Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆଜି କୋଭିଡ ଟୀକା ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ତିନୋଟି ଅନୁଷ୍ଠାନ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, କୋଭିଡ ଟୀକାର ଅଗ୍ରଗତି ଓ ପ୍ରସ୍ତୁତି ସମ୍ପର୍କରେ ଅବଗତ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ତିନୋଟି ଅନୁଷ୍ଠାନ ପରିଦର୍ଶନ କରିବେ। ସେ ଅହମଦାବାଦାସ୍ଥିତ ଜାଇଡସ ବାୟୋଟେକ ପାର୍କ, ହାଇଦ୍ରାବାଦର ଭାରତ ବାୟୋଟେକ ଓ ପୁଣେର ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । କୋଭିଡ-୧୯ ବିରୁଦ୍ଧ ସଂଗ୍ରାମରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଥିବାରୁ ପ୍ରଧାନମନ୍ତ୍ରୀ ନିଜେ ଏ ସମ୍ପର୍କରେ ବୈଜ୍ଞାନିକମାନଙ୍କ ସହିତ ପରାମର୍ଶ କରିବେ। ଟିକା ନେଇ ରହିଥିବା ଆହ୍ଵାନ ଓ ଏହାର ପ୍ରସ୍ତୁତି ତଥା ଦେଶର ନାଗରିକମାନଙ୍କର ଟୀକା କରଣ ସମ୍ପର୍କରେ ସବିଶେଷ ତଥ୍ୟ ଆହରଣ କରିବେ।

Categories
ଆଜିର ଖବର ଜାତୀୟ ଖବର

ମୋଦିଙ୍କ ମନ କି ବାତ୍: ଦୀପାବଳିରେ ଗୋଟିଏ ଦୀପ ଯବାନଙ୍କ ପାଇଁ ଜାଳିବାକୁ ଆହ୍ବାନ ଦେଲେ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ପୁଣି ଥିରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଦଶହରା ହେଉଛି ସଙ୍କଟ ଉପରେ ବିଜୟର ପର୍ବ। ଅସତ୍ୟ ଉପରେ ସତ୍ୟର ବିଜୟ ନେଇ ଏହା ଶିକ୍ଷା ଦେଇଥାଏ। ବିଜୟାଦଶମୀ ଅବସରରେ ମନ କି ବାତର ସତୁରୀତମ ସଂସ୍କରଣରେ ସ୍ବଦେଶୀ ସାମଗ୍ରୀ କିଣିବା ଉପରେ ଗୁରୁତ୍ବାରୋପ କରିଛନ୍ତି । ସ୍ବଦେଶୀ ସାମଗ୍ରୀ କିଣିବା ଦ୍ବାରା ଆତ୍ମ ନିର୍ଭର ଭାରତ ଗଠନ ଲକ୍ଷ୍ୟ ପୂରଣ ହୋଇ ପାରିବ ବୋଲି ସେ କହିଛନ୍ତି। ଦେଶବାସୀଙ୍କୁ ଦଶହରାର ଶୁଭେଚ୍ଛା ଜଣାଇବା ସହିତ  ସୀମାରେ ମୁତୟନ ଥିବା ଯବାନଙ୍କୁ ଶୁଭକାମନା ଜଣାଇଛନ୍ତି। ଚଳିତ ବର୍ଷ ଦୀପାବଳିରେ ସୀମାରେ ମୁତୟନ ଥିବା ଯବାନଙ୍କ ନାମରେ ଗୋଟିଏ ଦୀପ ଜଳାଇବା ଲାଗି ସେ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ପାର୍ବଣରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାମାଜିକ ଦୂରତାକୁ ପାଳନ କରିବା ଉପରେ ମୋଦି ଗୁରୁତ୍ୱାରୋପ କରିଛନ୍ତି। (ଏଜେନ୍ସି)

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ସ୍ଵାମିତ୍ଵ ଯୋଜନା ଅଧୀନରେ ଲୋକମାନଙ୍କୁ ମାଗଣା ଜମି ପଟ୍ଟା ବାଣ୍ଟିବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହାକୁ ଏବଂ କେବେ

ନୂଆଦିଲ୍ଲୀ, ଲକ୍ଷ ଲକ୍ଷ ଗ୍ରାମାଞ୍ଚଳବାସୀଙ୍କୁ ସଶକ୍ତ କରିବା ପାଇଁ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ଏକ ଐତିହାସିକ ଘଟଣାକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଵାମିତ୍ଵ ଯୋଜନା ଅଧୀନରେ ଆସନ୍ତା ୧୧ ତାରିଖ ଦିନ ଭିଡିଓ କନଫରେନ୍ସ ଜରିଆରେ ଜମି ପଟ୍ଟା ବଣ୍ଟନ କରିବେ। ଏହି ପଟ୍ଟା ପ୍ରଦାନ ପରେ ପଟ୍ଟାଧାରୀମାନେ ସେମାନଙ୍କ ମୋବାଇଲ ଫୋନରେ ଦିଆଯାଇଥିବା ଏସଏମଏସ ଲିଙ୍କ ଜରିଆରେ ସେମାନଙ୍କ ପଟ୍ଟାକୁ ଡାଉନଲୋଡ କରିପାରିବେ । ଏହାପରେ ସମ୍ପୃକ୍ତ ରାଜ୍ୟ ସରକାରମାନେ ପଟ୍ଟାକୁ ପ୍ରତ୍ୟକ୍ଷ ଭାବେ ହସ୍ତାନ୍ତର କରିବେ।

