Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶା ଓ ଭିଏତ୍‌ନାମର ଭିନ୍‌ ଲଙ୍ଗ୍‌ ରାଜ୍ୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ସହ ଭିଏତ୍‌ନାମ୍‌ର ଭିନ୍‌ ଲଙ୍ଗ ରାଜ୍ୟ ମଧ୍ୟରେ ବ୍ୟବସାୟଭିତ୍ତିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଇଡ୍‌କୋ ସମ୍ମିଳନୀ କକ୍ଷରେ ଉଭୟ ରାଜ୍ୟର ଏମ୍‌ଏସ୍‌ଏମ୍‌ଇ/ଶିଳ୍ପ ବିଭାଗର କର୍ତ୍ତୃପକ୍ଷ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି।

ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଏଥିରେ ଅଧ୍ୟକ୍ଷତା କରି କହିଥିଲେ ଯେ ଓଡ଼ିଶା ସାରା ଦେଶରେ ଦ୍ୱିତୀୟ ବୃହତ୍ତମ ନିବେଶର ମାନ୍ୟତା ପାଇସାରିଛି। ସୁଦୃଢ଼ ପଲିଟି, ଉତ୍ତମ ପଲିସି, ଡେମୋଗ୍ରାଫି, ଜିଓଗ୍ରାଫି ଏବଂ ଅର୍ଥନୀତି ଦ୍ୱାରା ଓଡ଼ିଶା ଏପରି ମାନ୍ୟତା ପାଇଛି। କୃଷି, ପର୍ଯ୍ୟଟନ, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଧାତୁ ଓ ଧାତବ ଆଦି ୬ ଗୋଟି ସେକଫର ଉପରେ ଗୁରୁତ୍ୱ ଦିଆଯାଉଛି ।

ଏମ୍‌ଏସ୍‌ଏମ୍‌ଇର ଉଦ୍ୟୋଗ ଓ ଉଦ୍ୟୋଗୀମାନଙ୍କ ପାଇଁ ସୁସ୍ଥ ଓ ଅନୁକୂଳଧର୍ମୀ ପଲିସି ଓ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯାଇଛି। ଏବେ ଏମ୍‌ଏସ୍‌ଏମ୍‌ଇ ଅଧୀନରେ କେମିକାଲସ୍‌, ଫାର୍ମାସୁ୍ୟଟିକାଲ, ପ୍ଲାଷ୍ଟିକ, ସି-ଫୁଡ୍‌ ଆଦି ବିଭାଗକୁ ଗୁରୁତ୍ୱ ପ୍ରଦାନ କରାଯାଉଛି। ଭିନ୍‌ ଲଙ୍ଗ୍‌ ରାଜ୍ୟକୁ ରପ୍ତାନୀ ପାଇଁ ଓଡ଼ିଶା ସର୍ବଦା ପ୍ରସ୍ତୁତ ଅଛି। ଓଡ଼ିଶାର ରପ୍ତାନୀ ନୀତି ମଧ୍ୟ ଦେଶୀୟ ରାଜ୍ୟସମୂହ ଓ ବିଦେଶକୁ ଖୁବ୍‌ ସୁହାଇଲା ଭଳି ପ୍ରସ୍ତୁତ ହୋଇଛି।

ଭୁବନେଶ୍ୱରସ୍ଥ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଶାଖାର ପ୍ରତିନିଧି ଶ୍ରୀ ରାଜେନ୍‌ ପାଢ଼ୀ କହିଥିଲେ ଯେ ଭିଏତ୍‌ନାମ୍‌ ସହ ଓଡ଼ିଶାର ସଂପର୍କ ବହୁତ ପୁରୁଣା । ପୂର୍ବରୁ ଓଡ଼ିଶାରୁ ଭିଏତ୍‌ନାମ୍‌କୁ ଲୁହା, ଇସ୍ପାତ ଓ ଧାତବ ପଦାର୍ଥ ରପ୍ତାନୀ ହେଉଥିଲା। ଏବେ ସେଠାରେ ଆମର ଖାଦ୍ୟ ଓ ସାମୁଦି୍ରକ ଖାଦ୍ୟର ଚାହିଦା ବଢ଼ିଛି।

ଅନ୍ୟମାନଙ୍କ ମଧ୍ୟରେ ଇଡ୍‌କୋ, ଇପିକଲ୍‌ ଏବଂ ବାଣିଜ୍ୟ ଓ ରପ୍ତାନୀ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଭିନ୍‌ ଲଙ୍ଗ୍‌ର ପ୍ରତିନିଧିମାନେ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିଥିଲେ।

ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ବିଭାଗ ନିଜର ରପ୍ତାନୀ ନୀତି, ଉତ୍ପାଦ ଓ ସମ୍ପୂର୍ଣ୍ଣ ବିଭାଗ ଉପରେ ଏକ ଭିଡ଼ିଓ ଉପସ୍ଥାପନା କରିଥିଲେ। ସେମାନେ ମଧ୍ୟ ସେମାନଙ୍କର ଏକ ଭିଡ଼ିଓ ଉପସ୍ଥାପନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଏମଏସଏମଇ କୁ ପ୍ରୋତ୍ସାହନ ପାଇଁ ଉଦଘାଟିତ ହେଲା ଏକ ପୋର୍ଟାଲ, ଜାଣନ୍ତୁ ଏହା କଣ

ଭୁବନେଶ୍ବର: ୨୦୨୨ ମସିହା ନଭେମ୍ବର ୩୦ ତାରିଖରେ ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭ୍‌ରେ ଓଡ଼ିଶା ଏକ୍ସପୋର୍ଟ ପଲିସି-୨୦୨୨ ଅନୁମୋଦିତ ହୋଇଥିଲା। ଏହି ପଲିସି ଅନୁସାରେ ଯେଉଁ ରପ୍ତାନୀକାରୀମାନେ ସାତଗୋଟି ବିଷୟ ଉପରେ ରପ୍ତାନିକ କାର୍ଯ୍ୟ କରିଥିବେ, ସେମାନଙ୍କର ଖର୍ଚ୍ଚ ସରକାର ବହନ କରିବେ। ସରକାର ୫୦ ପ୍ରତିଶତ ଖର୍ଚ୍ଚ ବହନ କରିବେ। ଯୁବକଯୁବତୀମାନଙ୍କୁ ଆତ୍ମନିଯୁକ୍ତି ପ୍ରୋତ୍ସାହନ ଦେବା ପାଇଁ ସରକାର ଏହିପରି ଯୋଜନା ପ୍ରଣୟନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ରପ୍ତାନୀ ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶାଳୟଠାରେ ଏକ୍ସପୋର୍ଟ ଇନ୍‌ସେନ୍‌ଟିଭ୍‌ ରିଅମ୍ବର୍ସମେଣ୍ଟ ପୋର୍ଟାଲ (http://eirp_depm.odisha.gov.in) ଉଦ୍‌ଘାଟିତ ହୋଇଯାଇଛି। ରପ୍ତାନୀକାରୀମାନେ ଅନ୍‌ଲାଇନ୍‌ରେ ଆବେଦନ କଲେ ସେମାନଙ୍କ ଖର୍ଚ୍ଚ ଅନୁମୋଦନ ହେବ ଓ ସେମାନେ ଗାଇଡ୍‌ଲାଇନ୍‌ ଅନୁଯାୟୀ ବହନ କରିଥିବା ସରକାରୀ ରାଶି ପିଛିଲା ଭାବେ ଫେରିପାଇବେ।

ଏହି ସାତଗୋଟି ବିଷୟ ହେଲା ଆନ୍ତର୍ଜାତିକ ସ୍ତରରେ ବାଣିଜ୍ୟ ମେଳାରେ ଭାଗ ନେବା ପାଇଁ ଫ୍ଲାଇଟ୍‌ ଖର୍ଚ୍ଚ ୫୦ ପ୍ରତିଶତ ସରକାର ବହନ କରିବେ। ତେବେ ୫୦ ହଜାର ଭିତରେ ସୀମିତ ରହିବ। ଷ୍ଟଲ୍‌ ଖର୍ଚ୍ଚ ସରକାର ବହନ କରିବେ। ସେହିପରି ରପ୍ତାନୀ ଉନ୍ନୟନ ପରିଷଦରେ ସଭ୍ୟ ହେବା ପାଇଁ ଯେଉଁ ଖର୍ଚ୍ଚ, ସେଥିରୁ ସରକାର କିଛି ଅଂଶ ବହନ କରିବେ। ତାହା ସର୍ବାଧିକ ୪୦ ହଜାର ଟଙ୍କା ଅଟେ।

ୱାନ୍‌ ଟାଇମ୍‌ ଅର୍ଗାନିକ୍‌ ସାର୍ଟିଫିକେଟ୍‌ ହାସଲ ପାଇଁ ଯେଉଁ ଖର୍ଚ୍ଚ କରିବାକୁ ପଡ଼ିବ ତା’ର ୫୦ ପ୍ରତିଶତ ଓ ସର୍ବାଧିକ ୧୦ ଲକ୍ଷ ସରକାର ବହନ କରିବେ। ମୁଖ୍ୟତଃ ବିଦେଶକୁ ରପ୍ତାନୀ କରୁଥିବା ବ୍ୟକ୍ତି ବା କମ୍ପାନୀ ଏହି ସାର୍ଟିଫିକେଟ୍‌ ହାସଲ କରିବା ଜରୁରୀ ହୋଇଥାଏ। ସେହିପରି କଣ୍ଟ୍ରି ସାର୍ଟିଫିକେଟ୍‌, ଏକ୍ସପୋର୍ଟ ଇନ୍‌ସ୍ପେକନ୍‌ ଏଜେନ୍ସି ଦ୍ୱାରା ଅନୁମୋଦିତ ସାର୍ଟିଫିକେଟ୍‌, କ୍ୱାଲିଟି ସାର୍ଟିଫିକେଟ୍‌ ପାଇଁ ସର୍ବାଧିକ ରାଶି ସରକାର ବହନ କରିବେ।

