Categories
ଆଜିର ଖବର ଜାତୀୟ ଖବର

ଗୃହମନ୍ତ୍ରୀଙ୍କ ପ୍ରବାସୀ ଶ୍ରମିକ ବୟାନକୁ ପଶ୍ଚିମବଙ୍ଗ ସରକାରଙ୍କ ଖଣ୍ଡନ

କୋଲକାତା : ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କୁ ନେବା ପାଇଁ ସହାୟତା କରାଯାଉନାହିଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଅଭିଯୋଗ କରାଯିବା ପରେ ରବିବାର ଟିଏମ୍‌ସି ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଭିଯୋଗ କରାଯିବାର କିଛି ଦିନି ପୂର୍ବରୁ ବିଭିନ୍ନ ଟ୍ରେନ୍‌ ଗୁଡିକୁ ଅନୁମତି ପ୍ରଦାନ କରାଯାଇଥିଲା । ଏ ସମ୍ପର୍କିତ ଲିଖିତ କାଗଜପତ୍ର ଟ୍ବିଟ୍‌ କରିଛନ୍ତି ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ । ରାଜସ୍ଥାନ, କେରଳ, ତାମିଲନାଡୁ ଏବଂ ତେଲେଙ୍ଗାନାରୁ ଆସିବାକୁ ଥିବା 4ଟି ଟ୍ରେନ୍‌କୁ ଅନୁମତି ପ୍ରଦାନ କରାଯାଇଛି । ଗୃହମନ୍ତ୍ରୀ ଦୀର୍ଘ 40 ଦିନ ଧରି ନୀରବତା ଅବଲମ୍ବନ କରିଥିବା ବେଳେ ସାଧାରଣ ଲୋକଙ୍କୁ ମିଛ କହି ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ବାନାର୍ଜୀ କହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କରୋନାରେ ଅର୍ଥନୈତିକ ମୁକାବିଲା ପାଇଁ ଦିଦିଙ୍କର 1.52 ଲକ୍ଷ କୋଟିର ଘୋଷଣା ପ୍ୟାକେଜ୍‌

କୋଲକାତା : କରୋନା ସମୟରେ ଘଟିଥିବା ଅର୍ଥନୈତିକ ସ୍ଥାଣୁତାର ମୁକାବିଲା କରିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ 1.52 ଲକ୍ଷ କୋଟିର ପ୍ୟାକେଜ୍‌ ଘୋଷଣା କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଦିନ ଏହି 1.52 ଲକ୍ଷ କୋଟିର ପ୍ୟାକେଜ୍‌ ଘୋଷଣା କରିଛନ୍ତି । ଅର୍ଥନୈତିକ ପୁନରୁତ୍ଥାନ ପାଇଁ ଏହି ପ୍ୟାକେଜ୍‌ ଘୋଷଣା କରାଯାଇଛି । ଆସନ୍ତା 6 ମାସ ମଧ୍ୟରେ ବିଭିନ୍ନ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପର ପୁନରୁତ୍ଥାନ ପାଇଁ ଏହି ଅର୍ଥ ବିନିଯୋଗ କରାଯିବ ବୋଲି ମମତା ସୂଚନା ଦେଇଛନ୍ତି । ଅର୍ଥନୈତିକ ସଚିବଙ୍କ ନେତୃତ୍ବରେ ଗଠିତ ଟାସ୍କ ଫୋର୍ସ ଏହି ଯୋଜନାର ତଦାରଖ କରିବ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ହିଂସାକାଣ୍ଡ ଉପରୁ ନଜର ହଟାଇବା ପାଇଁ କୋରୋନାର ଭୟ ସୃଷ୍ଟି କରାଯାଉଛି : ମମତା

ନୂଆଦିଲ୍ଲୀ : କୋରୋନା ଭାଇରସ୍‌ ଆତଙ୍କକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ମାତ୍ର ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ସତର୍କ ସୂଚନାକୂ ନାପସନ୍ଦ କରିଛନ୍ତି । ଦିଲ୍ଲୀ ହିଂସାକାଣ୍ଡକୁ ଲୁଚାଇବା ପାଇଁ ଦେଶରେ କୋରୋନା ଭାଇରସ୍‌ର ଆତଙ୍କ ସୃଷ୍ଟି କରାଯାଉଥିବା ନେଇ ମମତା ଅଭିଯୋଗ କରିଛନ୍ତି । ଦେଶର କିଛି ତଥାକଥିତ ଗଣମାଧ୍ୟମ ଏବଂ କେନ୍ଦ୍ର ସରକାର ଏପରି ମିଥ୍ୟା ପ୍ରଚାର କରୁଛନ୍ତି । ଦିଲ୍ଲୀ ହିଂସାକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତି କୋରୋନାରେ ନୁହେଁ ବରଂ ବିଜେପି କର୍ମୀଙ୍କ ଦ୍ବାରା ପ୍ରାଣ ହରାଇଛନ୍ତି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗରେ ଆପ୍‌ ମଡେଲ୍‌ : 75 ୟୁନିଟ୍‌ ମାଗଣା ବିଦ୍ୟୁତ୍‌ ନେଇ ଦିଦିଙ୍କ ଘୋଷଣା

