‘ସିପ୍ଲା’ କଂପାନୀ ଆଣିଲା କୋଭିଡ19 ଔଷଧ ‘ସିପ୍ଲେଞ୍ଜା’, ଆସନ୍ତା 15 ଦିନ ଭିତରେ ବଜାରରେ ହେବ ଉପଲବ୍ଧ

Published: Jul 25, 2020, 10:19 am IST

ମୁମ୍ବାଇ, ଭାରତର ପ୍ରସିଦ୍ଧ ଔଷଧ ନିର୍ମାତା କଂପାନୀ ସିପ୍ଲା ଆଣିଲା ନୂଆ କୋଭିଡ19 ନିରାକରଣ ଔଷଧ। ଯାହାର ନାମ ରହିଛି ଫାଭିପିରାଭିର, ହେଲେ ଏହା ସିପ୍ଲେଞ୍ଜା ବ୍ରାଣ୍ଡ ନାମରେ ବଜାରରେ ଉପଲବ୍ଧ ହେବ। ଏହା ଟାବଲେଟ୍ ଭାବେ ବଜାରରେ ମିଳିବ। ଏଥିପାଇଁ ପ୍ରାରମ୍ଭିକ ସ୍ତରରେ କଂପାନୀ ଗୋଟିଏ ଟାବଲେଟ୍ ଦାମ 65 ଟଙ୍କା ରଖିଛି। ଏହି ଔଷଧକୁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଅନୁମତି ପ୍ରଦାନ କରିଛନ୍ତି।

ତେବେ ଏହି ଔଷଧ କୋଭିଡ19 ଆକ୍ରାନ୍ତ ଗୁରୁତର ରୋଗୀଙ୍କ ପାଇଁ କାମ କରିବ ନାହିଁ ବୋଲି କୁହାଯାଇଛି। କେବଳ ଯେଉଁମାନେ ଅଳ୍ପ କିମ୍ବା ମଧ୍ୟମ ଧରଣର କୋଭିଡ19 ଆକ୍ରାନ୍ତ ହୋଇଥିବେ ସେମାନଙ୍କ ପାଇଁ ଏହା କାମ କରିବ। ଏପରିକି ଯେଉଁମାନଙ୍କ କୌଣସି ଲକ୍ଷଣ ନ ଥାଇ କୋଭିଡ ପଜେଟିଭି ଥିବେ ସେମାନଙ୍କୁ ମଧ୍ୟ ଏହି ଔଷଧ କାମ କରିବ।

ଏହି ଔଷଧ ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହରେ ବଜାରରେ ଉପଲବ୍ଧ ହେବ ବୋଲି କଂପାନୀ ତରଫରୁ କୁହାଯାଇଛି। ସିପ୍ଲାଞ୍ଜା ଟାବଲେଟ ଯେପରି ବଜାରରେ ଅଭାବ ସୃଷ୍ଟି ହେବ ନାହିଁ ସେଥିପାଇଁ କଂପାନୀ ତରଫରୁ ବନ୍ଦୋବସ୍ତ କରାଯାଇଛି। ଏହା ବଜାରକୁ ଆସିବା ପରେ କୋଭିଡ-19 ରୋଗୀଙ୍କୁ ନିୟନ୍ତ୍ରଣ କରିବାରେ ଯଥେଷ୍ଠ ସାହାର୍ଯ୍ୟ କରିପାରିବ।

Related posts