ଏଣିକି ହ୍ବାଟସଆପରେ କରି ପାରିବେ ଟଙ୍କା କାରବାର, ଭାରତରେ ବ୍ୟବସାୟ କରିବା ପାଇଁ ମିଳିଲା ଅନୁମତି

Published: Nov 5, 2020, 11:39 pm IST

ଚେନ୍ନାଇ, ଏଥର ହ୍ବାଟସଆପରେ ମଧ୍ୟ ଆପଣ ପେମେଣ୍ଟ କରିପାରିବେ। ତେବେ ଏବେ ନୁହେଁ କିଛି ମାସ ଅପେକ୍ଷା କରିବାକୁ ପଡିବ। କାରଣ ଭାରତରେ ଅନଲାଇନ ବା ମୋବାଇଲ ଟଙ୍କା କାରବାର କରିବା ପାଇଁ ଏହି ବହୁଦେଶୀୟ କଂପାନୀକୁ ଅନୁମତି ମିଳିଛି। ନାସନାଲ ପେମେଣ୍ଟ କରର୍ପୋରେସନ ଅଫ ଇଣ୍ଡିଆ ଏହି ଅନୁମତି ପ୍ରଦାନ କରିଛି। ବର୍ତ୍ତମାନ ଭାରତର ଗୁଗୁଲ ପେ, ଫୋନପେ, ପେଟିଏମ ପରି କଂପାନୀ ସହିତ ଏହା ପ୍ରତିଯୋଗୀତା କରିବ।

ତେବେ ହ୍ବାଟସଅପ ଏହି ଅନଲାଇନ ପେମେଣ୍ଟ ବଜାରକୁ ମାଡି ବସିବ ବୋଲି ଅନୁମାନ କରାଯାଉଛି। ଅର୍ଥନୈତିକ ବିଶେଷଜ୍ଞଙ୍କ ଅନୁସାରେ ଭାରତରେ ବର୍ତ୍ତମାନ ହ୍ବାଟସଆପର ପ୍ରାୟ 400 ମିଲିୟନ ବ୍ୟବହାରକାରୀ ଅଛନ୍ତି। ତାଙ୍କ ପାଖରେ ଥିବା ଏକ ଆପ ମାଧ୍ୟମରେ ଏହି ସୁବିଧା ହାସଲକୁ ନେଇ ସେମାନେ ନିଶ୍ଚିତ ଆଗ୍ରହୀ ହେବେ। ଫଳରେ  ହ୍ବାଟସଆପ ପେମେଣ୍ଟ ଅନ୍ୟ ମୋବାଇଲ ପେମେଣ୍ଟ କଂପାନୀ ପାଇଁ ଏକ ଚ୍ୟାଲେଞ୍ଜ ହେବ।

Related posts