Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଘରେ ବସି ଟେଲି ମେଡିସିନର ଇ-ସଞ୍ଜୀବନି ମାଧ୍ୟମରେ 23ଟି ରାଜ୍ୟର ଦେଢ ଲକ୍ଷ ଲୋକ ନେଲେ ପରାମର୍ଶ
ଜାତୀୟ ଖବର

ଘରେ ବସି ଟେଲି ମେଡିସିନର ଇ-ସଞ୍ଜୀବନି ମାଧ୍ୟମରେ 23ଟି ରାଜ୍ୟର ଦେଢ ଲକ୍ଷ ଲୋକ ନେଲେ ପରାମର୍ଶ

August 9, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link
Dr. Harsh vardhan lauds the contribution of States in popularising eSanjeevani, the Tele-Medicine platform rolled out by Health Ministry 1.5 lakh tele-consultations completed through ‘eSanjeevani’ and ‘eSanjeevaniOPD’

ନୂଆଦିଲ୍ଲୀ, ଇ-ସଞ୍ଜିବନୀ ଓ ଇ-ସଞ୍ଜିବନୀ ଓପିଡି ଜରିଆରେ ଦେଶରେ 1.5 ଲକ୍ଷ ଟେଲି ପରାମର୍ଶ ହୋଇପାରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରୁ ଜଣାପଡିଛି । ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେ ମଧ୍ୟ ଯୋଗଦେଇଥିଲେ। ତାମିଲନାଡ଼ୁର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ସି. ବିଜୟ ଭାସ୍କର ମଧ୍ୟ ଏଥିରେ ଭର୍ଚୁଆଲ ଭାବେ ଯୋଗଦେଇଥିଲେ।

ଗତ ନଭେମ୍ବର ମାସଠାରୁ ଇ-ସଞ୍ଜିବନୀ ଏବଂ ଇ-ସଞ୍ଜିବନୀ ଓପିଡି ଦ୍ଵାରା ଟେଲି ପରାମର୍ଶ ଆରମ୍ଭ ହେବା ଦିନଠାରୁ ଏହାକୁ 23ଟି ରାଜ୍ୟ ତ୍ଵରାନ୍ଵିତ କରିଛନ୍ତି। ଏଥିରେ ଦେଶର ଶତକଡା 75 ଭାଗ ଜନସଂଖ୍ୟା ସାମିଲ ହୋଇଥିବାବେଳେ ଅନ୍ୟ ରାଜ୍ୟଗୁଡିକ ଏଥିରେ କ୍ରମଶଃ ଯୋଗଦେଉଛନ୍ତି । ଏକ ଉଲ୍ଲେଖନୀୟ ସଫଳତା ପୂର୍ବକ ଜାତୀୟ ଟେଲି ମେଡ଼ିସିନ ସେବା ଦ୍ଵାରା 1.5 ଲକ୍ଷରୁ ଅଧିକ ଟେଲି ପରାମର୍ଶ ପ୍ରଦାନ କରାଯାଇଛି। ଫଳରେ ଘରେ ବସି ରୋଗୀମାନେ ଡାକ୍ତରମାନଙ୍କ ସହିତ ସେମାନଙ୍କ ରୋଗ ସମ୍ପର୍କରେ ପରାମର୍ଶ କରିପାରିଛନ୍ତି।

ଏହି ସଫଳତାକୁ ପ୍ରଶଂସା କରି ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନକ୍ରମେ ଡିଜିଟାଲ ଇଣ୍ଡିଆର ଅଂଶସ୍ଵରୂପ ଆମେ ବ୍ରଡବ୍ୟାଣ୍ଡ ଓ ମୋବାଇଲ ଫୋନ ଜରିଆରେ ଏହାକୁ ଆୟୁଷ୍ମାନ ଭାରତ ଓ ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ରରେ ଆରମ୍ଭ କରିଥିଲୁ। କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହଯୋଗ ଓ ଚିକିତ୍ସକ ଓ ବିଶେଷଜ୍ଞଙ୍କ ଉତ୍ସର୍ଗୀକୃତ ଭାବନା ଯୋଗୁଁ ଆମେ ଟେଲି ମେଡ଼ିସିନ ଯଥା ଇ-ସଞ୍ଜିବନୀ ଜରିଆରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇପାରିଛୁ।

