କତା ଓ କତା ଜାତୀୟ ସାମଗ୍ରୀ ରପ୍ତାନୀ କ୍ଷେତ୍ରରେ ଭାରତର ସର୍ବକାଳୀନ ରେକର୍ଡ

Published: Jul 15, 2020, 11:41 pm IST

ନୂଆଦିଲ୍ଲୀ, ଭାରତ ୨୦୧୯-୨୦ ଆର୍ଥିକ ବର୍ଷରେ ୨୭୫୭.୯୦ କୋଟି ଟଙ୍କାର କତା ଓ ଅନ୍ୟାନ୍ୟ କତା ଜାତୀୟ ସାମଗ୍ରୀ ରପ୍ତାନୀ କରି ଏକ ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା କରିଛି । ୨୦୧୮-୧୯ ବର୍ଷ ତୁଳନାରେ ଏହି ରପ୍ତାନୀ ପରିମାଣ ୩୦ କୋଟି ଟଙ୍କା ଅଧିକ । ୨୦୧୯-୨୦ରେ ଭାରତ ୯,୮୮,୯୯୬ ମେଟ୍ରିକ ଟନ କତା ଓ କତା ଜାତୀୟ ସାମଗ୍ରୀ ରପ୍ତାନୀ କରିଥିବାବେଳେ ପୂର୍ବବର୍ଷ ଏହି ରପ୍ତାନୀ ପରିମାଣ ଥିଲା ୯,୬୪,୦୪୬ ମେଟ୍ରିକ ଟନ ।

ଏହି ରପ୍ତାନୀ ସାମଗ୍ରୀ ମଧ୍ୟରେ କତାଗୁଣ୍ଡ, କତା ଗାଲିଚା, କତାରେ ତିଆରି ଜିଓ ଟେକ୍ସଟାଇଲ, ଦଉଡି, ପାୱାରଲୁମ୍‌, ହ୍ୟାଣ୍ଡଲୁମ୍ ମ୍ୟାଟ୍ ଓ ପା’ପୋଛ ଆଦି ଅନ୍ତର୍ଭୁକ୍ତ । ଏହି ରପ୍ତାନୀ ଉଭୟ ପରିମାଣ ଓ ମୂଲ୍ୟ ଦୃଷ୍ଟିରୁ ରେକର୍ଡ ଛୁଇଁଛି ଏବଂ ଏଥିରେ ଭଲ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ତେବେ ହ୍ୟାଣ୍ଡଲୁମ୍ ମ୍ୟାଟ, କତା ଦଉଡି, ରବର ମିଶ୍ରିତ କତାଗୁଣ୍ଡ ଏବଂ ପାୱାରଲୁମ୍ ମ୍ୟାଟ୍ ଆଦିର ରପ୍ତାନୀ ପରିମାଣ କମିଥିଲେ ମଧ୍ୟ ମୂଲ୍ୟ ଦୃଷ୍ଟିରୁ ଏ ବାବଦ ଆୟ ବଢିଛି ।

1-କେବଳ କତା ଗୁଣ୍ଡରୁ ୧୩୪୯.୬୩ କୋଟି ଟଙ୍କା ଆୟ ହୋଇଥିବାବେଳେ ଏହା ମୋଟ କତା ଜାତୀୟ ସାମଗ୍ରୀ ରପ୍ତାନୀର ୪୯ ଭାଗ ।

2-କତା ତନ୍ତୁର ରପ୍ତାନୀ ପରିମାଣ ମୋଟ ରପ୍ତାନୀର ୧୮ ଶତାଂଶ ହୋଇଥିବାବେଳେ ଏ ବାବଦରେ ଆୟ ହୋଇଛି ୪୯୮.୪୩ କୋଟି ଟଙ୍କା ।

3-ଏହି ରପ୍ତାନୀରେ ମୂଲ୍ୟ ମିଶ୍ରିତ ସାମଗ୍ରୀର ଅଂଶ ମୋଟ ରପ୍ତାନୀର ୩୩ ଭାଗ ।

4-ମୂଲ୍ୟ ମିଶ୍ରିତ ସାମଗ୍ରୀ ମଧ୍ୟରେ ଟପ୍‌ଟେଡ ମ୍ୟାଟ୍‌ର ରପ୍ତାନୀ ସର୍ବାଧିକ ହୋଇଥିବାବେଳେ ଆୟ ଅନୁସାରେ ଏହା ୨୦ ଶତାଂଶ ।

5-ଏହି ଏକ ବର୍ଷ ମଧ୍ୟରେ କତା ଓ କତା ଜାତୀୟ ସାମଗ୍ରୀରେ ରପ୍ତାନୀରେ କୌଣସି ହ୍ରାସ ଘଟିନାହିଁ । ଏହାର ଅର୍ଥ ଏସବୁ ସାମଗ୍ରୀର ବିଦେଶୀ ବଜାର ଠିକ୍‌ଠାକ୍ ଅଛି ଏବଂ ଭାରତୀୟ ରପ୍ତାନୀକାରୀ ଓ ଉଦ୍ୟୋଗୀ ଏଥିପାଇଁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ।

6-କତା ଓ କତା ଜାତୀୟ ଦ୍ରବ୍ୟର ଘରୋଇ ବଜାର ମଧ୍ୟ ଭଲ ରହିଛି ଏବଂ ଏହା କ୍ରମଶଃ ବଢୁଛି ।

7-ଦେଶର ବିଭିନ୍ନ ବନ୍ଦର ମାଧ୍ୟମରେ ଏସବୁ ସାମଗ୍ରୀର ୯୯ ଶତାଂଶ ରପ୍ତାନୀ କରାଯାଇଛି। ଅଧିକାଂଶ ରପ୍ତାନୀ ଟୁଟିକୋରିନ୍‌, କୋଚିନ ଓ ଚେନ୍ନଇ ବନ୍ଦର ଦେଇ ହୋଇଛି । ଏହାଛଡା ବିଶାଖାପାଟଣା, ମୁମ୍ବଇ, କଲକାତା ବନ୍ଦର ଦେଇ ମଧ୍ୟ ଏହିସବୁ ସାମଗ୍ରୀ ରପ୍ତାନୀ କରାଯାଉଛି । କିଛି କତା ଓ କତା ଜାତୀୟ ସାମଗ୍ରୀ ମଧ୍ୟ କନ୍ନୁର, କୋଏମ୍ବାଟୁର ଏବଂ ରେକ୍‌ସୁଆଲରୁ ସଡକପଥରେ କେତେକ ପଡୋଶୀ ଦେଶକୁ ପଠାଯାଉଛି ।

କେଉଁ ବନ୍ଦରରୁ କେତେ କତା ଜାତୀୟ ସାମଗ୍ରୀ ରପ୍ତାନୀ କରାଯାଇଛି ତାହାର ସବିଶେଷ ବିବରଣୀ ନିମ୍ନରେ ପ୍ରଦତ୍ତ ଟେବୁଲରେ ଉଲ୍ଲେଖ କରାଯାଇଛି ।

Port-wise Export (2019-20)
Sl. No. Port/ Place of Export Qty.

(MT)

Value

(Rs. Lakhs)

1 Tuticorin 519144 122910.39
2 Cochin 217930 107023.69
3 Chennai 238970 43159.93
4 Vishakapatanam 11578 1871.26
5 Mumbai 1145 596.15
6 Kolkata 113 131.89
7 Bangalore 41 58.19
8 Others (By Road) 75 38.63
Total 988996 275790.13

Related posts