କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଉପହାର ଦେଲେ କେନ୍ଦ୍ର ସରକାର : 10,000 ଟଙ୍କାର କ୍ୟାଶ୍ ଭାଉଚର୍

Published: Oct 12, 2020, 2:27 pm IST

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପକ୍ଷରୁ ଆଜି ଏକ ପ୍ରେସମିଟ କରାଯାଇଛି । ଜିଏସଟି ବୈଠକ ପୂର୍ବରୁ କେନ୍ଦ୍ର ସରକାରଙ୍କ ସମସ୍ତ କର୍ମଚାରୀଙ୍କୁ 10 ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ । ଏହା ସହିତ ଏହି ଅର୍ଥରାଶିକୁ ବିନା ସୁଧରେ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । ରୁପେ କାର୍ଡ ଜରିଆରେ ଏହି ଅର୍ଥ ମିଳିବ ଏବଂ ମାର୍ଚ୍ଚ 31, 2021 ସୁଦ୍ଧା ଏହି ଅର୍ଥ ଖର୍ଚ୍ଚ କରିବାକୁ ପଡିବ ବୋଲି ଜଣାପଡିଛି । ପୂଜା ପୂର୍ବରୁ ରୁପେ କାର୍ଡ ଜରିଆରେ ଏହି ଅର୍ଥରାଶି ପ୍ରଦାନ କରାଯିବ।

ସ୍ୱତନ୍ତ୍ର ପୂଜା ଆଡଭାନ୍ସ ଯୋଜନା ନିମନ୍ତେ ରାଜ୍ୟ ମାନଙ୍କ ପାଇଁ 12 ହଜାର କୋଟିର ସୁଧ ବ୍ୟବସ୍ଥା କରାଯାଇଛି । । ଆସନ୍ତା 50 ବର୍ଷ ପାଇଁ ଏହି ଅର୍ଥରାଶି ବିନା ସୁଧରେ ପ୍ରଦାନ କରାଯିବ । ନର୍ଥଇଷ୍ଟ, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶ ପାଇଁ 2500 କୋଟିର ବ୍ୟବସ୍ଥା କରାଯାଇଥିବା ଅନ୍ୟାନ୍ୟ ରାଜ୍ୟ ମାନଙ୍କ ପାଇଁ 7500 କୋଟି ଏବଂ କେନ୍ଦ୍ର ସରକାରଙ୍କ ନିୟମ ମାନିଥିବା ରାଜ୍ୟ ମାନଙ୍କ ପାଇଁ 2 ହଜାର କୋଟିର ବ୍ୟବସ୍ଥା ରହିଛି । ଏହି ଅର୍ଥ କର୍ମଚାରୀଙ୍କୁ ପ୍ରଦାନ କରାଯିବ ଏବଂ 10ଟି କିସ୍ତିରେ ଏହି ଅର୍ଥ ଫେରସ୍ତ କରାଯିବ ।

ପ୍ରାୟ 28 ହଜାର କୋଟିର ଏଲଟିସି ଭାଉଚର ପ୍ରଦାନ କରାଯିବ । ଏହି ଏଲଟିସି ଭାଉଚରରେ କେବଳ ଡିଜିଟାଲ ଦେଣନେଣ କରାଯାଇପାରିବ । କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପାଇଁ  5675 କୋଟିର ଏଲଟିସି ଭାଉଚର ରହିଥିବା ବେଳେ ପିଏସବି ଏବଂ ପିଏସୟୁ ଗୁଡିକ ନିମନ୍ତେ 1900  କୋଟିର ଏଲଟିସି ଭାଉଚରର ବ୍ୟବସ୍ଥା ରହିଛି । ଏହି ଘୋଷଣା ପରେ ଆଜି 4ଟା ବେଳେ ଜିଏସଟି କମିଶନ ବୈଠକରେ ଅଧ୍ୟକ୍ଷତା କରିବେ ନିର୍ମଳା ।

Related posts