ଭୋଟ ପାଇଁ ରାହୁଲ ଦେଶକୁ ବିକ୍ରି କରି ପାରନ୍ତି : ଗିରିରାଜ

Published: Jan 16, 2020, 9:07 am IST

ନୂଆଦିଲ୍ଲୀ : ଭୋଟ ପାଇଁ ରାହୁଲ ଗାନ୍ଧୀ ଦେଶକୁ ମଧ୍ୟ ବିକ୍ରି କରିବାକୁ ପଛାଇବେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମତ ଦେଇଛନ୍ତି । ସିଏଏକୁ ନେଇ ଗିରିରାଜ ରାହୁଲଙ୍କୁ ସମାଲୋଚନା କରିବା ସହିତ ଏହି ମତ ଦେଇଛନ୍ତି । ବୁଧବାର ପାଟନାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପଶୁପାଳନ ମନ୍ତ୍ରୀ ଗିରିରାଜ ପୂର୍ବତନ କଂଗ୍ରେସ ସଭାପତି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଛନ୍ତି । ଭୋଟ ପାଇଁ ରାହୁଲ ଏବଂ ବିପକ୍ଷ ନେତା ଦେଶକୁ ବିକ୍ରି କରିବାକୁ ମଧ୍ୟ ପଛଘୁଞ୍ଚା ଦେବେ ନାହିଁ ବୋଲି ଗିରିରାଜ ମତ ଦେଇଛନ୍ତି । ସିଏଏକୁ ନେଇ ବିପକ୍ଷ ଦଳ ଦେଶବାସୀଙ୍କୁ ଭ୍ରମିତ କରି ଭୋଟ ବ୍ୟାଙ୍କ ବଞ୍ଚାଇବାର ଚେଷ୍ଟା ଚଳାଇଛନ୍ତି ବୋଲି ଗିରିରାଜ ମତ ଦେଇଛନ୍ତି । ସିଏଏ କେବଳ ତିନି ଦେଶର ନିର୍ଯାତିତ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ନାଗରିକତ୍ବ ପ୍ରଦାନ ପାଇଁ ଉଦ୍ଦିଷ୍ଟ ମାତ୍ର ଏହି ଆଇନକୁ ନେଇ ଦେଶବାସୀଙ୍କୁ ଭ୍ରମିତ କରାଯିବାର ପ୍ରୟାସ କରାଯାଉଛି ବୋଲି ଗିରିରାଜ ଏହି ମତ ଦେଇଛନ୍ତି । (ଏଜେନ୍ସୀ)

Related posts