Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୋଭିଡ ସମୟରେ ଚାକିରୀ ହରାଇଥିବା ବ୍ୟକ୍ତିଙ୍କୁ ମିଳିବ କ୍ଷତିପୂରଣ, ଆବେଦନ ପାଇଁ ନିର୍ଦ୍ଦେଶନାମା ଜାରୀ
ଜାତୀୟ ଖବର

କୋଭିଡ ସମୟରେ ଚାକିରୀ ହରାଇଥିବା ବ୍ୟକ୍ତିଙ୍କୁ ମିଳିବ କ୍ଷତିପୂରଣ, ଆବେଦନ ପାଇଁ ନିର୍ଦ୍ଦେଶନାମା ଜାରୀ

September 17, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ESIC issues instructions for submission of claims for Unemployment Benefit under Atal Bimit Kalyan Yojana

ନୂଆଦିଲ୍ଲୀ, କରୋନା ସମୟରେ ଚାକିରୀ ହରାଇଥିବା ବ୍ୟକ୍ତିଙ୍କ ପାଇଁ ବଡ଼ ଆଶ୍ୱସ୍ତି। ଇଏସଆଇସି ସଦସ୍ୟ ଥିବା କୌଣସି ବ୍ୟକ୍ତି ଚାକିରି ହରାଇଥିଲେ ସେମାନଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ। ନିକଟରେ ସମ୍ପ୍ରସାରିତ ଅଟଳ ବୀମିତ କଲ୍ୟାଣ ଯୋଜନା ଅନ୍ତର୍ଗତ ଚାକିରି ହରାଇଥିବା କର୍ମଚାରୀମାନେ ସହାୟତା ପାଇବା ଲାଗି ଆବେଦନ ଦାଖଲ କରିବା ନିମନ୍ତେ ଇଏସଆଇ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଏହି ସହାୟତା ପାଇବା ଲାଗି ଅନଲାଇନରେ www.esic.in ୱେବସାଇଟରେ ଆବେଦନ ଦାଖଲ କରାଯାଇପାରିବ। ଏଥିସହିତ ଆବେଦନକାରୀ ଏକ ସତ୍ୟପାଠ, ଆଧାର କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ବିବରଣୀର ଫଟୋକପି ସହିତ ଅଧିକୃତ ଇଏସଆଇସି ଶାଖା କାର୍ଯ୍ୟାଳୟରେ ବ୍ୟକ୍ତିଗତ ଭାବେ କିମ୍ବା ଡାକ ଯୋଗେ ସେମାନଙ୍କର ଆବେଦନ ଦାଖଲ କରିପାରିବେ।

ଏଠାରେ ସୂଚନାଯୋଗ୍ୟ ଯେ ଶ୍ରମ ଏବଂ ନିୟୋଜନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ଇଏସଆଇ ନିଗମ ପକ୍ଷରୁ ଅଟଳ ବୀମିତ କଲ୍ୟାଣ ଯୋଜନାକୁ ଅତିରିକ୍ତ 1 ବର୍ଷ ପାଇଁ ସମ୍ପ୍ରସାରଣ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଏହି ନିଷ୍ପତ୍ତି ଅନୁରୂପ ଯୋଜନାକୁ ଜୁଲାଇ ପହିଲା 2020 ଠାରୁ 30 ଜୁନ, 2021 ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। କୋଭିଡ-19 ମହାମାରୀ ଏବଂ ତତସଂକ୍ରାନ୍ତ ଲକଡାଉନ କାରଣରୁ ଚାକିରି ହରାଇଥିବା ବୀମାଭୁକ୍ତ କର୍ମଚାରୀମାନଙ୍କ ପାଇଁ ଯୋଗ୍ୟତା ସର୍ତ୍ତାବଳୀକୁ କୋହଳ କରିବା ଲାଗି ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ଏଥିସହିତ ଏହି ଯୋଜନାରେ ସେମାନେ କ୍ଷତିପୂରଣ ଆକାରରେ ସେମାନଙ୍କ ଦରମାର 50% ପାଇପାରିବେ। ପୂର୍ବରୁ ଏହି ପରିମାଣ 25% ଥିବା ବେଳେ ବର୍ତ୍ତମାନ ଏହାକୁ ବଢ଼ାଇ 50% କରି ଦିଆଯାଇଛି। ବର୍ତ୍ତମାନର ଗାଇଡଲାଇନ ଅନୁଯାୟୀ, ଚାକିରି ହରାଇଥିବା କର୍ମଚାରୀମାନଙ୍କୁ ଲାଭ ଦେବା ଲାଗି ନିଯୁକ୍ତିଦାତା ଆବେଦନ କରିବେ ।

ଗଙ୍ଗୱାର କହିଛନ୍ତି ଯେ ଆବେଦନ ପ୍ରକ୍ରିୟାରେ ଏବେ ଏକ ଜରୁରି ରିହାତି ପ୍ରଦାନ କରାଯାଇଛି। ତାହା ହେଉଛି ଏବେ ଇଏସଆଇସି ଶାଖା କାର୍ଯ୍ୟାଳୟରେ ସିଧାସଳଖ ଆବେଦନ କରାଯାଇପାରିବ। ଏହି ସମ୍ପ୍ରସାରିତ ଲାଭ ଏବଂ ସର୍ତ୍ତାବଳୀ କୋହଳ ହେବାର ବ୍ୟବସ୍ଥା 24 ମାର୍ଚ୍ଚ 2020ରୁ 31 ଡିସେମ୍ବର 2020ର ଅବଧି ମଧ୍ୟରେ ଲାଗୁ ହେବ। ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ଜାରି କରାଯାଇସାରିଛି।

ସହାୟତା ରାଶି ସିଧାସଳଖ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯିବ। ଶ୍ରମ ମନ୍ତ୍ରୀ ଇଏସଆଇସିର ପ୍ରୟାସକୁ ପ୍ରଶଂସା କରି କହିଛନ୍ତି ଯେ ବର୍ତ୍ତମାନ 3.49 କୋଟି କର୍ମଚାରୀଙ୍କ ପରିବାରକୁ ଲାଭ/ସେବା ଯୋଗାଇ ଦେଉଛି।  ଏଥିସହିତ 13.56 କୋଟି ଲାଭାର୍ଥୀ ଅତୁଳନୀୟ ନଗଦ ସହାୟତା ଏବଂ ଶସ୍ତା ଚିକିତ୍ସା ସେବା ପାଇପାରୁଛନ୍ତି।

ବର୍ତ୍ତମାନ ଇଏସଆଇସିର ଭିତ୍ତିଭୂମି ବହୁଗୁଣରେ ବୃଦ୍ଧି ପାଇଛି। ଏହା ଅଧୀନରେ 1520ଟି ଡିସପେନ୍ସରୀ (ମୋବାଇଲ ଡିସପେନ୍ସରୀ ସମେତ)/307 ଆଇଏସଏମ ୟୁନିଟ ଏବଂ 159 ଇଏସଆଇ ଡାକ୍ତରଖାନା, 793 ଶାଖା/ପଇଠ କାର୍ଯ୍ୟାଳୟ ଏବଂ 64 କ୍ଷେତ୍ରୀୟ ଓ ଉପକ୍ଷେତ୍ରୀୟ କାର୍ଯ୍ୟାଳୟ ରହିଛି। 34ଟି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର 566 ଜିଲ୍ଲାରେ ଏହା ସେବା ଯୋଗାଇ ଦେଇଛି।

ESIC
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Latest News

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.