Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସିଙ୍ଗିଲ ୱିଣ୍ଡୋ ବୈଠକରେ ୫ଟି ପ୍ରକଳ୍ପକୁ ମିଳିଲା ମଂଜୁରୀ, ବିନିଯୋଗ ହେବ ୧୮୫୧ କେଟି ଟଙ୍କା
ଜାତୀୟ ଖବର

ସିଙ୍ଗିଲ ୱିଣ୍ଡୋ ବୈଠକରେ ୫ଟି ପ୍ରକଳ୍ପକୁ ମିଳିଲା ମଂଜୁରୀ, ବିନିଯୋଗ ହେବ ୧୮୫୧ କେଟି ଟଙ୍କା

October 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସିଙ୍ଗିଲ ୱିଣ୍ଡୋ ବୈଠକରେ ୫ଟି ପ୍ରକଳ୍ପକୁ ମିଳିଲା ମଂଜୁରୀ, ବିନିଯୋଗ ହେବ ୧୮୫୧ କେଟି ଟଙ୍କା

ଭୁବନେଶ୍ବର, ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ସିଙ୍ଗିଲ ୱିଣ୍ଡୋ ବୈଠକରେ ପାଞ୍ଚୋଟି ପ୍ରକଳ୍ପକୁ ମଂଜୁରୀ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡିକରେ ୧୮୫୧.୯୬ କୋଟି ଟଙ୍କା ବିନିଯୋଗ ହେବ। ଏହା ଦ୍ବାରା ପ୍ରତ୍ୟେକ୍ଷ ଭାବେ ୧୬୨୪ ଜଣଙ୍କ ପାଇଂ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଯେଉଁ ପ୍ରକଳ୍ପଗୁଡିକ ମଂଜୁରୀ ହୋଇଛି ସେଗୁଡିକ ହେଲା

୧-ନବଭାରତ ପାୱାର ଆଣ୍ଡ ଷ୍ଟିଲ କଂପାନୀ କେଉଁଝର ଜିଲ୍ଲାରେ ଏକ ପେଲେଟ ପ୍ଲାଣ୍ଟ ପ୍ରତିଷ୍ଠା କରିବେ। ଏଥିରେ ୩୫୦ କୋଟି ବ୍ୟୟ ଅଟକଳ ରଖାଯାଇଥିବା ବେଳେ ୨୫୮ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ।

୨-ସମ୍ବଲପୁର ଜିଲ୍ଲାରେ ଭିରାଜ ଷ୍ଟିଲ ଆଣ୍ଡ ଏନର୍ଜି ଲିମିଟେଡ ତାହାର ସମ୍ବନିତ ଷ୍ଟିଲ ପ୍ଲାଣ୍ଟର ସଂପ୍ରସାରଣ କରିବେ। ଏଥିରେ ୨୬୧.୭୧ କୋଟି ଟଙ୍କା ବିନିଯୋଗ ହେବା ସହିତ ୩୩୮ ଜଣ ନିଯୁକ୍ତି ପାଇବେ।

୩-ବି.ଆର ସ୍ପଞ୍ଜ ଆଣ୍ଡ ପାୱାର ଲିମିଟେଡ୍ ଏହାର ଡୁମକେଲା ସ୍ଥିତ ଷ୍ଟିଲ ପ୍ଲାଣ୍ଟର ସଂପ୍ରସାରଣ କରିବେ। ଏଥିରେ ୨୦୨.୨ କୋଟି ଟଙ୍କା ବିନିଯୋଗ କରାଯିବ। ଏଥିରେ ୫୫୦ ଜଣ ନିଯୁକ୍ତି ପାଇବେ।

୪-ନ୍ୟୁ ଭିସ୍ତା ଲିମିଟେଡ, ଇମାମୀ ସିମେଣ୍ଟ ଏହାର କଳିଙ୍ଗ ନଗର ପ୍ଲାଣ୍ଟର ସଂପ୍ରସାରଣ କରିବ। ଏଥିପାଇଁ ୫୯୮.୬୨ କୋଟି ଟଙ୍କା ବିନିଯୋଗ କରାଯିବ। ଏହି ସଂପ୍ରସାରଣରେ ୩୩୪ ଜଣ ନିଯୁକ୍ତି ପାଇବେ।

୫-ଓ.ସି.ଏଲ ଇଣ୍ଡିଆ ଲିମିଟେଡ୍ କଟକ ଜିଲ୍ଲାରେ ଏକ ସିମେଣ୍ଟ କାରକାନା ପ୍ରତିଷ୍ଠା କରିବେ। ଏଥିରେ ୪୪୧.୪୩ କୋଟି ଟଙ୍କା ବିନିଯୋଗ ହେବ। ଏଥିରେ ମଧ୍ୟ ୧୪୧ ଜଣ ନିଯୁକ୍ତି ପାଇବେ।

ଏହି ବୈଠକରେ ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମା ସମସ୍ତ ପ୍ରକଳ୍ପ ସଂପର୍କରେ ଅବଗତ କରାଇଥିଲେ। ଏଥିରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ଶିଳ୍ପ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏବଂ ଇଡକୋର ପରିଚାଳନା ନିର୍ଦ୍ଦେଶକ ସଂଜୟ କୁମାର ସିଂ ଉପସ୍ଥିତ ଥିଲେ।

ମୁଖ୍ୟ ଶାସନ ସଚିବ ସିଙ୍ଗିଲ ୱିଣ୍ଡୋ
Share. Facebook Twitter LinkedIn Email WhatsApp Copy Link

Related Posts

‘ଦିବ୍ୟାଙ୍ଗ କୌଶଳ ଯୋଜନା’: ଦିବ୍ୟାଙ୍ଗମାନଙ୍କୁ ପ୍ରଦାନ କରିବ ଆବଶ୍ୟକ ମୁତାବକ ତାଲିମ

February 1, 2026

କିଭଳି ରହିଛି ସଂଖ୍ୟାଲଘୁଙ୍କ ପାଇଁ ବଜେଟ୍?: ପ୍ରତିକ୍ରିୟା ଦେଲେ ଅଲ ଇଣ୍ଡିଆ ମୁସଲିମ ଜମାତର ସଭାପତି

February 1, 2026

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026
Latest News

ଫେବୃୟାରୀ ମାସରେ କଣ ରହିଛି ବଡ ପର୍ବପର୍ବାଣୀ, ମହାଶିବ ରାତ୍ରୀ କେବେ

February 1, 2026

‘ଦିବ୍ୟାଙ୍ଗ କୌଶଳ ଯୋଜନା’: ଦିବ୍ୟାଙ୍ଗମାନଙ୍କୁ ପ୍ରଦାନ କରିବ ଆବଶ୍ୟକ ମୁତାବକ ତାଲିମ

February 1, 2026

କିଭଳି ରହିଛି ସଂଖ୍ୟାଲଘୁଙ୍କ ପାଇଁ ବଜେଟ୍?: ପ୍ରତିକ୍ରିୟା ଦେଲେ ଅଲ ଇଣ୍ଡିଆ ମୁସଲିମ ଜମାତର ସଭାପତି

February 1, 2026

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.