Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆରମ୍ଭ ହେଲା ମତ୍ସ୍ୟ ଉଦ୍ୟୋଗରେ ସବୁଠୁ ବଡ଼ ଯୋଜନା, 20 ହଜାର କୋଟି ଟଙ୍କା ହେବ ବିନିଯୋଗ
ଜାତୀୟ ଖବର

ଆରମ୍ଭ ହେଲା ମତ୍ସ୍ୟ ଉଦ୍ୟୋଗରେ ସବୁଠୁ ବଡ଼ ଯୋଜନା, 20 ହଜାର କୋଟି ଟଙ୍କା ହେବ ବିନିଯୋଗ

September 10, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆରମ୍ଭ ହେଲା ମତ୍ସ୍ୟ ଉଦ୍ୟୋଗରେ ସବୁଠୁ ବଡ଼ କାର୍ଯ୍ୟକ୍ରମ, 20 ହଜାର କୋଟି ଟଙ୍କା ହେବ ବିନିଯୋଗ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପିଏମ୍‌ ମତ୍ସ୍ୟ ସଂପଦ ଯୋଜନା, ଇ-ଗୋପାଳ ଆପ୍‌ ଏବଂ ବିହାରରେ ମତ୍ସ୍ୟ ଓ ପଶୁସଂପଦ ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏକ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମତ୍ସ୍ୟ ସଂପଦ ଯୋଜନା ମଧ୍ୟ ଏହି ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଛି। ଦେଶର 21ଟି ରାଜ୍ୟରେ 20 ହଜାର କୋଟି ଟଙ୍କା ବିନିଯୋଗରେ ଏହା କାର୍ଯ୍ୟକାରୀ କରାଯିବ। ଆସନ୍ତା 4ରୁ 5ବର୍ଷ ମଧ୍ୟରେ ଏସବୁ ଅର୍ଥ ଏହି ଯୋଜନାରେ ଖର୍ଚ୍ଚ କରାଯିବ। ସେଥିମଧ୍ୟରୁ ଆଜି ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ 1700 କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଯୋଜନାରେ ଆଜି ବିହାରର ପାଟନା, ପୂର୍ଣ୍ଣିଆ, ସୀତାମାଢି, ମାଧେପୁରା, କିଷାନଗଞ୍ଜ ଓ ସମସ୍ତିପୁରରେ ବିଭିନ୍ନ ପ୍ରକଳ୍ପମାନ ଉଦ୍‌ଘାଟିତ ହୋଇଛି।

ଏହି ଯୋଜନାରେ ନୂଆ ଭିତ୍ତିଭୂମି, ଆଧୁନିକ ଉପକରଣ ଏବଂ ନୂଆ ବଜାର ସୁବିଧା ମତ୍ସ୍ୟ ଉତ୍ପାଦକଙ୍କୁ ଯୋଗାଇ ଦିଆଯିବ। ଏହାଛଡା ମାଛଚାଷ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଅଧିକରୁ ଅଧିକ ସୁବିଧା ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ସେ କହିଛନ୍ତି ଯେ ସ୍ୱାଧୀନତା ପରେ ପ୍ରଥମଥର ପାଇଁ ଦେଶର ମତ୍ସ୍ୟ ଉଦ୍ୟୋଗରେ ଏଭଳି ବଡ଼ଧରଣର ଯୋଜନା ଆରମ୍ଭ ହୋଇଛି। ଏହି ଉଦ୍ୟୋଗର ଗୁରୁତ୍ୱକୁ ବିଚାରକୁ ନେଇ ସ୍ୱତନ୍ତ୍ର ଭାବେ ଏକ ମତ୍ସ୍ୟ ମନ୍ତ୍ରଣାଳୟ ଭାରତ ସରକାର ସୃଷ୍ଟି କରିଛନ୍ତି । ଏହାଦ୍ୱାରା ଆମ ମତ୍ସ୍ୟଜୀବି ଏବଂ ମତ୍ସ୍ୟ ଉଦ୍ୟୋଗ ସହ ସଂପୃକ୍ତ ପକ୍ଷ ଉପକୃତ ହୋଇପାରିବେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସନ୍ତା 3-4 ବର୍ଷ ମଧ୍ୟରେ ଦେଶର ମତ୍ସ୍ୟ ରପ୍ତାନୀ ପରିମାଣ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଫଳରେ କେବଳ ମତ୍ସ୍ୟ ଉଦ୍ୟୋଗରେ ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ । ଏହି ଉଦ୍ୟୋଗ  ସଂପର୍କରେ ମୋର ବନ୍ଧୁମାନଙ୍କ ସହ ଆଜି କଥାବାର୍ତ୍ତା କଲାବେଳେ ଏହାର ଦକ୍ଷତା ଓ ସମ୍ଭାବନା ଘେନି ମୋର ବିଶ୍ୱାସ ଆହୁରି ବୃଦ୍ଧି ପାଇଛି। ସେ କହିଛନ୍ତି ଯେ ସ୍ୱଚ୍ଛ ଜଳ ଉପରେ ମାଛଚାଷ ବିଶେଷ ନିର୍ଭର କରେ।

ଗଙ୍ଗା ସଫେଇ ଅଭିଯାନ ଏହି କ୍ଷେତ୍ରକୁ ସହାୟକ ହେବ। ସେ କହିଛନ୍ତି ଯେ ଗଙ୍ଗା ନଦୀର ଆଖପାଖରେ ନୌ-ପରିବହନ ପାଇଁ ଯେଉଁ କାର୍ଯ୍ୟ ଚାଲିଛି ତାହା ମଧ୍ୟ ମତ୍ସ୍ୟ ଉଦ୍ୟୋଗକୁ ସହାୟତା ଯୋଗାଇ ଦେବ। ଗତ ଅଗଷ୍ଟ 15ରେ ମିଶନ ଡଲ୍‌ଫିନ ଘୋଷଣା କରାଯାଇଥିଲା। ମତ୍ସ୍ୟ ଉଦ୍ୟୋଗ ଉପରେ ଏହା ମଧ୍ୟ ଅନୁକୂଳ ପ୍ରଭାବ ପଡିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.