Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚୀନ୍‌ଠାରୁ ତିନି ଗୁଣା ଶସ୍ତା ଓ ଉତ୍ତମ ମାନର ପିପିଇ କିଟ୍ ଏବଂ ଟେଷ୍ଟିଂ କିଟ୍ ପ୍ରସ୍ତୁତ ଆରମ୍ଭ କଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ
ବିଶେଷ ଖବର

ଚୀନ୍‌ଠାରୁ ତିନି ଗୁଣା ଶସ୍ତା ଓ ଉତ୍ତମ ମାନର ପିପିଇ କିଟ୍ ଏବଂ ଟେଷ୍ଟିଂ କିଟ୍ ପ୍ରସ୍ତୁତ ଆରମ୍ଭ କଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ

May 29, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କରୋନା ସଂକ୍ରମଣ ବିରୋଧରେ ଭାରତର ଲଢେଇରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ପ୍ରଦାନ କରୁଥିବା ମୁକେଶ ଅମ୍ବାନିଙ୍କର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବେ ଚୀନ୍‌ଠାରୁ ତିନି ଗୁଣ ଶସ୍ତା ଓ ଉତ୍ତମ ଗୁଣ ବତ୍ତା ବିଶିଷ୍ଟ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପୋଷାକ) ବା ପିପିଇ କିଟ୍ ପ୍ରସ୍ତୁତ କରିବା ଆରମ୍ଭ କରିଛି। ଆନ୍ତର୍ଜାତୀୟ ମାନଦଣ୍ଡ ଅନୁସାରେ ଏହି କିଟ୍‌ଗୁଡିକର ଉତ୍ତମ ଗୁଣବତ୍ତା ରହିଛି। କମ୍ପାନୀର ସିଲଭାସା ସ୍ଥିତ କାରଖାନାରେ ପ୍ରତିଦିନ ଏକ ଲକ୍ଷ ପିପିଇ କିଟ୍ ଉତ୍ପାଦନ କରାଯାଉଛି। ଚୀନରୁ ଆମଦାନୀ କରାଯାଉଥିବା ପ୍ରତି ପିପିଇ କିଟ୍‌ର ମୂଲ୍ୟ ଦୁଇ ହଜାର ଟଙ୍କାରୁ ଅଧିକ ରହୁଥିବା ବେଳେ ରିଲାଏନ୍ସର ସହଯୋଗୀ କମ୍ପାନୀ ଆଲୋକ ଇଣ୍ଡଷ୍ଟ୍ରୀଜ ଦ୍ୱାରା ମାତ୍ର ୬୫୦ ଟଙ୍କାରେ ପିପିଇ ପ୍ରସ୍ତୁତ କରାଯାଉଛି। ପିପିଇ କିଟ୍ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ପୋଲିସ ଓ ସଫେଇ କର୍ମଚାରୀଙ୍କ ଭଳି ଆଗ ଧାଡିର କରୋନା ଯୋଦ୍ଧାମାନଙ୍କୁ କରୋନା ଭାଇରସ୍ ସଂକ୍ରମଣରୁ ରକ୍ଷା କରିଥାଏ।

