ଲଣ୍ଡନ : ଦୁନିଆର ସବୁଠୁ ନିରାପଦ ସ୍ଥାନ ହେଉଛି ମା’ କୋଳ । ମା’ ପାଖରେ ହିଁ ଶିଶୁଟି ସୁରକ୍ଷିତ, କିନ୍ତୁ ଯଦି ସେହି ମା’ ପାଖରେ ଶିଶୁଟି ଅସୁରକ୍ଷିତ ହୋଇପଡେ, ତେବେ କାହାକୁ କହିବା । ଜଣେ ମା’ କୋକେନ ନିଶାରେ 19ମାସର କନ୍ୟା ସନ୍ତାନ ଉପରକୁ ଗରମ ପାଣି ଫୋପାଡି ଜାଳି ଦେଇଛି । ଶିଶୁଟି ଏକ ଘଣ୍ଟା ପର୍ଯ୍ୟନ୍ତ କଲବଲ ହୋଇ ଶେଷରେ ଜୀବନ ହାରିଛି । ତେବେ ଏହି ଘଟଣାରେ କୋର୍ଟ ମହିଳାଙ୍କୁ ସଶ୍ରମ ଆଜୀବନ ଦଣ୍ଡ ଶୁଣାଇଛି ।
ମିଳିଥିବା ସୂଚନା ଅନୁସାରେ, 26 ବର୍ଷୀୟା କେଟୀ କ୍ରାଉଡର ନିଜ 19 ମାସର ଶିଶୁ କନ୍ୟାକୁ ଗରମ ପାଣିରେ ଜଳାଇମାରିଦେଇଛନ୍ତି । ସେ ଏହି କାଣ୍ଡ କରିବାବେଳେ କୋକୋନ ନିଶାରେ ଧୂର୍ତ୍ତ ଥିଲେ । କେବଳ ଗରମ ପାଣି ଶିଶୁ କନ୍ୟା ଉପରକୁ ପକାଇନଥିଲେ ବରଂ ମହିଳା ଜଣକ ଶିଶୁଟି ଏକ ଘଣ୍ଟା ଧରି ଛଟପଟ ହେଉଥିବାର ମଧ୍ୟ ଦେଖିଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ମାନବିକତା ଉପରକୁ ଭରସା ଉଠିଯାଇଛି । ନିଶା ଯୋଗୁଁ ମା-ବାପା ମାନେ ମଧ୍ୟ ସେମାନଙ୍କ ସନ୍ତାନଙ୍କ ପାଇଁ ବିପଦ ପାଲଟି ଯାଉଛନ୍ତି ।
ଗରମପାଣି ଯୋଗୁଁ ଶିଶୁଟି 65 ପ୍ରତିଶତ ଜଳିଯାଇଥିଲା । ତେବେ ଶିଶୁଟି କଷ୍ଟ ସହ୍ୟ କରି ନପାରି ମରିଯାଇଥିବାର ସୂଚନା ରହିଛି । ତେବେ ଜଣେ ମା’ର ଏପରି ଦାୟିତ୍ବହୀନତା ଲଜ୍ଜାର ସୀମା ଉଲ୍ଲଂଘନ କରୁଛି । ତେବେ ମହିଳାର କର୍ମ ପାଇଁ ତାଙ୍କୁ ଶାସ୍ତି ମିଳିଛି । (ଏଜେନ୍ସି)