ବାଣପୁର (ସୀତାରାମ ଅଗ୍ରୱାଲ): ଓଡ଼ିଶାର ପୁରପଲ୍ଲୀରେ ଫାଲ୍ଗୁନ ଶୁକ୍ଳ ଦଶମୀଠାରୁ ଦୋଳଯାତ୍ରା ଆରମ୍ଭ ହୋଇ ଚୈତ୍ର କୃଷ୍ଣ ଏକାଦଶୀ ଯାଏ ଚାଲେ। ଏହି ସମୟରେ ମନ୍ଦିରରେ ବିଜେ ଚଳନ୍ତି ପ୍ରତିମା ମାନେ ରତ୍ନସିଂହାସନ ତ୍ୟାଗ କରି ଗ୍ରାମ ପରିକ୍ରମା କରି ଶ୍ରଦ୍ଧାଳୁଙ୍କ […]
ବାଣପୁର (ସୀତାରାମ ଅଗ୍ରୱାଲ): ପ୍ରତି ଓଡ଼ିଆଙ୍କ ପ୍ରିୟ ପଖାଳ କେବଳ ଓଡ଼ିଆ ଜାତି ଭିତରେ ସିମୀତ ନାହିଁ। ପ୍ରଚଳିତ ପ୍ରାଚୀନ ପରମ୍ପରାରୁ ଜଣାପଡ଼େ ଓଡ଼ିଆ ଜାତିର ଆରାଧ୍ୟ ଠାକୁର ଶ୍ରୀଜଗନ୍ନାଥ ପଖାଳପ୍ରିୟ। ଏହା ଶ୍ରୀମନ୍ଦିରରେ ପ୍ରଚଳିତ ଛପନ ଭୋଗରୁ ଜଣାପଡ଼େ। ସେହିପରି […]
ଭୁବନେଶ୍ବର: ଆଜି ହେଉଛି ପଖାଳ ଦିବସ। ଏହା କୌଣସି ପୁରାଣ ବା ଇତିହାସରେ ନ ଥିଲେ ମଧ୍ୟ ଆନୁଷ୍ଠନିକ ଭାବେ ଏହା ୨୦୧୧ ମସିହାରୁ ପାଳିତ ହୋଇ ଆସୁଛି। କିଛି ପଖାଳ ପ୍ରିୟ ଓଡିଆ ପ୍ରଥମେ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ […]
ବାଣପୁର (ସୀତାରାମ ଅଗ୍ରୱାଲ): ବସନ୍ତ ଋତୁର ବଡ଼ ପର୍ବ ଦୋଳଯାତ୍ରା। ବସନ୍ତ ରାସ ସହିତ ଫଗୁ ବା ଅବୀରଖେଳର ଯାତ୍ରା ଭାବରେ ଉତ୍କଳର ପୁରପଲ୍ଲୀ ଚ଼ଳଚ଼ଞ୍ଚଳ ହୋଇଉଠେ। ଦୋଳଗୋବିନ୍ଦ ଶ୍ରୀଦେବୀ ଭୂଦେବୀଙ୍କ ସହିତ ସମସ୍ତ ଦେବାଦେବୀ ଦୋଳବିମାନରେ ବସି ଦ୍ଵାରା ଦ୍ଵାର […]
ଭୁବନେଶ୍ୱର: ବିଦେଶ ମାଟିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଓଡ଼ିଶାର ୧୫ ଜଣ ଜନଜାତି ଶିଳ୍ପୀ ଦୁବାଇଠାରେ ଆଦିବାସୀ ଜୀବନୀ ଓ ଚାଲିଚଳଣି ଚିତ୍ର ଅଙ୍କନରେ ନିମଗ୍ନ ଅଛନ୍ତି। ୧୪ […]
ଭୁବନେଶ୍ବର: ପଦ୍ମଶ୍ରୀ ପୁରସ୍କାର ଦେଶର ଗୌରବମୟ ବେସାମରିକ ସମ୍ମାନ। ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ବିତ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନ ମିଳିଥାଏ। ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କୃତୀ ସନ୍ତାନ ମାନେ ସେମାନଙ୍କ ପ୍ରତିଭା ଓ ସେବା କାର୍ଯ୍ୟ ଦ୍ୱାରା ଓଡିଶାର ଗୌରବ ବୃଦ୍ଧି […]
ଭୁବନେଶ୍ବର: ଭାଗବତ ଟୁଙ୍ଗୀ ଆମ ଗ୍ରାମ୍ୟ ଜୀବନର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ପ୍ରାଣ କେନ୍ଦ୍ର। ସାରା ଗାଁକୁ ଏକତାର ସୂତ୍ରରେ ବାନ୍ଧି ରଖିଥାଏ ଭାଗବତ ଟୁଙ୍ଗୀ। ଆମ ସଂସ୍କୃତି ଓ ପରମ୍ପରାର ଏହି ମହାନ ପ୍ରତୀକ ଭାଗବତ ଟୁଙ୍ଗୀ ହେଉଛି […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଜୋରହାଟରେ ‘ଅହୋମ ଜେନେରାଲ’ ଲାଚିଟ ବୋରଫୁକାନଙ୍କ ୧୨୫ ଫୁଟ ଉଚ୍ଚତାର ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି। ଏହାକୁ ‘ଷ୍ଟାଚ୍ୟୁ ଅଫ୍ ଭାଲୋର’ବୋଲି ପ୍ରତିପାଦନ କରାଯାଇଛି। ପ୍ରଧାନମନ୍ତ୍ରୀ ଭବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚନ ବିଷୟରେ ଉଲ୍ଲେଖ […]
ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ଆଜି ଶଙ୍ଖଭବନରେ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି। ସକାଳ ୮ ଘଣ୍ଟା ସମୟରେ ଶଙ୍ଖ ଭବନଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଦଳର ବରିଷ୍ଠ […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନାଗିରକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ଚଳିତ ବର୍ଷର ଦଶମ ପର୍ଯ୍ୟାୟ ଟ୍ରେନ୍ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଚଳିତ ବର୍ଷର ଦଶମ ପର୍ଯ୍ୟାୟରେ ବାଲେଶ୍ୱର, ଭଦ୍ରକ, କେଉଁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲର ବରିଷ୍ଠ […]
ଭୁବନେଶ୍ବର: ଓଡିଶା ହାଇକୋର୍ଟଙ୍କ ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ନିର୍ଦ୍ଦେଶ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟି ରତ୍ନ […]
ଭୁବନେଶ୍ବର: କୁଆଖାଇ ନଦୀ ଶଯ୍ୟାରୁ ମିଳିଛି ସମୟ ସ୍ରୋତରେ ହଜି ଯାଇଥିବା ଏକ ପ୍ରାଚୀନ ସଭ୍ୟତାର ଚିହ୍ନ। ରିଡିସ୍କଭର ଲଷ୍ଟ ହେରିଟେଜ ଗ୍ରୁପ ଓ ସିଲଭର ସିଟି କଟକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟମାନଙ୍କ ଦ୍ୱାରା କଟକ ସହର ଓ ଏହାର […]
ଭୁବନେଶ୍ବର: ରାଜଧାନୀର ଅଗ୍ରଣୀ ଅନୁଷ୍ଠାନ ଏକ୍ସପ୍ରେଶନ ଆୟୋଜିତ ହୋଇଛି ରାଜ୍ୟସ୍ଥରୀୟ ନାଟ୍ୟ ମହୋତ୍ସବ। ଭଞ୍ଜ କଳା ମଣ୍ଡପରେ ପ୍ରଥମ ସନ୍ଧ୍ୟାରେ ଦେବାନନ୍ଦ ନାୟକ ସୋନିଙ୍କ ପରିକଳ୍ପନା ଓ ନିର୍ଦେଶନା, ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଙ୍କ ନାଟକ ଶୁକ ଶାରୀ କଥା […]
ଭୁବନେଶ୍ୱର: ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ରାଜ୍ୟ ସ୍ତରୀୟ ହସ୍ତତନ୍ତ ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି। ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ପ୍ରଶତି ଛୋଟରାୟ, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ କଲ୍ୟାଣୀ ପଟ୍ଟନାୟକ ଏବଂ ହସ୍ତତନ୍ତ, ବୟନ ଏବଂ […]