ସେହିପରି ରପ୍ତାନୀ ଦ୍ରବ୍ୟର ଷ୍ଟାଣ୍ଡାର୍ଡ ବୃଦ୍ଧି ପାଇଁ ଆବଶ୍ୟକ ହେଉଥିବା ପଞ୍ଜିକୃତ ସରକାର ସଂସ୍ଥା ଦ୍ୱାରା ଟେକ୍‌ନୋଲୋଜି ଆଡ୍‌ଭାନ୍ସମେଣ୍ଟ କନ୍‌ସଲ୍‌ଟାନ୍ସି ପାଇଁ ଖର୍ଚ୍ଚ ଯାହାକି ୫ ଲକ୍ଷ ଅଟେ, ପଛୁଆ ଭାବେ ପ୍ରାପ୍ତି ହୋଇପାରିବ। ଏହି ପୋର୍ଟାଲ ବ୍ୟବହାର କରି ରପ୍ତାନୀକାରୀ ବ୍ୟକ୍ତି ବା ସଂସ୍ଥା ୨୦୨୨ ନଭେମ୍ବର ୩୦ ତାରିଖଠାରୁ ପିଛିଲା ଭାବେ ପାଇପାରିବେ। କିନ୍ତୁ ଏଥିରେ ଥିବା ବିଭିନ୍ନ ସର୍ତ୍ତାବଳୀ ପରିପୂରଣ ହେବା ଆବଶ୍ୟକ। ଏହି ସମସ୍ତ ସର୍ତ୍ତାବଳୀ ପୋର୍ଟାଲରେ ଲିଖିତ ଅଛି ଓ ୨୦୨୨ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ନୀତିରେ ଉଲ୍ଲିଖିତ ଅଛି।

ପୋର୍ଟାଲକୁ ଉଦ୍‌ଘାଟନ କରି ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ ଦେବ କହିଲେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ଉନ୍ନୟନ ପରେ ଯୁବକଯୁବତୀଙ୍କ ଆତ୍ମନିଯୁକ୍ତି ଉପରେ ସରକାର ସର୍ବାଧିକ ଗୁରୁତ୍ୱ ଦେଇ ଆସୁଛନ୍ତି। ସେଥିପାଇଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଗୁରୁତ୍ୱ ଦିଆଯାଉଛି। ରପ୍ତାନୀ, ବାଣିଜ୍ୟ, ଷ୍ଟାର୍ଟଅପ୍‌ ଏବଂ ଦକ୍ଷତା ବିକାଶ ପରସ୍ପର ସଂଯୋଗୀକରଣ ସୂତ୍ରରେ ବନ୍ଧା।

ଯୁବକଯୁବତୀମାନେ ସରକାରଙ୍କ ଦ୍ୱାରା ପ୍ରଣୀତ ହେଉଥିବା ବିଭିନ୍ନ ନୀତି ଓ ଯୋଜନା ସଂପର୍କରେ ସଚେତନ ହୋଇ ଏହି ସେକଫର ପ୍ରତି ଆଗଭର ହେଲେ ଆତ୍ମନିଯୁକ୍ତି ପରିପୂର୍ଣ୍ଣ
ହୋଇପାରିବ। କିନ୍ତୁ ରକ୍ଷଣଶୀଳତା ଯୋଗୁ ମାନସିକ ଦୃଢ଼ତା ବଜାୟ ଓ ସଠିକ୍‌ ନିଷ୍ପତ୍ତି ନେବାରୁ ସେମାନେ ବିରତ ହେଉଛନ୍ତି ଯାହା ଚିନ୍ତାଜନକ ଅଟେ। କୃଷି ପରେ ଏମ୍‌ଏସ୍‌ଏମ୍‌ଇ ବର୍ତ୍ତମାନ ପୁଞ୍ଜିନିବେଶ କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ଲାଭ କରିସାରିଲାଣି।

ବିଭାଗୀୟ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ପୋର୍ଟାଲ ସମ୍ବନ୍ଧରେ ବିସ୍ତୃତ ଭାବେ କହିଥିଲେ।  ଏକ୍ସପୋର୍ଟ ପଲିସିର ଅପରେସନାଲ୍‌ ଗାଇଡ୍‌ଲାଇନ୍‌ ସମ୍ବନ୍ଧରେ ସଚେତନତା ବୃଦ୍ଧି ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ପୋର୍ଟାଲ ସହଜ, ସରଳ ଅଟେ। ଆଜିଠାରୁ ଅନ୍‌ଲାଇନ୍‌ ଭାବରେ କାର୍ଯ୍ୟକରିବ ବୋଲି ସେ ସୂଚନା ଦେଇଥିଲେ। ଖୁବ୍‌ ନିକଟରେ ୨୦୨୦-୨୧ ଓ ୨୦୨୧-୨୨ ମସିହା ପାଇଁ ରପ୍ତାନୀକାରୀ ସଂସ୍ଥା ଓ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସେ ସୂଚନା ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ଏମ୍‌. ସାଦ୍ଦିକ୍‌ ଆଲାମ୍‌, ସ୍ୱତନ୍ତ୍ର ସଚିବ ବିଭୂତି ଭୂଷଣ ନାୟକ, ନିର୍ଦ୍ଦେଶକ, ରପ୍ତାନୀ ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ କୁମାର ସାହୁ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଓଡ଼ିଶାକୁ ୪୪ ଗୋଟି କ୍ଷେତ୍ରରେ ଜାତୀୟ ଏମ୍‌ଏସ୍‌ଏମ୍‌ଇ ଆୱାର୍ଡ-୨୦୨୨

ଭୁବନେଶ୍ୱର:  ଭାରତ ସରକାର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ପାଦନ ଉଦ୍ୟୋଗ, ସେବା ଉଦ୍ୟୋଗ, ସ୍ୱତନ୍ତ୍ର ଉଦ୍ୟୋଗ ଏବଂ ପ୍ରତିଷ୍ଠାନ ସହାୟତା କ୍ଷେତ୍ର ଭଳି ସର୍ବମୋଟ ୪୪ ଗୋଟି କ୍ଷେତ୍ରରେ ପୁରସ୍କାର ନିମନ୍ତେ ବିବେଚିତ ହୋଇଛନ୍ତି । ଏଥିରେ ଓଡ଼ିଶା ଜାତୀୟ ଏମ୍‌ଏସ୍‌ଏମ୍‌ଇ ଆୱାର୍ଡ-୨୦୨୨ ପୁରସ୍କାର ପାଇ ଦେଶରେ ପ୍ରଥମ ରାଜ୍ୟ ଭାବେ ବିବେଚିତ ହୋଇଛି । ଏହା ରାଜ୍ୟର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଦିଗରେ ନେଇଥିବା ପଦକ୍ଷେପ ପାଇଁ ପୁରସ୍କୃତ କରାଯିବ ।

ସେହିଭଳି ଆକାଂକ୍ଷୀ ଜିଲ୍ଲାମାନଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲାକୁ ତୃତୀୟ ଜିଲ୍ଲା ଭାବେ ବିବେଚିତ ହୋଇଛି । ଏଥି ସହିତ ସେବା ଉଦ୍ୟୋଗ ବର୍ଗରେ ଭୁବନେଶ୍ୱରର ମେସର୍ସ ସେଫେରିକ୍‌ ଇନ୍‌ସୁରାନ୍ସ ବ୍ରୋକରସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌କୁ ପ୍ରଥମ ପୁରସ୍କାର ଏବଂ କଟକର ମେସର୍ସ ଅମରନାଥ ପେଷ୍ଟ ମ୍ୟାନେଜ୍‌ମେଣ୍ଟ ଟେକ୍‌ନୋଲୋଜିକୁ ତୃତୀୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।

ଏହି ପୁରସ୍କାର ରାଜ୍ୟ ସରକାରଙ୍କର ଏମ୍‌ଏସ୍‌ଏମ୍‌ଇ ବିଭାଗ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଯଥା ନୂଆ ଉଦ୍ୟୋଗକୁ ସୁଯୋଗ ପ୍ରଦାନ କରିବା, ଅଭିଯୋଗ ଶୁଣାଣି, ବଜେଟ୍‌ ବୃଦ୍ଧି, ଋଣ ପ୍ରଦାନ ଅଭିବୃଦ୍ଧି, କ୍ଳଷ୍ଟର ଆପ୍ରୋଚ୍‌ କାର୍ଯ୍ୟକାରିତା, ଉଦ୍ୟମ ପଂଜୀକରଣ, ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଏବଂ ସଚେତନତା ସୃଷ୍ଟି ଭଳି କ୍ଷେତ୍ର ଅନ୍ତର୍ଭୁକ୍ତ ।

ଏହି ପୁରସ୍କାର ପାଇଁ ଉଦ୍ୟୋଗଗୁଡ଼ିକଠାରୁ ଦରଖାସ୍ତ ଆହ୍ୱାନ କରାଯାଇ ପ୍ରଥମେ ରାଜ୍ୟସ୍ତରରେ ଓ ପରେ ଜାତୀୟ ସ୍ତରୀୟ କମିଟି ଦ୍ୱାରା ଉଦ୍ୟୋଗରେ ବିନିଯୋଗ ଅର୍ଥ ଏବଂ ଯନ୍ତ୍ରପାତି, ବାର୍ଷିକ ସରଞ୍ଜାମ, ଆସେଟ୍‌ ଓ ଲାଏବିଲିଟି, ବେତନ ଖର୍ଚ୍ଚ ଏବଂ କର୍ମଚାରୀ କଲ୍ୟାଣ ଇତ୍ୟାଦି ମାନଦଣ୍ଡ ପ୍ରଭୃତିର ତର୍ଜମା କରାଯାଇ ପୁରସ୍କାର ପ୍ରଦାନ କରାଯାଇଛି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରଣୟନ ହେବ ଷ୍ଟାର୍ଟ ଅପ୍‌ ନୀତିର ନୂତନ ସଂସ୍କରଣ,ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟ ମେଳାରେ ପ୍ରମୁଖ ସଚିବଙ୍କ ସୂଚନା

