ଆଜି ଗଞ୍ଜାମ ଜିଲ୍ଲାରେ ୧୯୦ ନୂତନ ସଂକ୍ରମିତ ଚିହ୍ନଟ, ୧ ମୃତ: ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

Published: Aug 31, 2020, 9:50 pm IST

ହେମାଙ୍ଗ ପ୍ରସାଦ ରାଉଳ 
ବ୍ରହ୍ମପୁର: ଗଂଜାମରେ ସଂକ୍ରମଣ କମିଗଲା ବୋଲି ଭାବି ନିୟମଗୁଡ଼ିକ ପାଳନ ନକରିଲେ ଆଗକୁ ପୁଣିଥରେ ସଂକ୍ରମଣ ବଢ଼ିପାରେ। ତେଣୁ ସେପ୍ଟେମ୍ବର ମାସରେ ମଧ୍ୟ ଜନସାଧାରଣ କରୋନା କଟକଣାଗୁଡ଼ିକୁ ପାଳନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

ଆଜି ନୂତନ ଭାବେ ୧୯୦ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଜଣର ମୃତ୍ୟୁ ଘଟିଛି। ୯ ଜଣ କରୋନା ଯୋଦ୍ଧା ରହିଥିବାବେଳେ ଜଣକର ଟ୍ରାଭେଲ୍ ହିଷ୍ଟି ଏବଂ ୧୮୦ ଜଣ ସ୍ଥାନୀୟ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଆସିକା ବ୍ଳକ୍‌ରୁ ୬, ବେଗୁନିଆପଡ଼ାରୁ ୧୦, ବେଲଗୁଣ୍ଠାରୁ ୩, ବିଏମ୍‌ସିରୁ ୨୧, ଭଂଜନଗରରୁ ୧, ବୁଗୁଡ଼ାରୁ ୬, ଛତ୍ରପୁରରୁ ୧୦, ଚିକିଟିରୁ ୩, ଧରାକୋଟରୁ ୮, ଦିଗପହଣ୍ଡିରୁ ୬, ଗଂଜାମରୁ ୭, ହିଂଜିଳିକାଟୁରୁ ୯, ଜଗନ୍ନାଥପ୍ରସାଦରୁ ୭, କବିସୂର୍ଯ୍ୟନଗରରୁ ୪, ଖଲିକୋଟରୁ ୯, କୁକୁଡ଼ାଖଣ୍ଡିରୁ ୮, ପାତ୍ରପୁରରୁ ୨୮, ପୋଲସରାରୁ ୬, ପୁରୁଷୋତ୍ତମପୁରରୁ ୮, ରଙ୍ଗେଇଲୁଣ୍ଡାରୁ ୧୬ ଅନ୍ୟାନ୍ୟ ୪ ରହିଛନ୍ତି।

ଗତକାଲି ସମୁଦାୟ ୧୧୮୭୫ ସାମ୍ପଲ ଟେଷ୍ଟ ପାଇଁ ସଂଗ୍ରହ କରାଯାଇଥିବା ବେଳେ ବର୍ତ୍ତମାନ ସୁସ୍ଥ ସଂଖ୍ୟା ୯୦ ପ୍ରତିଶତରୁ ଅଧିକ ରହିଛି। ବର୍ତ୍ତମାନ ଗଂଜାମରେ ୧୭୮୨୬ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜିର ୨୩୩ ସୁସ୍ଥକୁ ମିଶାଇଲେ ସମୁଦାୟ ସୁସ୍ଥ ସଂଖ୍ୟା ୧୬୩୩୨ରେ ପହଞ୍ଚିଛି। ବର୍ତ୍ତମାନ ୧୩୩୨ ଜଣ ଆକ୍ଟିଭ୍ କେସ ରହିଥିବାବେଳେ ୧୯୦ ଜଣଙ୍କ ମୁଣ୍ଡ ନେଇଛି କରୋନା।

Related posts