Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜିଠାରୁ ଆରମ୍ଭ ହେଲା ଏମଏସଏମଇର ନୂଆ ପଂଜୀକରଣ ବ୍ୟବସ୍ଥା, ଜାଣନ୍ତୁ କିପରି କରିବେ ପଂଜୀକରଣ
ବିଶେଷ ଖବର

ଆଜିଠାରୁ ଆରମ୍ଭ ହେଲା ଏମଏସଏମଇର ନୂଆ ପଂଜୀକରଣ ବ୍ୟବସ୍ଥା, ଜାଣନ୍ତୁ କିପରି କରିବେ ପଂଜୀକରଣ

July 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏମଏସଏମଇ
ଇସିଏଲଜିଏସ ୫.୦: ଅଧିକ ପ୍ରୋତ୍ସାହନ ସହ ଏମଏସଏମଇଗୁଡ଼ିକର ହେବ ସଶକ୍ତିକରଣ

ଭୁବନେଶ୍ବର, କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ (ଏମଏସଏମଇ) ପକ୍ଷରୁ ପୂର୍ବର ଜୁନ 26, 2020 ତାରିଖ ଦିନ ପ୍ରକାଶିତ ବିଜ୍ଞପ୍ତିରେ କରାଯାଇଥିବା ଘୋଷଣା  ଅନୁସାରେ ଜୁଲାଇ 1, 2020 ଠାରୁ ଉଦ୍ୟୋଗଗୁଡ଼ିକର ବର୍ଗୀକରଣ ଏବଂ ପଞ୍ଜିକରଣର ନୂତନ ବ୍ୟବସ୍ଥାର ଶୁଭାରମ୍ଭ କରାଯାଉଛି। ଏଥିପାଇଁ ଗୋଟିଏ ଉଦ୍ୟୋଗକୁ ଉଦ୍ୟବ ବୋଲି ଧରାଯିବ ଏବଂ ତାହାର ପଞ୍ଜିକରଣ ପ୍ରକ୍ରିୟା “ଉଦ୍ୟମ ପଞ୍ଜିକରଣ” ନାମରେ ନାମିତ ହେବ। ଉଦ୍ୟୋଗୀମାନେ www.udyamregistration.gov.in କୁ ଯାଇ ଏହି ପଂଜୀକରଣ କରିବେ।

କିପରି ପଂଜୀକରଣ କରିବେ, କଣ ଆବଶ୍ୟକତା ରହିଛି

  • ଏମଏସଏମଇର ପଞ୍ଜିକରଣ ପ୍ରକ୍ରିୟାକୁ ସଂପୂର୍ଣ ରୂପେ ଅନଲାଇନ କରାଯାଇଛି ଏବଂ ଏହା ଆତ୍ମ ଘୋଷଣା ଆଧାରରେ ସଂପାଦନ କରାଯିବ । ଏମଏସଏମଇ ଭାବେ ପଞ୍ଜିକରଣ ହେବା ସକାଶେ କୌଣସି ନଥି କିମ୍ବା ପ୍ରମାଣପତ୍ରକୁ ଅପଲୋଡ଼ କରିବାକୁ ପଡ଼ିବନାହିଁ;
  • ଏହି ପଞ୍ଜିକରଣ ସକାଶେ ଆଧାର ନମ୍ବର ଆବଶ୍ୟକ ହେବ;
  • ପଞ୍ଜିକରଣ ପ୍ରକ୍ରିୟା ଶେଷ ହେବାପରେ ଗୋଟିଏ ପଞ୍ଜିକରଣ ନମ୍ବର ପ୍ରଦାନ କରାଯିବ;
  • ପଞ୍ଜିକରଣ ପ୍ରକ୍ରିୟା ଶେଷ ହେବା ପରେ, ଏକ ଉଦ୍ୟମ ପଞ୍ଜିକରଣ ସାର୍ଟିଫିକେଟ ଜାରି କରାଯିବ;
  • ଏହି ସାର୍ଟିଫିକେଟରେ ଏକ ଡାଇନାମିକ୍‌ କ୍ୟୁଆର କୋଡ଼ ରହିବ ଯେଉଁଥିରୁ ଆମର ୱେବ୍‌ ପେଜ୍‌ ଏବଂ ଏବଂ ସେହି ଉଦ୍ୟୋଗ ସଂପର୍କୀତ ବିସ୍ତୃତ ବିବରଣୀକୁ ଆକସେସ୍‌ କରିହେବ;
  • ଏଥିପାଇଁ ପଞ୍ଜିକରଣର ନବୀକରଣ କରିବାର ଆବଶ୍ୟକତା ନାହିଁ;
  • ସଂପୃକ୍ତ ସରକାରୀ ଡ଼ାଟା ବେସ୍‌ରୁ ଆପେ ଆପେ ଉଦ୍ୟୋଗଗୁଡ଼ିକର ନିବେଶ ଏବଂ କାରବାର ସଂପର୍କୀତ ବିସ୍ତୃତ ବିବରଣୀ ମିଳିପାରିବ;
  • ଏମଏସଏମଇ ମନ୍ତ୍ରଣାଳୟର ଅନଲାଇନ ବ୍ୟବସ୍ଥା ସଂପୂର୍ଣ୍ଣ ରୂପେ ଆୟକର ବିଭାଗ ଏବଂ ଜିଏସଟିଆଇଏନ ବ୍ୟବସ୍ଥା ସହ ସଂଯୁକ୍ତ ହୋଇ ରହିବ;
  • ଯେଉଁମାନଙ୍କର ଇଏମ-2 କିମ୍ବା ୟୁଏଏମ ପଞ୍ଜିକରଣ ଥିବ ଅଥବା ଏମଏସଏମଇ ମନ୍ତ୍ରଣାଳୟ ଅଧୀନସ୍ଥ କୌଣସି କ୍ଷମତାପ୍ରାପ୍ତ ଅଧିକାରୀ ଅନ୍ୟ ପଞ୍ଜିକରଣ ଜାରି କରିଥିବେ, ସେମାନେ ମଧ୍ୟ ପୁନଃ ପଞ୍ଜିକରଣ କରିବେ;
  • କୌଣସି ଉଦ୍ୟୋଗ ଗୋଟିଏରୁ ଅଧିକ ଉଦ୍ୟମ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ ନାହିଁ । କିନ୍ତୁ, ଗୋଟିଏପଞ୍ଜିକରଣରେ ଉତ୍ପାଦନ କିମ୍ବା ସେବା ଅଥବା ଉଭୟ ଯେତେ ସଂଖ୍ୟକ କାର୍ଯ୍ୟ ବିନିର୍ଦ୍ଦିଷ୍ଟ ଅବା ସଂଯୋଗ କରାଯାଇପାରିବ;
  • ସରକାରଙ୍କ ସରଳୀକରଣ ବ୍ୟବସ୍ଥା ଯାହାକି ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଭାବେ ସୁପରିଚିତ ଏବଂ ତାହା ଚାମ୍ପିଅନ୍ସ କଣ୍ଟ୍ରୋଲ ରୁମ୍‌ ଠାରେ ଓ ଡିଆଇସିରେ ଅବସ୍ଥାପିତ ଏହି ପ୍ରକ୍ରିୟାରେ ସେମାନେ ଲୋକମାନଙ୍କୁ ସାହାଯ୍ୟ ଯୋଗାଇଦେବେ;
  • ଏହି ପଞ୍ଜିକରଣ ସଂପୂର୍ଣ୍ଣ ଦେୟମୁକ୍ତ । ଏହି ପରିପ୍ରେକ୍ଷୀରେ କୌଣସି ମୂଲ୍ୟ କିମ୍ବା ଫିସ୍‌ ଦେବାକୁ ପଡ଼ିବନାହିଁ ।