ଭୁବନେଶ୍ୱର, ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ନବମ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବାଣିଜ୍ୟ ମେଳାର ତୃତୀୟ ଦିନରେ ‘ନୂତନ ଉଦ୍ୟୋଗ ପ୍ରସଙ୍ଗ’ ((Start up Talk)) ଆଲୋଚନାଚକ୍ର ସେମିନାର ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି ।

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଆଲୋଚନା ଚକ୍ରରେ ସ୍ୱତନ୍ତ୍ର ନିମନ୍ତ୍ରିତ ବିଶେଷଜ୍ଞ ଭାବେ ଯୋଗଦେଇ ନୂତନ ଉଦ୍ୟୋଗୀମାନଙ୍କର କାର୍ଯ୍ୟଧାରାର ମାନ ବୃଦ୍ଧି ନିମନ୍ତେ ୬ଟି କୌଶଳ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ । ସେଗୁଡ଼ିକ ହେଲା ଭାବନା, କୌଶଳ, ବୁଦ୍ଧି, ପ୍ରତିଷ୍ଠା, ନିଜ କର୍ମଚାରୀଙ୍କୁ ମାପିବା ଏବଂ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରିବା ।

ସୁନ୍ଦର ରାଜନ୍‌ଙ୍କ ଦ୍ୱାରା ପ୍ରତିଷ୍ଠିତ ସୁଗୁଣା କୁକୁଡ଼ା ଫାର୍ମର ଉଦାହରଣ ଦେଇ ତାହା ୬୦୦ କୋଟି ଟଙ୍କାର ଉଦ୍ୟୋଗ ହୋଇପାରିଥିବାର ସଫଳ କାହାଣୀକୁ ସେ ଆଲୋଚନା ଚକ୍ରରେ ଉପସ୍ଥାପନ କରିଥିଲେ। ଏକ କ୍ଷୁଦ୍ର ଉଦ୍ୟୋଗକୁ କିପରି ବିଶାଳ କରିହେବ ସେଥିପାଇଁ ଆବଶ୍ୟକ ଅଧ୍ୟବସାୟ ଓ ନିଜକୁ ମାର୍ଜିତ କରିବାର କୌଶଳ ଉପରେ ଗୁରୁତ୍ୱ ପ୍ରଦାନ କରି ‘ମାଇଣ୍ଡ ଟି୍ର’କୁ ବିଶ୍ୱସ୍ତରୀୟ ସଂସ୍ଥାରେ ପରିଣତ କରିବା ଭିତରେ ସେ ଅର୍ଜନ କରିଥିବା ଅନୁଭୂତି ଓ ଅଭିଜ୍ଞତା ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ କହିଥିଲେ ଯେ ରାଜ୍ୟରେ ସଂପ୍ରତି ୯୫୦ଟି ନୂତନ ଉଦ୍ୟୋଗ ପ୍ରତିଷ୍ଠା କରାଯାଇଛି । ଓଡ଼ିଶା ସରକାର ସମସ୍ତ ନୂତନ ଉଦ୍ୟୋଗକୁ ସହାୟତା ଯୋଗାଇ ଦେଉଛନ୍ତି । ଅଦ୍ୟାବଧି ୧୫ କୋଟି ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି ।

ଇନ୍‌ଫୋସିସ୍‌ ନିକଟରେ ୩ କୋଟି ଟଙ୍କା ବ୍ୟୟରେ ଓଡ଼ିଶା ଷ୍ଟାର୍ଟ ଅପ୍‌ କେନ୍ଦ୍ର ନିର୍ମାଣାଧୀନ ରହିଛି ତାହା ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ମଜବୁତ କରିବ । ଏଥି ସହିତ ନୂତନ ଷ୍ଟାର୍ଟ ଅପ୍‌ ନୀତି ଶୀଘ୍ର ପ୍ରଣୟନ କରାଯିବ ବୋଲି ସେ ସୂଚନା ଦେଇଥିଲେ । ରାଜ୍ୟର ନୂତନ ଉଦ୍ୟୋଗୀମାନଙ୍କର ସହଯୋଗରେ ଏହାର ପୂର୍ଣ୍ଣ ସଫଳତା ଲାଭ ହେବ ବୋଲି ସେ ଦୃଢ଼ ଆଶା ପୋଷଣ କରିଥିଲେ ।

ଆଲୋଚନା ଚକ୍ର ପ୍ରାରମ୍ଭରେ ଅରେଞ୍ଜ କ୍ରସ ହୋମ୍‌ ହେଲଥ୍‌ ପ୍ରା. ଲିଃର ମୁଖ୍ୟ ନିର୍ବାହୀ ଶ୍ରୀ ଅଜୟ ବେହେରା କିପରି ତାଙ୍କ କାରବାର ୨୦ କୋଟି ଟଙ୍କାରେ ପହଞ୍ଚିପାରିଛି ସେଥିରେ ଥିବା ତାଙ୍କ ଅଭିଜ୍ଞତା ବ୍ୟକ୍ତ କରିଥିଲେ । ସେହିପରି ପ୍ରିଣ୍ଟଭୁ୍ୟଉ୍‌ ମ୍ୟାଜିକ୍‌ ୱାଲର୍ଡର ସିଇଓ ସିଦ୍ଧେଶ୍ୱର ପଣ୍ଡା, ନେଚର ଏସେନ୍‌ସିଆଲ୍‌ ଅଏଲ୍‌ର ଡ. ଗୀତାଞ୍ଜଳି, କେସିଙ୍ଗାର ସାତ୍ତ୍ୱିକ ଅଗ୍ରୱାଲ, ଶିବା ଗ୍ରୀନ୍‌ର ନୀଳିମା ମିଶ୍ର, ରୋବୋଟିକ୍‌ କ୍ଲାସେସ୍‌ର ସ୍ୱାତ୍ତିକ, ଅମର ଲ୍ୟାବ୍‌ର ସଲୋନୀ ପାତ୍ର, ପୋଷ୍ଟ ହାର୍ଭେଷ୍ଟ ଟେକ୍‌ନୋଲୋଜିସ୍‌ର ଭିଲା ମାର୍ଟର ପ୍ରତିଷ୍ଠାତା ଡ. ରମେଶ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ନୂତନ ଉଦ୍ୟୋଗୀ ସେମାନଙ୍କର ଉଦ୍ୟୋଗ ଯାତ୍ରାର ବିବରଣୀ ପ୍ରଦାନ କରିଥିଲେ ।

କିଟ୍‌ ଟିବିଆଇର ଡ. ମୃତୁ୍ୟଞ୍ଜୟ ସୁଆର ଷ୍ଟାର୍ଟ ଅପ୍‌ ପ୍ରତିଷ୍ଠା କାହାଣୀ ସମସ୍ତଙ୍କ ସହିତ ସହଭାଗୀ ହେବା ସହ ନିଜର କୌଶଳ ନିଜେ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ଡାଲମା ପ୍ରତିଷ୍ଠାତା ଶ୍ରୀ ଦେବାଶିଷ ପଟ୍ଟନାୟକ ନିଜ ଉଦ୍ୟୋଗ ଲୋକଲୋଚନକୁ ଆଣିବା ସହିତ ନିଜର ପ୍ରଚେଷ୍ଟା ଜାରି ରଖିବାକୁ ଆହ୍ୱାନ ଦେଇଥିଲେ । ନାଲ୍‌କୋର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତପନ କୁମାର ଚାନ୍ଦ ତାଙ୍କର ଆଲୁମିନିୟମ୍‌ ଶିଳ୍ପର ଅଭିନବୀକରଣ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଡିଜିଏମ୍‌ ଲଲାଟେନ୍ଦୁ ୨୦୨୦ ଜୁଲାଇ ୧ ତାରିଖରେ ନୂତନ ଉଦ୍ୟୋଗୀମାନଙ୍କୁ ଅଦ୍ୟାବଧି ୭୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିବା ପ୍ରକାଶ କରିଥିଲେ । ଏହି କ୍ରମରେ ପ୍ରାୟ ୩୦ ହଜାର କୋଟି ଟଙ୍କା ଋଣ ଦିଆଯିବ ବୋଲି ସେ କହିଥିଲେ । ବିଗତ ୪ ବର୍ଷରେ ନୂତନ ଉଦ୍ୟୋଗ ପ୍ରତିଷ୍ଠା କ୍ଷେତ୍ରରେ ରାଜ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହୋଇପାରିଛି ।

ଆଗାମୀ ଦିନରେ ସମସ୍ତ ଜିଲ୍ଲା ଏବଂ କ୍ଷେତ୍ରୀୟ ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକମାନେ ସେମାନଙ୍କ ଅଞ୍ଚଳରେ ନୂତନ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବାକୁ ପ୍ରମୁଖ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାସ୍ତରୀୟ ପରାମର୍ଶ କମିଟିରେ ଏ ସଂପର୍କୀୟ ବିଷୟରେ ଆଲୋଚନା କରିବାକୁ ସେ ପରାମର୍ଶ ଦେଇଥିଲେ । କେତେକ ପୁରୁଷ ଓ ମହିଳା ଉଦ୍ୟୋଗୀ ଆଲୋଚନା ଚକ୍ରରେ ସେମାନଙ୍କର ସମସ୍ୟା ଉପସ୍ଥାପନ କରିଥିଲେ, ଯାହାର ତୁରନ୍ତ ସମାଧାନ ନିମନ୍ତେ ପ୍ରମୁଖ ସଚିବ ସାହୁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ସାହୁ ସମସ୍ତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ।

