ ଗଠନ ସମ୍ଭବ”: କ୍ରାନ୍ତି ତରଫରୁ ଦେଶବାସୀଙ୍କୁ ଆହ୍ବାନ

February 5, 2026
Latest News

ଜନଜାତିଙ୍କ ସଂଖ୍ୟା ଏବଂ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ

February 5, 2026

ବୁଣାକାରଙ୍କ ପାଇଁ ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର: ଉଦଘାଟନ କଲେ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ

February 5, 2026

ଚଳିତ ଖରିଫ ଋତୁରେ ଧାନ ଚାଷୀଙ୍କ ପାଇଁ ଡିଜିଟାଲ୍ ସଂସ୍କାର ବ୍ୟବସ୍ଥାକୁ ଗୁରୁତ୍ଵ

February 5, 2026

“ମିଳିମିଶି ସଚେତନ କଲେ, କର୍କଟ ମୁକ୍ତ ଭାରତ ଗଠନ ସମ୍ଭବ”: କ୍ରାନ୍ତି ତରଫରୁ ଦେଶବାସୀଙ୍କୁ ଆହ୍ବାନ

February 5, 2026

ଆଜି ଫେବୃୟାରୀ ୫ ତାରିଖ ଗୁରୁବାରରେ ଛଅଟି ରାଶିର ଲୋକଙ୍କୁ ମିଳିବ ମା’ ଲକ୍ଷ୍ମୀଙ୍କ ଆର୍ଶିବାଦ

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.