Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚାଷ ବିଷୟରେ ଛାତ୍ରମାନଙ୍କୁ ଶିକ୍ଷା ଦେବା ପାଇଁ ଅଭିନବ ପଦକ୍ଷେପ, ସ୍କୁଲରେ କରାଗଲା ଫାର୍ମ ହାଉସ
ଜାତୀୟ ଖବର

ଚାଷ ବିଷୟରେ ଛାତ୍ରମାନଙ୍କୁ ଶିକ୍ଷା ଦେବା ପାଇଁ ଅଭିନବ ପଦକ୍ଷେପ, ସ୍କୁଲରେ କରାଗଲା ଫାର୍ମ ହାଉସ

October 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚାଷ ବିଷୟରେ ଛାତ୍ରମାନଙ୍କୁ ଶିକ୍ଷା ଦେବା ପାଇଁ ଅଭିନବ ପଦକ୍ଷେପ, ସ୍କୁଲରେ କରାଗଲା ଫାର୍ମ ହାଉସ

ବରେଲି, ଏଣିକି ସିବିଏସଇ ଛାତ୍ରମାନେ ଚାଷର କୈଶଳ ସଂପର୍କରେ ଶିକ୍ଷାଲାଭ କରିବେ। ଏହିପରି ଏକ ଭିନ୍ନ ପଦକ୍ଷେପ ନେଇଛି ବରେଲିସ୍ଥିତ ସହୋଦୟା ପବ୍ଲିକ ସ୍କୁଲ । ଜୈବିକ କୃଷି ମାଧ୍ୟମରେ ଛାତ୍ରମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏହି ବିଦ୍ୟାଳୟ ଏକ ମିନି-କୃଷି ଫାର୍ମ ବିକଶିତ କରିଛନ୍ତି। ଏଥିରେ ଛାତ୍ରମାନଙ୍କୁ ଚାଷ ଜମିରେ ଚାଷ ବିଷୟରେ ସୂଚନା ଦିଆଯାଉଛି। ଯାହା ସାରା ଦେଶ ପାଇଁ ଏକ ଅନନ୍ୟ ଉଦାହରଣ ପାଲଟିଛି।

ନୂତନ ଶିକ୍ଷା ନୀତି ଅନୁସାରେ ଛାତ୍ରମାନଙ୍କୁ ସ୍ବରୋଜଗାର ଶିକ୍ଷା ଦେବା ଉପରେ ଗୁରୁତ୍ୱ ଦିଆଯାଇଛି। ବିଗତ କିଛି ବର୍ଷ ମଧ୍ୟରେ ସହରୀ ସଭ୍ୟତାରେ ଚାଷ ବା ଫାର୍ମ ହାଉସ ରୋଜଗାରର ଏକ ପ୍ରମୁଖ ଉତ୍ସ ଭାବରେ ଛିଡା ହୋଇଛି। ଯୁବକମାନେ ମଧ୍ୟ ଏଥିରେ କାମ କରିବା ପାଇଁ ବହୁତ ଆଗ୍ରହୀ ହେଉଥିବାର ପରିଲକ୍ଷିତ ହୋଇଛି। ଏହି ଚିନ୍ତାଧାରା ସହିତ, ସିବିଏସ୍ଇ ସହ ଜଡିତ ବରେଲି ସହଦୋୟା ବିଦ୍ୟାଳୟ କମ୍ପ୍ଲେକ୍ସ ନିଜେ ମିନି ଫାର୍ମ ବିକଶିତ କରିଛନ୍ତି।

