Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»କରୋନା ନେଇ ବ୍ରିଟେନର ଚାଞ୍ଚଲ୍ୟକର ତଥ୍ୟ, ନକଲି କରୋନା ଟୀକା ଆସିପାରେ ବୋଲି କଲେ ସତର୍କ
ଅନ୍ତରାଷ୍ଟ୍ରୀୟ

କରୋନା ନେଇ ବ୍ରିଟେନର ଚାଞ୍ଚଲ୍ୟକର ତଥ୍ୟ, ନକଲି କରୋନା ଟୀକା ଆସିପାରେ ବୋଲି କଲେ ସତର୍କ

November 15, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Corona

ନୂଆଦିଲ୍ଲୀ, ସାବଧାନ ବଜାରକୁ ଆସିପାରେ ନକଲି କରୋନା ଟୀକା। ରାତାରାତି ଧନି ହେବାର ସ୍ବପ୍ନ ଦେଖୁଥିବା କିଛି ନକଲି କଂପାନୀ ଏ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେଥିପାଇଁ ସାରା ବିଶ୍ବକୁ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। ବ୍ରିଟେନ କ୍ରାଇମ ଏଜନ୍ସି ଏକ ବିଜ୍ଞପ୍ତି ମାଧ୍ୟମରେ ଏହି ଖବର ପ୍ରଦାନ କରିଛି।

ବର୍ତ୍ତମାନ ଏହି ନକଲି ଟୀକା ମହାମାରିଠାରୁ ଆହୁରି ଭୟଙ୍କର ହୋଇପଡିବ ବୋଲି ଅନୁମାନ କରାଯାଉଛି। ସେଥିପାଇଁ ବ୍ରିଟେନ ଅଧିକାରୀମାନେ ଏହାକୁ ରୋକିବା ପାଇଁ ଏବେଠାରୁ ପ୍ରସ୍ତୁତି କରି ସାରିଲେଣି। କାରଣ ବର୍ତ୍ତମାନ ଲୋକମାନଙ୍କର ଏହି ଟୀକା ବହୁତ ଆବଶ୍ୟକତା ରହିଥିବାରୁ ତାହାର ଫାଇଦା ନେବା ପାଇଁ ବହୁ ନକଲି କଂପାନୀ ପ୍ରୟାସ ଚଳାଇଛନ୍ତି। ଖୁବ ଶିଘ୍ର ବିଭିନ୍ନ ସ୍ଥାନ ଚଢାଉ କରାଯିବ ବୋଲି ବ୍ରିଟେନ ଅଧିକାରୀମାନେ କହିଛନ୍ତି।

କରୋନା ଭାଇରସ ଆସିବା ପରେ ଏହି ପ୍ରକାରର ଅପରାଧୀ ବଜାରରେ ନକଲି ପିପିଇ କିଟ୍ ବିକ୍ରୀ କରୁଥିଲେ। ହେଲେ ବିଭିନ୍ନ ସମୟରେ ଚଢାଉ ପରେ ସେସବୁକୁ ଜବତ କରାଯିବା ସହିତ ତାହାର ବିକ୍ରି ମଧ୍ୟ ବନ୍ଦ କରାଯାଇଛି। କାରଣ ଏହି ପିପିଇ କିଟ୍ ପିନ୍ଧିବା ପରେ ମଧ୍ୟ ସ୍ବାସ୍ଥ୍ୟ କର୍ମିଙ୍କୁ କରୋନା ଭାଇରସ ସଂକ୍ରାମିତ ହୋଇଥିଲା। ଏହା ଜଣାପଡିବା ପରେ ବିଭିନ୍ନ ସ୍ଥାନରେ ଚଢାଉ କରି ସେସବୁକୁ ଜବତ କରାଯାଇଥିଲା। ନଚେତ ପରବର୍ତ୍ତି ସମୟରେ ଏହା ଆଉ ଏକ ମହାମାରୀ ସୃଷ୍ଟି କରିଥାଆନ୍ତା ବୋଲି କୁହାଯାଉଛି।

ନକଲି ଟୀକା ବଜାରରେ ଉପଲବ୍ଧ କରିବା ପାଇଁ କରାଯାଇଛି ବଡ ଯୋଜନା

କ୍ରାଇମ ଏଜନ୍ସି ଅନୁସାରେ ଏହି ଅପରାଧୀକ ଗୋଷ୍ଠୀ ବହୁ ବଡ ଯୋଜନା କରି ଅପେକ୍ଷା କରି ରହିଛନ୍ତି। ଯେତେବେଳେ କରୋନା ଟୀକା ବଜାରରେ ଉପଲବ୍ଧ ହେବ ସେତେବେଳେ ସେମାନେ ନିଜର ନକଲି ଟୀକା ବିକ୍ରୀ କରିବା ଆରମ୍ଭ କରିବେ ବୋଲି ଜଣାପଡିଛି। ସେଥିପାଇଁ ଏହି ଅପରାଧିକ ଗୋଷ୍ଠି ଲକ୍ଷ ଲକ୍ଷ ନକଲି ଟିକା ପ୍ରସ୍ତୁତ କରି ରଖିଛନ୍ତି ବୋଲି ଅନୁମାନ କରାଯାଇଛି। ପ୍ରକୃତ ଟୀକା ଆସିବା ପରେ ତାହାକୁ ଦେଖି ସେମାନଙ୍କର ନକଲି ଟୀକାର ରୂପ ପରିବର୍ତ୍ତନ କରିବେ।

ଏହି ଅପରାଧିକ ଗୋଷ୍ଠୀ କେବଳ ବ୍ରିଟେନ ନୁହେଁ ବିଭିନ୍ନ ଦେଶକୁ ଏହି ନକଲି ଟିକା ପଠାଇବେ ବୋଲି ଯୋଜନା ମଧ୍ୟ ପ୍ରସ୍ତୁତ କରିଛନ୍ତି। ସେସବୁକୁ ନଜରରେ ରଖି ବର୍ତ୍ତମାନ ଅଧିକାରୀମାନେ ସନ୍ଦେହ ହେଉଥିବା ସ୍ଥାନମାନଙ୍କରେ ଚଢାଉ କରିବାରେ ଲାଗିଛନ୍ତି।

ବ୍ରିଟେନ ଅଧିକାରୀମାନେ ମଧ୍ୟ ଆହୁରି ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି। ସେମାନେ କହିଛନ୍ତି ଯେ, ଏହି ଅପରାଧିକ ଗୋଷ୍ଠୀ, ଟୀକା ଗବେଷଣା କରୁଥିବା ସଂସ୍ଥା ସହିତ ଯୋଗାଯୋଗ କରିବାକୁ ଚେଷ୍ଠା କରୁଛନ୍ତି। ସେମାନଙ୍କର ଜ୍ଞାନ କୌଶଳ ଚୋରୀ କରି ନିଜେ ଟୀକା ବିକଶିତ କରିବା ପାଇଁ ମଧ୍ୟ ଚେଷ୍ଠା କରୁଥିବାର ଖବର ମିଳିଛି। ସେଥିପାଇଁ ଯେଉଁ ସଂସ୍ଥା ଏହି ଟୀକା ବିକଶିତ କରୁଛି ସେଠାରେ ସାଧା ପୋଷାକ ପୋଲିସ ମୁତୟନ କରାଯାଇଥିବାର ଜଣାପଡିଛି।

Share. Facebook Twitter LinkedIn Email WhatsApp Copy Link

Related Posts

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026
Latest News

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026

ଆଜି ମାର୍ଚ୍ଚ ୨୩ ତାରିଖ ସୋମବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.