Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟ୍ରକ୍ ଧକ୍କାରେ ଦମ୍ପତି ମୃତ
ଆଜିର ଖବର

ଟ୍ରକ୍ ଧକ୍କାରେ ଦମ୍ପତି ମୃତ

November 29, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Couple killed after being hit by a truck

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ତଥା କଟକ-ଚାନ୍ଦବାଲି ରାସ୍ତାର କଟରପଡ଼ା ଛକ ନିକଟରେ ରବିବାର ଏକ ଟ୍ରକ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ ହେଲେ ଗୋଲଖ ମଳିକ (୪୨) ଏବଂ ତାଙ୍କ ପତ୍ନୀ ମଞ୍ଜୁଲତା ମଳିକ(୩୨)। ସେମାନଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଡ଼େରାବିଶ ବ୍ଲକ ମୁକନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଡାବଳଗାଁ ବୋଲି ଜଣାପଡ଼ିଛି। ପ୍ରକାଶ ଯେ ରବିବାର ଅପରାହ୍ଣରେ ଦମ୍ପତି ଜଣକ ଏକ ସ୍କୁଟିରେ ସାଲେପୁର ଅଭିମୁଖେ ଯାଉଥିବାବେଳେ କଟକରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ଏକ ୧୬ଚକିଆ ସିମେଣ୍ଟ ବୋଝେଇ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ଅନ୍ୟ ଏକ ଗାଡ଼ିରେ ମୃତ ଦୁଇଜଣଙ୍କ ନିଜ ସମ୍ପର୍କୀୟ ସାଲେପୁର ବ୍ଲକ ଶିଶୁଆ ନଇଁଗୁଆଁ ଅଞ୍ଚଳର ରଞ୍ଜନ ମଳିକ(୩୨) ତାଙ୍କର ୭ବର୍ଷର ଶିଶୁ ପୁତ୍ରକୁ ସାଥିରେ ଧରି ଆସୁଥିବା ସମୟରେ ଦ୍ରୁତ ଗତିରେ ଆସି ଦୁର୍ଘଟଣା ଘଟାଉଥିବା ଟ୍ରକକୁ ଦେଖି ବାଧ୍ୟ ହୋଇ ବିଲ ମଧ୍ୟକୁ ଗାଡ଼ି ପୂରାଇ ଦେଇଥିଲେ । ଯାହାଫଳରେ ଦୁଇ ଜଣ ଅଳ୍ପକେ ବର୍ତ୍ତିଯାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ନିଶ୍ଚିନ୍ତକୋଇଲି ମେଡ଼ିକାଲକୁ ପଠାଇଥିଲେ । ଅପରପକ୍ଷରେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଫେରାର ଥିବା ଜଣାଯାଇଛି।

ଟ୍ରକ ଦୁର୍ଘଟଣା. ଦମ୍ପତି ମୃତ
Share. Facebook Twitter LinkedIn Email WhatsApp Copy Link

Related Posts

ଡିଜିପି ରେସ୍‌ରେ ୪ ଆଇପିଏସ୍‌

November 29, 2026

ସୁନା ଦୋକାନରୁ କୋଟି କୋଟି ଟଙ୍କାର ଲୁଟ୍! ୬ ଦୁର୍ବୃତ୍ତଙ୍କ ଆତଙ୍କ, ୪ ଅଟକ, ୨ ଫେରାର

November 29, 2026

ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ଦର୍ଶନ ବନ୍ଦ

November 29, 2026

କଟକ ସାହି ବିବାଦରୁ ହତ୍ୟା ମାମଲା: ପୁଣି ୧୩ ଗିରଫ, ୩୨କୁ ବଢ଼ିଲା ଗିରଫଦାରି ସଂଖ୍ୟା

November 29, 2026
Latest News

ଡିଜିପି ରେସ୍‌ରେ ୪ ଆଇପିଏସ୍‌

November 29, 2026

ଟ୍ରକ୍ ଧକ୍କାରେ ଦମ୍ପତି ମୃତ

November 29, 2026

ସୁନା ଦୋକାନରୁ କୋଟି କୋଟି ଟଙ୍କାର ଲୁଟ୍! ୬ ଦୁର୍ବୃତ୍ତଙ୍କ ଆତଙ୍କ, ୪ ଅଟକ, ୨ ଫେରାର

November 29, 2026

ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ଦର୍ଶନ ବନ୍ଦ

November 29, 2026

କଟକ ସାହି ବିବାଦରୁ ହତ୍ୟା ମାମଲା: ପୁଣି ୧୩ ଗିରଫ, ୩୨କୁ ବଢ଼ିଲା ଗିରଫଦାରି ସଂଖ୍ୟା

November 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.