ମନ୍ତ୍ରଣାଳୟ ପକ୍ଷରୁ ଦୃଢ଼ୋକ୍ତି ପ୍ରକଟ କରାଯାଇଛି ଯେ ଏହି ପ୍ରକ୍ରିୟା ଅତି ମାତ୍ରାରେ ସରଳ , ଅବାଧ ଏବଂ ଉଦ୍ୟୋଗୀମାନଙ୍କୁ ସହାୟକ ହେବ । ଇଜ୍‌ ଅଫ୍‌ ଡୁଇଂ ବିଜିନେଓ ପାଇଁ ଏହା ଏକ ଉଦାହରଣ ସୃଷ୍ଟି କରିବ ଯାହା କେବଳ ଭାରତ ପାଇଁ ନୁହେଁ ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଉପକାରସିଦ୍ଧ ହେବ । ଏହା କାରବାର ସମୟ ଓ ମୂଲ୍ୟ ହ୍ରାସ କରିବ । ଏହା ଦ୍ୱାରା ଉଦ୍ୟୋଗ ତଥା ଉଦ୍ୟୋଗୀମାନେ ସେମାନଙ୍କର ବାସ୍ତବ କାର୍ଯ୍ୟରେ ମନୋନିବେଶ କରିପାରିବେ ଏବଂ ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରତିଯୋଗୀତାରେ ସାମିଲ ହୋଇପାରିବେ ।

MSME
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କଲେ ନେତାନ୍ୟାହୁ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 6, 2026

ଆଞ୍ଚଳିକ ଦଳଗୁଡ଼ିକର ଚାନ୍ଦାରେ ଉଲ୍ଲେଖନୀୟ ବୃଦ୍ଧି: ସର୍ବାଧିକ ଡିଏମକେ, ଜାଣନ୍ତୁ ବିଜେଡ଼ି କୁ କେତେ?

August 6, 2026

ଭାରତରେ ବଢ଼ୁଛି ଆଇଫୋନ୍ କ୍ରେଜ୍!: ଏହି ରେକର୍ଡ ସୃଷ୍ଟି କଲା ଆପଲ୍

August 6, 2026

ଆଜି LPG କେତେ ଶସ୍ତା ହେଲା?: ଦେଖନ୍ତୁ 14 ଏବଂ 19 କିଲୋ ଗ୍ୟାସ ସିଲିଣ୍ଡରର ଦର ତାଲିକା 

August 6, 2026
Latest News

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026

ଘର ପ୍ରତିଷ୍ଠା ଭୋଜି ପଡ଼ିଲା ମହଙ୍ଗା, ଝାଡ଼ାବାନ୍ତିରେ ୧୦୦ରୁ ଅଧିକ ଆକ୍ରାନ୍ତ

August 6, 2026

ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଯାତ୍ରା ଖର୍ଚ୍ଚ କେତେ?: ସଂସଦକୁ ସୂଚନା ଦେଲେ ସରକାର

August 6, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କଲେ ନେତାନ୍ୟାହୁ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 6, 2026

ସୋଆରେ ଆନ୍ତର୍ଜାତୀୟ ସମ୍ମିଳନୀ ‘ଆଇସିସିଏମ୍‌ଇଏସ୍‌ଏଚ୍‌–୨୦୨୬’ ଉଦ୍‌ଘାଟିତ

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.