ସାଲୁନ, ସ୍ପା, ବିଉଟି ପାର୍ଲୋର ପାଇଁ ଆସିଲା ଗାଇଡ ଲାଇନ, ନିୟମ ଭାଙ୍ଗିଲେ କରାଯିବ ସିଲ୍

Published: Oct 1, 2020, 9:00 pm IST

ଭୁବନେଶ୍ବର, ଆଜି ରାଜ୍ୟ ସରକାର ଘୋଷଣା କରିଥିବା ଅନଲକ 5.0 ରେ ସାଲୁନ, ସ୍ପା, ବିଉଟି ପାର୍ଲୋର ପାଇଁ କଡା ନିୟମ ଲାଗୁ କରିଛନ୍ତି। ଏଥିରେ କୁହାଯାଇଛି ଯେ, ଏହି ବ୍ୟବସାୟିକ ସଂସ୍ଥା ଚଳାଉଥିବା ବ୍ୟକ୍ତି ବା କଂପାନୀ କୋଭିଡ19 ନିୟମକୁ କଡାକଡି ପାଳନ କରିବେ। ଯେପରି ଗ୍ରାହକଙ୍କ ସେବା କରିବା ପୂର୍ବରୁ ଏବଂ ପରେ ସଂପୂର୍ଣ୍ଣ ଭାବେ ବିଭିନ୍ନ ଉପକରଣ ଏବଂ ସେହି ସ୍ଥାନକୁ ସାନିଟାଇଜେସନ କରିବେ। ଯେଉଁ କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ହେବେ ସେମାନେ ଫେସ ମାସ୍କ ପରିଧାନ କରିବେ। ହାତରେ ସାନିଟାଇଜ ହୋଇଥିବା ଗ୍ଲୋବ ପିନ୍ଧିବେ। ଏହି ନିୟମକୁ ଭାଙ୍ଗିବାର ଅଭିଯୋଗ ଆସିଲେ ତୁରନ୍ତ ତାହାକୁ ବନ୍ଦ କରିଦିଆଯିବ ବୋଲି ନିର୍ଦ୍ଦେଶନାମା ପ୍ରକାଶ ପାଇଛି।

Related posts