ପ୍ରଶାନ୍ତ ବିଶ୍ୱାଳ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିବା ସହ ଆଲୋଚନା ଚକ୍ରକୁ ସାଫଲ୍ୟମଣ୍ଡିତ କରିଥିବାରୁ କୃତଜ୍ଞତା ଜଣାଇଥିଲେ । ଏହି ଆଲୋଚନା ଚକ୍ରରେ ଏମ୍‌ଏସ୍‌ଏମ୍‌ଇ ବିଭାଗର ପୂର୍ବତନ ସଚିବ ପଞ୍ଚାନନ ଦାଶ, ଶିଳ୍ପ ନିର୍ଦ୍ଦେଶକ ରେଘୁ ଜି., ଓଏସ୍‌ଆଇସିର ଏମ୍‌ଡି ପି.କେ. ସାହାଣୀ, ଇପିଏମ୍‌ର ନିର୍ଦ୍ଦେଶକ ଶରଣ କୁମାର ଜେନା, ସମସ୍ତ ଜିଏମ୍‌, ଡିଆଇସି, ବିଭାଗୀୟ ଅଧିକାରୀ ଏବଂ ରାଜ୍ୟର ନୂତନ ଉଦ୍ୟୋଗୀମାନେ ଯୋଗଦେଇଥିଲେ ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ରାଜ୍ୟରେ ଆଉ ଏକ ଶିଳ୍ପାଞ୍ଚଳ କ୍ଲଷ୍ଟର ପ୍ରତିଷ୍ଠା ପାଇଁ କେନ୍ଦ୍ର ଏମଏସଏମଇ ସଚିବଙ୍କ ସହିତ ଆଲୋଚନା

ଭୁବନେଶ୍ୱର,  କେନ୍ଦ୍ର ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଚିବ ବିଦ୍ୟୁତ ବିହାରୀ ସ୍ୱାଇଁଙ୍କୁ ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ନୂଆଦିଲ୍ଲୀଠାରେ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟର ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରିଥିଲେ ।

ଏହି ଅବସରରେ ସେ ଓଡ଼ିଶାରେ ‘ସ୍ପୁର୍ତ୍ତି’ ଯୋଜନା ଅଧୀନରେ ଆଉ ଏକ ଶିଳ୍ପାଞ୍ଚଳ କ୍ଲଷ୍ଟର ସ୍ଥାପନ ପାଇଁ ଅନୁରୋଧ ଜଣାଇଥିଲେ। ସେହିପରି ଏହି କ୍ଷେତ୍ରରେ ବ୍ୟାଙ୍କ ଅର୍ଥ ଲଗାଣ ପରିମାଣ ବୃଦ୍ଧି, ପିଏମ୍‌ଇଜିପି ପାଇଁ ଅଧିକ ଅର୍ଥ ଆବଣ୍ଟନ କରିବାକୁ ଏବଂ ଶିଳ୍ପାଞ୍ଚଳଗୁଡ଼ିକରେ ଭିତ୍ତିଭୂମି ବିକାଶ କରିବାକୁ ସେ କହିଥିଲେ।

ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତ ହୋଇଥିଲେ ହେଁ କେନ୍ଦ୍ର ସଚିବ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ଓଡ଼ିଶା ପ୍ରତି ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ପ୍ରକାଶ।

Categories
ଆଜିର ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଏମଏସଏମଇ ପାଇଁ 289 କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ ପାଇଁ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଏମଏସଏମଇ ପାଇଁ 289 କୋଟି 41 ଲକ୍ଷର ପ୍ୟାକେଜ ଘୋଷଣା କରାଯାଇଛି। କୋଭିଡ 19 ପାଇଁ ମଧ୍ୟମ, କ୍ଷୁଦ୍ର ଓ ଅଣୁ କ୍ଷୁଦ୍ର ଶିଳ୍ପଗୁଡିକୁ ଆର୍ଥିକ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାର ଏହି ପ୍ୟାକେଜ ଘୋଷଣା କରିଛନ୍ତି। ପ୍ୟାକେଜ ଭିତରେ ସୁଧ ରିହାତି, ସବସିଡ୍ ବ୍ୟବସ୍ଥା ଅନ୍ତର୍ଭୁକ୍ତ ରହିଛି । ମୁଖ୍ୟତଃ ମହିଳା ଓ ଦୁର୍ବଳ ଶ୍ରେଣୀର ଶିଳ୍ପୋଦ୍ୟାଗୀଙ୍କୁ ପ୍ରୋତ୍ସାହନ ବ୍ୟବସ୍ଥା ରହିଛି। ପ୍ୟାକେଜରେ ମହିଳାମାନଙ୍କ ଦ୍ବାରା ଚାଲୁଥିବା 40 ପ୍ରତିଶତ ଏମଏସଏମଇ ପାଇଁ 108 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ପ୍ୟାକେଜ ଭିତରେ ସୁଧ ରିହାତି, ଟପ୍ଅପ୍ ସବସିଡି ଆଦି ଅନ୍ତର୍ଭୁକ୍ତ ରହିଛି।

2020-21 ଆର୍ଥିକ ବର୍ଷ ପାଇଁ ପିଏମ୍‌ଇଜିପ ଅଧୀନରେ ଥିବା ଆର୍ଥିକ ଦୁର୍ବଳ ବିଭାଗ ଗୁଡିକ ପାଇଁ ଟପ୍‌ଅପ୍‌ ସବ୍‌ସିଡି ପ୍ରଦାନ କରାଯାଇଛି । ଏହି ସମସ୍ତ ବିଭାଗ ପାଇଁ 5 ପ୍ରତିଶତ ପ୍ରମୋଟର କଣ୍ଟ୍ରିବ୍ୟୁଟର ଦିଆଯାଇଛି । ଏଥିପାଇଁ 27 କୋଟି ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ  ଏହି ସହାୟତା ରାଶି ଆର୍ଥିକ ଦୁର୍ବଳ ବର୍ଗ ( ଏସ୍‌ଏସି, ଏସ୍‌ଟି, ସଂଖ୍ୟାଲଘୁ ସମ୍ପ୍ରଦାୟ/ ମହିଳା/ ଶାରିରୀକ ଅକ୍ଷମ/  ଏକ୍ସ ସର୍ଭିସ୍‌ମାନ) କ୍ଷେତ୍ର ପାଇଁ ବିଶେଷ ସାହାଯ୍ୟ କରିବ।

ସେହିପରି କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ପିଏମ୍‌ଏଫ୍‌ଇ ଅଧୀନରେ ରହିଥିବା ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ ପାଇଁ 15 ପ୍ରତିଶତ ଅତିରିକ୍ତ ଟପ୍‌ ଅପ୍‌ ସବସିଡି ଦିଆଯିବ । ଏହି ଯୋଜନା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ 60:40 ଆଧାରରେ ରହିଛି । ଏହି ଯୋଜନା 10 କୋଟିର ସବ୍‌ସିଡି ପ୍ରଦାନ କରାଯିବ। ଏଥିପାଇଁ 10 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କୋଭିଡ୍ ସହାୟତା ପ୍ୟାକେଜରେ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ମଧ୍ୟମକୁ ସହାୟତା ମିଳିବ। ଏବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ 100 କୋଟି ଟଙ୍କା ଦିଆଯିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

କତା ଓ କତା ଜାତୀୟ ସାମଗ୍ରୀ ରପ୍ତାନୀ କ୍ଷେତ୍ରରେ ଭାରତର ସର୍ବକାଳୀନ ରେକର୍ଡ

ନୂଆଦିଲ୍ଲୀ, ଭାରତ ୨୦୧୯-୨୦ ଆର୍ଥିକ ବର୍ଷରେ ୨୭୫୭.୯୦ କୋଟି ଟଙ୍କାର କତା ଓ ଅନ୍ୟାନ୍ୟ କତା ଜାତୀୟ ସାମଗ୍ରୀ ରପ୍ତାନୀ କରି ଏକ ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା କରିଛି । ୨୦୧୮-୧୯ ବର୍ଷ ତୁଳନାରେ ଏହି ରପ୍ତାନୀ ପରିମାଣ ୩୦ କୋଟି ଟଙ୍କା ଅଧିକ । ୨୦୧୯-୨୦ରେ ଭାରତ ୯,୮୮,୯୯୬ ମେଟ୍ରିକ ଟନ କତା ଓ କତା ଜାତୀୟ ସାମଗ୍ରୀ ରପ୍ତାନୀ କରିଥିବାବେଳେ ପୂର୍ବବର୍ଷ ଏହି ରପ୍ତାନୀ ପରିମାଣ ଥିଲା ୯,୬୪,୦୪୬ ମେଟ୍ରିକ ଟନ ।

ଏହି ରପ୍ତାନୀ ସାମଗ୍ରୀ ମଧ୍ୟରେ କତାଗୁଣ୍ଡ, କତା ଗାଲିଚା, କତାରେ ତିଆରି ଜିଓ ଟେକ୍ସଟାଇଲ, ଦଉଡି, ପାୱାରଲୁମ୍‌, ହ୍ୟାଣ୍ଡଲୁମ୍ ମ୍ୟାଟ୍ ଓ ପା’ପୋଛ ଆଦି ଅନ୍ତର୍ଭୁକ୍ତ । ଏହି ରପ୍ତାନୀ ଉଭୟ ପରିମାଣ ଓ ମୂଲ୍ୟ ଦୃଷ୍ଟିରୁ ରେକର୍ଡ ଛୁଇଁଛି ଏବଂ ଏଥିରେ ଭଲ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ତେବେ ହ୍ୟାଣ୍ଡଲୁମ୍ ମ୍ୟାଟ, କତା ଦଉଡି, ରବର ମିଶ୍ରିତ କତାଗୁଣ୍ଡ ଏବଂ ପାୱାରଲୁମ୍ ମ୍ୟାଟ୍ ଆଦିର ରପ୍ତାନୀ ପରିମାଣ କମିଥିଲେ ମଧ୍ୟ ମୂଲ୍ୟ ଦୃଷ୍ଟିରୁ ଏ ବାବଦ ଆୟ ବଢିଛି ।

1-କେବଳ କତା ଗୁଣ୍ଡରୁ ୧୩୪୯.୬୩ କୋଟି ଟଙ୍କା ଆୟ ହୋଇଥିବାବେଳେ ଏହା ମୋଟ କତା ଜାତୀୟ ସାମଗ୍ରୀ ରପ୍ତାନୀର ୪୯ ଭାଗ ।