କୋଭିଡ ବୈଶ୍ଵିକ ମହାମାରୀ କାଳରେ ଏହା ଆମ ସ୍ୱାସ୍ଥ୍ୟ ଭିତ୍ତିଭୂମି ବୃଦ୍ଧିରେ ସହାୟକ ହୋଇଛି। ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ଵିନୀ କୁମାର ଚୌବେ କହିଥିଲେ, ଏହି କାର୍ୟ୍ୟକ୍ରମ ଯୋଗୁଁ ସହରଭଳି ସ୍ୱାସ୍ଥ୍ୟ ସେବା ପାଉନଥିବା ଗ୍ରାମାଞ୍ଚଳର ଲୋକମାନେ ଅଧିକ ଉପକୃତ ହେବେ।

ଇ-ସଞ୍ଜିବନୀ ପ୍ଲାଟଫର୍ମ ଦୁଇ ପ୍ରକାରର ଟେଲି ମେଡ଼ିସିନ ସେବା ପ୍ରଦାନ କରିବାରେ ସମର୍ଥ। ପ୍ରଥମତଃ ଡାକ୍ତର-ଡାକ୍ତର ମଧ୍ୟରେ ଓ ଦ୍ଵିତୀୟଟି ରୋଗୀ-ଡାକ୍ତର ମଧ୍ୟରେ ଇ-ସଞ୍ଜିବନୀ ଓପିଡି ଟେଲି ପରାମର୍ଶ। ପ୍ରଥମଟି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ର (ଏବିଏଚଡବ୍ଲୁସି) କାର୍ୟ୍ୟକ୍ରମ ଜରିଆରେ ତ୍ୱରାନ୍ୱିତ ହେଉଛି ।

ଦେଶର ସମସ୍ତ 1.5 ଲକ୍ଷ ସ୍ୱାସ୍ଥ୍ୟ ସୁଧାର କେନ୍ଦ୍ରରେ ଆଗାମୀ ଡିସେମ୍ବର 2022 ସୁଦ୍ଧା ଏହାକୁ ସଂପୂର୍ଣ୍ଣ ଭାବେ କାର୍ୟ୍ୟକାରୀ କରିବାକୁ ଯୋଜନା ରହିଛି । ରାଜ୍ୟଗୁଡିକ ଏଥିପାଇଁ ବିଭିନ୍ନ ମେଡିକାଲ କଲେଜ ଓ ଜିଲ୍ଲା ହସ୍ପିଟାଲରେ ବ୍ୟବସ୍ଥା କରିଛନ୍ତି । ଏପର୍ୟ୍ୟନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଓ ଡାକ୍ତରଙ୍କୁ ମିଳାଇ 12 ହଜାର ବ୍ୟକ୍ତି ଏବାବଦ ତାଲିମ ହାସଲ କରିଛନ୍ତି । ବର୍ତ୍ତମାନ 10ଟି ରାଜ୍ୟର 3 ହଜାରରୁ ଅଧିକ ସ୍ୱାସ୍ଥ୍ୟ ସୁଧାର କେନ୍ଦ୍ରରେ ଟେଲି ମେଡ଼ିସିନ ସେବା ପ୍ରଦାନ କରାଯାଉଛି ।

ବର୍ତ୍ତମାନର କୋଭିଡ ବୈଶ୍ଵିକ ମହାମାରୀକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵିତୀୟ ଟେଲି ପରାମର୍ଶ ସେବା ଆରମ୍ଭ କରିଛନ୍ତି । ଏହା ଇ-ସଞ୍ଜିବନୀ ଓପିଡି ଜରିଆରେ ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ଟେଲି ମେଡ଼ିସିନ ପରାମର୍ଶ କରାଯାଇପାରୁଛି । ନିଃଶୁଳ୍କ ଇ-ସ୍ୱାସ୍ଥ୍ୟ ସେବା 20ଟି ରାଜ୍ୟରେ ବେଶ ଲୋକପ୍ରିୟ ହେବା ସହ ରୋଗୀମାନେ ଡାକ୍ତରଖାନାକୁ ନଯାଇ ଘରେ ବସି ଡାକ୍ତରଙ୍କ ସହ ରୋଗ ସମ୍ପର୍କରେ ପରାମର୍ଶ କରିପାରୁଛନ୍ତି ।

