Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଣପୁର ଦକ୍ଷେଶ୍ୱର ମନ୍ଦିରରୁ ବଡ଼ ଧରଣର ଚୋରି: କନକଦୁର୍ଗାଙ୍କ ସମେତ ୨୨ ଗୋଟି ମୂର୍ତ୍ତି ଗାୟବ
ଅପରାଧ

ବାଣପୁର ଦକ୍ଷେଶ୍ୱର ମନ୍ଦିରରୁ ବଡ଼ ଧରଣର ଚୋରି: କନକଦୁର୍ଗାଙ୍କ ସମେତ ୨୨ ଗୋଟି ମୂର୍ତ୍ତି ଗାୟବ

December 22, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ବାଣପୁର ତଥା ଓଡ଼ିଶାର ପ୍ରମୁଖ ଐତିହାସିକ ମନ୍ଦିର ଶ୍ରୀ ଶ୍ରୀ ଦକ୍ଷେଶ୍ୱର ମନ୍ଦିର ପରିସରରୁ ଏକ ବଡ଼ ଧରଣର ଚୋରି ହୋଇଯାଇଛି। ମନ୍ଦିରରୁ ୨୨ଟି ମୂର୍ତ୍ତି ଦୁର୍ବୃତ୍ତ ଚୋରି କରିନେଇଛନ୍ତି।

ସୂଚନା ମୁତାବକ ଆଜି ସକାଳ ୫:୪୫ ମିନିଟ ରେ ପୂଜକ ମନ୍ଦିର ମଧ୍ୟରେ ପ୍ରବେଶ କଲା ବେଳକୁ ମନ୍ଦିରର ମୁଖ୍ୟ କବାଟ ସହ ଗର୍ଭଗୃହର ଅନ୍ୟ ଦୁଇ କବାଟ ତାଲା ଭଙ୍ଗାଯାଇଥିବାର ଦେଖିବାକୁ ପାଇଥିଲେ। ୩୧ ଗୋଟି ମୂର୍ତ୍ତି ମଧ୍ୟରୁ ୨୨ ଗୋଟି ମୂର୍ତ୍ତି ଚୋରି ହୋଇଯାଇଥିବାର ପୂଜକ ଦେଖିଥିଲେ   ଯାହା ମଧ୍ୟରୁ ମା କନକଦୁର୍ଗା, ଗୋପୀନାଥ ଦେବ, କଳିଯୁଗେଶ୍ବର ଦେବ ଏବଂ ଚନ୍ଦ୍ରଶେଖର ଦେବ ଆଦି ପ୍ରମୁଖଙ୍କ ମୂର୍ତ୍ତି ରହିଛି। ପୂଜକ ସଙ୍ଗେ ସଙ୍ଗେ ଏ ଖବର ଦେବୋଦତ୍ତର କମିଟିକୁ ଜଣାଇବା ପରେ  ଦେବୋଦତ୍ତର କମିଟି ବାଣପୁର ପୋଲିସକୁ ତୁରନ୍ତ ସୂଚନା ଦେଇଥିଲେ।

ଘଟଣାସ୍ଥଳରେ ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକ ସଦଳବଳେ ପହଁଚି ତନାଘନା ଆରମ୍ଭ କରିଦେବା ସହ ବିଭିନ୍ନ ଟିମ ତିଆରି କରି ତଦନ୍ତ ଜାରି ରଖିଛନ୍ତି। କିଛି ସମୟ ମଧ୍ୟରେ ସାଇଣ୍ଟିଫିକ ଟିମ ସହ ବିଭାଗୀୟ ଉଚ୍ଚ ଅଧିକାରୀ ପହଁଚିବେ ବୋଲି ସୂଚନା ଦେଇଛନ୍ତି ଆଇଆଇସି। ବର୍ତ୍ତମାନ ମନ୍ଦିର ପରିସରରେ ଏସ.ଆଇ ବିଜୟ ମଲ୍ଲିକ, ରାଜକିଶୋର ବେହେରା, ଏ.ଏସ.ଆଇ ବସନ୍ତ ପଟ୍ଟନାୟକ, ନମିତା ନାୟକ ଏବଂ ଅନ୍ୟ ପୋଲିସ ଅଧିକାରୀମାନେ ଘଟଣାର ଖୋଲତାଡ଼ ଆରମ୍ଭ କରୁଛନ୍ତି।

ସୂଚନା ଥାଉ କି ପୂର୍ବରୁ ମଧ୍ୟ ଦୁଇ ଥର ଉକ୍ତ ମନ୍ଦିରରୁ ଚୋରି ହୋଇଥିଲା। ତେବେ ଦେବୋଦତ୍ତର କମିଟି ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ଅବହେଳା ଲାଗି ଏହିପରି ଘଟଣା ବାରମ୍ବାର ଘଟୁଛି ବୋଲି ସ୍ଥାନୀୟବାସି ଅଭିଯୋଗ କରିଛନ୍ତି।

ଦକ୍ଷପ୍ରଜାପତି ମନ୍ଦିର ବଡ଼ ଧରଣର ଚୋରି ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍ ସେବାରେ ଅସ୍ଥାୟୀ ପରିବର୍ତ୍ତନ

September 15, 2025

ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଏସଆଇଟି ପକ୍ଷରୁ ବନତାରାକୁ କ୍ଲିନ୍ ଚିଟ୍

September 15, 2025

ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟକାରୀ ସରକାରୀ ଯୋଜନାର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

September 15, 2025

ଭାରତ କୁ ଆଉ ଏକ ସାନିଆ ମିର୍ଜା ମିଳିଛି କି?: ଜାଣନ୍ତୁ କିଏ ଏହି ୧୬ ବର୍ଷିୟା ଯୁବ ଖେଳାଳି?

September 15, 2025
Latest News

ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍ ସେବାରେ ଅସ୍ଥାୟୀ ପରିବର୍ତ୍ତନ

September 15, 2025

ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଏସଆଇଟି ପକ୍ଷରୁ ବନତାରାକୁ କ୍ଲିନ୍ ଚିଟ୍

September 15, 2025

ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟକାରୀ ସରକାରୀ ଯୋଜନାର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

September 15, 2025

ଭାରତ କୁ ଆଉ ଏକ ସାନିଆ ମିର୍ଜା ମିଳିଛି କି?: ଜାଣନ୍ତୁ କିଏ ଏହି ୧୬ ବର୍ଷିୟା ଯୁବ ଖେଳାଳି?

September 15, 2025

ଏକ ଗୁପ୍ତ ଫାର୍ମ ହାଉସରେ ହେବ ନ୍ୟୁଡ ପାର୍ଟି ବା ଲଙ୍ଗଳା ପାର୍ଟି, ଜଣଙ୍କୁ ଟିକେଟ ଚାଳିଶ ହଜାର

September 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.