2-କତା ତନ୍ତୁର ରପ୍ତାନୀ ପରିମାଣ ମୋଟ ରପ୍ତାନୀର ୧୮ ଶତାଂଶ ହୋଇଥିବାବେଳେ ଏ ବାବଦରେ ଆୟ ହୋଇଛି ୪୯୮.୪୩ କୋଟି ଟଙ୍କା ।

3-ଏହି ରପ୍ତାନୀରେ ମୂଲ୍ୟ ମିଶ୍ରିତ ସାମଗ୍ରୀର ଅଂଶ ମୋଟ ରପ୍ତାନୀର ୩୩ ଭାଗ ।

4-ମୂଲ୍ୟ ମିଶ୍ରିତ ସାମଗ୍ରୀ ମଧ୍ୟରେ ଟପ୍‌ଟେଡ ମ୍ୟାଟ୍‌ର ରପ୍ତାନୀ ସର୍ବାଧିକ ହୋଇଥିବାବେଳେ ଆୟ ଅନୁସାରେ ଏହା ୨୦ ଶତାଂଶ ।

5-ଏହି ଏକ ବର୍ଷ ମଧ୍ୟରେ କତା ଓ କତା ଜାତୀୟ ସାମଗ୍ରୀରେ ରପ୍ତାନୀରେ କୌଣସି ହ୍ରାସ ଘଟିନାହିଁ । ଏହାର ଅର୍ଥ ଏସବୁ ସାମଗ୍ରୀର ବିଦେଶୀ ବଜାର ଠିକ୍‌ଠାକ୍ ଅଛି ଏବଂ ଭାରତୀୟ ରପ୍ତାନୀକାରୀ ଓ ଉଦ୍ୟୋଗୀ ଏଥିପାଇଁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ।

6-କତା ଓ କତା ଜାତୀୟ ଦ୍ରବ୍ୟର ଘରୋଇ ବଜାର ମଧ୍ୟ ଭଲ ରହିଛି ଏବଂ ଏହା କ୍ରମଶଃ ବଢୁଛି ।

7-ଦେଶର ବିଭିନ୍ନ ବନ୍ଦର ମାଧ୍ୟମରେ ଏସବୁ ସାମଗ୍ରୀର ୯୯ ଶତାଂଶ ରପ୍ତାନୀ କରାଯାଇଛି। ଅଧିକାଂଶ ରପ୍ତାନୀ ଟୁଟିକୋରିନ୍‌, କୋଚିନ ଓ ଚେନ୍ନଇ ବନ୍ଦର ଦେଇ ହୋଇଛି । ଏହାଛଡା ବିଶାଖାପାଟଣା, ମୁମ୍ବଇ, କଲକାତା ବନ୍ଦର ଦେଇ ମଧ୍ୟ ଏହିସବୁ ସାମଗ୍ରୀ ରପ୍ତାନୀ କରାଯାଉଛି । କିଛି କତା ଓ କତା ଜାତୀୟ ସାମଗ୍ରୀ ମଧ୍ୟ କନ୍ନୁର, କୋଏମ୍ବାଟୁର ଏବଂ ରେକ୍‌ସୁଆଲରୁ ସଡକପଥରେ କେତେକ ପଡୋଶୀ ଦେଶକୁ ପଠାଯାଉଛି ।

କେଉଁ ବନ୍ଦରରୁ କେତେ କତା ଜାତୀୟ ସାମଗ୍ରୀ ରପ୍ତାନୀ କରାଯାଇଛି ତାହାର ସବିଶେଷ ବିବରଣୀ ନିମ୍ନରେ ପ୍ରଦତ୍ତ ଟେବୁଲରେ ଉଲ୍ଲେଖ କରାଯାଇଛି ।

Port-wise Export (2019-20)
Sl. No. Port/ Place of Export Qty.

(MT)

Value

(Rs. Lakhs)

1 Tuticorin 519144 122910.39
2 Cochin 217930 107023.69
3 Chennai 238970 43159.93
4 Vishakapatanam 11578 1871.26
5 Mumbai 1145 596.15
6 Kolkata 113 131.89
7 Bangalore 41 58.19
8 Others (By Road) 75 38.63
Total 988996 275790.13

Categories
ବିଶେଷ ଖବର ବ୍ୟବସାୟ

ଆଜିଠାରୁ ଆରମ୍ଭ ହେଲା ଏମଏସଏମଇର ନୂଆ ପଂଜୀକରଣ ବ୍ୟବସ୍ଥା, ଜାଣନ୍ତୁ କିପରି କରିବେ ପଂଜୀକରଣ

ଭୁବନେଶ୍ବର, କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ (ଏମଏସଏମଇ) ପକ୍ଷରୁ ପୂର୍ବର ଜୁନ 26, 2020 ତାରିଖ ଦିନ ପ୍ରକାଶିତ ବିଜ୍ଞପ୍ତିରେ କରାଯାଇଥିବା ଘୋଷଣା  ଅନୁସାରେ ଜୁଲାଇ 1, 2020 ଠାରୁ ଉଦ୍ୟୋଗଗୁଡ଼ିକର ବର୍ଗୀକରଣ ଏବଂ ପଞ୍ଜିକରଣର ନୂତନ ବ୍ୟବସ୍ଥାର ଶୁଭାରମ୍ଭ କରାଯାଉଛି। ଏଥିପାଇଁ ଗୋଟିଏ ଉଦ୍ୟୋଗକୁ ଉଦ୍ୟବ ବୋଲି ଧରାଯିବ ଏବଂ ତାହାର ପଞ୍ଜିକରଣ ପ୍ରକ୍ରିୟା “ଉଦ୍ୟମ ପଞ୍ଜିକରଣ” ନାମରେ ନାମିତ ହେବ। ଉଦ୍ୟୋଗୀମାନେ www.udyamregistration.gov.in କୁ ଯାଇ ଏହି ପଂଜୀକରଣ କରିବେ।

କିପରି ପଂଜୀକରଣ କରିବେ, କଣ ଆବଶ୍ୟକତା ରହିଛି

  • ଏମଏସଏମଇର ପଞ୍ଜିକରଣ ପ୍ରକ୍ରିୟାକୁ ସଂପୂର୍ଣ ରୂପେ ଅନଲାଇନ କରାଯାଇଛି ଏବଂ ଏହା ଆତ୍ମ ଘୋଷଣା ଆଧାରରେ ସଂପାଦନ କରାଯିବ । ଏମଏସଏମଇ ଭାବେ ପଞ୍ଜିକରଣ ହେବା ସକାଶେ କୌଣସି ନଥି କିମ୍ବା ପ୍ରମାଣପତ୍ରକୁ ଅପଲୋଡ଼ କରିବାକୁ ପଡ଼ିବନାହିଁ;
  • ଏହି ପଞ୍ଜିକରଣ ସକାଶେ ଆଧାର ନମ୍ବର ଆବଶ୍ୟକ ହେବ;
  • ପଞ୍ଜିକରଣ ପ୍ରକ୍ରିୟା ଶେଷ ହେବାପରେ ଗୋଟିଏ ପଞ୍ଜିକରଣ ନମ୍ବର ପ୍ରଦାନ କରାଯିବ;
  • ପଞ୍ଜିକରଣ ପ୍ରକ୍ରିୟା ଶେଷ ହେବା ପରେ, ଏକ ଉଦ୍ୟମ ପଞ୍ଜିକରଣ ସାର୍ଟିଫିକେଟ ଜାରି କରାଯିବ;
  • ଏହି ସାର୍ଟିଫିକେଟରେ ଏକ ଡାଇନାମିକ୍‌ କ୍ୟୁଆର କୋଡ଼ ରହିବ ଯେଉଁଥିରୁ ଆମର ୱେବ୍‌ ପେଜ୍‌ ଏବଂ ଏବଂ ସେହି ଉଦ୍ୟୋଗ ସଂପର୍କୀତ ବିସ୍ତୃତ ବିବରଣୀକୁ ଆକସେସ୍‌ କରିହେବ;
  • ଏଥିପାଇଁ ପଞ୍ଜିକରଣର ନବୀକରଣ କରିବାର ଆବଶ୍ୟକତା ନାହିଁ;
  • ସଂପୃକ୍ତ ସରକାରୀ ଡ଼ାଟା ବେସ୍‌ରୁ ଆପେ ଆପେ ଉଦ୍ୟୋଗଗୁଡ଼ିକର ନିବେଶ ଏବଂ କାରବାର ସଂପର୍କୀତ ବିସ୍ତୃତ ବିବରଣୀ ମିଳିପାରିବ;
  • ଏମଏସଏମଇ ମନ୍ତ୍ରଣାଳୟର ଅନଲାଇନ ବ୍ୟବସ୍ଥା ସଂପୂର୍ଣ୍ଣ ରୂପେ ଆୟକର ବିଭାଗ ଏବଂ ଜିଏସଟିଆଇଏନ ବ୍ୟବସ୍ଥା ସହ ସଂଯୁକ୍ତ ହୋଇ ରହିବ;
  • ଯେଉଁମାନଙ୍କର ଇଏମ-2 କିମ୍ବା ୟୁଏଏମ ପଞ୍ଜିକରଣ ଥିବ ଅଥବା ଏମଏସଏମଇ ମନ୍ତ୍ରଣାଳୟ ଅଧୀନସ୍ଥ କୌଣସି କ୍ଷମତାପ୍ରାପ୍ତ ଅଧିକାରୀ ଅନ୍ୟ ପଞ୍ଜିକରଣ ଜାରି କରିଥିବେ, ସେମାନେ ମଧ୍ୟ ପୁନଃ ପଞ୍ଜିକରଣ କରିବେ;
  • କୌଣସି ଉଦ୍ୟୋଗ ଗୋଟିଏରୁ ଅଧିକ ଉଦ୍ୟମ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ ନାହିଁ । କିନ୍ତୁ, ଗୋଟିଏପଞ୍ଜିକରଣରେ ଉତ୍ପାଦନ କିମ୍ବା ସେବା ଅଥବା ଉଭୟ ଯେତେ ସଂଖ୍ୟକ କାର୍ଯ୍ୟ ବିନିର୍ଦ୍ଦିଷ୍ଟ ଅବା ସଂଯୋଗ କରାଯାଇପାରିବ;
  • ସରକାରଙ୍କ ସରଳୀକରଣ ବ୍ୟବସ୍ଥା ଯାହାକି ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଭାବେ ସୁପରିଚିତ ଏବଂ ତାହା ଚାମ୍ପିଅନ୍ସ କଣ୍ଟ୍ରୋଲ ରୁମ୍‌ ଠାରେ ଓ ଡିଆଇସିରେ ଅବସ୍ଥାପିତ ଏହି ପ୍ରକ୍ରିୟାରେ ସେମାନେ ଲୋକମାନଙ୍କୁ ସାହାଯ୍ୟ ଯୋଗାଇଦେବେ;
  • ଏହି ପଞ୍ଜିକରଣ ସଂପୂର୍ଣ୍ଣ ଦେୟମୁକ୍ତ । ଏହି ପରିପ୍ରେକ୍ଷୀରେ କୌଣସି ମୂଲ୍ୟ କିମ୍ବା ଫିସ୍‌ ଦେବାକୁ ପଡ଼ିବନାହିଁ ।