ଇ-ସଞ୍ଜିବନୀ ଓପିଡିରେ ପ୍ରାୟ 2800 ଡାକ୍ତରଙ୍କୁ ତାଲିମ ଦିଆଯାଇଛି । ପ୍ରତିଦିନ 250 ଜଣ ଡାକ୍ତର ଓ ବିଶେଷଜ୍ଞ ଦେଶର ବିଭିନ୍ନ ସ୍ଥାନରେ ପର୍ୟ୍ୟାୟକ୍ରମେ ଇ-ସ୍ଵାସ୍ଥ୍ୟସେବା ପ୍ରଦାନ କରୁଛନ୍ତି । ଏହି ସେବା ଆଣ୍ଡ୍ରଏଡ ମୋବାଇଲ ଫୋନ ଜରିଆରେ ମଧ୍ୟ ଉପଲବ୍ଧ ହୋଇପାରୁଛି । ଏହି ସେବା ପାଇଁ ଲଗିଂ କଲାପରେ ରୋଗୀମାନେ ଡାକ୍ତରଙ୍କୁ 5 ମିନିଟ ପାଇଁ ଦେଖିପାରିବେ ।

ଏପର୍ୟ୍ୟନ୍ତ ଦେଶରେ 1.58 ଲକ୍ଷ ଟେଲି ପରାମର୍ଶ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି । ସେଥିରୁ 67 ହଜାର ପରାମର୍ଶ ଇ-ସଞ୍ଜିବନୀ ଜରିଆରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ସୁଧାର କେନ୍ଦ୍ରରୁ  ଦିଆଯାଇଛି । ଇ-ସଞ୍ଜିବନୀ ଓପିଡି ଜରିଆରେ 91 ହଜାର ଡାକ୍ତର-ରୋଗୀ ସିଧାସଳଖ ପରାମର୍ଶ ହୋଇପାରିଛି । ବର୍ତ୍ତମାନ ହାରାହାରି ଦିନକୁ 5 ହଜାର ପର୍ୟ୍ୟନ୍ତ ପରାମର୍ଶ ଉଭୟ ଇ-ସଞ୍ଜିବନୀ ଓ ଇ-ସଞ୍ଜିବନୀ ଓପିଡି ଜରିଆରେ କରାଯାଉଛି ।

ଟେଲି ମେଡ଼ିସିନ ପ୍ଲାଟଫର୍ମରେ 40ରୁ ଅଧିକ ଅନଲାଇନ ଓପିଡି ଜରିଆରେ କରାଯାଉଛି । ଏଥିରୁ ଅଧାରୁ ଅଧିକ ସ୍ଵତନ୍ତ୍ର ଓପିଡି ରହିଛି । ଏଗୁଡିକ ମଧ୍ୟରେ ସ୍ତ୍ରୀରୋଗ, ମାନସିକ ରୋଗ, ଚର୍ମ ରୋଗ, ଇଏନଟି, ଚକ୍ଷୁ, ଏଚଆଇଭି / ଏଡ୍ସ ରୋଗୀମାନଙ୍କ ପାଇଁ ଆଣ୍ଟି ରେଟ୍ରୋ ଭାଇରାଲ ଥେରାପି (ଏଆରଟି) ଏବଂ ଅଣ-ସଂକ୍ରାମକ ରୋଗ (ଏନସିଡି) ଇତ୍ୟାଦି ଅନ୍ତର୍ଭୁକ୍ତ।

ଯେଉଁ 10ଟି ରାଜ୍ୟ ଇ-ସଞ୍ଜିବନୀ ଏବଂ ଇ-ସଞ୍ଜିବନୀ ଓପିଡି ଜରିଆରେ ସବୁଠାରୁ ଅଧିକ ପରାମର୍ଶ ପାଇଁ ପଞ୍ଜୀକୃତ କରିଛନ୍ତି ସେମାନେ ହେଲେ ତାମିଲନାଡୁ (32,035), ଆଧରାପରଦେଶ (28,960), ହିମାଚଳ ପ୍ରଦେଶ (24,527), ଉତ୍ତରପ୍ରଦେଶ (20,030), କେରଳ (15,988), ଗୁଜରାଟ (7,127), ପଞ୍ଜାବ (4,450), ରାଜସ୍ଥାନ (3,548), ମହାରାଷ୍ଟ୍ର (3,224) ଏବଂ ଉତ୍ତରାଖଣ୍ଡ (2,596)।

