Categories
ଆଜିର ଖବର ଜାତୀୟ ଖବର

ଭୋଟ ପାଇଁ ରାହୁଲ ଦେଶକୁ ବିକ୍ରି କରି ପାରନ୍ତି : ଗିରିରାଜ

ନୂଆଦିଲ୍ଲୀ : ଭୋଟ ପାଇଁ ରାହୁଲ ଗାନ୍ଧୀ ଦେଶକୁ ମଧ୍ୟ ବିକ୍ରି କରିବାକୁ ପଛାଇବେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମତ ଦେଇଛନ୍ତି । ସିଏଏକୁ ନେଇ ଗିରିରାଜ ରାହୁଲଙ୍କୁ ସମାଲୋଚନା କରିବା ସହିତ ଏହି ମତ ଦେଇଛନ୍ତି । ବୁଧବାର ପାଟନାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପଶୁପାଳନ ମନ୍ତ୍ରୀ ଗିରିରାଜ ପୂର୍ବତନ କଂଗ୍ରେସ ସଭାପତି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଛନ୍ତି । ଭୋଟ ପାଇଁ ରାହୁଲ ଏବଂ ବିପକ୍ଷ ନେତା ଦେଶକୁ ବିକ୍ରି କରିବାକୁ ମଧ୍ୟ ପଛଘୁଞ୍ଚା ଦେବେ ନାହିଁ ବୋଲି ଗିରିରାଜ ମତ ଦେଇଛନ୍ତି । ସିଏଏକୁ ନେଇ ବିପକ୍ଷ ଦଳ ଦେଶବାସୀଙ୍କୁ ଭ୍ରମିତ କରି ଭୋଟ ବ୍ୟାଙ୍କ ବଞ୍ଚାଇବାର ଚେଷ୍ଟା ଚଳାଇଛନ୍ତି ବୋଲି ଗିରିରାଜ ମତ ଦେଇଛନ୍ତି । ସିଏଏ କେବଳ ତିନି ଦେଶର ନିର୍ଯାତିତ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ନାଗରିକତ୍ବ ପ୍ରଦାନ ପାଇଁ ଉଦ୍ଦିଷ୍ଟ ମାତ୍ର ଏହି ଆଇନକୁ ନେଇ ଦେଶବାସୀଙ୍କୁ ଭ୍ରମିତ କରାଯିବାର ପ୍ରୟାସ କରାଯାଉଛି ବୋଲି ଗିରିରାଜ ଏହି ମତ ଦେଇଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ସ୍କୁଲରେ ଭଗବଦ ଗୀତା ଶିକ୍ଷା ଦିଆଯିବା ଉଚିତ୍‌ : ଗିରିରାଜ ସିଂ

ପାଟନା ,02/01 : ସ୍କୁଲରେ ଭଗବଦ ଗୀତା ଶିକ୍ଷା ପ୍ରଦାନ କରାଯିବା ଉଚିତ୍‌ ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମତ ଦେଇଛନ୍ତି । ବେଗୁସରାଇରୁ ବିଜେପିର ସାଂସଦ ରହିଥିବା ଗିରିରାଜ ଏହି ମତ ଦେଇଛନ୍ତି । ମିଶନାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ବିଦେଶ ପାଠପଢିବା ପାଇଁ ଯାଇ ଗୋ ମାଂସ ଖାଉଛନ୍ତି ତେଣୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଗୀତାପାଠ କରାଇବା ଉଚିତ୍‌ ବୋଲି ଗିରିରାଜ ବୁଧବାର କହିଛନ୍ତି । ଗୀତାରେ ଭାରତୀୟ ସଂସ୍କୃତି ଏବଂ ପରମ୍ପରା ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି । ଛାତ୍ରଛାତ୍ରୀଙ୍କୁ ସଂସ୍କୃତି ସମ୍ପର୍କରେ ଶିକ୍ଷା ପ୍ରଦାନ କରାଯାଉନଥିବାରୁ ଏହ ଘଟୁଛି ତେଣୁ, ସ୍କୁଲରେ ଗୀତାପାଠ ବାଧ୍ୟତାମୂଳକ କରାଯିବା ଉଚିତ୍‌ ବୋଲି ଗିରିରାଜ ପ୍ରକାଶ କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ବିପକ୍ଷ ଦଳଙ୍କ ହୋ ହଲ୍ଲା ସତ୍ତ୍ବେ ନାଗରିକତ୍ବ ସଂଶୋଧନ ବିଲ୍‌ ଆଗତ କଲେ ଅମିତ୍‌ ଶାହା

