କରୋନା ପାଇଁ ଭୁବନେଶ୍ବର ଷ୍ଟେସନରେ ସ୍ବତନ୍ତ୍ର ବ୍ୟବସ୍ଥା, ବ୍ୟାଗ ସାନିଟାଇଜସନ ସହ ହେବ ଲାମିନେସନ

Published: Oct 22, 2020, 9:04 pm IST

ଭୁବନେଶ୍ବର, କରୋନାରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପୂର୍ବତଟ ରେଳ ବିଭାଗ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି। ସେହି ଅନୁସାରେ ଭୁବନେଶ୍ବର ଷ୍ଟେସନରେ ଯାତ୍ରାମାନଙ୍କ ବ୍ୟାଗ ସାନିଟାଇଜେସନ ସହ ଲାମିନେସନ ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ ଯାତ୍ରୀମାନେ ଏଥିପାଇଁ କିଛି ଖର୍ଚ୍ଚ କରିବାକୁ ପଡିବ। ଷ୍ଟେସନରେ ଯାତ୍ରୀମାନେ ନିଜ ବ୍ୟାଗ ସାନିଟାଇଜେସନ କରିବା ପାଇଁ ଏକ ସ୍ବତନ୍ତ୍ର ମେସିନ ଲଗାଯାଇଛି। ଏଥିରେ ଯାତ୍ରୀ ନିଜର ବ୍ୟାଗ ସେହି ମେସିନ ଉପରେ ରଖିଲା ତାହା ସାନିଟାଇଜେସନ ହେବ। ଏଥିପାଇଁ 10 ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଛି।

ସେହିପରି ସାନିଟାଇଜେସନ ସହିତ ପୁରା ବ୍ୟାଗକୁ ପତଳା ପଲିଥିନରେ ଢାଙ୍କିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଯାତ୍ରୀମାନେ ବ୍ୟାଗ ପିଛା 50 ଟଙ୍କା ଦେବାକୁ ପଡିବ। ଯାତ୍ରୀମାନେ ଘରେ ପହଁଚି ବ୍ୟାଗରୁ ଏହି ପଲିଥିନ ଆବରଣ ବାହାର କରି ଘର ଭିତରକୁ ସୁରକ୍ଷିତ ଭାବେ ବ୍ୟାବଗ ନେଇପାରିବେ।

Related posts