ଏମଏସଏମଇ ପାଇଁ 289 କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Published: Dec 15, 2020, 4:39 pm IST

ଭୁବନେଶ୍ବର : ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ ପାଇଁ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଏମଏସଏମଇ ପାଇଁ 289 କୋଟି 41 ଲକ୍ଷର ପ୍ୟାକେଜ ଘୋଷଣା କରାଯାଇଛି। କୋଭିଡ 19 ପାଇଁ ମଧ୍ୟମ, କ୍ଷୁଦ୍ର ଓ ଅଣୁ କ୍ଷୁଦ୍ର ଶିଳ୍ପଗୁଡିକୁ ଆର୍ଥିକ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାର ଏହି ପ୍ୟାକେଜ ଘୋଷଣା କରିଛନ୍ତି। ପ୍ୟାକେଜ ଭିତରେ ସୁଧ ରିହାତି, ସବସିଡ୍ ବ୍ୟବସ୍ଥା ଅନ୍ତର୍ଭୁକ୍ତ ରହିଛି । ମୁଖ୍ୟତଃ ମହିଳା ଓ ଦୁର୍ବଳ ଶ୍ରେଣୀର ଶିଳ୍ପୋଦ୍ୟାଗୀଙ୍କୁ ପ୍ରୋତ୍ସାହନ ବ୍ୟବସ୍ଥା ରହିଛି। ପ୍ୟାକେଜରେ ମହିଳାମାନଙ୍କ ଦ୍ବାରା ଚାଲୁଥିବା 40 ପ୍ରତିଶତ ଏମଏସଏମଇ ପାଇଁ 108 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ପ୍ୟାକେଜ ଭିତରେ ସୁଧ ରିହାତି, ଟପ୍ଅପ୍ ସବସିଡି ଆଦି ଅନ୍ତର୍ଭୁକ୍ତ ରହିଛି।

2020-21 ଆର୍ଥିକ ବର୍ଷ ପାଇଁ ପିଏମ୍‌ଇଜିପ ଅଧୀନରେ ଥିବା ଆର୍ଥିକ ଦୁର୍ବଳ ବିଭାଗ ଗୁଡିକ ପାଇଁ ଟପ୍‌ଅପ୍‌ ସବ୍‌ସିଡି ପ୍ରଦାନ କରାଯାଇଛି । ଏହି ସମସ୍ତ ବିଭାଗ ପାଇଁ 5 ପ୍ରତିଶତ ପ୍ରମୋଟର କଣ୍ଟ୍ରିବ୍ୟୁଟର ଦିଆଯାଇଛି । ଏଥିପାଇଁ 27 କୋଟି ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ  ଏହି ସହାୟତା ରାଶି ଆର୍ଥିକ ଦୁର୍ବଳ ବର୍ଗ ( ଏସ୍‌ଏସି, ଏସ୍‌ଟି, ସଂଖ୍ୟାଲଘୁ ସମ୍ପ୍ରଦାୟ/ ମହିଳା/ ଶାରିରୀକ ଅକ୍ଷମ/  ଏକ୍ସ ସର୍ଭିସ୍‌ମାନ) କ୍ଷେତ୍ର ପାଇଁ ବିଶେଷ ସାହାଯ୍ୟ କରିବ।

ସେହିପରି କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ପିଏମ୍‌ଏଫ୍‌ଇ ଅଧୀନରେ ରହିଥିବା ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ ପାଇଁ 15 ପ୍ରତିଶତ ଅତିରିକ୍ତ ଟପ୍‌ ଅପ୍‌ ସବସିଡି ଦିଆଯିବ । ଏହି ଯୋଜନା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ 60:40 ଆଧାରରେ ରହିଛି । ଏହି ଯୋଜନା 10 କୋଟିର ସବ୍‌ସିଡି ପ୍ରଦାନ କରାଯିବ। ଏଥିପାଇଁ 10 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କୋଭିଡ୍ ସହାୟତା ପ୍ୟାକେଜରେ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ମଧ୍ୟମକୁ ସହାୟତା ମିଳିବ। ଏବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ 100 କୋଟି ଟଙ୍କା ଦିଆଯିବ।

Related posts