28 ଦିନ ମଧ୍ୟରେ ଭାରତ ଫେରିବେ ବିଜୟ ମାଲ୍ୟା

Published: May 14, 2020, 5:58 pm IST

ନୂଆଦିଲ୍ଲୀ : ଆସନ୍ତା 28 ଦିନ ମଧ୍ୟରେ ଭାରତକୁ ଫେରିବେ ବିଜୟ ମାଲ୍ୟା । ଲଣ୍ଡନ ହାଇକୋର୍ଟରେ ମାଲ୍ୟାଙ୍କ ଯାଚିକା ଖାରଜ ହେବା ପରେ ମାଲ୍ୟା ଭାରତ ଫେରିବା ସ୍ପଷ୍ଟ ହୋଇଛି । ପୂର୍ବରୁ ଓ୍ବେଷ୍ଟମିନିଷ୍ଟର କୋର୍ଟ ମାଲ୍ୟାଙ୍କ ପ୍ରତ୍ୟର୍ପଣର ନିର୍ଦ୍ଦେଶ ଦେଇଥିବା ବେଳେ ଏହା ବିରୋଧରେ ମାଲ୍ୟା ଲଣ୍ଡନ ହାଇକୋର୍ଟରେ ଆବେଦନ କରିଥିଲେ । ଗୁରୁବାର ଲଣ୍ଡନ ହାଇକୋର୍ଟ ମାଲ୍ୟାଙ୍କ ଆବେଦନ ଖାରଜ କରିବା ପରେ ମାଲ୍ୟା ଭାରତ ପ୍ରତ୍ୟର୍ପିତ ହେବାର ସମ୍ଭାବନ ସ୍ପଷ୍ଟ ହୋଇଛି । ଏହି 64 ବର୍ଷ ବୟସ୍କ ମଦ ସମ୍ରାଟ ଜଣକ ଗତକାଲି ଭାରତ ସରକାରଙ୍କୁ ଋଣ ଫେରସ୍ତର ପ୍ରସ୍ତାବ ଦେଇଥିଲେ । କୋର୍ଟ ନିଜର ନିଷ୍ପତ୍ତି ଶୁଣାଇଥିବା ବେଳେ ବର୍ତ୍ତମାନ ୟୁକେର ଗୃହ ସଚିବ ପ୍ରୀତି ପଟେଲ୍‌ ଅନ୍ତିମ ନିଷ୍ପତ୍ତି ଗ୍ରହଣ କରିବ । (ଏଜେନ୍ସି)

Related posts