Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଉରକେଲାରେ ହେବ ଦୁଇଶହ କୋଟିର ବିଶ୍ବସ୍ତରୀୟ ଟୁଲରୁମ ପ୍ରଶିକ୍ଷଣ କେନ୍ଦ୍ର, ଉପକୂଳ ଓଡିଶାରେ 6 ହଜାର ଏକରର ଆକ୍ବାକଲଚର ପ୍ରକଳ୍ପ
ବିଶେଷ ଖବର

ରାଉରକେଲାରେ ହେବ ଦୁଇଶହ କୋଟିର ବିଶ୍ବସ୍ତରୀୟ ଟୁଲରୁମ ପ୍ରଶିକ୍ଷଣ କେନ୍ଦ୍ର, ଉପକୂଳ ଓଡିଶାରେ 6 ହଜାର ଏକରର ଆକ୍ବାକଲଚର ପ୍ରକଳ୍ପ

February 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଖୁବ ଶିଘ୍ର ରାଉରକେଲାରେ ପ୍ରତିଷ୍ଠା ହେବ ବିଶ୍ବସ୍ତରୀୟ ଟୁଲରୁମ ଏବଂ ପ୍ରଶିକ୍ଷଣ କେନ୍ଦ୍ର। ଏଥିପାଇଁ ପ୍ରାୟ 200 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ରାଜ୍ୟ ସରକାର ଜମି ଯୋଗାଇଦେଲେ ଏହାର କାମ ଆରମ୍ଭ ହେବ। ଆଜି କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ପ୍ରସ୍ତାବ ଦେଇଛନ୍ତି। ରାଉରକେଲାରେ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ରକଳ୍ପ ସଂପୂର୍ଣ୍ଣ ଭାବେ କେନ୍ଦ୍ର ସରକାର ସହଯୋଗରେ ହେବ। ରାଜ୍ୟ ସରକାର କେବଳ ଜମି ଯୋଗାଇଦେବେ।

ଏଥିସହିତ ଓଡିଶାରେ 4ଟି ଟୁଲରୁମର ସଂପ୍ରସାରିତ ଶାଖା ମଧ୍ୟ ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ଏହି 4ଟି ଶାଖା ବ୍ରହ୍ମପୁର, କେଉଁଝର, କଳାହାଣ୍ଡି ଏବଂ ବାଲେଶ୍ବରରେ ପ୍ରତିଷ୍ଠା କରାଯିବ। ଏଥିପାଇଁ 20 କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ ଓଡିଶାକୁ 45ଟି ଏମଏସଏମଇ କ୍ଲଷ୍ଟର ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ସାରା ଦେଶରେ 226ଟି କ୍ଲଷ୍ଟର କରାଯିବାକୁ ଥିବା ବେଳେ ଓଡିଶାରେ 45 ଟି କରାଯିବ। ସେଥିପାଇଁ ରାଜ୍ୟ ସରକାରଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଷଡଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି।

ତେବେ ଆଉ ଏକ ବଡ ପ୍ରକଳ୍ପ ଓଡିଶା ପାଇଁ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପରୋକ୍ଷରେ ସୂଚନା ଦେଇଥିଲେ। ତାହା ହେଲା ଓଡିଶାର ଉପକୂଳ ଜିଲ୍ଲାର କୌଣସି ଏକ ସ୍ଥାନରେ କରାଯିବ ଲୁଣି ଆକ୍ବାକଲଚର ପ୍ରକଳ୍ପ। ଏଥିପାଇଁ ପ୍ରାୟ 6700 ଏକର ପରିମିତ ସ୍ଥାନର ଆବଶ୍ୟକତା ରହିଛି। ଉପକୂଳ ଅଞ୍ଚଳରେ ଥିବା ଅବ୍ୟବହୃତ ସ୍ଥାନ ରାଜ୍ୟ ସରକାର ଯୋଗାଇ ଦେଲେ ତାହାର କାମ ମଧ୍ୟ ଆରମ୍ଭ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଥିଲେ। ଏହି ପ୍ରକଳ୍ପ ଦ୍ବାରା କ୍ଷୁଦ୍ର ଓ ମଧ୍ୟମ ମତ୍ସ୍ୟଚାଷୀ ଉପକୃତ ହୋଇପାରିବେ।

ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ସହ 5ଟି ସଚିବ ଭି କେ ପାଣ୍ଡିୟାନ ଏବଂ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଠା ଆର କେ ବାଳକୃଷ୍ଣନ ମଧ୍ୟ ଭାଗ ନେଇଥିଲେ।

MSME pratapsarangi
Share. Facebook Twitter LinkedIn Email WhatsApp Copy Link

Related Posts

ଫେରିଲା ୨୫୦ କୋଟିର ଶ୍ରୀମନ୍ଦିର ଜମି

November 27, 2026

IPL 2027: ରୋହିତ ଶର୍ମା ପୁଣି ହେଲେ Mumbai Indians ର ଅଧିନାୟକ

November 27, 2026

ପରିସୀମନ ବିଲ୍ କୁ ସମର୍ଥନ କରିବ ଡିଏମକେ!: ରଖିଲା ସର୍ତ୍ତ

November 27, 2026

ପରିସୀମନ ବିଲ୍ କୁ ସମର୍ଥନ କରିବେ କି ନବୀନ ପଟ୍ଟନାୟକ?: ସ୍ପଷ୍ଟ କଲେ ବିଜେଡି ନେତା

November 27, 2026
Latest News

କଟକରେ ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ: ମନ୍ଦିର ପିଣ୍ଡାରେ ପିଟିପିଟି ହତ୍ୟା, ପୁଲିସ କନଷ୍ଟେବଳଙ୍କ ସମେତ ୫ରୁ ଊର୍ଦ୍ଧ୍ୱ ଆହତ

November 28, 2026

ମହିଳା ଆଇଏଏସ୍‌ଙ୍କୁ ଅସଦାଚରଣ: ଗିରଫ ହେଲେ TVK ବିଧାୟକ ଅରୁଲ ଭିଗ୍ନେଶ

November 27, 2026

ବରଗଡ଼ରେ ଧନୁଯାତ୍ରା ପ୍ରସ୍ତୁତି ଜୋରଦାର, କଂସ ଭୂମିକାରେ ନୂଆ ଚେହେରା

November 27, 2026

ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ବଡ଼ ଖବର: ବଢ଼ିଲା ଦରମା, ଅବସରକାଳୀନ ସହାୟତା ୩ ଲକ୍ଷ ଟଙ୍କା

November 27, 2026

ଆଣ୍ଡାମାନରେ ଶିକ୍ଷକଙ୍କୁ ଭାରତୀୟ ଜ୍ଞାନ ପରଂପରା ଉପରେ ପ୍ରଶିକ୍ଷଣ

November 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.