ସିଦ୍ଧାନ୍ତ ଦାସ ଓରେରା ଅଧ୍ୟକ୍ଷ ନିଯୁକ୍ତ

Published: Jul 18, 2020, 2:10 pm IST

ଭୁବନେଶ୍ବର, ଜାତୀୟ ଗ୍ରୀନ ଟ୍ରିବୁନାଲର ବିଶେଷଜ୍ଞ ସଦସ୍ୟ ତଥା ପୂର୍ବତନ ଡିଜି(ଜଙ୍ଗଲ) ସିଦ୍ଧାନ୍ତ ଦାସଙ୍କୁ ରାଜ୍ୟ ସରକାର ଓଡ଼ିଶା ରିୟଲ ଇଷ୍ଟେଟ୍ ରେଗୁଲେଟୋରୀ ଅଥରିଟି(ଓରେରା) ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି ପଦ ଗତ ମେ ମାସରୁ ଖାଲି ପଡିଥିଲା। ଦାସଙ୍କ ନିଯୁକ୍ତି ସଂକ୍ରାନ୍ତରେ ରାଜ୍ୟ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବିକାଳ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।

ନୂଆ ନିଯୁକ୍ତି ଓ ତାଙ୍କ ଉପରେ ଆସ୍ଥା ରଖିଥିବା ପାଇଁ ଶ୍ରୀ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାଦ୍ବାରା ସେ ଓଡ଼ିଶାର ପ୍ରଗତି ଏବଂ ରାଜ୍ୟବାସୀଙ୍କ କଲ୍ୟାଣ ଦିଗରେ ପ୍ରତ୍ୟକ୍ଷ ଭାବେ କାମ କରିବାର ସୁଯୋଗ ପାଇବେ ବୋଲି କହିଛନ୍ତି।

Related posts