କୋଲକାତା : ଅରବିନ୍ଦ କେଜ୍ରିଓ୍ବାଲଙ୍କ ମାଗଣା ବିଦ୍ୟୁତ୍‌ ଯୋଜନାକୁ ଆପଣେଇଛନ୍ତି ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ଏଣିକି 75 ୟୁନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ ମାଗଣା ମିଳିବା ନେଇ ଘୋଷଣା କରିଛନ୍ତି ମମତା ବାନାର୍ଜୀ । ସୋମବାର ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର ଏହି ଘୋଷଣା କରିଛନ୍ତି । ଏହା ସହିତ ଅନୁସୂଚିତ ବର୍ଗର ବ୍ୟକ୍ତି ଏବଂ 60 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ମାସିକ 1000 ଟଙ୍କାର ଭତ୍ତା ଘୋଷଣା କରିଛନ୍ତି ସରକାର । ଅନୁସୂଚିତ ଜନଜାତି ବର୍ଗ ନିମନ୍ତେ ସରକାର ବନ୍ଧୁ ପ୍ରକଳ୍ପ ଏବଂ ଜୟ ଜୋହର ନାମକ ଦୁଇଟି ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି । ନୂତନ ଗୃହ ନିର୍ମାଣ ନିମନ୍ତେ 500 କୋଟି ମଞ୍ଜୁର କରାଯାଇଥିବା ବେଳେ ଚା କାରଖାନାରେ କାମ କରୁଥିବା ଶ୍ରମିକ ମାନଙ୍କ ଉନ୍ନତି ପାଇଁ 200 କୋଟି ଟଙ୍କା ମଞ୍ଜୁର କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଭୋଟ ପାଇଁ ରାହୁଲ ଦେଶକୁ ବିକ୍ରି କରି ପାରନ୍ତି : ଗିରିରାଜ

ନୂଆଦିଲ୍ଲୀ : ଭୋଟ ପାଇଁ ରାହୁଲ ଗାନ୍ଧୀ ଦେଶକୁ ମଧ୍ୟ ବିକ୍ରି କରିବାକୁ ପଛାଇବେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମତ ଦେଇଛନ୍ତି । ସିଏଏକୁ ନେଇ ଗିରିରାଜ ରାହୁଲଙ୍କୁ ସମାଲୋଚନା କରିବା ସହିତ ଏହି ମତ ଦେଇଛନ୍ତି । ବୁଧବାର ପାଟନାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପଶୁପାଳନ ମନ୍ତ୍ରୀ ଗିରିରାଜ ପୂର୍ବତନ କଂଗ୍ରେସ ସଭାପତି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଛନ୍ତି । ଭୋଟ ପାଇଁ ରାହୁଲ ଏବଂ ବିପକ୍ଷ ନେତା ଦେଶକୁ ବିକ୍ରି କରିବାକୁ ମଧ୍ୟ ପଛଘୁଞ୍ଚା ଦେବେ ନାହିଁ ବୋଲି ଗିରିରାଜ ମତ ଦେଇଛନ୍ତି । ସିଏଏକୁ ନେଇ ବିପକ୍ଷ ଦଳ ଦେଶବାସୀଙ୍କୁ ଭ୍ରମିତ କରି ଭୋଟ ବ୍ୟାଙ୍କ ବଞ୍ଚାଇବାର ଚେଷ୍ଟା ଚଳାଇଛନ୍ତି ବୋଲି ଗିରିରାଜ ମତ ଦେଇଛନ୍ତି । ସିଏଏ କେବଳ ତିନି ଦେଶର ନିର୍ଯାତିତ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ନାଗରିକତ୍ବ ପ୍ରଦାନ ପାଇଁ ଉଦ୍ଦିଷ୍ଟ ମାତ୍ର ଏହି ଆଇନକୁ ନେଇ ଦେଶବାସୀଙ୍କୁ ଭ୍ରମିତ କରାଯିବାର ପ୍ରୟାସ କରାଯାଉଛି ବୋଲି ଗିରିରାଜ ଏହି ମତ ଦେଇଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ନାଗରିକତ୍ବ ବିଲ୍‌ ବିରୋଧରେ ମେଗା ରାଲିର ଆହ୍ବାନ କଲେ ମମତା

କଲିକତା,13/12 : ନାଗରିକତ୍ବ ବିଲ୍‌କୁ ଦେଶର ଉତ୍ତର ପୂର୍ବୀୟ ପ୍ରାନ୍ତରେ ବିରୋଧ କରାଯାଉଥିବା ବେଳେ ପଶ୍ଚିମବଙ୍ଗରେ ଏହା ବିରୋଧରେ ଏକ ମେଗା ରାଲିର ଆହ୍ବାନ ଦେଇଛନ୍ତି ମମତା ବାନାର୍ଜୀ । ଏହି ବିଲ୍‌କୁ ନେଇ ପୂର୍ବରୁ ଆସାମ ,ତ୍ରିପୁରା ଏବଂ ମେଘାଳୟରେ ଆନ୍ଦୋଳନ ଜାରି ରହିଥିବା ବେଳେ ମମତା ନିଜକୁ ଏହି ଧାରାରେ ସାମିଲ କରିଛନ୍ତି । ଏହି ସଂଶୋଧନ ବିରୋଧରେ ଏକାଧିକ ରାଲି କରିବାକୁ ଯାଉଛନ୍ତି ମମତା । ଏହି ବିଲ୍‌ ଦେଶର ବିଭାଜନ କରିଦେବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ. ସଂସଦର ଉଭୟ ଗୃହରେ ପାରିତ ହେବା ପରେ ଗୁରୁବାର ରାତିରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ବିଲ୍‌ ଆଇନରେ ପରିଣତ ହୋଇଛି । (ଏଜେନ୍ସୀ)