ଆକ୍ରମଣ: ବଡି ଭୋରରୁ ସୁରକ୍ଷା କର୍ମିଙ୍କ ଗୁଳିରେ ମଲେ ଦୁଇ ମାଓବାଦୀ

Published: Dec 13, 2020, 9:52 am IST

ମାଲାକାନାଗିରି, ଆଜି ବଡି ଭୋରରୁ ସୁରକ୍ଷା କର୍ମି ଏକ ମାଓ ଆଡ୍ଡା ଉପରେ ଅତିକ୍ରିତ ଆକ୍ରମଣ କରିଛନ୍ତି। ସେପଟୁ ମାଓବାଦୀମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। ତେବେ ସୁରକ୍ଷା କର୍ମଙ୍କ ଗୁଳିମାଡରେ ଦୁଇ ମାଓବାଦୀ ମୃତ୍ୟୁବରଣ କରିଛନ୍ତି। ଏହି ଏନକାଉଣ୍ଟର ମାଲାକାନାଗିରି ସ୍ବାଭିମାନ ଅଞ୍ଚଳର ଗାଜଲମାମୁଡି ଅଞ୍ଚଳରେ ଘଟିଛି। ଏଥିରେ ବିଏସଏଫ, ସଓଜି ଏବଂ ଡିଭିଏଫ ଜବାନ ସମାଲି ଥିଲେ।

ଘଟଣାରୁ ଜଣାପଡିଛି ଯେ, ମାଓବାଦୀମାନେ ଏକ ବୈଠକ କରିବେ ବୋଲି ପୋଲିସ ପାଖରେ ଖବର ଥିଲା। ସେହି ଅନୁସାରେ ପୋଲିସ ତରଫରୁ ଏହା ଉପରେ ନଜର ରଖାଯାଇଥିଲା। ବୈଠକ ସଂପର୍କରେ ନିଶ୍ଚିତ ହେବାପରେ ରାତି ଅଧରେ ଆରମ୍ଭ ହେଲା ସର୍ଚ୍ଚ ଅପରେସନ। ମାଓବାଦୀମାନେ ଯବାନଙ୍କୁ ଦେଖି ଗୁଳି ଚାଳନା ଆରମ୍ଭ କରିଥିଲେ। ଏହାପରେ ସୁରକ୍ଷା କର୍ମି ପକ୍ଷରୁ ଆଖିବୁଜା ଗୁଳି ଚାଳନା କରାଯାଇଥିଲା। ଏଥିରେ ଅନ୍ୟମାନେ ଛତ୍ରଭଙ୍ଗ କରି ପଳାଇଯାଇଥିବା ବେଳେ ଦୁଇଜଣ ମରିଛନ୍ତି।

ଏହି ମୃତ ଦୁଇ ମାଓବାଦୀଙ୍କ ମଧ୍ୟରୁ ଜଣେ ଏରିଆ କମିଟର ସଦସ୍ୟ ବୋଲି ଜଣାପଡିଛି। ତାଙ୍କ ଘର ଛତିଶଗଡ। ଅନ୍ୟ ଜଣଙ୍କର ପରିଚୟ ମିଳିପାରି ନାହିଁ।

Related posts