Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»74ତମ ସ୍ବାଧୀନତା ଦିବସ ଅବସରରେ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ଆହ୍ବାନ ଦେଲେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

74ତମ ସ୍ବାଧୀନତା ଦିବସ ଅବସରରେ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ଆହ୍ବାନ ଦେଲେ ପ୍ରଧାନମନ୍ତ୍ରୀ

August 15, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Prime Minister Narendra Modi.

ନୂଆଦିଲ୍ଲୀ: କରୋନା କଟକଣା ମଧ୍ୟରେ ସାରା ଭାରତରେ ପାଳିତ ହୋଇଛି ସ୍ବାଧୀନତା ଦିବସ। 74 ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ସପ୍ତମ ଥର ପାଇଁ ପତାକା ଉତ୍ତେଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ମୋଦି ତାଙ୍କ ସମ୍ବୋଧନରେ ଆତ୍ମନିର୍ଭର ଭାରତ,ଲଦାଖରେ ଚୀନ୍‌ ସହିତ ବିବାଦ, କରୋନା ମହାମାରୀ ପରି ବହୁ ପ୍ରସଙ୍ଗ ବିଷୟରେ ଅବଧାରଣା ଦେଇଛନ୍ତି। ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନିଜ ଭାଷଣରେ ଦେଶର ବାଳିକାମାନଙ୍କୁ ମଧ୍ୟ ସଲାମ୍‌ କରିଛନ୍ତି। ଏହି ଅବସରରେ ମୋଦି ଝିଅମାନଙ୍କର ବିବାହ ବୟସକୁ ନେଇ ସରକାର ସମୀକ୍ଷା କରୁଛନ୍ତି। ଆଗାମୀ ସମୟରେ ଏସଂକ୍ରାନ୍ତ ସରକାର ନିଷ୍ପତ୍ତି ନେବେ ବୋଲି ଜଣାଇଛନ୍ତି। ଝିଅମାନଙ୍କର ବିବାହ ବୟସ କେତେ ହେବା ଦରକାର, ସେନେଇ ଏକ କମିଟି ଗଠନ ହୋଇଛି। ଏହାର ରିପୋର୍ଟ ଆସିବା ପରେ ସରକାର ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି।

ସେହିପରି କରୋନା ସଂକଟରୁ ମୁକୁଳିବା ପାଇଁ ଦେଶ ଏକକାଳୀନ 3ଟି ଟିକା ପରୀକ୍ଷା କରୁଛି। ବୈଜ୍ଞାନିକଙ୍କ ଦ୍ୱାରା ଏହାକୁ ଲୋକଙ୍କୁ ଦେବାରେ ଯେତେବେଳେ ପରୀକ୍ଷା ପାଇଁ ସବୁଜ ସଂକେତ ମିଳିବ, ଏହା ଉତ୍ପାଦନ ହେବ। ଦେଶରେ ଜରୁରୀକାଳୀନ ଭିତ୍ତିରେ ଟିକା ପହଂଚାଇବା ନେଇ କାମ ହେବ।

କରୋନା ଯୋଗୁଁ କଟକଣା ଭିତରେ ସ୍ବାଧୀନତା ଦିବସ ପାଳିତ ହେଉଥିବା ଯୋଗୁଁ ସ୍ବାଧୀନତା ଉତ୍ସବକୁ ଛୋଟ ଛୋଟ ପିଲାମାନେ ଆସିପାରିନଥିଲେ। ଏଥିପାଇଁ ପ୍ରଧାନମନ୍ତ୍ରୀ ଅନୁଶୋଚନା ମଧ୍ୟ କରିଛନ୍ତି। ବୀର ସହିଦ୍‌ଙ୍କୁ ସମ୍ମାନ ଜଣାଇବା ସହିତ କରୋନା ମୁକାବିଲାରେ ଲଢେଇ କରୁଥିବା କରୋନା ଯୋଦ୍ଧାଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ମୋଦି।

