Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏଣିକି ଜାତୀୟ ରାଜପଥଗୁଡ଼ିକୁ ତିନୋଟି ବର୍ଗରେ କରାଯିବ ରାଙ୍କିଂ, କଣ୍ଟ୍ରାକ୍ଟରଙ୍କ ଭିତରେ ବଢିବ ପ୍ରତିଯୋଗୀତା
ଜାତୀୟ ଖବର

ଏଣିକି ଜାତୀୟ ରାଜପଥଗୁଡ଼ିକୁ ତିନୋଟି ବର୍ଗରେ କରାଯିବ ରାଙ୍କିଂ, କଣ୍ଟ୍ରାକ୍ଟରଙ୍କ ଭିତରେ ବଢିବ ପ୍ରତିଯୋଗୀତା

July 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଦେଶରେ ଥିବା ରାଜପଥଗୁଡିକର ପ୍ରଦର୍ଶନ ଆକଳନ କରି ସେଗୁଡିକର ବର୍ଗ ନିର୍ଣ୍ଣୟ କରିବ। ଯେଉଁ ରାଜପଥ ଯେତେ ଉନ୍ନତ ମାନର ସେବା ଓ ସୁବିଧା ପ୍ରଦାନ କରୁଥିବ ତଦନୁସାରେ ତାହାର ବର୍ଗ ବା ରାଙ୍କ ନିର୍ଦ୍ଧାରିତ ହେବ। ଏହାଦ୍ୱାରା ସଡ଼କଗୁଡିକର ମାନ ବଢିବା ଘେନି ପ୍ରାଧିକରଣ ଆଶା ରଖିଛି।

ଆହୁରି ମଧ୍ୟ ସଡ଼କର ଉତ୍ତମ ମାନ ରକ୍ଷା ପାଇଁ ଆବଶ୍ୟକସ୍ଥଳେ ସଂଶୋଧନ ବ୍ୟବସ୍ଥା ଓ ଉନ୍ନୟନ କାର‌୍ୟ୍ୟ କରିବାର ସୁଯୋଗ ସୃଷ୍ଟି ହେବ। ବ୍ୟବହାରକାରୀଙ୍କୁ ସର୍ବଶ୍ରେଷ୍ଠ ସଡକ ବ୍ୟବସ୍ଥା ଯୋଗାଇବା ଏହି କାର‌୍ୟ୍ୟକ୍ରମର ଲକ୍ଷ୍ୟ। ବିଭିନ୍ନ ଆନ୍ତର୍ଜାତିକ ବ୍ୟବସ୍ଥା ଓ ମାନକ ଆଦିକୁ ବିଚାରକୁ ନେଇ ତଦନୁସାରେ ଦେଶର ଜାତୀୟ ରାଜପଥଗୁଡିକର ବର୍ଗ ଓ ମାନ ଆଦିର ରାଙ୍କ ନିର୍ଦ୍ଧାରଣ କରାଯିବ। ଏଥିପାଇଁ ୩ଟି ପ୍ରମୁଖ ବିଭାଗ କରାଯାଇଛି। ସେଥିରେ ରାଜପଥର ଦକ୍ଷତା ପାଇଁ ୪୫ ଶତାଂଶ, ନିରାପତ୍ତା ପାଇଁ ୩୫ ଶତାଂଶ ଏବଂ ବ୍ୟବହାକାରୀଙ୍କ ସେବା ପାଇଁ ୨୦ ଶତାଂଶ ନମ୍ବର ରଖାଯାଇଛି।

ଏହି ୩ଟି କ୍ଷେତ୍ରରେ କେଉଁ ରାଜପଥର ପ୍ରଦର୍ଶନ କ’ଣ ତାହାକୁ ହିସାବକୁ ନେଇ ବର୍ଗ ବା ରାଙ୍କ ନିର୍ଦ୍ଧାରଣ କରାଯିବ। ଯେଉଁଠି ଏହି ୩ ବର୍ଗରେ ସର୍ବନିମ୍ନ ଅଭାବ ପରିଲକ୍ଷିତ ହେଉଥିବ ତାହାର ସଂଶୋଧନ ପାଇଁ ରାଜପଥ ପ୍ରାଧିକରଣ ହସ୍ତକ୍ଷେପ କରିବେ ଏବଂ ସଡକର ସାମଗ୍ରିକ ବିକାଶ ଉପରେ ଧ୍ୟାନ ଦେବେ।