ଏହି ହିତାଧିକାରୀମାନେ ୬ଟି ରାଜ୍ୟର ୭୬୩ଟି ଗ୍ରାମର ବୋଲି ଜଣାପଡିଛି। ଏଥିରେ ଉତ୍ତରପ୍ରଦେଶରୁ ୩୪୬, ହରିୟାଣାରୁ ୨୨୧, ମହାରାଷ୍ଟ୍ରରୁ ୧୦୦, ମଧ୍ୟପ୍ରଦେଶରୁ ୪୪, ଉତ୍ତରାଖଣ୍ଡରୁ ୫୦ ଓ କର୍ଣ୍ଣାଟକରୁ ୨ ଅନ୍ତର୍ଭୁକ୍ତ । ମହାରାଷ୍ଟ୍ର ବ୍ୟତୀତ ଅନ୍ୟ ରାଜ୍ୟଗୁଡ଼ିକର ହିତାଧିକାରୀମାନେ ସେମାନଙ୍କ ପଟ୍ଟାର ଅବିକଳ ନକଲ ଗୋଟିଏ ଦିନରେ ପାଇବାକୁ ଥିବା ବେଳେ ମହାରାଷ୍ଟ୍ରରେ ପଟ୍ଟା ବାବଦ ଦେୟ ପ୍ରଦାନ କରିବାକୁ ପଡୁଥିବାରୁ ସେଥିପାଇଁ ପ୍ରାୟ ଏକ ମାସ ଲାଗିଯିବ।

ଏହାଫଳରେ ପଟ୍ଟାକୁ ଗ୍ରାମବାସୀମାନେ ଏକ ଆର୍ଥିକ ସମ୍ପତ୍ତି ଭାବେ ବିବେଚନା କରି ଋଣ ଓ ଅନ୍ୟାନ୍ୟ ଆର୍ଥିକ ସହାୟତା ଲାଭ କରିପାରିବେ। ଦେଶରେ ପ୍ରଥମ ଥର ପାଇଁ ଏଭଳି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରାଯାଇ ଗ୍ରାମାଞ୍ଚଳର ଲକ୍ଷ ଲକ୍ଷ ସମ୍ପତ୍ତି ମାଲିକଙ୍କ ପାଇଁ ସୁବିଧା କରାଯାଇଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ କେତେକ ହିତାଧିକାରୀଙ୍କ ସହ ମତ ବିନିମୟ ମଧ୍ୟ କରିବେ। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ । କାର‌୍ୟ୍ୟକ୍ରମ ଦିନ ୧୧ଟା ବେଳେ ଆରମ୍ଭ ହେବ।

ସ୍ଵାମିତ୍ଵ କଣ?

ସ୍ଵାମିତ୍ଵ ହେଉଛି ପଞ୍ଚାୟତିରାଜ ମନ୍ତ୍ରଣାଳୟର ଏକ ଯୋଜନା ଯାହାକି ଗତ ଏପ୍ରିଲ ମାସ ୨୪ ତାରିଖ ଦିନ ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା । ଗ୍ରାମାଞ୍ଚଳରେ ଘର ମାଲିକଙ୍କୁ ରେକର୍ଡ ଅଧିକାର ଦେଇ ପଟ୍ଟା ପ୍ରଦାନ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ । ୪ ବର୍ଷ (୨୦୨୦-୨୪) ମଧ୍ୟରେ ଏହି ଯୋଜନା ଦେଶବ୍ୟାପୀ ପର‌୍ୟ୍ୟାୟକ୍ରମେ ତ୍ୱରାନ୍ୱିତ ହେବ ।

କ୍ରମଶଃ ଦେଶର ୬.୬୨ ଲକ୍ଷ ଗ୍ରାମ ଏଥିରେ ସାମିଲ ହେବେ । ଉତ୍ତରପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, କର୍ଣ୍ଣାଟକ ଏବଂ ପଞ୍ଜାବ ଓ ରାଜସ୍ଥାନର କେତେକ ସୀମାନ୍ତ ଗ୍ରାମକୁ ମିଶାଇ ପ୍ରାୟ ଏକ ଲକ୍ଷ ଗ୍ରାମ ଏକ ବୃହତ ପର‌୍ୟ୍ୟାୟରେ (୨୦୨୦-୨୪) ଏଥିରେ ଅନ୍ତର୍ଭୁକ୍ତ ହେବେ। ଏହି ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ୬ଟି ରାଜ୍ୟ ଗ୍ରାମାଞ୍ଚଳରେ ଡ୍ରୋନ ସର୍ଭେ କରିବା ପାଇଁ ସର୍ଭେ ଅଫ ଇଣ୍ଡିଆ ସହ ବୁଝାମଣାପତ୍ର ସ୍ଵାକ୍ଷରିତ କରିଛନ୍ତି । ରାଜ୍ୟଗୁଡିକ ଡିଜିଟାଲ ଜମିପଟ୍ଟା ଫର୍ମାଟକୁ ଚୁଡାନ୍ତ କରିଛନ୍ତି ଏବଂ ଗ୍ରାମଗୁଡିକରେ ଡ୍ରୋନ ଭିତ୍ତିକ ସର୍ଭେ କରାଯିବ।

