Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନୂଆ ଆପ୍ ଡେଭଲପ୍ କରିବାକୁ ଚାହୁଁଛନ୍ତି କି, କେନ୍ଦ୍ର ସରକାର ଯୋଗାଇ ଦେବେ ଅର୍ଥ, ଜାଣନ୍ତୁ କେମିତି
ଜାତୀୟ ଖବର

ନୂଆ ଆପ୍ ଡେଭଲପ୍ କରିବାକୁ ଚାହୁଁଛନ୍ତି କି, କେନ୍ଦ୍ର ସରକାର ଯୋଗାଇ ଦେବେ ଅର୍ଥ, ଜାଣନ୍ତୁ କେମିତି

August 29, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
IT Minister Ravi Shankar Prasad Launches “Chunauti”- Next Generation Start-up Challenge Contest

ନୂଆଦିଲ୍ଲୀ, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ  ପରବର୍ତ୍ତୀ ପିଢି ବା ନେକ୍‌ଷ୍ଟ ଜେନେରେସନ ଷ୍ଟାର୍ଟଅପ୍ ଚାଲେଞ୍ଜ କଣ୍ଟେଷ୍ଟ ‘ଚୁନୌତି’କୁ ଉଦ୍‌ଘାଟନ କରିଛନ୍ତି । ଷ୍ଟାର୍ଟଅପ୍ ଓ ସଫ୍ଟୱେୟାର ପ୍ରଡକ୍ଟକୁ ପ୍ରୋତ୍ସାହିତ କରିବା ସହ ଦେଶର ଦ୍ୱିତୀୟ ଶ୍ରେଣୀ ସହରଗୁଡିକରେ ଏଥିପାଇଁ ସୁବିଧା ସୁଯୋଗ ସୃଷ୍ଟି ନିମନ୍ତେ ଏହି ଚୁନୌତିର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାର ୩ବର୍ଷ ନିମନ୍ତେ ବଜେଟରେ ୯୫.୦୩ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ।

ବିଭିନ୍ନ କ୍ଷେତ୍ରରେ କାଯ୍ୟ କରୁଥିବା ପ୍ରାୟ ୩୦୦ ଷ୍ଟାର୍ଟଅପ୍‌କୁ ଚିହ୍ନଟ କରି ସେଗୁଡିକୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସିଡ୍ ଫଣ୍ଡ ଯୋଗାଇବା ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଣର ବ୍ୟବସ୍ଥା କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମ ପାଇଁ ଆଇଟି ମନ୍ତ୍ରଣାଳୟ ନିମ୍ନଲିଖିତ ବର୍ଗରେ ଷ୍ଟାର୍ଟଅପ୍‌ଗୁଡିକୁ ଭାଗ ନେବାକୁ ନିମନ୍ତ୍ରଣ କରିବେ । ସେଗୁଡିକ ହେଲା-

୧. ଏଡୁ-ଟେକ୍‌, ଆଗ୍ରି-ଟେକ୍ ଏବଂ ଫିନ୍‌-ଟେକ୍ ସଲ୍ୟୁସନ୍ସ, ଯାହା ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବ
୨. ସପ୍ଲାୟ ଚେନ୍‌, ଲଜିଷ୍ଟିକ୍ ଓ ଟ୍ରାନ୍ସପୋର୍ଟେସନ ମ୍ୟାନେଜମେଣ୍ଟ
୩. ଇନ୍‌ଫ୍ରାଷ୍ଟ୍ରକ୍‌ଚର ଓ ରିମୋଟ ମନିଟରିଂ
୪. ମେଡିକାଲହେଲଥ୍‌କେୟାର, ଡାଇଗୋନଷ୍ଟିକ୍‌, ପ୍ରିଭେଣ୍ଟିଭ୍ ଏଣ୍ଡ ସାଇକୋଲଜିକାଲ କେୟାର
୫. ଜବ୍‌ସ ଆଣ୍ଡ ସ୍କିଲିଂ, ଲିଙ୍ଗୁଷ୍ଟିକ୍ ଟୁଲ୍ସ ଏଣ୍ଡ ଟେକ୍ନୋଲଜି

ଯେଉଁସବୁ ଷ୍ଟାର୍ଟଅପ୍ ଚୁନୌତି କାର୍ଯ୍ୟକ୍ରମ ମାଧ୍ୟମରେ ମନୋନୀତ ହେବେ ସେମାନଙ୍କୁ ସରକାର ବିଭିନ୍ନ ପ୍ରକାର ସହାୟତା ଭାରତୀୟ ସଫ୍ଟୱେୟାର ଟେକ୍ନୋଲଜି ପାର୍କ ସେଣ୍ଟର ଜରିଆରେ ଦେଶର ବିଭିନ୍ନ ସ୍ଥାନରେ ଯୋଗାଇଦେବେ । ସେମାନଙ୍କୁ ଇନ୍‌କ୍ୟୁବେସନ ସୁବିଧା, ମେଣ୍ଟରସିପ୍‌, ସିକ୍ୟୁରିଟି ଟେଷ୍ଟିଂ ସୁବିଧା, ଭେଞ୍ଚର କ୍ୟାପିଟାଲିଷ୍ଟ ଫଣ୍ଡିଂ ସୁବିଧା, ଇଣ୍ଡଷ୍ଟ୍ରି ସଂଯୋଗ, ଆଇନଗତ ସହାୟତା, ମାନବ ସମ୍ବଳ, ଆଇପିଆର ଓ ପ୍ୟାଟେଣ୍ଟ ଆଦି କ୍ଷେତ୍ରରେ ପରାମର୍ଶ ମିଳିବ ।

