ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ, ପଶ୍ଚିମବଂଗ ଲକଡାଉନ ପାଇଁ କେଉଁ ଟ୍ରେନ ବାତିଲ ହେଲା ଜାଣି ନିଅନ୍ତୁ

Published: Aug 2, 2020, 6:39 pm IST

ଭୁବନେଶ୍ବର, ପଶ୍ଚିମବଙ୍ଗ ରାଜ୍ୟରେ ଅଗଷ୍ଟ 2020 ର 5, 8, 16, 17, 23, 24 ଓ 31 ତାରିଖରେ ସମ୍ପୂର୍ଣ୍ଣ ଲକ୍ ଡାଉନ ହେଉଥିବାରୁ ଟ୍ରେନ ସେବା ନିମ୍ନ ମତେ ପ୍ରଭାବିତ ହେବ –

ବାତିଲ ହେଉଥିବା ଟ୍ରେନ :

A. ହାଓଡ଼ାରୁ ଛାଡୁଥିବା 02245 ହାଓଡ଼ା-ଯଶୋବନ୍ତପୁର ଦୁରନ୍ତ ସ୍ପେସିଆଲକୁ 5, 8, 16 ଓ 23 ଅଗଷ୍ଟ , 2020 ତାରିଖ ଗୁଡିକରେ ବାତିଲ କରାଯିବ l

B. ଯଶୋବନ୍ତପୁରରୁ ଛାଡୁଥିବା 02246 ଯଶୋବନ୍ତପୁର -ହାଓଡ଼ା ଦୁରନ୍ତ ସ୍ପେସିଆଲକୁ 7, 10, 16, 18, 23, 25 ଓ 30 ଅଗଷ୍ଟ 2020 ତାରିଖ ଗୁଡିକରେ ବାତିଲ କରାଯିବ l

C. ସିଆଲଦାରୁ ଛାଡୁଥିବା 02201 ସିଆଲଦା -ଭୁବନେଶ୍ୱର ଦୁରନ୍ତ ସ୍ପେସିଆଲକୁ 03 ଅଗଷ୍ଟ 2020 ତାରିଖ ଦିନ ବାତିଲ କରାଯିବ l

D. ଭୁବନେଶ୍ୱରରୁ ଛାଡୁଥିବା 02202 ଭୁବନେଶ୍ୱର -ସିଆଲଦା ଦୁରନ୍ତ ସ୍ପେସିଆଲକୁ 4 ଅଗଷ୍ଟ 2020 ତାରିଖ ଦିନ ବାତିଲ କରାଯିବ l

E. 02074/02073 ଭୁବନେଶ୍ୱର -ହାଓଡ଼ା -ଭୁବନେଶ୍ୱର ଜନ ଶତାବ୍ଦୀ ସ୍ପେସିଆଲକୁ 5, 8, 16, 17, 23, 24 ଓ 31 ଅଗଷ୍ଟ , 2020 ତାରିଖ ଗୁଡିକରେ ଉଭୟ ଭୁବନେଶ୍ୱର ଓ ହାଓଡ଼ା ଦିଗରୁ ବାତିଲ କରାଯିବ l

ଆଂଶିକ ବାତିଲ ହେଉଥିବା ଟ୍ରେନ :

A. ସିକନ୍ଦରାବାଦରୁ ଛାଡୁଥିବା 02704 ସିକନ୍ଦରାବାଦ -ହାଓଡ଼ା ଫଳକନୁମା ସ୍ପେସିଆଲ ଏକ୍ସପ୍ରେସ 4, 7, 15, 16, 22, 23 ଓ 30 ଅଗଷ୍ଟ , 2020 ତାରିଖ ମାନଙ୍କରେ ଏହାର ଯାତ୍ରା ଭୁବନେଶ୍ୱର ଠାରେ ସମାପ୍ତ କରିବ ଏବଂ ହାଓଡ଼ା ପର୍ଯ୍ୟନ୍ତ ଯିବ ନାହିଁ l

