ଏଲ୍‌ପିଜି ଦରରେ ବୃଦ୍ଧି ଘଟାଇଲେ ସରକାର

Published: Jun 1, 2020, 7:16 pm IST

ନୂଆଦିଲ୍ଲୀ : ଦେଶବ୍ୟାପୀ କରୋନା କାରଣରୁ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଲ୍‌ପିଜି ମୂଲ୍ୟରେ ବୃଦ୍ଧି ଘଟାଯାଇଛି । ସୋମବାର ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ତିନି କେନ୍ଦ୍ରୀୟ କମ୍ପାନୀ ଏଚପିସିଏଲ, ବିପିସିଏଲ ଓ ଆଇଓସି ଏହି ନିଷ୍ପତ୍ତି ନେଇଛନ୍ତି । ସବ୍‌ସିଡି ଯୁକ୍ତ ସିଲିଣ୍ଡର ବର୍ତ୍ତମାନ ମାଗଣା ମିଳୁଥିବା ବେଳେ ଅଣସବ୍‌ସିଡି ଗ୍ୟାସ୍‌ ମୂଲ୍ୟ ନୂଆଦିଲ୍ଲୀରେ 11.50 ପଇସା ବୃଦ୍ଧି ପାଇଛି । ଏହାପରେ ଦିଲ୍ଲୀରେ ସିଲିଣ୍ଡରର ମୂଲ୍ୟ 593 ଟଙ୍କାରେ ପହଞ୍ଚିଛି । ସେହିପରି କୋଲକାତାରେ 31.50, ମୁମ୍ବାଇରେ 11.50 ଏବଂ ଚେନ୍ନାଇରେ 37 ଟଙ୍କାର ମୂଲ୍ୟବୃଦ୍ଧି ଲାଗୁ ହୋଇଛି । ସେହିପରି ଶିଳ୍ପ ସଂସ୍ଥାରେ ବୃବହୃତ 19 କିଗ୍ରା ବିଶିଷ୍ଟ ସିଲିଣ୍ଡରର ମୂଲ୍ୟରେ 110 ଟଙ୍କା ବୃଦ୍ଧି ପାଇଛି । ମୂଲ୍ୟବୃଦ୍ଧି ପରେ ଏହାର ଦାମ୍‌ 1139.50ରେ ପହଞ୍ଚିଛି । (ଏଜେନ୍ସି)

Related posts