Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଗାମୀ ଦିନରେ ୧୦ ହଜାର ସିଏନଜି ଷ୍ଟେସନ ପ୍ରତିଷ୍ଠା ସହ ୫ କୋଟି ପିଏନଜି ସଂଯୋଗ ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ
ଆଜିର ଖବର

ଆଗାମୀ ଦିନରେ ୧୦ ହଜାର ସିଏନଜି ଷ୍ଟେସନ ପ୍ରତିଷ୍ଠା ସହ ୫ କୋଟି ପିଏନଜି ସଂଯୋଗ ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ

December 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଆଗାମୀ ୫ ରୁ ୭ ବର୍ଷ ମଧ୍ୟରେ ଦେଶରେ ୧୦ ହଜାର ସିଏନଜି ଷ୍ଟେସନ ପ୍ରତିଷ୍ଠା ଏବଂ ୫ କୋଟି ପିଏନଜି ସଂଯୋଗ ପାଇଁ ଭାରତ ସରକାର ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛନ୍ତି ବୋଲି ମଙ୍ଗଳବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସ ଜରିଆରେ ମହାରାଷ୍ଟ୍ର ପ୍ରାକୃତିକ ଗ୍ୟାସ କମ୍ପାନୀ(ଏମଏନଜିଏଲ)ର ୫ଟି ଗ୍ୟାସ ଷ୍ଟେସନ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉଲ୍ଲେଖନୀୟ ଯେ, ଏହି ୫ଟି ଗ୍ୟାସ ଷ୍ଟେସନର ଲୋକାର୍ପଣ ହେବା ଫଳରେ ଏମଏନଜିଏଲ୍ କମ୍ପାନୀର ସିଏନଜି ନେଟୱାର୍କ ୧୦୦ରେ ପହଁଚିଛି।

ଏହି ଅବସରରେ ଶ୍ରୀ ପ୍ରଧାନ ଉପରୋକ୍ତ ଲକ୍ଷ୍ୟକୁ ହାସଲ କରିବା ପାଇଁ ସମସ୍ତ ସିଟି ଗ୍ୟାସ ବିତରଣ(ସିଜିଡି) ସଂସ୍ଥା ଏବଂ ତୈଳ ବିପଣନ କମ୍ପାନୀମାନେ ଅଧିକ ପରିଶ୍ରମ କରିବାକୁ ଆହ୍ୱାନ କରିଛନ୍ତି। ସେହିପରି ଏହି କାର‌୍ୟ୍ୟକ୍ରମରେ ମହାରାଷ୍ଟ୍ର ନାସିକର ପାଥରାଡ଼ି ଠାରେ ଏଲଏନଜି/ସିଏନଜିର କାର‌୍ୟ୍ୟର ଶୁଭାରମ୍ଭ କରିବା ସହ ନାସିକ୍ ଠାରେ ବସରେ ସିଏନଜି ଯୋଗାଣ, ପୁଣେ ଠାରେ ମୋବାଇଲ ରିଫ୍ୟୁଲିଂ ୟୁନିଟ(ଏମଆରୟୁ) ମାଧ୍ୟମରେ ସିଏନଜି ଯୋଗାଣର କାମ ଦିଆଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସେ କହିଛନ୍ତି ଅଧିକ ସ୍ଥାୟୀ ଉର୍ଜା ବ୍ୟବହାର ପାଇଁ ୨୦୩୦ ସୁଦ୍ଧା ପ୍ରାଥମିକ ଉର୍ଜା ମିଶ୍ରଣରେ ପ୍ରାକୃତିକ ଗ୍ୟାସର ସେୟାର ୧୫ ପ୍ରତିଶତ ଲକ୍ଷ୍ୟ ହାସଲ କରିବାକୁ ଭାରତ ପ୍ରତିବଦ୍ଧ। ଏହା ସମ୍ଭବ ହେଲେ ପରିବେଶ ପ୍ରଦୂଷଣ ହ୍ରାସ ହେବ। ପ୍ରାକୃତିକ ଗ୍ୟାସର ଅଧିକ ବ୍ୟବହାର ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବ। ଫଳରେ ଉର୍ଜା କ୍ଷେତ୍ରରେ ଦେଶର ଆମଦାନୀ ତଥା ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ଘଟିବ।

ପ୍ରାକୃତିକ ଗ୍ୟାସ ବ୍ୟବହାର ପାଇଁ ସିଜିଡ଼ି କ୍ଷେତ୍ର ଏକ ପ୍ରମୁଖ ଶିଳ୍ପ ଭାବରେ ଉଭା ହୋଇଛି । ଘରୋଇ, ପରିବହନ, ବାଣିଜ୍ୟିକ ଏବଂ ଶିଳ୍ପ କ୍ଷେତ୍ରରେ ସିଜିଡ଼ି ନେଟୱାର୍କର ଅଧିକ ବ୍ୟବହାର ବୃଦ୍ଧି ହେତୁ ଚାହିଦା ଆଗାମୀ ଦିନରେ ବଢ଼ିବାକୁ ଯାଉଛି। ଆମର ଉର୍ଜା ବ୍ୟବହାରର ରୋଡମ୍ୟାପ୍ ଆତ୍ମନିର୍ଭର ହେବ ଏବଂ ବଡ ଆକାରରେ ରୋଜଗାର ସୃଷ୍ଟି କରିବ ବୋଲି ସେ କହିଛନ୍ତ ।

ଧର୍ମେନ୍ଦ୍ର ପ୍ରଧାନ ପିଏନଜି
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ପୂର୍ଣ୍ଣ ଭାବେ ଖୋଲିବ ୟୁରୋପ ବଜାର: କେତେ ଲାଭ ଆଣିବ ଭାରତ ଏବଂ EU ମଧ୍ୟରେ ଚୁକ୍ତି?

February 28, 2026

ଟଙ୍କା ବୋଝେଇ ବିମାନ ଦୁର୍ଘଟଣାଗ୍ରସ୍ତ: ୧୫ ମୃତ

February 28, 2026

ମାର୍ଚ୍ଚ ୧୪ ରେ ଖୋର୍ଦ୍ଧା ଜିଲ୍ଲାର ହେବ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ

February 28, 2026

ଏଆଇ ଶକ୍ତିକୁ ସୁଦୃଢ଼ କରିବ ୨୦ ହଜାର ନୂତନ ଜିପିୟୁ

February 28, 2026
Latest News

ସମ୍ପୂର୍ଣ୍ଣ ଭାବେ ଖୋଲିବ ୟୁରୋପ ବଜାର: କେତେ ଲାଭ ଆଣିବ ଭାରତ ଏବଂ EU ମଧ୍ୟରେ ଚୁକ୍ତି?

February 28, 2026

ଟଙ୍କା ବୋଝେଇ ବିମାନ ଦୁର୍ଘଟଣାଗ୍ରସ୍ତ: ୧୫ ମୃତ

February 28, 2026

ମାର୍ଚ୍ଚ ୧୪ ରେ ଖୋର୍ଦ୍ଧା ଜିଲ୍ଲାର ହେବ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ

February 28, 2026

ଏଆଇ ଶକ୍ତିକୁ ସୁଦୃଢ଼ କରିବ ୨୦ ହଜାର ନୂତନ ଜିପିୟୁ

February 28, 2026

ଭାରତରେ ନ୍ୟାୟିକ ପ୍ରକ୍ରିୟାକୁ ସୁଗମ କରୁଛି ଏଆଇ

February 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.