ଏହି ଫାର୍ମ ହାଉସରେ ଛୋଟଛୋଟ ପ୍ଲଟ କରାଯାଇ ବିଭିନ୍ନ ଶାଗ ଏବଂ ପନିପରିବା ଚାଷ କରାଯାଉଛି। ସ୍କୁଲରୁ ଛାତ୍ରମାନଙ୍କୁ ଏହି ଫାର୍ମ ହାଉସକୁ ନିଆଯାଇ ଚାଷ ବିଷୟରେ ଶିକ୍ଷା ଦିଆଯାଉଛି। କୃଷି ବିଶେଷଜ୍ଞମାନେ ଛାତ୍ରମାନଙ୍କୁ ସେହି ଫାର୍ମ ହାଉସରେ ଛିଡା ହୋଇ ଚାଷ ସଂପର୍କରେ ଅବଗତ କରାଉଛନ୍ତି। ସେମାନଙ୍କୁ କୃଷକଙ୍କ ଶ୍ରମର ମୂଲ୍ୟ କଣ ତାହା ବୁଝାଉଛନ୍ତି। ମୁଖ୍ୟତଃ ଏହି ଚାଷରେ ଜୈବିକ ଚାଷ ବିଷୟରେ ଶିକ୍ଷା ଦିଆଯାଉଛି। ପିଲାମାନେ ଏଥିରେ ବହୁତ ଆଗ୍ରହ ଦେଖାଉଛନ୍ତି ବୋଲି ପବ୍ଲିକ୍ ସ୍କୁଲର ପ୍ରିନ୍ସପାଲ୍ ୟୋହାନ୍ କୁନୱାର କହିଛନ୍ତି।

ଛାତ୍ରମାନେ ନିଜେ ମିନି ଫାର୍ମର ଏକ ଅଂଶ ବା ପ୍ଲଟ ଚୟନ କରି ଫସଲ ବୃଦ୍ଧି କରାଇବାକୁ ଉତ୍ସାହିତ କରାଯାଉଛି। ସେମାନଙ୍କୁ ଶାଗ, ଟମାଟ, ବାଇଗଣ ପରି ପନିପରିବା ଚାଷ କରିବା ପାଇଁ ସବୁ ପ୍ରକାରର ସହାୟତା ପ୍ରଦାନ କରାଯାଉଛି। ଛାତ୍ରମାନେ ଗ୍ରୁପ ଗ୍ରପ ହୋଇ ଗୋଟିଏ ଗୋଟିଏ ପ୍ଲଟରେ ଚାଷ କରୁଛନ୍ତି। ସେମାନେ ନିଜେ ଆଧୁନିକ ଚାଷ ଯନ୍ତ୍ରପାତି ସାହାର୍ଯ୍ୟରେ କାମ କରୁଛନ୍ତି। ଏହା ପଛର ଉଦ୍ଦେଶ୍ୟ ହେଉଛି ସେମାନଙ୍କ ଚାଷ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବା ଏବଂ ପରିବେଶ ପ୍ରତି ସଜାଗ ହେବା।  ଭବିଷ୍ୟତରେ ଯଦି ସେମାନେ କୃଷି କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହାଁନ୍ତି, ତେବେ ଏହି ଅଭିଜ୍ଞତା ବହୁତ ଉପଯୋଗୀ ହେବ ବୋଲି ସ୍କୁଲ ଅଧ୍ୟକ୍ଷ କହିଛନ୍ତି।

ସେ କହିଛନ୍ତି ଯେ ଆମ ଦେଶର ଅର୍ଥନୀତିକୁ କୃଷି ସମୃଦ୍ଧ କରିଥାଏ। ହେଲେ ଏହି କଥା ସିବିଏସ୍ଇ ବିଦ୍ୟାଳୟର ଛାତ୍ରମାନେ କେବଳ ବହିରେ ପଢନ୍ତି। ସେମାନଙ୍କର ଚାଷ ବିଷୟରେ ବ୍ୟବହାରିକ ଜ୍ଞାନ ଆସିପାରେ ନାହିଁ । ପୋଥୀ ଜ୍ଞାନ କାରଣରୁ ସେମାନେ କୃଷକର ଶ୍ରମର ମୂଲ୍ୟ କଣ ବୁଝନ୍ତି ନାହିଁ। ଆମେ ମିନି ଫାର୍ମ ହାଉସର ବିକାଶ କରି ଛାତ୍ରମାନଙ୍କୁ ଚାଷ ସହିତ ପରିଚିତ କରାଇବାକୁ ପଦକ୍ଷେପ ନେଇଛୁ। ଛାତ୍ରମାନେ ମଧ୍ୟ ଏଥିରେ ଆଗ୍ରହ ଦେଖାଉଛନ୍ତି ବୋଲି ଅଧ୍ୟକ୍ଷ କହିଛନ୍ତି।