ସେହିପରି ବିବିଧତା ମଧ୍ୟରେ ଏକତା ହେଉଛି ଆମର ସଂସ୍କୃତି। ଆମକୁ ଆତ୍ମନିର୍ଭର ଭାରତ ନିର୍ମାଣ କରିବାକୁ ପଡିବ ବୋଲି କହିଛନ୍ତି ମୋଦି। ସେହିପରି କୃଷକମାନଙ୍କୁ ସମ୍ମାନ ଜଣାଇଛନ୍ତି ମୋଦି। ଦେଶବାସୀଙ୍କ ପେଟ ଭରିବାପାଇଁ କୃଷକଙ୍କ ଦାନ ଅତୁଳନୀୟ ବୋଲି କହିଛନ୍ତି ମୋଦି। ଉଦ୍ୟୋଗ ଜଗତ ଆତ୍ମନିର୍ଭର ଭାରତ ନିର୍ମାଣ ଦିଗରେ କାର୍ଯ୍ୟକରୁଛି ବୋଲି କହିଛନ୍ତି ମୋଦି। ସ୍ବାଧୀନତା ଦିବସ ଅବସରରେ ମୋଦି ନ୍ୟାସନାଳ୍‌ ଡିଜିଟାଲ୍‌ ହେଲଥ ମିଶନ୍‌ ଲଞ୍ଜ କରିଛନ୍ତି। ଏହି ଯୋଜନାର ଶୁଭାରମ୍ଭ କରିବାସହ ମୋଦି କହିଛନ୍ତି ଯେ, ଆଜିଠାରୁ ଦେଶରେ ବହୁତ ବଡ ଅଭିଯାନ ଆରମ୍ଭ ହୋଇଛି। ଏହି ମିଶନ ଭାରତରେ ସ୍ବାସ୍ଥ୍ୟ କ୍ଷେତ୍ରରେ ନୂତନ କ୍ରାନ୍ତି ଆଣିବ। ଏହା ଜରିଆରେ ଏକ ଆଇଡି କାର୍ଡ ଉପଲବ୍ଧ ହେବ। ଏହା ଦ୍ବାରା ଆପଣଙ୍କର ସମସ୍ତ ଡାକ୍ତରୀ ପରୀକ୍ଷା, ରୋଗ, ତଥା କେଉଁ ଡାକ୍ତର କେଉଁ ଔଷଧ ଦେଇଛନ୍ତି, କେବେ ଦେଇଛନ୍ତି, ତାହାର ସମସ୍ତ ବିବରଣୀ ଉପଲବ୍ଧ ହେବ। ଜାତୀୟ ସ୍ବାସ୍ଥ୍ୟ ମିଶନ ଜରିଆରେ ଏକ ୟୁନିକ୍‌ କାର୍ଡ ଜାରି କରାଯାଇଛି। ଏହା ଆଧାର କାର୍ଡ ପରି ହେବ। ଏହି କାର୍ଡ ଜରିଆରେ ଜଣେ ନିଜର ସମସ୍ତ ମେଡିକାଲ ରେକର୍ଡ ଜାଣିପାରିବେ। (ଏଜେନ୍ସି)

74th-independence-day
Share. Facebook Twitter LinkedIn Email WhatsApp Copy Link

Related Posts

ICC ରାଙ୍କିଙ୍ଗରେ ଭାରତୀୟ ଖେଳାଳିଙ୍କ ଆଧିପତ୍ୟ: ନମ୍ବର-୧ ରେ ବରୁଣ ଚକ୍ରବର୍ତ୍ତୀ ଓ ଅଭିଶେକ ଶର୍ମା

February 26, 2026

“ଉଭୟଙ୍କ ପାଇଁ ନିରାଶାଜନକ”: କେନ୍ଦ୍ର ବଜେଟ ପରେ କାହିଁକି ଏଭଳି କହିଲେ ଇରାନର ବୈଦେଶିକ ମନ୍ତ୍ରୀ?

February 26, 2026

ବିଶ୍ୱର ନମ୍ବର-୧ ନେତା ହେଲେ ପ୍ରଧାନମନ୍ତ୍ରୀ ମୋଦି!: ବହୁତ ଦୂରରେ ଟ୍ରମ୍ଫ-ପୁଟିନ

February 26, 2026

ଶେଗାଓଁରେ ଜାତୀୟ ଆରୋଗ୍ୟ ମେଳା-୨୦୨୬ର ଉଦଘାଟନ କଲେ ରାଷ୍ଟ୍ରପତି

February 26, 2026
Latest News

କୋରାପୁଟରୁ ଜବତ ହେଲା ୧୮୦୦ ଲିଟର ଗଞ୍ଜେଇ ତେଲ, ମୂଲ୍ୟ ୨୦୦ କୋଟି

February 26, 2026

ICC ରାଙ୍କିଙ୍ଗରେ ଭାରତୀୟ ଖେଳାଳିଙ୍କ ଆଧିପତ୍ୟ: ନମ୍ବର-୧ ରେ ବରୁଣ ଚକ୍ରବର୍ତ୍ତୀ ଓ ଅଭିଶେକ ଶର୍ମା

February 26, 2026

“ଉଭୟଙ୍କ ପାଇଁ ନିରାଶାଜନକ”: କେନ୍ଦ୍ର ବଜେଟ ପରେ କାହିଁକି ଏଭଳି କହିଲେ ଇରାନର ବୈଦେଶିକ ମନ୍ତ୍ରୀ?

February 26, 2026

ବିଶ୍ୱର ନମ୍ବର-୧ ନେତା ହେଲେ ପ୍ରଧାନମନ୍ତ୍ରୀ ମୋଦି!: ବହୁତ ଦୂରରେ ଟ୍ରମ୍ଫ-ପୁଟିନ

February 26, 2026

୨୮ରୁ ରାଜ୍ୟରେ କିଶୋରୀ କନ୍ୟାଙ୍କ ପାଇଁ ଆରମ୍ଭ ହେବ ଜରାୟୁ କର୍କଟ ଟିକାକରଣ କାର୍ଯ୍ୟକ୍ରମ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.