Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସ୍ଵାମିତ୍ଵ ଯୋଜନା ଅଧୀନରେ ଲୋକମାନଙ୍କୁ ମାଗଣା ଜମି ପଟ୍ଟା ବାଣ୍ଟିବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହାକୁ ଏବଂ କେବେ
ଜାତୀୟ ଖବର

ସ୍ଵାମିତ୍ଵ ଯୋଜନା ଅଧୀନରେ ଲୋକମାନଙ୍କୁ ମାଗଣା ଜମି ପଟ୍ଟା ବାଣ୍ଟିବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହାକୁ ଏବଂ କେବେ

October 10, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସ୍ଵାମିତ୍ଵ ଯୋଜନା ଅଧୀନରେ ଲୋକମାନଙ୍କୁ ମାଗଣା ଜମି ପଟ୍ଟା ବାଣ୍ଟିବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହାକୁ ଏବଂ କେବେ

ନୂଆଦିଲ୍ଲୀ, ଲକ୍ଷ ଲକ୍ଷ ଗ୍ରାମାଞ୍ଚଳବାସୀଙ୍କୁ ସଶକ୍ତ କରିବା ପାଇଁ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ଏକ ଐତିହାସିକ ଘଟଣାକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଵାମିତ୍ଵ ଯୋଜନା ଅଧୀନରେ ଆସନ୍ତା ୧୧ ତାରିଖ ଦିନ ଭିଡିଓ କନଫରେନ୍ସ ଜରିଆରେ ଜମି ପଟ୍ଟା ବଣ୍ଟନ କରିବେ। ଏହି ପଟ୍ଟା ପ୍ରଦାନ ପରେ ପଟ୍ଟାଧାରୀମାନେ ସେମାନଙ୍କ ମୋବାଇଲ ଫୋନରେ ଦିଆଯାଇଥିବା ଏସଏମଏସ ଲିଙ୍କ ଜରିଆରେ ସେମାନଙ୍କ ପଟ୍ଟାକୁ ଡାଉନଲୋଡ କରିପାରିବେ । ଏହାପରେ ସମ୍ପୃକ୍ତ ରାଜ୍ୟ ସରକାରମାନେ ପଟ୍ଟାକୁ ପ୍ରତ୍ୟକ୍ଷ ଭାବେ ହସ୍ତାନ୍ତର କରିବେ।

ଏହି ହିତାଧିକାରୀମାନେ ୬ଟି ରାଜ୍ୟର ୭୬୩ଟି ଗ୍ରାମର ବୋଲି ଜଣାପଡିଛି। ଏଥିରେ ଉତ୍ତରପ୍ରଦେଶରୁ ୩୪୬, ହରିୟାଣାରୁ ୨୨୧, ମହାରାଷ୍ଟ୍ରରୁ ୧୦୦, ମଧ୍ୟପ୍ରଦେଶରୁ ୪୪, ଉତ୍ତରାଖଣ୍ଡରୁ ୫୦ ଓ କର୍ଣ୍ଣାଟକରୁ ୨ ଅନ୍ତର୍ଭୁକ୍ତ । ମହାରାଷ୍ଟ୍ର ବ୍ୟତୀତ ଅନ୍ୟ ରାଜ୍ୟଗୁଡ଼ିକର ହିତାଧିକାରୀମାନେ ସେମାନଙ୍କ ପଟ୍ଟାର ଅବିକଳ ନକଲ ଗୋଟିଏ ଦିନରେ ପାଇବାକୁ ଥିବା ବେଳେ ମହାରାଷ୍ଟ୍ରରେ ପଟ୍ଟା ବାବଦ ଦେୟ ପ୍ରଦାନ କରିବାକୁ ପଡୁଥିବାରୁ ସେଥିପାଇଁ ପ୍ରାୟ ଏକ ମାସ ଲାଗିଯିବ।

ଏହାଫଳରେ ପଟ୍ଟାକୁ ଗ୍ରାମବାସୀମାନେ ଏକ ଆର୍ଥିକ ସମ୍ପତ୍ତି ଭାବେ ବିବେଚନା କରି ଋଣ ଓ ଅନ୍ୟାନ୍ୟ ଆର୍ଥିକ ସହାୟତା ଲାଭ କରିପାରିବେ। ଦେଶରେ ପ୍ରଥମ ଥର ପାଇଁ ଏଭଳି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରାଯାଇ ଗ୍ରାମାଞ୍ଚଳର ଲକ୍ଷ ଲକ୍ଷ ସମ୍ପତ୍ତି ମାଲିକଙ୍କ ପାଇଁ ସୁବିଧା କରାଯାଇଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ କେତେକ ହିତାଧିକାରୀଙ୍କ ସହ ମତ ବିନିମୟ ମଧ୍ୟ କରିବେ। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ । କାର‌୍ୟ୍ୟକ୍ରମ ଦିନ ୧୧ଟା ବେଳେ ଆରମ୍ଭ ହେବ।

ସ୍ଵାମିତ୍ଵ କଣ?