B. 02703 ହାଓଡ଼ା -ସିକନ୍ଦରାବାଦ ଫଳକନୁମା ସ୍ପେସିଆଲ ଏକ୍ସପ୍ରେସ 5, 8, 16, 17, 23, 24 ଓ 31 ଅଗଷ୍ଟ 2020 ତାରିଖ ମାନଙ୍କରେ ହାଓଡ଼ା ପରିବର୍ତ୍ତେ ଭୁବନେଶ୍ୱରରୁ ଛାଡିବ ଏବଂ ସେହି ତାରିଖ ଗୁଡିକରେ ଏହା ହାଓଡ଼ାଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବାତିଲ ରହିବ l

ପ୍ରତ୍ୟାହାର କରାଯାଉଥିବା ରହଣି :

A.ଭୁବନେଶ୍ୱରରୁ ଛାଡୁଥିବା 02801 ଭୁବନେଶ୍ୱର -ନୂଆଦିଲ୍ଲୀ ସ୍ପେସିଆଲ ପୁରୁଷୋତ୍ତମ ଏକ୍ସପ୍ରେସ ଓ ନୂଆଦିଲ୍ଲୀରୁ ଆସୁଥିବା 02802 ନୂଆଦିଲ୍ଲୀ -ଭୁବନେଶ୍ୱର ସ୍ପେସିଆଲ ପୁରୁଷୋତ୍ତମ ଏକ୍ସପ୍ରେସ 4, 7, 15, 16, 22, 23 ଓ 30ଅଗଷ୍ଟ , 2020 ରେ ଉଭୟ ଦିଗରୁ ପୁରୁଲିଆ ଓ ହିଜଲୀ ଠାରେ ରହଣି କରିବ ନାହିଁ l

B. ଭୁବନେଶ୍ୱରରୁ ଛାଡୁଥିବା 02823 ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେସିଆଲ ରାଜଧାନୀ ଏକ୍ସପ୍ରେସ 5, 8, 16, 17, 23, 24 & 31ଅଗଷ୍ଟ , 2020 ରେ ଏବଂ ନୂଆଦିଲ୍ଲୀରୁ ଆସୁଥିବା 02824 ନୂଆଦିଲ୍ଲୀ -ଭୁବନେଶ୍ୱର ସ୍ପେସିଆଲ ରାଜଧାନୀ ଏକ୍ସପ୍ରେସ 4, 7, 15, 16, 22, 23 ଓ 30 ଅଗଷ୍ଟ , 2020ରେ ଉଭୟ ଦିଗରୁ ହିଜଲୀ ରହଣି କରିବ ନାହିଁ l

C. ସିଆଲଦାରୁ ଆସୁଥିବା 02201 ସିଆଲଦା (କୋଲକାତା)- ଭୁବନେଶ୍ୱର ଦୂରନ୍ତ ସ୍ପେସିଆଲ ଏକ୍ସପ୍ରେସ୍ 17, 24 ଓ 31 ଅଗଷ୍ଟରେ ଏବଂ ଭୁବନେଶ୍ୱର ଛାଡୁଥିବା 02202 ଭୁବନେଶ୍ୱର-ସିଆଲଦା ଦୁରନ୍ତ ସ୍ପେସିଆଲ ଏକ୍ସପ୍ରେସ 15 ଓ 22 ଅଗଷ୍ଟ , 2020ରେ ଉଭୟ ଦିଗରୁ ଖଡ଼ଗପୁର ଠାରେ ରହଣି କରିବ ନାହିଁ l

ଉପରୋକ୍ତ ଟ୍ରେନ ଗୁଡିକର ଯାତ୍ରୀମାନେ ଏଥି ପ୍ରତି ଧ୍ୟାନ ଦେବା ଉଚିତ ଏବଂ ସେହି ଅନୁଯାୟୀ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦିଆ ଯାଉଛି l

Related posts