ପ୍ରତିଦିନ ଏକ ଲକ୍ଷ ପିପିଇ କିଟ୍ ପ୍ରସ୍ତୁତ କରିବା ପାଇଁ ରିଲାଏନ୍ସ ପକ୍ଷରୁ ନିଜର ବିଭିନ୍ନ ଉତ୍ପାଦନ କେନ୍ଦ୍ରଗୁଡିକୁ କାର୍ଯ୍ୟରେ ଲଗାଯାଇଛି। ଜାମ୍‌ନଗର ସ୍ଥିତ ଦେଶର ସର୍ବବୃହତ୍ତ ରିଫାଇନାରୀରେ ପିପିଇ ପ୍ରସ୍ତୁତି ପାଇଁ ଆବଶ୍ୟକ ହେଉଥିବା କପଡା ତିଆରି ପାଇଁ ଦରକାରୀ ପେଟ୍ରୋ କେମିକାଲ୍ସ ବିପୁଳ ମାତ୍ରାରେ ଉତ୍ପାଦନ କରାଯାଉଛି।
ଏହି କପଡା ବ୍ୟବହାର କରି ଆଲୋକ ଇଣ୍ଡଷ୍ଟ୍ରିଜରେ ପିପିଇ କିଟ୍ ପ୍ରସ୍ତୁତ କରାଯାଉଛି। ନିକଟରେ ରିଲାଏନ୍ସ ପକ୍ଷରୁ ଅଧିଗ୍ରହଣ କରାଯାଇଥିବା ଆଲୋକ ଇଣ୍ଡଷ୍ଟ୍ରିଜର ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ପିପିଇ କିଟ୍ ପ୍ରସ୍ତୁତ କରିବାରେ ନିୟୋଜିତ କରାଯାଇଛି। ଆଜିର ଦିନରେ ଆଲୋକ ଇଣ୍ଡଷ୍ଟ୍ରିଜରେ ପିପିଇ ପ୍ରସ୍ତୁତ କରିବା ପାଇଁ ୧୦ ହଜାରରୁ ଅଧିକ ବ୍ୟକ୍ତି କାର୍ଯ୍ୟ କରୁଛନ୍ତି।

କେବଳ ପିପିଇ ନୁହେଁ କରୋନା ଟେଷ୍ଟିଂ କିଟ୍ କ୍ଷେତ୍ରରେ ମଧ୍ୟ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସ୍ୱଦେଶୀ ଜ୍ଞାନକୌଶଳ ବିକାଶ କରିିଛି। କେନ୍ଦ୍ର ସରକାରଙ୍କ ସିଏସ୍‌ଆଇଆର୍ ସହିତ ମିଳିତ ଭାବରେ ରିଲାଏନ୍ସ ପକ୍ଷରୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଆର୍‌ଟି-ଏଲଏଏମ୍‌ପି  ପର୍ଯ୍ୟବେସିତ କୋଭିଡ୧୯ ଟେଷ୍ଟିଂ କିଟ୍ ପ୍ରସ୍ତୁତ କରାଯାଇଛି। ଏହି କିଟ୍ ଚୀନରୁ ଆସୁଥିବା ଟେଷ୍ଟିଂ କିଟ୍ ଠାରୁ ଅନେକ ଗୁଣ ଶସ୍ତା ଏବଂ ମାତ୍ର ୪୫ ରୁ ୬୦ ମିନିଟ୍ ମଧ୍ୟରେ କୋଭିଡ୧୯ ଟେଷ୍ଟିଂର ସଠିକ୍ ଫଳାଫଳ ପ୍ରଦାନ କରୁଛି।

ଆର୍‌ଟି-ଏଲଏଏମ୍‌ପି ଟେଷ୍ଟିଂ କିଟ୍‌ରେ ଏକ ଟିଉବ୍ ବ୍ୟବହାର ହୋଇଥାଏ। ସେଥିପାଇଁ ଏହାକୁ ବିମାନ ବନ୍ଦର, ରେଳ ଷ୍ଟେସନ, ବସଷ୍ଟାଣ୍ଡ ଭଳି ସାର୍ବଜନୀନ ସ୍ଥାନରେ ଉପଯୋଗ କରାଯାଇପାରିବ। ଏହି ଟେଷ୍ଟ କିଟ୍‌ରେ ସାଧାରଣ ଲ୍ୟାବ୍ ବ୍ୟବସ୍ଥା ଓ ସ୍ୱଳ୍ପ ଦକ୍ଷତାର ଆବଶ୍ୟକ ହେଉଥିବାରୁ ଏହାର ବ୍ୟବହାର ଟେଷ୍ଟିଂ ମୋବାଇଲ ଭ୍ୟାନ ବା କିଓସ୍କରେ ମଧ୍ୟ କରାଯାଇପାରିବ।

