ଆସନ୍ତା ସାଢ଼େ ତିନି ବର୍ଷରେ ରେଳବାଇ ହେବ ଶତ ପ୍ରତିଶତ ବିଦ୍ୟୁତିକରଣ : ପୀୟୁଷ

Published: Jul 16, 2020, 2:48 pm IST

ନୂଆଦିଲ୍ଲୀ, ଆସନ୍ତା ସାଢ଼େ ତିନି ବର୍ଷ ମଧ୍ୟରେ ଭାରତୀୟ ରେଳବାଇରେ ଶତ ପ୍ରତିଶତ ବିଦ୍ୟୁତିକରଣ କରାଯିବ। ଆଜି ଏହା ପ୍ରକାଶ କରିଛନ୍ତି କେନ୍ଦ୍ର ରେଳବାଇ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ। ପରବର୍ତ୍ତୀ ୯ରୁ ୧୦ ବର୍ଷ ମଧ୍ୟରେ ରେଳବାଇ ୧୦୦ ପ୍ରତିଶତ ‘ନେଟ୍ ଜିରୋ’ ଅପରେଟର୍ ହୋଇପାରିବ। ୨୦୩୦ ବେଳକୁ ଆମେ ବିଶ୍ବର ପ୍ରଥମ ବୃହତ୍ ‘କ୍ଲିନ୍ ରେଲ୍‌ୱେଜ୍’ ଅଧିକାରୀ ହୋଇ ପାରିବା ଏବଂ ଏଥିପାଇଁ ଆମେ ସମସ୍ତେ ଦେଶର ନାଗରିକ ଭାବେ ଗର୍ବ ଅନୁଭବ କରି ପାରିବା।

ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ମାଧ୍ୟମରେ ‘କନ୍‌ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି’ର ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ କେନ୍ଦ୍ର ମନ୍ତ୍ରୀ ଗୋଏଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଏକ ସୂର୍ଯ୍ୟ, ଏକ ବିଶ୍ବ, ଏକ ଗ୍ରିଡ୍’ର ପ୍ରସାର କରୁଛନ୍ତି। ‘ଭାରତ ଇଣ୍ଟର୍‌ନ୍ୟାସ୍‌ନାଲ୍ ରିନିଉଏବଲ୍ କମ୍ୟୁନିଟି’ରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି। ‘ପିଏମ୍-କୁସୁମ ଯୋଜାନା’ରେ ଆମେ କୃଷକମାନଙ୍କ ପାଇଁ ମଧ୍ୟ ଅକ୍ଷୟ ଶକ୍ତି ଆଣୁଛୁ।

ଅକ୍ଷୟ ଶକ୍ତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବାକୁ ଭାରତ ଗ୍ରହଣ କରିଥିବା ପଦକ୍ଷେପକୁ ପ୍ରଶଂସା କରି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଆନ୍ତର୍ଜାତିକ ସୋଲାର୍ ଗ୍ରିଡ୍‌ରେ ପରିଣତ ହେବାକୁ ସରକାର କାମ ଚଳାଇଛନ୍ତି।

Related posts