Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ : ଧାନ ସମେତ 14ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି
ବିଶେଷ ଖବର

କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ : ଧାନ ସମେତ 14ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି

June 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ବୈଠକରେ ଜାଭଡେକରଙ୍କ ସହିତ କେନ୍ଦ୍ର ସଡ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏବଂ ନରେନ୍ଦ୍ର ସିଂ ତୋମାର ମଧ୍ୟ ଉପସ୍ଥିତ ଥିଲେ । ଏହି ପ୍ରେସ୍‌ମିଟ୍‌ରେ ଏମ୍‌ଏସ୍‌ଏମ୍‌ଇ ଏବଂ କୃଷିକ୍ଷତ୍ର ପାଇଁ ଘୋଷିତ ବିଭିନ୍ନ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଥିଲେ ।

ସେ କହିଛନ୍ତି ଯେ କୃଷକ ଓ ଛୋଟ ଉଦ୍ୟୋଗ ସମ୍ପର୍କରେ ଆଲୋଚନା ହୋଇଛି । କୃଷକଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କୃଷକଙ୍କ 3 ଲକ୍ଷ ଟଙ୍କା ଯାଏଁ ଋଣ ଉପରେ 4 ପ୍ରତିଶତରେ ପ୍ରଦାନ କରାଯିବ ଏବଂ ପ୍ରଥମ ଏକବର୍ଷ ପାଇଁ 2 ପ୍ରତିଶତ ସୁଧ ଛାଡ଼ ହେବ । ମଣ୍ଡି ଆଇନରେ ପରିବର୍ତ୍ତନ କରାଯାଇଛି । ଏହା ଫଳରେ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣା ଅଧିକ ଦେବେ ସରକାର । ଧାନ ସମେତ 14 ଟି ଫସଲର ମୂଲ୍ୟବୃଦ୍ଧି କରାଯାଇଛି । ମୂଲ୍ୟବୃଦ୍ଧି ପରେ ଧାନ କ୍ବିଣ୍ଟାଲ ମୂଲ୍ୟ 1868 ଟଙ୍କାରେ ପହଞ୍ଚିଛି । ପଶୁପାଳନ ପ୍ରୋତ୍ସାହନ ପାଇଁ 15ହଜାର କୋଟି ସହାୟତା ଘୋଷଣା କରାଯାଇଥିବା ବେଳେ ମତ୍ସ୍ୟଚାଷୀକୁ ପ୍ରୋତ୍ସାହନ ପାଇଁ 20 ହଜାର କୋଟି ଟଙ୍କା ଘୋଷଣା କରାଯାଇଛି ।

ସେହିଭଳି ସଙ୍କଟମୟ ପରସ୍ଥିତି ଦେଇ ଗତି କରୁଥିବା ଏମଏସଏମଇକୁ ଋଣ ଦେବା ପାଇଁ ବିଭିନ୍ନ ସରଳୀକରଣ ବ୍ୟବସ୍ଥା କରାଯାଇଛି । ଏମଏସଇ କ୍ଷେତ୍ର ନିମନ୍ତେ 3 ଲକ୍ଷ କୋଟି ଋଣ ଦେବା ଯୋଜନା ହୋଇଛି । ପ୍ରାୟ 6 କୋଟି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଏହା ଦ୍ବାରା ଲାଭବାନ ହେବେ । ସେହିପରି ପ୍ରଧାନମନ୍ତ୍ରୀ ସ୍ବ ନିଧି ଯୋଜନାରେ ଉଠା ଦୋକାନୀଙ୍କୁ 10 ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ ବ୍ୟବସ୍ଥା କରାଯାଇଛି ।

CabinetMeeting farmer MSME narendrasinghtomar nitingadkari prakashjavadekar
Share. Facebook Twitter LinkedIn Email WhatsApp Copy Link

Related Posts

ଦୀପାବଳି ପୂର୍ବରୁ ବୋନସ୍ ଘୋଷଣା କଲେ କେନ୍ଦ୍ର ସରକାର: ଜାଣନ୍ତୁ କାହାକୁ ମିଳିବ ଉପହାର?

October 16, 2026

CJI ଙ୍କ ଉପରେ ବୟାନକୁ ନେଇ ସୁପ୍ରିମକୋର୍ଟଙ୍କ କାର୍ଯ୍ୟାନୁଷ୍ଠାନ: ସଞ୍ଜୟ ରାଉତଙ୍କଠାରୁ ମାଗିଲେ ସ୍ପଷ୍ଟୀକରଣ

October 16, 2026

୧୮ରେ ଶପଥ ନେବେ ନୂଆ ରାଜ୍ୟପାଳ ବ୍ରଜମୋହନ ରାମ

October 16, 2026

ଖାଦ୍ୟ ବିଷାକ୍ତ କାରଣରୁ ୮୪ ସୀମା ସୁରକ୍ଷା ବଳ ଯବାନ ହସ୍ପିଟାଲରେ ଭର୍ତ୍ତି

October 15, 2026
Latest News

ବାଂଲାଦେଶ ଭଳି ସରକାର ବଦଳାଇବାକୁ ଚାଲିଛି ଷଡ଼ଯନ୍ତ୍ର : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

October 16, 2026

ୟେମେନର ରାଷ୍ଟ୍ରପତି ଭବନରେ ହୁତି ଆକ୍ରମଣ: ୫ ମୃତ ଓ ୧୬ ଆହତ

October 16, 2026

୭.୦ ତୀବ୍ରତାର ଭୂକମ୍ପରେ ଥରିଲା ରୁଷର କାମଚାଟ୍‌କା ଉପଦ୍ୱୀପ

October 16, 2026

ଦୀପାବଳି ପୂର୍ବରୁ ବୋନସ୍ ଘୋଷଣା କଲେ କେନ୍ଦ୍ର ସରକାର: ଜାଣନ୍ତୁ କାହାକୁ ମିଳିବ ଉପହାର?

October 16, 2026

CJI ଙ୍କ ଉପରେ ବୟାନକୁ ନେଇ ସୁପ୍ରିମକୋର୍ଟଙ୍କ କାର୍ଯ୍ୟାନୁଷ୍ଠାନ: ସଞ୍ଜୟ ରାଉତଙ୍କଠାରୁ ମାଗିଲେ ସ୍ପଷ୍ଟୀକରଣ

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.