ପଞ୍ଜାବ ଓ ରାଜସ୍ଥାନ ରାଜ୍ୟ ସର୍ଭେ ଅଫ ଇଣ୍ଡିଆ ସହିତ ସିଓଆର ନେଟୱାର୍କ ସହିତ ଭବିଷ୍ୟତରେ ଡ୍ରୋନ ସର୍ଭେ ପାଇଁ ବୁଝାମଣାପତ୍ର ସ୍ଵାକ୍ଷରିତ କରିଛନ୍ତି । ଅବଶ୍ୟ ବିଭିନ୍ନ ରାଜ୍ୟର ଜମିପଟ୍ଟାର ଭିନ୍ନ ଭିନ୍ନ ନାମ ରହିଛି, ଯେପରିକି ହରିୟାଣାରେ ଟାଇଟଲ ଡିଡ, କର୍ଣ୍ଣାଟକରେ ରୁରାଲ ପ୍ରପର୍ଟି ଓନରସିପ ରେକର୍ଡ, ମଧ୍ୟପ୍ରଦେଶରେ ଅଧିକାର ଅଭିଲେଖ, ମହାରାଷ୍ଟ୍ରରେ ସନନ୍ଦ, ଉତ୍ତରାଖଣ୍ଡରେ ସ୍ଵାମିତ୍ଵ ଅଭିଲେଖ, ଉତ୍ତର ପ୍ରଦେଶରେ ଘରାଉଣୀ ଇତ୍ୟାଦି।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗକୁ 1 ହଜାର କୋଟି ସହାୟତା ଘୋଷଣା

କୋଲକାତା : ପଶ୍ଚିମବଙ୍ଗକୁ 1 ହଜାର କୋଟିର ଆଗୁଆ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଶ୍ଚିମବଙ୍ଗ ପାଇଁ 1 ହଜାର କୋଟି ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ପଶ୍ଚିମବଙ୍ଗର ବାତ୍ୟା ବିତ୍ପାତ ଅଞ୍ଚଳ ପରିଦର୍ଶନ ପରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘୋଷଣା କରିଛନ୍ତି। ଅଗ୍ରିମ ଆକାରରେ 1 ହଜାର କୋଟି ଦିଆଯାଉଥିବା କହିଲେ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ।  ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ 2 ଲକ୍ଷ ଟଙ୍କାର ଅନକୁମ୍ପା ରାଶି ଦେବାକୁ ଘୋଷଣା କରାଯାଇଛି । ସେହିପରି ବାତ୍ୟାରେ ଆହତ ହୋଇଥିବା ଲୋକଙ୍କୁ 50ହଜାର ଟଙ୍କା ମିଳିବବୋଲି ସୂଚନା ଦେଇଛନ୍ତି ମୋଦି ।  ବାତ୍ୟାରେ 80ଜଣଙ୍କର ମୃତ୍ୟୁ ଘଟିଥିବାର କହିଛନ୍ତି ପ୍ରଧାନମନ୍ତ୍ରୀ ।

ବାତ୍ୟା ଆମ୍ଫାନ୍‌ ଜନିତ କ୍ଷୟକ୍ଷତିର ତୁରନ୍ତ ପୁଙ୍ଖାନୁପୁଙ୍ଖ ସର୍ଭେ କରିବାକୁ କେନ୍ଦ୍ରୀୟ ଟିମ୍‌ ଆସିବେ ବୋଲି କହିଛନ୍ତି ମୋଦି । କେନ୍ଦ୍ରୀୟ ଟିମ୍‌ ଆସି ସମସ୍ତ କ୍ଷୟକ୍ଷତିର ଅନୁଧ୍ୟାନ କରିବେ ବୋଲି ସୂଚନା ଦେଇଛନ୍ତି ମୋଦି। ଏ ଦୁର୍ଦ୍ଦିନ ସମୟରେ ପଶ୍ଚିମବଙ୍ଗ ସହ ଆମେ ସମେସ୍ତ ଅଛୁ ବୋଲି କହିଛନ୍ତି ମୋଦି । ଭାରତ ସରକାର କାନ୍ଧରେ କାନ୍ଧ ମିଶାଇ କାମ କରିବେ ବୋଲି କହିଛନ୍ତି ମୋଦି।