ସେସୁକୁ ଅଧିଗ୍ରହଣ କଲା ଟାଟା

Published: Jun 1, 2020, 8:58 pm IST

ଭୁବନେଶ୍ବର : ଭାରତର ସର୍ବବୃହତ ସମନ୍ୱିତ ୟୁଟିଲିଟି ଟାଟା ପାୱାର ଓଡ଼ିଶାର ପାଂଚଟି ସର୍କଲ୍ ଭୁବନେଶ୍ୱର, କଟକ, ପୁରୀ, ପାରାଦୀପ ଓ ଢେଙ୍କାନାଳରେ ବିଦ୍ୟୁତର ଖୁଚୁରା ଯୋଗାଣ ଓ ବିତରଣ ପାଇଁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି)ଙ୍କ ଠାରୁ ଲେଟର ଅଫ୍ ଇଟେଂଟ୍ (ଏଲଓଆଇ) ହାସଲ କରିଛି । ଏହାସହିତ ସେସୁର ପରିଚାଳନାକୁ ଅଧିଗ୍ରହଣ କରିବା ବିଷୟରେ ଘୋଷଣା କରିଛି ଟାଟଶ । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି) ପକ୍ଷରୁ ଜାରି ନିର୍ଦେଶ ଅନୁଯାୟୀ ଟାଟା ପାୱାର ପରିଚାଳନା ନିୟନ୍ତ୍ରଣ ସହିତ 51 ପ୍ରତିଶତ ଇକ୍ୱିଟି ଟାଟା ନିକଟରେ ଏବଂ ରାଜ୍ୟ ସରକାରଙ୍କ ମାଲିକାନାରେ ଥିବା ଗ୍ରିଡ୍‌କୋ ପାଖରେ କଂପାନିର ବଳକା 49 ପ୍ରତିଶତ ଇକ୍ୱିଟି ଅଂଶଧନ ରହିବ ।

Related posts