Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଣିକି ସ୍ୱଳ୍ପ ଓ ମଧ୍ୟମ ବର୍ଣ୍ଣାନ୍ଧ ନାଗରିକମାନେ ପାଇପାରିବେ ଡ୍ରାଇଭିଂ ଲାଇସେନ୍ସ
ଆଜିର ଖବର

ଏଣିକି ସ୍ୱଳ୍ପ ଓ ମଧ୍ୟମ ବର୍ଣ୍ଣାନ୍ଧ ନାଗରିକମାନେ ପାଇପାରିବେ ଡ୍ରାଇଭିଂ ଲାଇସେନ୍ସ

June 26, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏଣିକି ସ୍ୱଳ୍ପ ଓ ମଧ୍ୟମ ବର୍ଣ୍ଣାନ୍ଧ ନାଗରିକମାନେ ପାଇପାରିବେ ଡ୍ରାଇଭିଂ ଲାଇସେନ୍ସ, ପରିବହନ ବିଭାଗର ନିଷ୍ପତି

ନୂଆଦିଲ୍ଲୀ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ଆଇନ 1989ର ଫର୍ମ-1 ଓ ଫର୍ମ-1 ‘ଏ’ରେ ସଂଶୋଧନ କରାଯାଇଛି । ଏହି ମର୍ମରେ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ଯେଉଁ ନାଗରିକମାନେ ସ୍ୱଳ୍ପ ବା ମଧ୍ୟମ ବର୍ଣ୍ଣାନ୍ଧ (ରଙ୍ଗ ଚିହ୍ନିବାରେ ଅସୁବିଧାର ସମ୍ମୁଖୀନ) ସେମାନେ ଏବେ ଡ୍ରାଇଭିଂ ଲାଇସେନ୍‌ସ ପାଇପାରିବେ । ଜିଏସ୍‌ଆର 401 (ଇ) ଦିନାଙ୍କ 24 ଜୁନ୍‌ 2020ରେ ପ୍ରକାଶିତ ଏହି ବିଜ୍ଞପ୍ତିଟି ଏକ ସାମାଜିକ ଓ ସୁବିଧା ପ୍ରଦାନକାରୀ ନିୟମ ।

ମନ୍ତ୍ରଣାଳୟ ପକ୍ଷରୁ ଦିବ୍ୟାଙ୍ଗ ନାଗରିକମାନଙ୍କୁ ସମର୍ଥ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ତଦନୁସାରେ ସେମାନେ ପରିବହନ ଜନିତ ସୁବିଧା, ବିଶେଷକରି ଡ୍ରାଇଭିଂ ଲାଇସେନ୍ସ ପାଉଛନ୍ତି । ଏ କ୍ଷେତ୍ରରେ ଠିକ୍‌ଭାବରେ ବର୍ଣ୍ଣ ବା ରଙ୍ଗ  ଚିହ୍ନିପାରୁନଥିବା ଲୋକମାନଙ୍କୁ ଡ୍ରାଇଭିଂ ଲାଇସେନ୍‌ସ ଦେବା କ୍ଷେତ୍ରରେ ଯେଉଁ କଟକଣା ରହିଛି ତାହାକୁ ଉଠାଇ ଦେବାକୁ ପୂର୍ବରୁ ପରାମର୍ଶ ଜାରି କରାଯାଇଥିଲା ଏବଂ ଏବେ ତାହା କାର୍ଯ୍ୟକାରୀ ହୋଇଛି ।

ମନ୍ତ୍ରଣାଳୟ ଏହି ମର୍ମରେ ପୂର୍ବରୁ ବର୍ଣ୍ଣାନ୍ଧ ନାଗରିକମାନଙ୍କଠାରୁ ଅନେକ ଆବେଦନପତ୍ର ପାଇଥିଲା । ଡ୍ରାଇଭିଂ ଲାଇସେନ୍‌ସ ପାଇଁ ଉଦ୍ଦିଷ୍ଟ ଶାରୀରିକ ଯୋଗ୍ୟତା ଫର୍ମ-1 ଓ ମେଡିକାଲ ସାର୍ଟିଫିକେଟ ଫର୍ମ-1 ‘ଏ’ରେ ଥିବା ନିୟମ ବର୍ଣ୍ଣାନ୍ଧମାନଙ୍କୁ ଲାଇସେନ୍‌ସ ଦେବା କ୍ଷେତ୍ରରେ ପ୍ରତିବନ୍ଧକ ସାଜି ଥିବାରୁ ତାହାକୁ ଉଠାଇ ଦେବାକୁ ଏହି ଆବେଦନପତ୍ରରେ ଅନୁରୋଧ କରାଯାଇଥିଲା ।

ଏହି ପ୍ରସଙ୍ଗକୁ ପ୍ରଥମେ ସ୍ୱାସ୍ଥ୍ୟଗତ ବିଶେଷଜ୍ଞ ପ୍ରତିଷ୍ଠାନ (ଏମ୍‌ଇଆଇ)ରେ ଉତ୍‌ଥାପିତ କରାଯାଇ ମତାମତ ମଗାଯାଇଥିଲା । ସ୍ୱଳ୍ପ ଓ ବର୍ଣ୍ଣାନ୍ଧମାନଙ୍କୁ ଡ୍ରାଇଭିଂ ଲାଇସେନ୍‌ସ ଦେବାକୁ ଏମ୍‌ଇଆଇ ସୁପାରିସ କରିଥିଲା । ତେବେ ମାତ୍ରାଧିକ ବର୍ଣ୍ଣାନ୍ଧମାନଙ୍କୁ ଡ୍ରାଇଭିଂ ଲାଇସେନ୍‌ସ ନ ଦେବାକୁ ଏଥିରେ ବାରଣ କରାଯାଇଥିଲା । ବିଶ୍ୱର ଅନ୍ୟାନ୍ୟ ଦେଶରେ ସ୍ୱଳ୍ପ ଓ ମଧ୍ୟମ ବର୍ଣ୍ଣାନ୍ଧମାନଙ୍କୁ ଡ୍ରାଇଭିଂ ଲାଇସେନ୍‌ସ ଦେବାର ବ୍ୟବସ୍ଥା ରହିଛି । ଏହି ସୁପାରିସ ଆଧାରରେ ଏକ ଚିଠା ବିଜ୍ଞପ୍ତି ପ୍ରକାଶ କରାଯାଇ ମତାମତ ଲୋଡ଼ାଯାଇଛି ।

driving licence
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Latest News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.