Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡ଼ିଶାକୁ ୪୪ ଗୋଟି କ୍ଷେତ୍ରରେ ଜାତୀୟ ଏମ୍‌ଏସ୍‌ଏମ୍‌ଇ ଆୱାର୍ଡ-୨୦୨୨
ଜାତୀୟ ଖବର

ଓଡ଼ିଶାକୁ ୪୪ ଗୋଟି କ୍ଷେତ୍ରରେ ଜାତୀୟ ଏମ୍‌ଏସ୍‌ଏମ୍‌ଇ ଆୱାର୍ଡ-୨୦୨୨

June 23, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶାକୁ ୪୪ ଗୋଟି କ୍ଷେତ୍ରରେ ଜାତୀୟ ଏମ୍‌ଏସ୍‌ଏମ୍‌ଇ ଆୱାର୍ଡ-୨୦୨୨

ଭୁବନେଶ୍ୱର:  ଭାରତ ସରକାର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ପାଦନ ଉଦ୍ୟୋଗ, ସେବା ଉଦ୍ୟୋଗ, ସ୍ୱତନ୍ତ୍ର ଉଦ୍ୟୋଗ ଏବଂ ପ୍ରତିଷ୍ଠାନ ସହାୟତା କ୍ଷେତ୍ର ଭଳି ସର୍ବମୋଟ ୪୪ ଗୋଟି କ୍ଷେତ୍ରରେ ପୁରସ୍କାର ନିମନ୍ତେ ବିବେଚିତ ହୋଇଛନ୍ତି । ଏଥିରେ ଓଡ଼ିଶା ଜାତୀୟ ଏମ୍‌ଏସ୍‌ଏମ୍‌ଇ ଆୱାର୍ଡ-୨୦୨୨ ପୁରସ୍କାର ପାଇ ଦେଶରେ ପ୍ରଥମ ରାଜ୍ୟ ଭାବେ ବିବେଚିତ ହୋଇଛି । ଏହା ରାଜ୍ୟର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଦିଗରେ ନେଇଥିବା ପଦକ୍ଷେପ ପାଇଁ ପୁରସ୍କୃତ କରାଯିବ ।

ସେହିଭଳି ଆକାଂକ୍ଷୀ ଜିଲ୍ଲାମାନଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲାକୁ ତୃତୀୟ ଜିଲ୍ଲା ଭାବେ ବିବେଚିତ ହୋଇଛି । ଏଥି ସହିତ ସେବା ଉଦ୍ୟୋଗ ବର୍ଗରେ ଭୁବନେଶ୍ୱରର ମେସର୍ସ ସେଫେରିକ୍‌ ଇନ୍‌ସୁରାନ୍ସ ବ୍ରୋକରସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌କୁ ପ୍ରଥମ ପୁରସ୍କାର ଏବଂ କଟକର ମେସର୍ସ ଅମରନାଥ ପେଷ୍ଟ ମ୍ୟାନେଜ୍‌ମେଣ୍ଟ ଟେକ୍‌ନୋଲୋଜିକୁ ତୃତୀୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।

ଏହି ପୁରସ୍କାର ରାଜ୍ୟ ସରକାରଙ୍କର ଏମ୍‌ଏସ୍‌ଏମ୍‌ଇ ବିଭାଗ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଯଥା ନୂଆ ଉଦ୍ୟୋଗକୁ ସୁଯୋଗ ପ୍ରଦାନ କରିବା, ଅଭିଯୋଗ ଶୁଣାଣି, ବଜେଟ୍‌ ବୃଦ୍ଧି, ଋଣ ପ୍ରଦାନ ଅଭିବୃଦ୍ଧି, କ୍ଳଷ୍ଟର ଆପ୍ରୋଚ୍‌ କାର୍ଯ୍ୟକାରିତା, ଉଦ୍ୟମ ପଂଜୀକରଣ, ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଏବଂ ସଚେତନତା ସୃଷ୍ଟି ଭଳି କ୍ଷେତ୍ର ଅନ୍ତର୍ଭୁକ୍ତ ।

ଏହି ପୁରସ୍କାର ପାଇଁ ଉଦ୍ୟୋଗଗୁଡ଼ିକଠାରୁ ଦରଖାସ୍ତ ଆହ୍ୱାନ କରାଯାଇ ପ୍ରଥମେ ରାଜ୍ୟସ୍ତରରେ ଓ ପରେ ଜାତୀୟ ସ୍ତରୀୟ କମିଟି ଦ୍ୱାରା ଉଦ୍ୟୋଗରେ ବିନିଯୋଗ ଅର୍ଥ ଏବଂ ଯନ୍ତ୍ରପାତି, ବାର୍ଷିକ ସରଞ୍ଜାମ, ଆସେଟ୍‌ ଓ ଲାଏବିଲିଟି, ବେତନ ଖର୍ଚ୍ଚ ଏବଂ କର୍ମଚାରୀ କଲ୍ୟାଣ ଇତ୍ୟାଦି ମାନଦଣ୍ଡ ପ୍ରଭୃତିର ତର୍ଜମା କରାଯାଇ ପୁରସ୍କାର ପ୍ରଦାନ କରାଯାଇଛି ।

MSME ଏମଏସଏମଇ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ପୋଲିସର ନୂଆ ପଦକ୍ଷେପ: ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

September 11, 2026

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026

ବ୍ରିକ୍ସ ପାଇଁ ଉଡାଣ ଭରିବା ପରେ ଟ୍ରମ୍ପଙ୍କୁ ତାଚ୍ଛଲ୍ୟ କଲେ ଇରାନ ରାଷ୍ଟ୍ରପତି: ଭାରତକୁ ପ୍ରଶଂସା

September 11, 2026
Latest News

ଓଡ଼ିଶା ପୋଲିସର ନୂଆ ପଦକ୍ଷେପ: ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

September 11, 2026

ଇଣ୍ଟରନେଟ୍ ସ୍ଲୋ ହେଲେ ବି ଚିନ୍ତା ନାହିଁ!: ଆସିଲା UPI Tap & Pay

September 11, 2026

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.