ଭୁବନେଶ୍ଵର: ଫେବୃୟାରୀ ୨୧ ତାରିଖ ବୁଧବାର ସନ୍ଧ୍ୟାରେ ଭୁବନେଶ୍ଵରର କଟକ ରୋଡ ସ୍ଥିତ କୃପାଳୁ କୁଞ୍ଜ ଅଡିଟୋରିୟମରେ ସିକନ୍ଦର ଆଲମ ଫାଉଣ୍ଡେସନ ତରଫରୁ ଓଡିଶା ଉର୍ଦ୍ଦୁ ଏକାଡେମିର ସହଯୋଗରେ ଏକ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ “ଶାମ-ଏ-ଗଜଲ” ଅନୁଷ୍ଠିତ ହେଇଯାଇଛି। ଏହି ସଙ୍ଗୀତ […]
ଭୁବନେଶ୍ବର: ବିଶ୍ବ ମାତୃଭାଷା ଦିବସ ଅବସରରେ ଆଜି ରାଜ୍ୟ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ କବିତା ସଂକଳନ ” ସବ୍ୟସାଚୀର ଶବ୍ଦ” ଉନ୍ମୋଚିତ ହୋଇଯାଇଛି। ସ୍ଥାନୀୟ ଭାରତୀୟ ବିଦ୍ୟା ଭବନ […]
ଭୁବନେଶ୍ୱର : “ଯେଉଁମାନେ ଜୀବନକୁ ଭଲ ପାଆନ୍ତି, ସେମାନଙ୍କୁ ସମସ୍ତେ ଭଲ ପାଆନ୍ତି। କୌତୁହଳ, କୌତୁକ ଓ ନିରୀହତାର ଗୁଣ ଅଜୟଙ୍କ ପାଖରେ ରହିଛି। ତେଣୁ ବନ୍ଧୁମାନେ ତାଙ୍କୁ ଭଲ ପାଆନ୍ତି।” ଶନିବାର ସନ୍ଧ୍ୟାରେ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ପଞ୍ଚମ ଅଜୟ […]
ଭୁବନେଶ୍ବର: ଇଣ୍ଡିଆନ ନାସନାଲ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲଚରାଲ ହେରିଟେଜ (ଇନଟାକ) କଟକ ଶାଖାର ସଦସ୍ୟମାନେ ବିରୂପା ନଦୀ କୂଳରେ ଅତି ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜିର ସନ୍ଧାନ କରିଛନ୍ତି। କଟକ ଜିଲ୍ଲା ଟାଙ୍ଗୀ ତହସିଲ ଅନ୍ତର୍ଭୁକ୍ତ ଗଣେଶ୍ୱରପୁର ଗ୍ରାମର ଧାନଗହୀର […]
ଭୁବନେଶ୍ବର: ଓଡିଆ ସାହିତ୍ୟ ଜଗତର ପ୍ରତିଷ୍ଠିତ ସାହିତ୍ୟିକ ସାତୋକଡି ହୋତାଙ୍କ ପରଲୋକ ଘଟିଛି। ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସକାଳେ ତାଙ୍କର ପରଲୋକ ହୋଇଥିବାର ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ 95 ବର୍ଷ […]
ଭୁବନେଶ୍ବର: ପ୍ରଥମ ବିଶ୍ଵଓଡ଼ିଆ ଭାଷା ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଆଲୋଚିତ ବିଷୟ ଓ ପ୍ରବାସୀ ଓଡ଼ିଆମାନଙ୍କ ସହିତ ୫-ଟି (5T) ଅଧ୍ୟକ୍ଷଙ୍କ ଆଲୋଚନାର ଆଧାରରେ ୧୮ଟି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ସବୁ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ୫-ଟି (5T) ପଦକ୍ଷେପ […]
ଭୁବନେଶ୍ବର: ଆସନ୍ତା ୯ ତାରିଖରୁ ଭୁବନେଶ୍ବରର ପ୍ରସିଦ୍ଧ ଧଉଳି ଶାନ୍ତିସ୍ତୁପ ପାଦଦେଶରେ ଆରମ୍ଭ ହେବ ଧଉଳି କଳିଙ୍ଗ ମହୋତ୍ସବ। ଏହା ରାଜ୍ୟ ସଂସ୍କୃତି ବିଭାଗ ଏବଂ ଓଡିଶା ଡ୍ୟାନସ ଏକାଡେମୀର ମିଳିତ ସହଯୋଗରେ ଆୟୋଜିତ ହୋଇ ଆସୁଛି। ଏହି ଉତ୍ସବ ଫେବୃୟାରୀ […]