ଏହା ପୂର୍ବରୁ ନମୁନା ସଂଗ୍ରହ ପାଇଁ ବ୍ୟବହାର ହେଉଥିବା ଟେଷ୍ଟିଂ ସ୍ୱାବ୍‌ର ବିକାଶରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଆଗରୁ ଏହି ଟେଷ୍ଟିଂ ସ୍ୱାବ ଚୀନରୁ ଆମଦାନୀ ହେଉଥିଲା ଯାହାର ମୂଲ୍ୟ ଭାରତରେ ପ୍ରତି ଟେଷ୍ଟିଂ ସ୍ୱାବ ପିଛା ପ୍ରାୟ ୧୭ ଟଙ୍କା ରହୁଥିଲା। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଜନସନ୍ ଆଣ୍ଡ ଜନସନ୍ ମିଳିତ ସହଯୋଗରେ ବିକଶିତ ହୋଇଥିବା ନୂଆ ସ୍ୱଦେଶୀ ସ୍ୱାବ୍‌ର ମୂଲ୍ୟ ଚୀନଠାରୁ ୧୦ ଗୁଣ ଶସ୍ତା ଅର୍ଥାତ ସ୍ୱାବ ପ୍ରତି ଏକ ଟଙ୍କା ୭୦ ପଇସା ରହୁଛି।

india reliance industry
Share. Facebook Twitter LinkedIn Email WhatsApp Copy Link

Related Posts

‘ମୋର ନୀରବତାକୁ ପରାଜୟ ବୋଲି ଭାବନ୍ତୁ ନାହିଁ’: ଆଉ ଏକ ଭିଡିଓ ଜାରି କରି କହିଲେ ରାଘବ ଚଢା

April 3, 2026

ପଶ୍ଚିମବଙ୍ଗରେ ଟିଏମସିକୁ ଝଟକା!: ସଦ୍ୟତମ ନିର୍ବାଚନ ସର୍ଭେରେ ବିଜେପି ପାଇଁ ଭଲ ଖବର

April 3, 2026

ଆଜି ‘ଗୁଡ ଫ୍ରାଇ ଡେ’: ଜାଣନ୍ତୁ ଏହାକୁ କାହିଁକି ପାଳନ କରାଯାଏ ଓ ଏହି ଦିନର ମହତ୍ତ୍ଵ?

April 3, 2026

ଓଡ଼ିଶାରେ ଆଦିବାସୀ ସାଂସ୍କୃତିକ ଐତିହ୍ୟର ପ୍ରଚାର

April 3, 2026
Latest News

ମଧୁମେହରେ ପଣସର ବ୍ୟବହାର କିପରି ଲାଭଦାୟକ? ଜାଣନ୍ତୁ…

April 3, 2026

‘ମୋର ନୀରବତାକୁ ପରାଜୟ ବୋଲି ଭାବନ୍ତୁ ନାହିଁ’: ଆଉ ଏକ ଭିଡିଓ ଜାରି କରି କହିଲେ ରାଘବ ଚଢା

April 3, 2026

ପଶ୍ଚିମବଙ୍ଗରେ ଟିଏମସିକୁ ଝଟକା!: ସଦ୍ୟତମ ନିର୍ବାଚନ ସର୍ଭେରେ ବିଜେପି ପାଇଁ ଭଲ ଖବର

April 3, 2026

ବ୍ରହ୍ମପୁର ପୌର ନିଗମର ଷ୍ଟାଣ୍ଡିଂ କମିଟି ବୈଠକ

April 3, 2026

ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ପ୍ରତାରଣା: ଅଭିଯୁକ୍ତ ଯୁବକଙ୍କୁ ଗିରଫ କଲା ପୋଲିସ

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.