ସ୍ଵାମିତ୍ଵ ହେଉଛି ପଞ୍ଚାୟତିରାଜ ମନ୍ତ୍ରଣାଳୟର ଏକ ଯୋଜନା ଯାହାକି ଗତ ଏପ୍ରିଲ ମାସ ୨୪ ତାରିଖ ଦିନ ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା । ଗ୍ରାମାଞ୍ଚଳରେ ଘର ମାଲିକଙ୍କୁ ରେକର୍ଡ ଅଧିକାର ଦେଇ ପଟ୍ଟା ପ୍ରଦାନ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ । ୪ ବର୍ଷ (୨୦୨୦-୨୪) ମଧ୍ୟରେ ଏହି ଯୋଜନା ଦେଶବ୍ୟାପୀ ପର‌୍ୟ୍ୟାୟକ୍ରମେ ତ୍ୱରାନ୍ୱିତ ହେବ ।

କ୍ରମଶଃ ଦେଶର ୬.୬୨ ଲକ୍ଷ ଗ୍ରାମ ଏଥିରେ ସାମିଲ ହେବେ । ଉତ୍ତରପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, କର୍ଣ୍ଣାଟକ ଏବଂ ପଞ୍ଜାବ ଓ ରାଜସ୍ଥାନର କେତେକ ସୀମାନ୍ତ ଗ୍ରାମକୁ ମିଶାଇ ପ୍ରାୟ ଏକ ଲକ୍ଷ ଗ୍ରାମ ଏକ ବୃହତ ପର‌୍ୟ୍ୟାୟରେ (୨୦୨୦-୨୪) ଏଥିରେ ଅନ୍ତର୍ଭୁକ୍ତ ହେବେ। ଏହି ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ୬ଟି ରାଜ୍ୟ ଗ୍ରାମାଞ୍ଚଳରେ ଡ୍ରୋନ ସର୍ଭେ କରିବା ପାଇଁ ସର୍ଭେ ଅଫ ଇଣ୍ଡିଆ ସହ ବୁଝାମଣାପତ୍ର ସ୍ଵାକ୍ଷରିତ କରିଛନ୍ତି । ରାଜ୍ୟଗୁଡିକ ଡିଜିଟାଲ ଜମିପଟ୍ଟା ଫର୍ମାଟକୁ ଚୁଡାନ୍ତ କରିଛନ୍ତି ଏବଂ ଗ୍ରାମଗୁଡିକରେ ଡ୍ରୋନ ଭିତ୍ତିକ ସର୍ଭେ କରାଯିବ।

ପଞ୍ଜାବ ଓ ରାଜସ୍ଥାନ ରାଜ୍ୟ ସର୍ଭେ ଅଫ ଇଣ୍ଡିଆ ସହିତ ସିଓଆର ନେଟୱାର୍କ ସହିତ ଭବିଷ୍ୟତରେ ଡ୍ରୋନ ସର୍ଭେ ପାଇଁ ବୁଝାମଣାପତ୍ର ସ୍ଵାକ୍ଷରିତ କରିଛନ୍ତି । ଅବଶ୍ୟ ବିଭିନ୍ନ ରାଜ୍ୟର ଜମିପଟ୍ଟାର ଭିନ୍ନ ଭିନ୍ନ ନାମ ରହିଛି, ଯେପରିକି ହରିୟାଣାରେ ଟାଇଟଲ ଡିଡ, କର୍ଣ୍ଣାଟକରେ ରୁରାଲ ପ୍ରପର୍ଟି ଓନରସିପ ରେକର୍ଡ, ମଧ୍ୟପ୍ରଦେଶରେ ଅଧିକାର ଅଭିଲେଖ, ମହାରାଷ୍ଟ୍ରରେ ସନନ୍ଦ, ଉତ୍ତରାଖଣ୍ଡରେ ସ୍ଵାମିତ୍ଵ ଅଭିଲେଖ, ଉତ୍ତର ପ୍ରଦେଶରେ ଘରାଉଣୀ ଇତ୍ୟାଦି।

ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026
Latest News

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.