ମନ୍ତ୍ରଣାଳୟ ପକ୍ଷରୁ ଦୃଢ଼ୋକ୍ତି ପ୍ରକଟ କରାଯାଇଛି ଯେ ଏହି ପ୍ରକ୍ରିୟା ଅତି ମାତ୍ରାରେ ସରଳ , ଅବାଧ ଏବଂ ଉଦ୍ୟୋଗୀମାନଙ୍କୁ ସହାୟକ ହେବ । ଇଜ୍‌ ଅଫ୍‌ ଡୁଇଂ ବିଜିନେଓ ପାଇଁ ଏହା ଏକ ଉଦାହରଣ ସୃଷ୍ଟି କରିବ ଯାହା କେବଳ ଭାରତ ପାଇଁ ନୁହେଁ ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଉପକାରସିଦ୍ଧ ହେବ । ଏହା କାରବାର ସମୟ ଓ ମୂଲ୍ୟ ହ୍ରାସ କରିବ । ଏହା ଦ୍ୱାରା ଉଦ୍ୟୋଗ ତଥା ଉଦ୍ୟୋଗୀମାନେ ସେମାନଙ୍କର ବାସ୍ତବ କାର୍ଯ୍ୟରେ ମନୋନିବେଶ କରିପାରିବେ ଏବଂ ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରତିଯୋଗୀତାରେ ସାମିଲ ହୋଇପାରିବେ ।

Categories
ବିଶେଷ ଖବର

କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ : ଧାନ ସମେତ 14ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ବୈଠକରେ ଜାଭଡେକରଙ୍କ ସହିତ କେନ୍ଦ୍ର ସଡ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏବଂ ନରେନ୍ଦ୍ର ସିଂ ତୋମାର ମଧ୍ୟ ଉପସ୍ଥିତ ଥିଲେ । ଏହି ପ୍ରେସ୍‌ମିଟ୍‌ରେ ଏମ୍‌ଏସ୍‌ଏମ୍‌ଇ ଏବଂ କୃଷିକ୍ଷତ୍ର ପାଇଁ ଘୋଷିତ ବିଭିନ୍ନ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଥିଲେ ।

ସେ କହିଛନ୍ତି ଯେ କୃଷକ ଓ ଛୋଟ ଉଦ୍ୟୋଗ ସମ୍ପର୍କରେ ଆଲୋଚନା ହୋଇଛି । କୃଷକଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କୃଷକଙ୍କ 3 ଲକ୍ଷ ଟଙ୍କା ଯାଏଁ ଋଣ ଉପରେ 4 ପ୍ରତିଶତରେ ପ୍ରଦାନ କରାଯିବ ଏବଂ ପ୍ରଥମ ଏକବର୍ଷ ପାଇଁ 2 ପ୍ରତିଶତ ସୁଧ ଛାଡ଼ ହେବ । ମଣ୍ଡି ଆଇନରେ ପରିବର୍ତ୍ତନ କରାଯାଇଛି । ଏହା ଫଳରେ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣା ଅଧିକ ଦେବେ ସରକାର । ଧାନ ସମେତ 14 ଟି ଫସଲର ମୂଲ୍ୟବୃଦ୍ଧି କରାଯାଇଛି । ମୂଲ୍ୟବୃଦ୍ଧି ପରେ ଧାନ କ୍ବିଣ୍ଟାଲ ମୂଲ୍ୟ 1868 ଟଙ୍କାରେ ପହଞ୍ଚିଛି । ପଶୁପାଳନ ପ୍ରୋତ୍ସାହନ ପାଇଁ 15ହଜାର କୋଟି ସହାୟତା ଘୋଷଣା କରାଯାଇଥିବା ବେଳେ ମତ୍ସ୍ୟଚାଷୀକୁ ପ୍ରୋତ୍ସାହନ ପାଇଁ 20 ହଜାର କୋଟି ଟଙ୍କା ଘୋଷଣା କରାଯାଇଛି ।

ସେହିଭଳି ସଙ୍କଟମୟ ପରସ୍ଥିତି ଦେଇ ଗତି କରୁଥିବା ଏମଏସଏମଇକୁ ଋଣ ଦେବା ପାଇଁ ବିଭିନ୍ନ ସରଳୀକରଣ ବ୍ୟବସ୍ଥା କରାଯାଇଛି । ଏମଏସଇ କ୍ଷେତ୍ର ନିମନ୍ତେ 3 ଲକ୍ଷ କୋଟି ଋଣ ଦେବା ଯୋଜନା ହୋଇଛି । ପ୍ରାୟ 6 କୋଟି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଏହା ଦ୍ବାରା ଲାଭବାନ ହେବେ । ସେହିପରି ପ୍ରଧାନମନ୍ତ୍ରୀ ସ୍ବ ନିଧି ଯୋଜନାରେ ଉଠା ଦୋକାନୀଙ୍କୁ 10 ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ ବ୍ୟବସ୍ଥା କରାଯାଇଛି ।

Categories
ବିଶେଷ ଖବର

ଆତ୍ମନିର୍ଭରଶୀଳ ଭାରତ ଯୋଜନା : ପ୍ରଥମ ଦିନରେ 5.9 ଲକ୍ଷ କୋଟିର ପ୍ୟାକେଜ୍‌

ନୂଆଦିଲ୍ଲୀ : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ 20 ଲକ୍ଷ କୋଟିର ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ପ୍ରେସ୍‌ମିଟ୍‌ କରି 20 ଲକ୍ଷ ପୁଞ୍ଜିନିବେଶ ଯୋଜନା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ଆତ୍ମନିର୍ଭରଶୀଳ ଭାରତ ଯୋଜନାରେ ଘୋଷିତ ଏହି ଅର୍ଥରାଶି ସମ୍ପର୍କରେ ଆଜି ଘୋଷଣା କରାଯାଇଛି । ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅର୍ଥ ସଚିବ ପ୍ରମୁଖ ଏହି ପ୍ରେସ୍‌ ମିଟ୍‌ରେ ଯୋଗ ଦେଇଥିଲେ । ପ୍ରଥମ ଦିନରେ ସମୁଦାୟ 5.9 ଲକ୍ଷ କୋଟିର ପ୍ୟାକେଜ୍‌ ସମ୍ପର୍କରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ପ୍ରଥମ ଦିନରେ ଏମ୍‌ଏସ୍‌ଏମ୍‌ଇ, ଇପିଏଫ୍‌, ଫାଇନାନ୍ସ, ବିଦ୍ୟୁତ୍‌ ଶିଳ୍ପ ଏବଂ ଆୟକରରେ ମିଳିବାକୁ ଥିବା ଫାଇଦା ସମ୍ପର୍କରେ ଘୋଷଣା କରାଯାଇଛି । ଏମଏସ୍‌ଏମ୍‌ଇ ପାଇଁ 3 ଲକ୍ଷ 70 ହଜାର କୋଟିର ଘୋଷଣା କରାଯାଇଥିବା ବେଳେ ଇପିଏଫ୍‌ ଧାରକଙ୍କ ପାଇଁ 50 ହଜାର କୋଟି ଏବଂ ଫାଇନାନ୍ସ ଓ ଏନ୍‌ବିଏଫ୍‌ସି ପାଇଁ 30 ହଜାର କୋଟିର ଅର୍ଥରାଶି ଘୋଷଣା କରାଯାଇଛି । ବିଦ୍ୟୁତ୍‌ ଶିଳ୍ପ ପାଇଁ 90 ହଜାର କୋଟିର ଘୋଷଣା କରାଯାଇଥିବା ବେଳେ ଆୟକରରେ 50 ହଜାର କୋଟିର ରିହାତି ସମ୍ପର୍କରେ ଘୋଷଣା କରାଯାଇଛି ।

କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ସୁଧାର ପାଇଁ ସରକାର 6ଟି ପଦକ୍ଷେପ ଗ୍ରହଣ କରାଯାଇଛି । ଅକ୍ଟୋବର 31 ପର୍ଯ୍ୟନ୍ତ ବିଭିନ୍ନ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ବିନା କୌଣସି ଗ୍ୟାରେଣ୍ଟୀରେ 3 ଲକ୍ଷ କୋଟିର ଋଣ ପ୍ରଦାନ କରାଯିବ । ଏହି ଯୋଜନା 45 ଲକ୍ଷ ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌ ଲାଭବାନ ହେବ । 100 କୋଟିର ଟର୍ଣ୍ଣ ଓଭରର ଏମ୍‌ଏସ୍‌ଏମ୍‌ଇ କମ୍ପାନୀକୁ ମଧ୍ୟ ଋଣ ପ୍ରଦାନ ବ୍ୟବସ୍ଥାକୁ ସହଜ କରାଯାଇଛି । 4 ବର୍ଷ ପାଇଁ ଏହି ଋଣ ପ୍ରଦାନ କରାଯାଇଥିବା ବେଳେ ଏକ ବର୍ଷ ପର୍ଯ୍ୟନ୍ତ ମୂଳଧନ ଶୁଝିବାକୁ ପଡିବ ନାହିଁ । ଏନ୍‌ପିଏ ଦ୍ବାରା ପ୍ରପୀଡିତ ଏମ୍‌ଏସ୍‌ଏମ୍‌ଇ ନିମନ୍ତେ 20 ହଜାର କୋଟିର ବ୍ୟବସ୍ଥା କରାଯାଇଥିବା ନେଇ ନିର୍ମଳା ସୂଚନା ଦେଇଥିଲେ । ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ 50 ହଜାର କୋଟିର ଇକ୍ବିଟି ଫଣ୍ଡ ନେଇ ମଧ୍ୟ ଘୋଷଣା କରାଯାଇଛି । ସଫଳ ଏମ୍‌ଏସ୍‌ଏମ୍‌ଇ ଗୁଡିକୁ ସଫଳତମ କରିବାରେ ଏହା ସହାୟକ ହେବ ବୋଲି ସୀତାରମଣ ପ୍ରକାଶ କରିଥିଲେ । ଏହା ସହିତ ସରକାରଙ୍କ ପକ୍ଷରୁ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପର ପରିଭାଷା ବଦଳା ଯାଇଛି । ପୂର୍ବରୁ 25 ଲକ୍ଷରୁ କମ୍‌ ନିବେଶକୁ କ୍ଷୁଦ୍ର ଶିଳ୍ପ ବର୍ଗରେ ରଖାଯାଇଥିବା ବେଳେ ଏହାକୁ 1 କୋଟିକୁ ବୃଦ୍ଧି କରାଯାଇଛି । 200 କୋଟିରୁ କମ୍‌ର ସରକାରୀ ଟେଣ୍ଡରକୁ ଗ୍ଲୋବାଲ୍‌ ଟେଣ୍ଡର କରାଯିବ ନାହିଁ । କେବଳ ଭାରତୀୟ ଏମ୍‌ଏସ୍‌ଏମ୍‌ଇ ଏହି ଟେଣ୍ଡରରେ ଅଂଶଗ୍ରହଣ କରିବେ । ସେହିପରି କୋଭିଡ୍‌-19 ସମୟରେ ଦେଖାଯାଇଥିବା ସଙ୍କଟ କାରଣରୁ ଏମ୍‌ଏସ୍‌ଏମ୍‌ଇ ଶିଳ୍ପକୁ ଅନ୍‌ଲାଇନ୍‌ କରାଯିବ । ସେହିପରି ଏହି ଶିଳ୍ପରେ ବକେୟା ରହିଥିବା ସରକାରୀ ରାଶି ଆସନ୍ତା 45 ଦିନ ମଧ୍ୟରେ ପ୍ରଦାନ କରାଯିବ ।

ଲକ୍‌ଡାଉନ୍‌ କାରଣରୁ ଦେଶରେ ସମସ୍ତଙ୍କ ବେତନ ଉପରେ ଏହାର ପ୍ରଭାବ ପଡିବାକୁ ଯାଇଛି । ଏଥିପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିରେ ସରକାର ସହାୟତା ରାଶି ଘୋଷଣା କରିଛନ୍ତି । ପୂର୍ବରୁ କମ୍ପାନୀକୁ 12 ପ୍ରତିଶତ ଇପିଏଫ୍‌ ରାଶି ପ୍ରଦାନ କରାଯାଉଥିବା ବେଳେ ସରକାର ଏହାକୁ 10 ପ୍ରତିଶତକୁ ହ୍ରାସ କରିଛନ୍ତି । ବଳକା ରାଶି ସରକାର ପ୍ରଦାନ କରିବେ । ଏହି ଯୋଜନାରେ ସରକାର 6750 କୋଟିର ସହାୟତା ଘୋଷଣା କରାଯାଇଛି ଏବଂ ଏହା ଦ୍ବାରା କର୍ମଚାରୀଙ୍କ ହାତକୁ ଅଧିକ ଦରମା ଆସିବ । 15 ହଜାରରୁ କମ୍‌ ବେତନ ପାଉଥିବା କର୍ମଚାରୀଙ୍କୁ ସରକାର ଏହି ଯୋଜନାରେ ସାମିଲ କରିଥିବା ବେଳେ ପିଏସ୍‌ୟୁ ଗୁଡିକୁ ଏଥିରୁ ବାଦ ଦିଆଯାଇଛି । 72 ଲକ୍ଷ କର୍ମଚାରୀ ଏହାଦ୍ବାରା ଲାଭବାନ ହେବ । ଏନ୍‌ବିଏଫ୍‌ସି, ହାଉସିଂ ଏବଂ ଫାଇନାନ୍ସ କ୍ଷେତ୍ର ପାଇଁ 30 ହଜାର କୋଟିର ଋଣ ଘୋଷଣା କରାଯାଇଛି ।

ବିଭିନ୍ନ ରାଜ୍ୟରେ ବିଦ୍ୟୁତ୍‌ ସେବାକୁ ନିଃଶୁଳ୍କ କରାଯାଇଥିବା ବେଳେ ଏହାର ପ୍ରଭାବ ବିଦ୍ୟୁତ ବିତରଣ କମ୍ପାନୀ ଉପରେ ପଡିବାକୁ ଯାଉଛି । ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ 90 ହଜାର କୋଟିର ନିବେଶର ବ୍ୟବସ୍ଥା କରାଯାଇଛି । ସେହିପରି ଦେଶ ବ୍ୟାପୀ ସମସ୍ତ ଠିକାଦାରଙ୍କୁ ରିହାତି ପ୍ରଦାନ କରାଯାଇଛି । ପ୍ରାୟ 6 ମାସ ପର୍ଯ୍ୟନ୍ତ ବିଭିନ୍ନ ଠିକାଦାରଙ୍କୁ ରିହାତି ପ୍ରଦାନ କରାଯିବ । ଏହା ସହିତ ଠିକାଦାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଗ୍ୟାରେଣ୍ଟୀ ଅର୍ଥକୁ ଆଂଶିକ ଭାବରେ ଫେରସ୍ତ କରାଯିବ ଯାହାଦ୍ବାରା ଠିକାଦାରଙ୍କ ନିକଟରେ ଆବଶ୍ୟକୀୟ ଅର୍ଥ ରହିବ । ସେହିପରି କୋଭିଡ୍‌-19 ପ୍ରଭାବରେ ରିଅଲ୍‌ ଇଷ୍ଟେଟ୍‌ ମଧ୍ୟ ପ୍ରଭାବିତ ହୋଇଛି । ତେଣୁ ସମସ୍ତ ପଞ୍ଜୀକରଣକୁ 6 ମାସ ପର୍ଯ୍ୟନ୍ତ ଘୁଞ୍ଚାଇବା ନିମନ୍ତେ ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆୟକରରେ ସାଧାରଣ ଲୋକଙ୍କୁ 25 ପ୍ରତିଶତର ରିହାତି ପ୍ରଦାନ କରାଯାଇଛି । ବେତନଧାରୀ ଏବଂ ଅଣବେତନଧାରୀ ଏଥିରୁ ଲାଭବାନ ହୋଇପାରିବେ । ଏହାଦ୍ବାରା ସାଧାରଣ ଜନତାଙ୍କୁ 50 ହଜାର କୋଟିର ଲାଭ ମିଳିବ ବୋଲି କୁହାଯାଇଛି । ସେହିପରି ଆୟକର ଦାଖଲର ସମୟସୀମାକୁ ମଧ୍ୟ ବୃଦ୍ଧି କରାଯାଇଛି । ପୂର୍ବରୁ ଏହାକୁ ସେପ୍ଟେମ୍ବର 13 ରଖାଯାଇଥିବା ବେଳେ ବର୍ତ୍ତମାନ ଏହାକୁ ନଭେମ୍ବର 31କୁ ଘୁଞ୍ଚାଇ ଦିଆଯାଇଛି ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ପୁନରୁଦ୍ଧାର ପାଇଁ 3 ଲକ୍ଷ 70 ହଜାର କୋଟି

ନୂଆଦିଲ୍ଲୀ : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ 20 ଲକ୍ଷ କୋଟିର ସହାୟତା ରାଶି ଘୋଷଣା କରାଯାଇଥିଲା । ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ପ୍ରେସ୍‌ମିଟ୍‌ କରି 20 ଲକ୍ଷ ପୁଞ୍ଜିନିବେଶ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅର୍ଥ ସଚିବ ପ୍ରମୁଖ ଏହି ପ୍ରେସ୍‌ ମିଟ୍‌ରେ ଯୋଗ ଦେଇଥିଲେ । ଇଂରାଜୀ ସହିତ ଚାରି ଦକ୍ଷିଣ ଭାରତୀୟ ଭାଷାରେ ଆତ୍ମନିର୍ଭର ଭାରତ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କ ପାଖରେ ଏକ ସୁଯୋଗ ଦେଖୁଛନ୍ତି ବୋଲି ସୀତାରମଣ ମତ ଦେଇଥିଲେ । ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ଏହି ପ୍ରଧାନମନ୍ତ୍ରୀ ଏହି ପ୍ୟାକେଜର ଘୋଷଣା କରିଛନ୍ତି ଏବଂ ଲୋକାଲ୍ ବ୍ରାଣ୍ଡକୁକୁ ବିଶ୍ୱ ସମ୍ମୁଖକୁ ଆଣିବାକୁ ହେବ ବୋଲି ନିର୍ମଳା ମତ ଦେଇଥିଲେ । ବଜେଟ ପରେ ତୁରନ୍ତ କରୋନା ବିସ୍ଫୋରଣ ହୋଇଥିଲା। ଏହାପରେ 79 କୋଟି ଟଙ୍କା ଗରିବ ଲୋକ ଆକାଉଣ୍ଟରେ ଦିଆଯାଇଥିଲା ବୋଲି ସୀତାରମଣ ସୂଚନା ଦେଇଥିଲେ ।

କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ସୁଧାର ପାଇଁ ସରକାର 6ଟି ପଦକ୍ଷେପ ଗ୍ରହଣ କରାଯାଇଛି । ଅକ୍ଟୋବର 31 ପର୍ଯ୍ୟନ୍ତ ବିଭିନ୍ନ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ବିନା କୌଣସି ଗ୍ୟାରେଣ୍ଟୀରେ 3 ଲକ୍ଷ କୋଟିର ଋଣ ପ୍ରଦାନ କରାଯିବ । ଏହି ଯୋଜନା 45 ଲକ୍ଷ ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌ ଲାଭବାନ ହେବ । 100 କୋଟିର ଟର୍ଣ୍ଣ ଓଭରର ଏମ୍‌ଏସ୍‌ଏମ୍‌ଇ କମ୍ପାନୀକୁ ମଧ୍ୟ ଋଣ ପ୍ରଦାନ ବ୍ୟବସ୍ଥାକୁ ସହଜ କରାଯାଇଛି । 4 ବର୍ଷ ପାଇଁ ଏହି ଋଣ ପ୍ରଦାନ କରାଯାଇଥିବା ବେଳେ ଏକ ବର୍ଷ ପର୍ଯ୍ୟନ୍ତ ମୂଳଧନ ଶୁଝିବାକୁ ପଡିବ ନାହିଁ । ଏନ୍‌ପିଏ ଦ୍ବାରା ପ୍ରପୀଡିତ ଏମ୍‌ଏସ୍‌ଏମ୍‌ଇ ନିମନ୍ତେ 20 ହଜାର କୋଟିର ବ୍ୟବସ୍ଥା କରାଯାଇଥିବା ନେଇ ନିର୍ମଳା ସୂଚନା ଦେଇଥିଲେ । ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ 50 ହଜାର କୋଟିର ଇକ୍ବିଟି ଫଣ୍ଡ ନେଇ ମଧ୍ୟ ଘୋଷଣା କରାଯାଇଛି । ସଫଳ ଏମ୍‌ଏସ୍‌ଏମ୍‌ଇ ଗୁଡିକୁ ସଫଳତମ କରିବାରେ ଏହା ସହାୟକ ହେବ ବୋଲି ସୀତାରମଣ ପ୍ରକାଶ କରିଥିଲେ । ଏହା ସହିତ ସରକାରଙ୍କ ପକ୍ଷରୁ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପର ପରିଭାଷା ବଦଳା ଯାଇଛି । ପୂର୍ବରୁ 25 ଲକ୍ଷରୁ କମ୍‌ ନିବେଶକୁ କ୍ଷୁଦ୍ର ଶିଳ୍ପ ବର୍ଗରେ ରଖାଯାଇଥିବା ବେଳେ ଏହାକୁ 1 କୋଟିକୁ ବୃଦ୍ଧି କରାଯାଇଛି । 200 କୋଟିରୁ କମ୍‌ର ସରକାରୀ ଟେଣ୍ଡରକୁ ଗ୍ଲୋବାଲ୍‌ ଟେଣ୍ଡର କରାଯିବ ନାହିଁ । କେବଳ ଭାରତୀୟ ଏମ୍‌ଏସ୍‌ଏମ୍‌ଇ ଏହି ଟେଣ୍ଡରରେ ଅଂଶଗ୍ରହଣ କରିବେ । ସେହିପରି କୋଭିଡ୍‌-19 ସମୟରେ ଦେଖାଯାଇଥିବା ସଙ୍କଟ କାରଣରୁ ଏମ୍‌ଏସ୍‌ଏମ୍‌ଇ ଶିଳ୍ପକୁ ଅନ୍‌ଲାଇନ୍‌ କରାଯିବ । ସେହିପରି ଏହି ଶିଳ୍ପରେ ବକେୟା ରହିଥିବା ସରକାରୀ ରାଶି ଆସନ୍ତା 45 ଦିନ ମଧ୍ୟରେ ପ୍ରଦାନ କରାଯିବ ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କରୋନାରେ ଅର୍ଥନୈତିକ ମୁକାବିଲା ପାଇଁ ଦିଦିଙ୍କର 1.52 ଲକ୍ଷ କୋଟିର ଘୋଷଣା ପ୍ୟାକେଜ୍‌

କୋଲକାତା : କରୋନା ସମୟରେ ଘଟିଥିବା ଅର୍ଥନୈତିକ ସ୍ଥାଣୁତାର ମୁକାବିଲା କରିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ 1.52 ଲକ୍ଷ କୋଟିର ପ୍ୟାକେଜ୍‌ ଘୋଷଣା କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଦିନ ଏହି 1.52 ଲକ୍ଷ କୋଟିର ପ୍ୟାକେଜ୍‌ ଘୋଷଣା କରିଛନ୍ତି । ଅର୍ଥନୈତିକ ପୁନରୁତ୍ଥାନ ପାଇଁ ଏହି ପ୍ୟାକେଜ୍‌ ଘୋଷଣା କରାଯାଇଛି । ଆସନ୍ତା 6 ମାସ ମଧ୍ୟରେ ବିଭିନ୍ନ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପର ପୁନରୁତ୍ଥାନ ପାଇଁ ଏହି ଅର୍ଥ ବିନିଯୋଗ କରାଯିବ ବୋଲି ମମତା ସୂଚନା ଦେଇଛନ୍ତି । ଅର୍ଥନୈତିକ ସଚିବଙ୍କ ନେତୃତ୍ବରେ ଗଠିତ ଟାସ୍କ ଫୋର୍ସ ଏହି ଯୋଜନାର ତଦାରଖ କରିବ । (ଏଜେନ୍ସି)

Categories
ବିଶେଷ ଖବର

ରାଉରକେଲାରେ ହେବ ଦୁଇଶହ କୋଟିର ବିଶ୍ବସ୍ତରୀୟ ଟୁଲରୁମ ପ୍ରଶିକ୍ଷଣ କେନ୍ଦ୍ର, ଉପକୂଳ ଓଡିଶାରେ 6 ହଜାର ଏକରର ଆକ୍ବାକଲଚର ପ୍ରକଳ୍ପ

ଭୁବନେଶ୍ବର, ଖୁବ ଶିଘ୍ର ରାଉରକେଲାରେ ପ୍ରତିଷ୍ଠା ହେବ ବିଶ୍ବସ୍ତରୀୟ ଟୁଲରୁମ ଏବଂ ପ୍ରଶିକ୍ଷଣ କେନ୍ଦ୍ର। ଏଥିପାଇଁ ପ୍ରାୟ 200 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ରାଜ୍ୟ ସରକାର ଜମି ଯୋଗାଇଦେଲେ ଏହାର କାମ ଆରମ୍ଭ ହେବ। ଆଜି କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ପ୍ରସ୍ତାବ ଦେଇଛନ୍ତି। ରାଉରକେଲାରେ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ରକଳ୍ପ ସଂପୂର୍ଣ୍ଣ ଭାବେ କେନ୍ଦ୍ର ସରକାର ସହଯୋଗରେ ହେବ। ରାଜ୍ୟ ସରକାର କେବଳ ଜମି ଯୋଗାଇଦେବେ।

ଏଥିସହିତ ଓଡିଶାରେ 4ଟି ଟୁଲରୁମର ସଂପ୍ରସାରିତ ଶାଖା ମଧ୍ୟ ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ଏହି 4ଟି ଶାଖା ବ୍ରହ୍ମପୁର, କେଉଁଝର, କଳାହାଣ୍ଡି ଏବଂ ବାଲେଶ୍ବରରେ ପ୍ରତିଷ୍ଠା କରାଯିବ। ଏଥିପାଇଁ 20 କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ ଓଡିଶାକୁ 45ଟି ଏମଏସଏମଇ କ୍ଲଷ୍ଟର ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ସାରା ଦେଶରେ 226ଟି କ୍ଲଷ୍ଟର କରାଯିବାକୁ ଥିବା ବେଳେ ଓଡିଶାରେ 45 ଟି କରାଯିବ। ସେଥିପାଇଁ ରାଜ୍ୟ ସରକାରଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଷଡଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି।

ତେବେ ଆଉ ଏକ ବଡ ପ୍ରକଳ୍ପ ଓଡିଶା ପାଇଁ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପରୋକ୍ଷରେ ସୂଚନା ଦେଇଥିଲେ। ତାହା ହେଲା ଓଡିଶାର ଉପକୂଳ ଜିଲ୍ଲାର କୌଣସି ଏକ ସ୍ଥାନରେ କରାଯିବ ଲୁଣି ଆକ୍ବାକଲଚର ପ୍ରକଳ୍ପ। ଏଥିପାଇଁ ପ୍ରାୟ 6700 ଏକର ପରିମିତ ସ୍ଥାନର ଆବଶ୍ୟକତା ରହିଛି। ଉପକୂଳ ଅଞ୍ଚଳରେ ଥିବା ଅବ୍ୟବହୃତ ସ୍ଥାନ ରାଜ୍ୟ ସରକାର ଯୋଗାଇ ଦେଲେ ତାହାର କାମ ମଧ୍ୟ ଆରମ୍ଭ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଥିଲେ। ଏହି ପ୍ରକଳ୍ପ ଦ୍ବାରା କ୍ଷୁଦ୍ର ଓ ମଧ୍ୟମ ମତ୍ସ୍ୟଚାଷୀ ଉପକୃତ ହୋଇପାରିବେ।

ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ସହ 5ଟି ସଚିବ ଭି କେ ପାଣ୍ଡିୟାନ ଏବଂ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଠା ଆର କେ ବାଳକୃଷ୍ଣନ ମଧ୍ୟ ଭାଗ ନେଇଥିଲେ।