ଏବିଏଚଡବ୍ଲୁସି ଜରିଆରେ ଡାକ୍ତରରୁ ଡାକ୍ତର ଇ-ସଞ୍ଜିବନୀ ପରାମର୍ଶରେ ଆନ୍ଧ୍ରପ୍ରଦେଶରେ (24,478) ଏବଂ ହିମାଚଳ ପ୍ରଦେଶରେ (23,857) ପରାମର୍ଶ ହୋଇଥିବା ବେଳେ ତାମିଲନାଡୁରେ ସର୍ବାଧିକ (32,035) ହୋଇଛି।

ରାଜ୍ୟଗୁଡିକ ସହିତ ଆଲୋଚନା ପରେ ଏହି ସେବାର ଉପଯୋଗ କରୁଥିବାରୁ ସେମାନଙ୍କୁ ପ୍ରଶଂସା କରାଯାଇଛି। ତାମିଲନାଡ଼ୁର ସ୍ଵାସ୍ଥ୍ୟମନ୍ତ୍ରୀ ଏଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଧନ୍ୟବାଦ ଦେବା ସହ କେନ୍ଦ୍ର ସହଯୋଗ ଯୋଗୁଁ ତାଙ୍କ ରାଜ୍ୟରେ ସର୍ବାଧିକ ଅନଲାଇନ ଓପିଡି ସେବା ହାସଲ ହୋଇଥିବା କହିଛନ୍ତି।

କେତେକ ରାଜ୍ୟ ଏହି ସେବାର ବହୁବିଧ ଉପଯୋଗ କରିଥିବା ବୈଠକରୁ ଜଣାପଡିଛି। ଉଦାହରଣ ସ୍ୱରୂପ ଆନ୍ଧ୍ରପ୍ରଦେଶ ଇ-ସଞ୍ଜୀବନିକୁ ସମଗ୍ର ପଞ୍ଚାୟତ ଓ ପିଏଚସିରେ ତ୍ୱରାନ୍ୱିତ କରିଥିବା ବେଳେ ହିମାଚଳ ପ୍ରଦେଶ ଇ-ସଞ୍ଜିବନୀ ଓପିଡି ଜରିଆରେ ବିଶେଷ ସେବା ପ୍ରଦାନ କରିଛି। ମାତ୍ର ମାସକ ମଧ୍ୟରେ ଉତ୍ତରପ୍ରଦେଶ 20,030ଟି ପରାମର୍ଶ ପଞ୍ଜୀକୃତ କରିଥିବା ବେଳେ କେରଳ ସଫଳତାର ସହିତ ଟେଲି ମେଡ଼ିସିନ ସେବା ପାଳକାଡ ଜିଲ୍ଲାର ଏକ ଜେଲରେ କାର୍ୟ୍ୟକାରୀ କରିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ, ସି-ଡିଏସିର କାର୍ୟ୍ୟକାରୀ ନିର୍ଦ୍ଦେଶକ ଡଃ ପି. କେ.ଖୋସଲା, ସି-ଡିଏସିର ସହାୟକ ନିର୍ଦ୍ଦେଶକ ଡଃ ସଞ୍ଜୟ ସୁଧ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଡିଜିଟାଲ ପଦ୍ଧତିରେ ବୈଠକରେ ଯୋଗ ଦେଇଥିଲେ ।

health department Tele Medicine
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

୧୭୦ ଦିନ ପରେ ଯୋଧପୁର ଜେଲରୁ ମୁକୁଳିଲେ ସୋନମ ୱାଙ୍ଗଚୁକ୍, NSA ମଧ୍ୟ ପ୍ରତ୍ୟାହାର କଲେ ସରକାର 

March 14, 2026

ଆପଣଙ୍କ ଆକାଉଣ୍ଟରେ ଜମା ହୋଇନାହିଁ କି ସମ୍ମାନ ନିଧି ଟଙ୍କା?: ଏଠାରେ ଦାଖଲ କରନ୍ତୁ ଅଭିଯୋଗ

March 14, 2026
Latest News

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026

ବଡବାହାଳ ଛକରୁ ଗଂଜେଇ ଜବତ: ୩ ଗିରଫ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.