ଚାଷ ହେଉଛି ଭାରତ ଅର୍ଥନୀତିର ମେରୁଦଣ୍ଡ, ଚାଷି ହେଉଛି ମହାନ ବୋଲି ସମସ୍ତେ କେବଳ ଭାଷଣ ଦିଅନ୍ତି। ହେଲେ ଛାତ୍ରମାନେ ସ୍କୁଲରେ ଏହାର ବ୍ୟବହାରିକ ଜ୍ଞାନ ବିଷୟରେ ଜାଣିପାରନ୍ତି ନାହିଁ। ଏପରିକି ସହରୀ ସଭ୍ୟତାରେ ବଢୁଥିବା ଛାତ୍ରମାନେ ଚାଷ ସଂପର୍କରେ ଆଦୌ ଜ୍ଞାନ ହାସଲ କରି ପାରନ୍ତି ନାହିଁ। ଏହି ଦୃଷ୍ଟିରୁ ଏହି ସ୍କୁଲ ଏପରି ଫାର୍ମ ହାଉସ ବିକଶିତ କରି ଛାତ୍ରମାନଙ୍କୁ ଚାଷ ସଂପର୍କରେ ଶିକ୍ଷା ଦେବା ନିହାତି ସ୍ବାଗତଯୋଗ୍ୟ ପଦକ୍ଷେପ। ସେଥିପାଇଁ ଦେଶର ବିଭିନ୍ନ ଶିକ୍ଷା ବୋର୍ଡ ସହିତ ସରକାର ମଧ୍ୟ ଏଥିରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଭୋପାଳରେ ଜେନ-ଜେଡ୍ ଚାଷୀଙ୍କ ପ୍ରତିବାଦ!: ମୁଖ୍ୟମନ୍ତ୍ରୀଙ୍କ ଗୃହ ଅଭିମୁଖେ ପଦଯାତ୍ରା

July 29, 2026

କ୍ରିସ୍ ଗେଲ୍‌ଙ୍କୁ ବହୁତ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ: ଦେଖନ୍ତୁ ପାର୍ଥକ୍ୟ

July 29, 2026

ଭାରତ ସରକାରଙ୍କ ସଚିବମାନଙ୍କ ସହିତ ଦ୍ୱିତୀୟ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

July 29, 2026

NEET-UG ପେପର୍ ଲିକ୍: ୧୩ ଅଭିଯୁକ୍ତଙ୍କ ନାମରେ ଚାର୍ଜସିଟ୍ ଦାଖଲ କଲା CBI

July 29, 2026
Latest News

ଭୋପାଳରେ ଜେନ-ଜେଡ୍ ଚାଷୀଙ୍କ ପ୍ରତିବାଦ!: ମୁଖ୍ୟମନ୍ତ୍ରୀଙ୍କ ଗୃହ ଅଭିମୁଖେ ପଦଯାତ୍ରା

July 29, 2026

ସମ୍ ନର୍ସିଂ କଲେଜ ପକ୍ଷରୁ ଫ୍ୟାକଲ୍ଟି ଡେଭେଲପ୍‌ମେଂଟ ପ୍ରୋଗ୍ରାମ

July 29, 2026

ଶିଳ୍ପ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସାଉଦି ଆରବରୁ ଫେରିବେ ଓଡିଆ ଯୁବକ

July 29, 2026

କ୍ରିସ୍ ଗେଲ୍‌ଙ୍କୁ ବହୁତ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ: ଦେଖନ୍ତୁ ପାର୍ଥକ୍ୟ

July 29, 2026

ଭାରତ ସରକାରଙ୍କ ସଚିବମାନଙ୍କ ସହିତ ଦ୍ୱିତୀୟ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

July 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.