ମୋଦିଙ୍କ ମନ କି ବାତ୍: ଦୀପାବଳିରେ ଗୋଟିଏ ଦୀପ ଯବାନଙ୍କ ପାଇଁ ଜାଳିବାକୁ ଆହ୍ବାନ ଦେଲେ ମୋଦି

Published: Oct 25, 2020, 12:22 pm IST

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ପୁଣି ଥିରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଦଶହରା ହେଉଛି ସଙ୍କଟ ଉପରେ ବିଜୟର ପର୍ବ। ଅସତ୍ୟ ଉପରେ ସତ୍ୟର ବିଜୟ ନେଇ ଏହା ଶିକ୍ଷା ଦେଇଥାଏ। ବିଜୟାଦଶମୀ ଅବସରରେ ମନ କି ବାତର ସତୁରୀତମ ସଂସ୍କରଣରେ ସ୍ବଦେଶୀ ସାମଗ୍ରୀ କିଣିବା ଉପରେ ଗୁରୁତ୍ବାରୋପ କରିଛନ୍ତି । ସ୍ବଦେଶୀ ସାମଗ୍ରୀ କିଣିବା ଦ୍ବାରା ଆତ୍ମ ନିର୍ଭର ଭାରତ ଗଠନ ଲକ୍ଷ୍ୟ ପୂରଣ ହୋଇ ପାରିବ ବୋଲି ସେ କହିଛନ୍ତି। ଦେଶବାସୀଙ୍କୁ ଦଶହରାର ଶୁଭେଚ୍ଛା ଜଣାଇବା ସହିତ  ସୀମାରେ ମୁତୟନ ଥିବା ଯବାନଙ୍କୁ ଶୁଭକାମନା ଜଣାଇଛନ୍ତି। ଚଳିତ ବର୍ଷ ଦୀପାବଳିରେ ସୀମାରେ ମୁତୟନ ଥିବା ଯବାନଙ୍କ ନାମରେ ଗୋଟିଏ ଦୀପ ଜଳାଇବା ଲାଗି ସେ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ପାର୍ବଣରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାମାଜିକ ଦୂରତାକୁ ପାଳନ କରିବା ଉପରେ ମୋଦି ଗୁରୁତ୍ୱାରୋପ କରିଛନ୍ତି। (ଏଜେନ୍ସି)

Related posts