Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଜୁଏଲର୍ସ ଦୋକାନ ଲୁଟ୍ ମାମଲା: ୨ ଲୁଟେରା ଗିରଫ ସହ ସୁନା ଅଳଙ୍କାର ଓ ଟଙ୍କା ଜବତ
ଅପରାଧ

ଜୁଏଲର୍ସ ଦୋକାନ ଲୁଟ୍ ମାମଲା: ୨ ଲୁଟେରା ଗିରଫ ସହ ସୁନା ଅଳଙ୍କାର ଓ ଟଙ୍କା ଜବତ

December 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ଦୁଇମାସ ମଧ୍ୟରେ ବ୍ରହ୍ମପୁରର ବିନୋଦ ଜୁଏଲର୍ସ ଏବଂ କେଶବ ଜୁଏଲର୍ସ ନାମକ ଦୁଇ ଦୁଇଟି ବଡ଼ ସୁନା ଦୋକାନରୁ ଲୁଟେରାମାନେ ଲୁଟ୍ କରି ଚମ୍ପଟ ମାରିଥିଲେ।

ଲୁଟେରାମାନେ ବାହାର ରାଜ୍ୟର ହୋଇଥିବାରୁ ପୋଲିସ୍ ଏହି ଘଟଣାର ପର୍ଦ୍ଦାଫାସ କରିବାକୁ ସମୟ ଲାଗିଥିଲେ ମଧ୍ୟ ପୋଲିସ୍ ସୁଦୂର ଛତିଶଗଡ଼ରୁ ଦୁଇ ଲୁଟେରାକୁ ଗିରଫ କରି ବ୍ରହ୍ମପୁର ଆଣିଥିବା ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଲୁଟେରା ଦୁଇଜଣ ହେଲେ ଛତିଶଗଡ଼ କେବରାଡ଼ାମ୍ ଜିଲ୍ଲା ପଣ୍ଡାତରାଇ ଥାନା ନୂଆପଡ଼ା ଗ୍ରାମର ଲୋକେଶ ଶ୍ରୀବାସ୍ (୨୯) ଓ ଦୁର୍ଗ ଜିଲ୍ଲା ଭିଲାଇ ଜୋନ୍‌-୨ ସେକ୍ଟର ୨ର ଲୋକେଶ ରାଓ (୨୪)। ପୋଲିସ୍ ଏମାନଙ୍କ ନିକଟରୁ ୧୨ ଲକ୍ଷ ୦୭ ହଜାର ୬୦ ଟଙ୍କା, ୧୬୮.୬ ଗ୍ରାମ ସୁନା ଅଳଙ୍କାର, ଗ୍ରିଲ୍ କଟର ମେସିନ୍‌କୁ ଜବତ କରିଛି।

ଘଟଣାରୁ ପ୍ରକାଶ ଗତ ୩୦.୧୦.୨୦୨୦ରେ ବ୍ରହ୍ମପୁରର ବିନୋଦ ଜୁଏଲର୍ସରୁ ୧୪୦୦ ଗ୍ରାମ ଅଳଙ୍କାର ଏବଂ ୧୭.୧୨.୨୦୨୦ରେ କେଶବ ଜୁଏଲର୍ସ ଦୋକାନରୁ ୪୨୪ ଗ୍ରାମ ଅଳଙ୍କାର, ୧ଲକ୍ଷ ୪୦ହଜାର ଟଙ୍କା ଏକାଢ଼ଂଗରେ ଛାତ କଣା କରାଯାଇ ଲୁଟ୍ ହୋଇଥିଲା। ଏନେଇ ବଡ଼ବଜାର ଥାନାରେ ୨୨୪ ଏବଂ ୨୫୯ରେ ମାମଲା ରୁଜୁ ହୋଇ ଏସ୍‌ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଟିମ୍ ଗଠିତ ହୋଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଚାଲିଥିଲା। ପ୍ରଥମେ ପୋଲିସ୍ ସ୍ଥାନୀୟ ଅଂଚଳରେ ଅନୁସନ୍ଧାନ ଆରମ୍ଭ କରି ପରେ୍ କଲ୍ ଟ୍ରାକିଂ ଏବଂ ଚୋରିକରିବା ଢ଼ଂଗରୁ ଏଥିରେ ବାହାର ରାଜ୍ୟର ଲୁଟେରା ସାମିଲ ଅଛନ୍ତି ବୋଲି ଜାଣି ଆଇଆଇସି ବଡ଼ବଜାର ପ୍ରଶାନ୍ତ ଭୂପତିଙ୍କ ସହ ଏକ ଟିମ୍ ଛତିଶଗଡ଼ କେବରଦମ୍ ଜିଲ୍ଲାକୁ ଯାଇ ଅନୁସନ୍ଧାନ ଆରମ୍ଭ କରିଥିଲା।

ସ୍ଥାନୀୟ ପୋଲିସ୍ ସହାୟତାରେ ଉଭୟ ଅଭିଯୁକ୍ତକୁ ଗିରଫ କରିବା ସହ ଟଙ୍କା ଓ ସୁନା ଜବତ କରିଛି। ଉଭୟ ଅଭିଯୁକ୍ତ ମାର୍ଚ୍ଚ ୨୦୨୦ରେ ଛତିଶଗଡ଼ ଦୁ୍‌ର୍ଗ ଜେଲ୍‌ରେ ମିଶିଥିଲେ। ଲୋକେଶ ରାଓଙ୍କ ବ୍ରହ୍ମପୁରରେ ଲିଙ୍କ ରହିଛି। ତାଙ୍କ କିଛି ସଂପର୍କୀୟ ବ୍ରହ୍ମପୁରରେ ରହୁଥିବାରୁ ଉଭୟ ବ୍ରହ୍ମପୁର ଆସି ସୁନା ଦୋକାନଗୁଡ଼ିକରେ ପଇଁତରା ମାରି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଲୁଟ୍ କରିଥିବା ଏସ୍‌ପି କହିଛନ୍ତି। ଲୁଟ୍ କରିବା ପରେ କିଛି ସୁନା ଅଳଙ୍କାରକୁ ସେମାନେ ବିକ୍ରି କରି ଟଙ୍କା ଆଣିଥିବାରୁ ପୋଲିସ୍ ଏହା ଜବତ କରିବାକୁ ଚେଷ୍ଟା କରୁଛି।

ଉଭୟ ଅଭିଯୁକ୍ତଙ୍କୁ ୨୪.୧୨.୨୦୨୦ରେ ଛତିଶଗଡ଼ କବର୍ଦ୍ଦା ସିଜିଏମ୍ କୋର୍ଟକୁ ନିଆଯାଇ ସେଠାରୁ ବ୍ରହ୍ମପୁରକୁ ଟ୍ରାନ୍‌ଜିଟ୍ ରିମାଣ୍ଡରେ ଅଣାଯାଇଥିବା ଏସ୍‌ପି କହିଛନ୍ତି। ଉଭୟ ଅଭିଯୁକ୍ତଙ୍କ ନାମରେ ଛତିଶଗଡ଼ରେ ବହୁ କେସ ରହିଛି। ଘଟଣାର ଅଧିକ ଅନୁସନ୍ଧାନ ଜାରି ରହିଥିବା ଏସ୍‌ପି ସୂଚନା ଦେଇଛନ୍ତି।

ଲୁଟେରା ଗିରଫ ଲୁଟ୍ ମାମଲା
Share. Facebook Twitter LinkedIn Email WhatsApp Copy Link

Related Posts

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ, ଜାଣନ୍ତୁ କେବେ?

March 15, 2026
Latest News

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.