ପିଆଜରୁ ବ୍ୟାପୁଛି ନୂତନ ରୋଗ : ଆମେରିକାର 34ଟି ରାଜ୍ୟରେ 500ରୁ ଊର୍ଦ୍ଧ୍ଵ ଆକ୍ରାନ୍ତ

Published: Aug 7, 2020, 6:18 pm IST

ଆମେରିକା : କରୋନା ଭାଇରସ୍ ବିଶ୍ୱରେ ନିଜର ଆତଙ୍କ ସୃଷ୍ଟି କରିଥିବା ବେଳେ ଏହା ମଧ୍ୟରେ ଆଉ ଏକ ନୂତନ ରୋଗ ବ୍ୟାପିବାରେ ଲାଗିଛି। ତେବେ ଏହା କୌଣସି ଭାଇରସ୍ ନୁହେଁ ବରଂ ଏକ ଜୀବାଣୁ ଦ୍ୱାରା ହେଉଛି।

ସାଲମୋନେଲା ନାମକ ଜୀବାଣୁ ଦ୍ୱାରା ଏହି ନୂତନ ରୋଗ ବ୍ୟାପିବାରେ ଲାଗିଛି। ପିଆଜ ଦ୍ୱାରା ଆମେରିକାରେ ଏହି ଜୀବାଣୁର ସଂକ୍ରମଣ ବଢିବାରେ ଲାଗିଛି। ବିଗତ ଏକ ସପ୍ତାହ ମଧ୍ୟରେୁ ପ୍ରାୟ 500 ଜଣ ଏହି ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏହି ଭାଇରସ୍ ପ୍ରଭାବରେ ଆମେରିକା ସମେତ କାନାଡା ଏବଂ କାଲିଫର୍ଣ୍ଣିଆରେ ଶତାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆମେରିକାର 34ଟି ରାଜ୍ୟରେ ଏବେ ଏହି ନୂତନ ରୋଗ ବ୍ୟାପୁଛି। ଲାଲ ଓ ହଳଦିଆ ପିଆଜ ଯୋଗୁଁ ଏହି ରୋଗ ବ୍ୟାପିବାରେ ଲାଗିଛି।

କାନାଡାରେ ସାଲମୋନେଲା ସମ୍ପୃକ୍ତ 114ଟି ମାମଲା ସମ୍ମୁଖକୁ ଆସିଥିବା ବେଳେ ଏହା ମଧ୍ୟରୁ 16 ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେହିପରି ଯୁକ୍ତରାଷ୍ଟ୍ର ଆମେରିକାରୁ 396 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ମଧ୍ୟରୁ 59 ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତକାଲି ଓରେଜନରୁ 71, ଉଟାହରୁ 62 ଏବଂ କାଲିଫର୍ଣ୍ଣିଆରୁ 49 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆମେରିକୀୟ ସଂସ୍ଥା ଏଫଡିଏ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ ଯେ, ସାଲମୋନେଲା ହେଉଛି ଏପରି ଏକ ଜୀବାଣୁ ଯାହାକି ଆମ ଶରୀରର ଅନ୍ତ୍ରନାଳିରେ ରହିଥାଏ। ଏହି ଜୀବାଣୁ ପ୍ରଭାବରେ ପେଟ ଖରାପ ହେବା ସହିତ ଅଧିକ ସଂକ୍ରମିତ ହୋଇ ଡାଇରିଆର ରୂପ ନେଇଥାଏ। ଆମେରିକା ସ୍ୱାସ୍ଥ୍ୟ ସଂସ୍ଥା ସେଣ୍ଟେର୍ଷ ଫର ଡିସିଜ କଣ୍ଟ୍ରୋଲ ଏଣ୍ଡ ପ୍ରୋଭିସନ (ସିଡ଼ିସି) ପିଆଜ ଖାଇବା ସମୟରେ ସାବଧାନ ଅବଲମ୍ବନ କରିବା ସହିତ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି। (ଏଜେନ୍ସି)

Related posts