ଅତିରିକ୍ତ ଭାବେ ଏହି ବର୍ଗ ନିର୍ଦ୍ଧାରଣରେ ଅପରେଟିଂ ସ୍ପିଡ୍‌, ଆକ୍ସେସ କଣ୍ଟ୍ରୋଲ, ଟୋଲ ପ୍ଲାଜାଗୁଡିକରେ ଗାଡ଼ି ଅତିକ୍ରମ କରିବା ସମୟ, ରୋଡ଼ ସାଇନେଜ, ରୋଡ଼ ମାର୍କିଂ, ଦୁର୍ଘଟଣା ହାର, ଦୁର୍ଘଟଣା ପରବର୍ତ୍ତୀ ପଦକ୍ଷେପ ବ୍ୟବସ୍ଥା, କ୍ରାସ ବ୍ୟାରିୟରସ, ଇଲୁମିନେସନ, ଆଗୁଆ ଟ୍ରାଫିକ ପରିଚାଳନା ବ୍ୟବସ୍ଥା, ପରିଚ୍ଛନ୍ନତା, ବୃକ୍ଷରୋପଣ, ରାସ୍ତାକଡ଼ ସୁବିଧା ଓ ଗ୍ରାହକଙ୍କ ସନ୍ତୋଷ ଆଦି ବିଷୟକୁ ମଧ୍ୟ ମାନ ନିର୍ଦ୍ଧାରଣରେ ବିଚାରକୁ ନିଆଯିବ।

ସବୁ କରିଡରରୁ ପ୍ରାପ୍ତ ଉପରଲିଖିତ ତଥ୍ୟଗୁଡିକ ସଂଗୃହୀତ ହେବା ପରେ ସେଗୁଡିକର ଆକଳନ କରାଯିବ। କେଉଁ ରାଜପଥରେ କେଉଁ ସ୍ଥାନରେ କି କି ଅସୁବିଧା ରହିଛି, ତାହାକୁ ଅନୁଧ୍ୟାନ କରାଯାଇ ନିରାପତ୍ତା, ନିର୍ମାଣ ଓ ଉନ୍ନୟନ ବ୍ୟବସ୍ଥା ମାନ ଗ୍ରହଣ କରାଯିବ।
ଏହି ରାଙ୍କିଂ ଡାଇନାମିକ ବ୍ୟବସ୍ଥାରେ ଚାଲିବ। ଫଳରେ କଣ୍ଟ୍ରାକ୍ଟର/ କନ୍‌ସେସନାୟର/ ଅପରେଟରମାନେ ନିଜ ନିଜ କରିଡରରେ ଯୋଗାଉଥିବା ସୁବିଧାରେ ଉନ୍ନତି ଆଣି ନିଜ ନିଜର ରାଙ୍କ ବଢାଇ ପାରିବେ।

ସମସ୍ତ କରିଡରର ରାଙ୍କିଂ ବ୍ୟତୀତ ବିଓଟି, ଏଚ୍‌ଏଏମ୍ ଏବଂ ଇପିସି ପ୍ରକଳ୍ପ ଅଧୀନରେ ଥିବା ରାଜପଥଗୁଡିକର ରାଙ୍କିଂ ମଧ୍ୟ କରାଯିବାର ବ୍ୟବସ୍ଥା ହୋଇଛି। ଏହି ରାଙ୍କିଂ ପ୍ରକ୍ରିୟା ଦ୍ୱାରା ରାଜପଥଗୁଡିକର ପରିବହନ ଓ ପରିଚାଳନାଗତ ଦକ୍ଷତା ବଢିବ ଏବଂ ସେଗୁଡିକର ରକ୍ଷଣାବେକ୍ଷଣ କାର‌୍ୟ୍ୟ ଉଚ୍ଚମାନର ହୋଇପାରିବ।

Share. Facebook Twitter LinkedIn Email WhatsApp Copy Link

Related Posts

ବଙ୍ଗୋପସାଗରରେ ଗଭୀର ଅବପାତ, ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ କଲେ ରାଜସ୍ବ ମନ୍ତ୍ରୀ

July 27, 2026

ଫାଇଲ ହଜିବା ଘଟଣା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

July 27, 2026

ବିହାର NEET ପ୍ରତିବାଦ: ୩୫୫ ଜଣଙ୍କୁ ଜେଲ, ୯୧ ପୋଲିସ ଆହତ

July 27, 2026

ଗତ ୫ ବର୍ଷରେ ଓଡ଼ିଶାର ୯୬୬୦ କଳାକାରଙ୍କୁ ୭୫.୪୩ କୋଟିର ସହାୟତା

July 27, 2026
Latest News

ବଙ୍ଗୋପସାଗରରେ ଗଭୀର ଅବପାତ, ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ କଲେ ରାଜସ୍ବ ମନ୍ତ୍ରୀ

July 27, 2026

ଫାଇଲ ହଜିବା ଘଟଣା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

July 27, 2026

ନିରାପଦ ଟ୍ରେନ ପରିଚାଳନାରେ ଉଲ୍ଲେଖନୀୟ ସତର୍କତା ପାଇଁ ଟେକ୍ନିସିଆନଙ୍କୁ ପୂର୍ବତଟ ରେଳପଥର ସମ୍ମାନ

July 27, 2026

ବିହାର NEET ପ୍ରତିବାଦ: ୩୫୫ ଜଣଙ୍କୁ ଜେଲ, ୯୧ ପୋଲିସ ଆହତ

July 27, 2026

ଗତ ୫ ବର୍ଷରେ ଓଡ଼ିଶାର ୯୬୬୦ କଳାକାରଙ୍କୁ ୭୫.୪୩ କୋଟିର ସହାୟତା

July 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.