ଆଜି ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ଅନୁଷ୍ଠିତ ହୋଇଛି। ଦଇତା ସେବକମାନେ ମଙ୍ଗଳ ଆଳତୀ ପରେ ପ୍ରବେଶ କରିଛନ୍ତି। ଆଜି ବାହୁଟ କଣ୍ଟ ବନ୍ଧା ନୀତି ହେଉଛି। ଆସନ୍ତାକାଲି ସେନାପଟା ବନ୍ଧା ଯିବ। ସେଥିପାଇଁ ଆସନ୍ତାକାଲି ଅପରାହ୍ନ ୨ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ […]
ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଶନିବାର ରାଜ୍ୟପାଳ ରାମ ନାଏକଙ୍କୁ ଭେଟିଛନ୍ତି। ଉତ୍ତର ପ୍ରଦେଶର ଦୁର୍ବଳ ଆଇନ ଶୃଙ୍ଖଳା ପରସ୍ଥିତି ନେଇ ଅଭିଯୋଗ କରିଛନ୍ତି ଅଖିଳେଶ। ଯୋଗୀ ଆଦିତ୍ୟନାଥ ସରକାର ଶୋଇ ରହିଥିବାରୁ ରାଜ୍ୟରେ ଅପରାଧ ହାର ଦିନକୁ ଦିନ […]
ପଞ୍ଚମ ଥର ପାଇଁ ଅନୁଷ୍ଠିତ ହେବାକୁ ଥିବା ନିତି ଆୟୋଗ ବୈଠକକୁ ବର୍ଜନ କରିବାର ନିଷ୍ପତ୍ତି ନେଇଛନ୍ତି ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ। ପ୍ରାରମ୍ଭରୁ ମମତା ବାନାର୍ଜୀ ଏହି ବୈଠକରେ ଯୋଗ ଦେବା ନେଇ ମମତା ମନା କରିଥିବା ବେଳେ ଆଜି ସକାଳୁ […]
ଶନିବାର ଗୁଜୁରାଟର ଭଦୋଦରାରେ ଏକ ନାଳ ସଫା କରିବା ସମୟରେ ୭ ଜଣ ସଫକେଇ କର୍ମୀଙ୍କ ମୃତ୍ୟୁ ଘଟିଛି। ଦାଭୋଇର ଫର୍ତ୍ତିକୁଲରେ ରହିଥିବା ଏକ ହୋଟେଲର ନାଳ ସଫା କରିବା ସମୟରେ ଏହି ୭ ଜଣ କର୍ମୀଙ୍କ ମୃତ୍ୟୁ ଘଟିଛି। ମୃତ […]
ମାରୁତି ସୁଜୁକି ପକ୍ଷରୁ ଭାରତୀୟ ବଜାର ନିମନ୍ତେ ଏହାର ପ୍ରଥମ ସିଏନ୍ଜି ମଡେଲ କାର୍ ଲଞ୍ଚ କରାଯାଇଛି। ଅଲ୍ଟୋର ଏହା ପ୍ରଥମ ସିଏନ୍ଜି ପରିଚାଳିତ କାର୍। ଏହି କାର୍ରେ ବିଏସ୍-୬ ଇଞ୍ଜିନ୍ ବ୍ୟବହାର କରାଯାଇଛି। ଏହି କାର୍ର ମୂଲ୍ୟ ୪.୧୪ ଲକ୍ଷ […]
ପଞ୍ଚମ ଦିନରେ ପହଞ୍ଚିଛି ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ। ଆକ୍ରମଣର ଶିକାର ହୋଇଥିବା ଡାକ୍ତରଙ୍କୁ ସୁରକ୍ଷା ଯୋଗାଇଦେବା ପରିବର୍ତ୍ତେ ମମତା ସରକାର ଆନ୍ଦୋଳନରତ ଡାକ୍ତରଙ୍କୁ ଧମକ ଓ ଚେତାବନୀ ଦେଇଥିଲେ। ଯାହାକୁ ବିରୋଧ କରି ପଶ୍ଚିମବଙ୍ଗର ଡାକ୍ତରଙ୍କୁ ସମର୍ଥନ କରିଛନ୍ତି ଅଧିକାଂଶ ରାଜ୍ୟର […]
ଗୁଜରାଟକୁ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିପାରେ ସାମୁଦ୍ରିକ ଝଡ ବାୟୁ। ଚଳିତ ସପ୍ତାହରେ ଏହା ଗୁଜରାଟ ଉପକୂଳରେ ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ ଲଗାଯାଇଥିଲା। ମାତ୍ର ସ୍ଥଳଭାଗ ଛୁଇଁବା ପୂର୍ବରୁ ଏହା ଦିଗ ପରିବର୍ତ୍ତନ କରିଥିଲା। ଜୁନ୍ ୧୩ […]
ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର ଏକ ଅଷ୍ଟ୍ରେଲୀୟ ବ୍ୟାଟ୍ ନିର୍ମାଣକାରୀ କମ୍ପାନୀ ବିପକ୍ଷରେ ଏକ ମାମଲା ଦାୟର କରିଛନ୍ତି। ଏହି ମାମଲା ଅନୁଯାୟୀ ଉକ୍ତ କମ୍ପାନୀ ନିକଟରୁ ସଚିନ ୨ ମିଲିୟନ୍ ଅଷ୍ଟ୍ରେଲିୟ ଡଲାରର ରୟାଲ୍ଟି ଦାବି କରିଛନ୍ତି। ସ୍ପାର୍ଟାନ୍ […]
ଝାରଖଣ୍ଡର ଷଢେଇକଳା ଜିଲ୍ଲାରେ ନକ୍ସଲ ଆକ୍ରମଣରେ ପାଞ୍ଚ ଜଣ ପୋଲିସ ସହିଦ ହୋଇଛନ୍ତି। ପୋଲିସ ଦଳ ପେଟ୍ରୋଲିଂ କରି ଫେରୁଥିବା ବେଳେ ନକ୍ସଲ ଏହି ଆକ୍ରମଣ କରିଛନ୍ତି। ଶୁକ୍ରବାର ଷଢେଇକଳା ତିରୁଲହିଡ ଥାନା କ୍ଷେତ୍ର କୁକଡୁ ହାଟରେ ଏହି ଘଟଣା ଘଟିଛି। […]
ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପିର ପ୍ରମୁଖ ଏନ୍. ଚନ୍ଦ୍ରବାବୁ ନାଇଡୁ ଶୁକ୍ରବାର ଦିନ ବିଳମ୍ବିତ ରାତ୍ରିରେ ବିଜୟଓ୍ବାଡାର ଗନ୍ନବରମ୍ ବିମାନ ବନ୍ଦରରେ ଯାଞ୍ଚର ସମ୍ମୁଖୀନ ହୋଇଛନ୍ତି। ଏପରିକି ଭିଆଇପି ସୁବିଧାରୁ ମଧ୍ୟ ତାଙ୍କୁ ବଂଚିତ କରାଯାଇଛି। ସାଧାରଣ ଯାତ୍ରୀଙ୍କ ପାଇଁ […]
ଶୁକ୍ରବାର ଆରମ୍ଭ ହୋଇଛି କୋପା ଆମେରିକା ଫୁଟବଲ୍। ଉଦ୍ଘମାଟନୀ ମ୍ୟାଚ୍ରେ ବ୍ରାଜିଲ୍ ୩-୦ ଗୋଲ୍ରେ ବଲିଭିଆକୁ ପରାସ୍ତ କରିଛି। ଦ୍ବିତୀୟାର୍ଦ୍ଧରେ ବ୍ରାଜିଲ୍ ପକ୍ଷରୁ ବାର୍ସେଲୋନା ଫରଓ୍ବାର୍ଡ ଫିଲିପ୍ କୋଟିନୋ ଦୁଇଟି ଗୋଲ୍ ସ୍କୋର କରି ଦଳକୁ ବିଜୟୀ କରାଇଥିଲେ। ସାଓପାଓଲୋର ମୋରୁମ୍ବି […]
ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ନିକଟରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କୁ କେହି ଦୁର୍ବୃତ ଜାଳିଦେଇଥିବା ସନ୍ଦେହ କରାଯାଉଛି। ଆଜି ସକାଳେ ବାଲୁଗାଁ ସରନଇ ନିକଟରେ ଥିବା ଏକ ବଗିଚାରୁ ଜଣେ ମହିଳାଙ୍କ ମୃତଦେହ ପଡିଥିବା ଦେଖିବାକୁ […]
ଦିଲ୍ଲୀ ମେଟ୍ରୋର ପୂର୍ବତନ ମୁଖ୍ୟ ତଥା ଭାରତର ମେଟ୍ରୋମ୍ୟାନ୍ ଭାବରେ ପରିଚିତ ଇ ଶ୍ରୀଧରନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଳୀ ମେଟ୍ରୋର ମାଗଣା ଯାତ୍ରା ନେଇ ଏକ ଚିଠି ଲେଖିଛନ୍ତି। ଦିଲ୍ଲୀ ମେଟ୍ରୋରେ ମାଗଣା ଯାତ୍ରା ପ୍ରଦାନ କରାଗଲେ ଏହା ଦିଲ୍ଲୀ […]
ପଶ୍ଚିମବଙ୍ଗରେ ରହିବାକୁ ହେଲେ ବଙ୍ଗଳା ଶିଖିବା ଜରୁରୀ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଯେତେବେଳେ ଆମେ ଅନ୍ୟ କୌଣସି ରାଜ୍ୟକୁ ଯାଉଛୁ ତେବେ ସେହି ରାଜ୍ୟର ଭାଷା କହିବାକୁ ଚେଷ୍ଟା କରୁଛୁ ସେହିପରି ଯିଏ ପଶ୍ଚିମବଙ୍ଗରେ ରହିବ ତାଙ୍କୁ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନିତି ଆୟୋଗ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ରାଷ୍ଟ୍ରପତି ଭବନରେ ଅନୁ୍ଷ୍ଠିତ ହେବାକୁ ଯାଉଥିବା ଏହି ବୈଠକ ନିତି ଆୟୋଗର ପଞ୍ଚମ ବୈଠକ। ବିଜେପି ନେତୃତ୍ବାଧୀନ ଏନ୍ଡିଏ ସରକାରର ଦ୍ବିତୀୟ ପାଳିର ଏହା ପ୍ରଥମ […]
