Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଜ୍ୟ ସରକାରଙ୍କ ବଡ ନିଷ୍ପତି, ଓଡିଶା ମାଟି ତଳେ ଥିବା ନୂଆ ଖଣିଜ ପଦାର୍ଥର କରାଯିବ ସର୍ବେକ୍ଷଣ
ଜାତୀୟ ଖବର

ରାଜ୍ୟ ସରକାରଙ୍କ ବଡ ନିଷ୍ପତି, ଓଡିଶା ମାଟି ତଳେ ଥିବା ନୂଆ ଖଣିଜ ପଦାର୍ଥର କରାଯିବ ସର୍ବେକ୍ଷଣ

October 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟ ସରକାରଙ୍କ ବଡ ନିଷ୍ପତି, ଓଡିଶା ମାଟି ତଳର ବିଭିନ୍ନ ଖଣିଜ ପଦାର୍ଥ ସହ ଏହାର ପରିମାଣର କରାଯିବ ସର୍ବେକ୍ଷଣ

ଭୁବନେଶ୍ବର, ସମସ୍ତେ ଜାଣନ୍ତି ଯେ ଓଡିଶା ରାଜ୍ୟ ଖଣିଜ ସମ୍ପଦରେ ଭରପୁର। ହେଲେ ଓଡିଶାର ମାଟି ଭିତରେ କେତେ ଖଣିଜ ସଂପଦ ରହିଛି ତାହାର କୌଣସି ହିସାବ ନାହିଁ। ଏପରିକି ରାଜ୍ୟ ସରକାରଙ୍କ ପାଖରେ ଏ ନେଇ କୌଣସି ସଠିକ ସୂଚନା ମଧ୍ୟ ନାହିଁ। କାରଣ, କେବେ ବି ପୁରା ରାଜ୍ୟର ମାଟି ତଳେ କେତେ ଖଣିଜ ପଦାର୍ଥ ଅଛି ତାହାର କୌଣସି ଭୂତତ୍ବ ସର୍ବେକ୍ଷଣ କରାଯାଇ ନାହିଁ।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବେ ସଂପୂର୍ଣ୍ଣ ଓଡିଶାର କେଉଁ ସ୍ଥାନରେ କଣ କଣ ଖଣିଜ ପଦାର୍ଥ ରହିଛି ତାହା ଅନୁସନ୍ଧାନ କରିବେ। ଏପରିକି କେତେ ପରିମାଣର ଏହି ପ୍ରାକୃତିକ ସଂପଦ ରହିଛି ତାହାର ମଧ୍ୟ ବ୍ୟବଛେଦ ହେବ। ଏଥିପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ କମିଟ ଗଠନ କରାଯାଇଛି।

ବର୍ତ୍ତମାନ ରାଜ୍ୟରେ ଯେତିକି ଖଣି ଚାଲୁ ରହିଛି ସେଗୁଡିକର କେବଳ ପରିମାଣ ମପା ଯାଇଛି। କାରଣ ନୂଆ ଖଣିଜ ନିୟମ ଅନୁସାରେ ପ୍ରଥମେ କେତେ ପରିମାଣର ଖଣିଜ ପଦାର୍ଥ ରହିଛି ତାହା ମାପିବା ପରେ ନିଲାମ ଦିଆଯିବ। ଏଥିସହିତ କେବେଳ ନିର୍ଦ୍ଧିଷ୍ଠ କେତୋଟି ଜିଲ୍ଲାରେ ଖଣିଜ ପଦାର୍ଥ ଉପରେ ସର୍ବେକ୍ଷଣ କରାଯାଇଛି। ହେଲେ ପୁରା ଓଡିଶାର ସର୍ବେକ୍ଷଣ ଏ ପର୍ଯ୍ୟନ୍ତ କରାଯାଇ ନାହିଁ।

ସେହିପରି ବିଭିନ୍ନ ଖଣିଜ ପଦାର୍ଥରୁ ଓଡିଶାର ବର୍ତ୍ତମାନ ଲୁହାପଥର, କୋଇଲା , କ୍ରୋମାଇଟ ବକ୍ସାଇଟ ପରି ନିର୍ଦ୍ଧିଷ୍ଠ କେତେକ ପ୍ରକାରର ଖଣିଜ ସଂପଦ ରହିଛି। ହେଲେ ଏହାଛଡା ଅନ୍ୟ କିଛି ଖଣିଜ ପଦାର୍ଥ ଅଛି କି ନାହିଁ ତାହା ଜଣା ନାହିଁ। ସେଥିପାଇଁ ଏହି ସର୍ଭେ ଦ୍ବାରା ରାଜ୍ୟରେ ନୂଆ ଖଣିଜ ସଂପଦ ବିଷୟରେ ସୂଚନା ମିଳିପାରିବ ।

ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ ରାଜ୍ୟର ପ୍ରାୟ 50 ପ୍ରତିଶତ ଖଣିଜ ସଂପଦର ଆକଳନ ବା ସର୍ଭେ କରାଯାଇପାରି ନାହିଁ। ଏପରିକି ଯେତିକି ସର୍ଭେ କରାଯାଇ ନିଲାମ କରାଯାଇଛି ତାହାର ମଧ୍ୟ କୌଣସି ପୁନଃସର୍ବେକ୍ଷଣ କରାଯାଇ ନାହିଁ। ଅର୍ଥାତ ନିଲାମ କରାଯାଉଥିବା ଖଣି ବର୍ତ୍ତମାନ କେତେ ଅଛି ଏବଂ ଏହା କେତେ ବର୍ଷ ପର୍ଯ୍ୟନ୍ତ ଯିବ ତାହାର କୌଣସି ସଠିକ ତଥ୍ୟ ନାହିଁ।

ଆନୁମାନିକ ହିସାବରୁ ଜଣାପଡିଛି ଯେ ବର୍ତ୍ତମାନ ଅନେକ ଖଣିର ଆୟୁଶ 40 ବର୍ଷ ମଧ୍ୟରେ ସରିଯିବ। ଫଳରେ ବର୍ତ୍ତମାନ ରାଜ୍ୟ ସରକାର ଯେଉଁ ଶିଳ୍ପ ସଂସ୍ଥାକୁ ଡାକି ଆଣିଛନ୍ତି ସେମାନଙ୍କୁ କଞ୍ଚାମାଲ ଯୋଗାଇବା ସମ୍ଭବ ହେବ ନାହିଁ। ସେଥିପାଇଁ ବର୍ତ୍ତମାନ ରାଜ୍ୟ ପାଇଁ ନୂଆ ଖଣି ସନ୍ଧାନର ଆବଶ୍ୟକତା ରହିଛି।

ଓଡିଶାର ଯେତିକି ଆୟ ରହୁଛି ସେଥିରୁ ସିଂହ ଭାଗ କେବଳ ଖଣିଜ ପଦାର୍ଥରୁ ମିଳିଥାଏ। ଏଥିସହିତ ଖଣି ସଂପର୍କିତ ସଂସ୍ଥାରେ ନିଯୁକ୍ତି ହାର ମଧ୍ୟ ଅଧିକ ରହିଛି। ଏପରିକି ପରୋକ୍ଷ ନିଯୁକ୍ତି ମଧ୍ୟ ଏହି ସଂସ୍ଥାଗୁଡିକରେ ସର୍ବାଧିକ ରହିଛି। ସେଥିପାଇଁ ଭବିଷ୍ୟତକୁ ନଜରରେ ରଖି ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି।

ଏଥର ସର୍ବେକ୍ଷଣ ସଂପୂର୍ଣ୍ଣ ଭାବେ ଅତ୍ୟାଧୁନିକ ବୈଜ୍ଞାନିକ ପଦ୍ଧତିରେ କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଛି। ଏହି କାର୍ଯ୍ୟ ପାଇଁ କେଉଁ କେଉଁ ସଂସ୍ଥାର ଦକ୍ଷତା ରହିଛି ତାହାର ଏକ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଉଛି। ଯଦି ଆବଶ୍ୟକ ହୁଏ ତେବେ ବିଶ୍ବ ସ୍ତରର ସଂସ୍ଥାକୁ ମଧ୍ୟ ଏହି ସର୍ଭେ ପାଇଁ ଆହ୍ବାନ କରାଯିବ ବୋଲି ଜଣାପଡିଛି।

ଖଣିଜ ପଦାର୍ଥ
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026

ଗଜପତିର ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 22, 2026

ନୂଆ ପାଠ୍ୟପୁସ୍ତକକୁ ନେଇ ବିବାଦ: ତ୍ରୁଟି, ଟେଣ୍ଡର ଓ ୨୧ କୋଟିର ପ୍ରଶ୍ନ

June 22, 2026
Latest News

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026

ଗଜପତିର ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 22, 2026

ନୂଆ ପାଠ୍ୟପୁସ୍ତକକୁ ନେଇ ବିବାଦ: ତ୍ରୁଟି, ଟେଣ୍ଡର ଓ ୨୧ କୋଟିର ପ୍ରଶ୍ନ

June 22, 2026

ଟିଏମସି ବିଦ୍ରୋହୀ ଗୋଷ୍ଠୀର ବଡ଼ ନିଷ୍ପତ୍ତି: ଅଧ୍ୟକ୍ଷ ପଦରୁ ହଟିଲେ ମମତା, ଅଭିଷେକ ବାନାର୍ଜୀ ନିଲମ୍ବିତ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.