୨୫ଲକ୍ଷ ଟଙ୍କାର ସିଡ୍ ଫଣ୍ଡ ବ୍ୟତୀତ ଏସବୁ ଷ୍ଟାର୍ଟଅପ୍‌କୁ ବିଭିନ୍ନ ଅଗ୍ରଣୀ ସଂସ୍ଥାମାନେ କ୍ଲାଉଡ କ୍ରେଡିଟ ସେବା ଯୋଗାଇଦେବେ । ଯେଉଁସବୁ ଷ୍ଟାର୍ଟଅପ୍ ଏବେ ଆଇଡିଏସନ ବା ପରିକଳ୍ପନା ସ୍ତରରେ ଅଛନ୍ତି ପ୍ରି-ଇନକ୍ୟୁବେସନ ପ୍ରୋଗ୍ରାମ ଅଧୀନରେ ସେମାନେ ମଧ୍ୟ ମନୋନୀତ ହୋଇପାରିବେ । ସେମାନଙ୍କୁ ୬ ମାସ ପର‌୍ୟ୍ୟନ୍ତ ଦିଗ୍‌ଦର୍ଶନ ଦିଆଯାଇ ନିଜର ପରିକଳ୍ପନା ରୂପାୟନ କରିବାକୁ ସୁଯୋଗ ଦିଆଯିବ । ଏଭଳି ଷ୍ଟାର୍ଟଅପ୍‌ଗୁଡିକୁ ମାସିକ ୧୦ ହଜାର ଟଙ୍କା ଲେଖାଏଁ ୬ ମାସ ପର‌୍ୟ୍ୟନ୍ତ ପ୍ରଦାନ କରାଯିବ ।

ଏଚ୍‌ଟିପିଆଇ ୱେବସାଇଟ କିମ୍ବା

https://innovate.stpinext.in/ ଲିଙ୍କ୍ କ୍ଲିକ୍ କରି ଷ୍ଟାର୍ଟଅପ୍‌ମାନେ ଏଥିପାଇଁ ଆବେଦନ କରିପାରିବେ ।

କେନ୍ଦ୍ରମନ୍ତ୍ରୀ ପ୍ରସାଦ ଏହି ଅବସରରେ ଜାତୀୟ ଇଲେକ୍‌ଟ୍ରୋନିକ୍ସ ଓ ଇନ୍‌ଫରମେସନ ଟେକ୍ନୋଲଜି ପ୍ରତିଷ୍ଠାନ (ଏନ୍‌ଆଇଇଏଲ୍‌ଆଇଟି)ର ଡିଜିଟାଲ ଟ୍ରେନିଂ ଏବଂ ସ୍କିଲିଂ ସେଣ୍ଟରର ଶିଳାନ୍ୟାସ ବିହାରର ମୁଜାଫରପୁରଠାରେ କରିଥିଲେ । ଏହି କେନ୍ଦ୍ର ଆଇଟି ମନ୍ତ୍ରଣାଳୟ ଦ୍ୱାରା ବିକଶିତ ହେବ ଏବଂ ଏଥିପାଇଁ ୯ କୋଟି ୧୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରତିଷ୍ଠାନ ପାଇଁ ବିହାର ସରକାର ୧ ଏକର ଜମି ଯୋଗାଇ ଦେଇଛନ୍ତି ।

ଏହି କେନ୍ଦ୍ରରେ ଅତ୍ୟାଧୁନିକ ତାଲିମ ପ୍ରଦାନ ବ୍ୟବସ୍ଥା ପାଇଁ ଆବଶ୍ୟକ ସୁବିଧା ସୁଯୋଗ ସୃଷ୍ଟି କରାଯିବ । ଏହାଛଡା ଏଥିରେ ଏକ ଡିଜିଟାଲ ଲ୍ୟାବ ମଧ୍ୟ କାର‌୍ୟ୍ୟ କରିବ । ‘ଓ’ ଲେବଲ ସିସିସି, ବିସିସି ପ୍ରେଗ୍ରାମିଂ ଭଳି ବିଭିନ୍ନ ପ୍ରକାରର ପାଠ୍ୟକ୍ରମ ତଥା ମଲ୍‌ଟି ମିଡିଆ ତାଲିମ ଏହି କେନ୍ଦ୍ର ପକ୍ଷରୁ ପ୍ରଦାନ କରାଯିବ ।

ରବିଶଙ୍କର ପ୍ରସାଦ
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026

ଭୋଟ ଦେଉଛି ତାମିଲନାଡୁ

April 23, 2026

ଆଜି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟିଂ

April 23, 2026
Latest News

ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ, ପାଖ ମାଡିବନି ଲୁ

April 24, 2026

ଆଉ ଔଷଧରେ ବ୍ୟବହାର ହେବ ନାହିଁ ଅଶ୍ୱଗନ୍ଧା ପତ୍ର, ଜାଣନ୍ତୁ କାହିଁକି FSSAI ଏହାକୁ ନିଷେଧ କଲା?

April 24, 2026

ରାଶିଫଳ: ଆଜି ଏପ୍ରିଲ ୨୪ ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 24, 2026

ରତ୍ନ ଭଣ୍ଡାରକୁ ନେଇ ବିଜେଡି-ବିଜେପି ମୁହାଁ ମୁହିଁ

April 23, 2026

ଟ୍ରାଫ୍ଫିକ ଯନ୍ତ୍ରଣାର ଅନ୍ତ କେବେ ?

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.