ଯୁବ ସାହିତ୍ୟିକ ଶିଶିର ବେହେରା ଏଥର କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ପୁରସ୍କାର ପାଇବା ପାଇଁ ମନୋନିତ ହୋଇଛନ୍ତି। ଶିଶିରଙ୍କ ଦ୍ବାରା ଲିଖିତ ସମାଲଚୋନା ପୁସ୍ତକ ବିମୁଗ୍ଧ ଉଚ୍ଚାରଣ ପାଇଁ ଏହି ପୁରସ୍କାର ପାଇବେ। ତାଙ୍କୁ ପୁରସ୍କାର ସ୍ବରୁପ 50 ହଜାର […]
ପୂର୍ବତନ ରାଜ୍ୟସଭା ସାଂସଦ ତଥା ଡିଏମ୍କେର ବରିଷ୍ଠ ନେତା ଏସ୍ ସୁବ୍ରମଣିଆନ୍ ଶୁକ୍ରବାର ପ୍ରାଣ ହରାଇଛନ୍ତି। ଆରିୟାଲୁରର ଏକ ଘରୋଇ ହସ୍ପିଟାଲରେ ୮୧ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ଏହି ବରିଷ୍ଠ ନେତା। ଡିଏମ୍କରେ ୧୯୭୭ରେ ଯୋଗ ଦେଇଥିବା ସୁବ୍ରମଣିଆନ୍ ୧୯୮୩ରୁ […]
ରାଜଧାନୀରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଭୁବନେଶ୍ୱର ହଳଦୀପଡ଼ିଆ ବସ୍ତିରୁ ଶୁକ୍ରବାର ପୁଲିସ ୧୯ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ଜଣାପଡ଼ିଛି। ନିଶା ନିବାରଣ ବିଭାଗ ଏବଂ ଲକ୍ଷ୍ମୀସାଗର ପୁଲିସ ମିଳିତ ଭାବରେ ଚଢାଉ କରି ୧୯ […]
ଭାରତ, ରୁଷିଆ ଓ ଚୀନ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ହେବ। ଆଗାମୀ ଦିନରେ ଜାପାନରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଏହି ଆଲୋଚନା ହେବ ବୋଲି ଜାତୀୟ ଗଣମାଧ୍ୟମରୁ ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆର ରାଷ୍ଟ୍ରପତି ଭ୍ଲାଦମିର ପୁତିନ […]
୨୦୨୦ ଟୋକିଓ ଅଲମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲରେ ବିଫଳ ହୋଇଥିବା ଭାରତୀୟ ହକି ଦଳ ଏଫଆଇଏଚ୍ ହକି ସିରିଜ୍ ସେମିରେ ବିଜୟ ହାସଲ କରି ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାକୁ ଉଦ୍ୟମ କରିବ। ଆୟୋଜକ ଦଳ ହିସାବରେ ଜାପାନ […]
ନିକଟରେ ବ୍ୟାଙ୍କକରେ ଛୁଟି କଟାଉଥିବା ନୋରା ଫତେହୀଙ୍କ ଫ୍ୟାନ୍ଙ୍କ ପାଇଁ ଖୁସି ଖବର। ବଲିଉଡର ନୂତନ ହାର୍ଟଥ୍ରୋବ ଭିକି କୌଶଲ୍ଙ୍କ ସହିତ ନଜର ଆସିବାକୁ ଯାଉଛନ୍ତି ନୋରା। ଏକ ମ୍ୟୁଜିକ୍ ଭିଡିଓ ପାଇଁ ଭିକି ଓ ନୋରାଙ୍କ ଯୋଡି ଦେଖିବାକୁ ମିଳିବ। […]