ନୂଆଦିଲ୍ଲୀ,9/12: କଡା ବିରୋଧ ସତ୍ତ୍ବେ ଲୋକସଭାରେ ଆଗତ ହୋଇଛି ନାଗରିକତ୍ବ ସଂଶୋଧନ ବିଲ୍‌। ଗୃହମନ୍ତ୍ରୀ ଅମିତ ଶାହା 12.20 ମିନିଟ୍‌ରେ ଏହ ବିଲ୍‌ ଆଗତ କରିବା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଲ୍‌କୁ ବିରୋଧ କରାଯାଇଥିଲା। ବିଲ୍‌ ଆଗତ ପରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏବଂ ତୃଣମୂଳ ସାଂସଦ ବିଲ୍‌ର ବିରୋଧ କରିଥିଲେ। ଏହି ବିଲ୍‌ ଜରିଆରେ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଉଛି ବୋଲି ଚୌଧୁରୀ ମତ ଦେଇଥିଲେ। ଏହି ବିଲ୍‌ ଅନୁଚ୍ଛେଦ 14-ଏର ଉଲ୍ଲଂଘନ କରୁଛି ବୋଲି ତୃଣମୂଳ ସାଂସଦ ମତ ଦେଇଥିଲେ। ଏହି ବିଲ୍‌ 0.0001 ପ୍ରତିଶତ ମୁସ୍‌ଲିମ୍‌ ବିରୋଧୀ ନୁହେଁ ଏବଂ ପ୍ରଶ୍ନକାଳ ସମୟରେ ସେ ଏହି ବିଲ୍‌ ସମ୍ପର୍କରେ ଉତ୍ତର ରଖିବେ ବୋଲି ଗୃହମନ୍ତ୍ରୀ ନିଜ ବକ୍ତବ୍ୟରେ କହିଥିଲେ। ବିଲ୍‌କୁ ବିରୋଧ କରିବା ପୂର୍ବରୁ ଏହା ଉପରେ ଚର୍ଚ୍ଚା ହେବା ଆବଶ୍ୟକ ବୋଲି ଶାହା ମତ ଦେଇଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମଧ୍ୟ ବିଲ୍‌ ପ୍ରତି ସମର୍ଥନ ଜାହିର କରିଥିଲେ। ପଡୋଶୀ ଦେଶରେ ନିଷ୍ପେସିତ ଅବସ୍ଥାରେ ରହିଥିବା ଅଣ ମୁସଲିମ୍‌ ଭାଇ ଓ ଭଉଣୀ ମାନଙ୍କୁ ଫେରାଇ ଆଣିବା ପାଇଁ ଏହି ନିୟମ ପ୍ରଣୟନ ଜରୁରୀ ବୋଲି ଗିରିରାଜ କହିଥିଲେ। ଧର୍ମ ଭିତ୍ତିରେ ଭାରତର ବିଭାଜନ ହୋଇନଥିଲା। ଭାରତରେ ସମସ୍ତ ଧର୍ମକୁ ସମ୍ମାନ ଦିଆଯାଏ ମାତ୍ର ପାକିସ୍ତାନ ଏବଂ ବାଂଲାଦେଶରେ ଅଣ ମୁସ୍‌ଲିମ୍‌ଙ୍କ ଅବସ୍ଥା ଶୋଚନୀୟ। ତେଣୁ ସମସ୍ତ ସାଂସଦ ଏହି ବିଲ୍‌ ନିମନ୍ତେ ସମର୍ଥନ ଜାହିର କରିବା ଉଚିତ୍‌ ବୋଲି ଗିରିରାଜ ମତ ରଖିଥିଲେ। ଆରଏସ୍‌ପି ସାଂସଦ ଏନ୍‌କେ ପ୍ରେମଚନ୍ଦ୍ରନ ମଧ୍ୟ ଏହି ବିଲ୍‌କୁ ବିରୋଧ କରିଥିଲେ। ସମ୍ବିଧାନର ମୂଳ ନିୟମକୁ ଏହି ବିଲ୍‌ ଭଙ୍ଗକରୁଛି। ଏହି ବିଲ୍‌ ଲାଗୁ କରାଗଲେ ଦେଶର ଧାର୍ମିକ ସନ୍ତୁଳନ ବିଗିଡିବାର ସମ୍ଭାବନା ରହିଛି ବୋଲି କହି ବିଲ୍‌ର ବିରୋଧ କରିଛନ୍ତି ପ୍ରେମଚନ୍ଦ୍ରନ। (ଏଜେନ୍ସୀ)

Categories
ଆଜିର ଖବର

ନୀତିଶ୍‌-ସୁଶୀଲ୍‌ଙ୍କ ଇଫତାର୍‌ ପାର୍ଟିକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଗିରିରାଜ

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ସୁଶୀଲ ମୋଦିଙ୍କ ଇଫତାର୍‌ ପାର୍ଟି ନେଇ କେନ୍ଦ୍ରୀୟ ପଶୁପାଳନ ମନ୍ତ୍ରୀ ଗିରିରାଜ ସିଂ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ୪ଟି ଫଟୋ ଶେୟାର କରିବା ସହିତ କଟାକ୍ଷ ମଧ୍ୟ କରି କହିଛନ୍ତି ଯେ – ଏଭଳି ଉତ୍ସବ ଯଦି ନବରାତ୍ରରେ ଆୟୋଜନ କରାଯାଇଥାନ୍ତା ତେବେ କେତେ ସୁନ୍ଦର ହୋଇଥାନ୍ତା। ଆମେ ନିଜ କର୍ମ-ଧର୍ମରେ ପଛୁଆ ହୋଇଯାଉଛେ ଓ ଦେଖାଇବାରେ ଆଗରେ ରହୁଛେ।’ ଗିରିରାଜଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି  ଇଫତାର୍‌ରେ ନୀତିଶ କୁମାର, ଜୀତନ୍‌ ରାମ ମାଝିଂ, ସୁଶୀଲ ମୋଦି ଏବଂ ରାମବିଳାସ ପାଶଓ୍ବାନ ପ୍ରମୁଖ ଯୋଗ ଦେଇଥିଲେ। ଏହି ସମସ୍ତଙ୍କ ଫଟୋ ଶେୟାର କରିଛନ୍ତି ଗିରିରାଜ୍‌। ସୂଚନାଯୋଗ୍ୟ, ବିହାରରେ ଭାଜପା, ଜେଡିୟୁ ଏବଂ ଏଲଜେପି ମେଣ୍ଟ ସରକାର ଗଠନ କରିଛନ୍ତି।