Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକଙ୍କ ଠାରୁ ମୋବାଇଲ୍ ଫୋନ୍ ଲୁଟ୍ ମାମଲା: ଲୁଟେରା ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ନିମଖଣ୍ଡି ଥାନା ଅନ୍ତର୍ଗତ ଶକ୍ତି ନଗର ଅଞ୍ଚଳର ହେମାଙ୍ଗ ପ୍ରସାଦ ରାଉଳ ନାମକ ଜଣେ ସାମ୍ବାଦିକ ମୋବାଇଲ ଫୋନ ଯୋଗେ କଥା ହେଉଥିଲା ବେଳେ ପଛପଟୁ ଜଣେ ଯୁବକ ଆସି ତାଙ୍କର ମୋବାଇଲ ଫୋନକୁ ଝାମ୍ପି ଚାଲିଯାଇଥିଲ। ଏହିଭଳି ପରିସ୍ଥିତିରେ ସାମ୍ବାଦିକ ଜଣକ ନିମଖଣ୍ଡି ଥାନାରେ ଅଭିଯୋଗ ଦାଖଲ କରିଥିଲେ।

ପୋଲିସ ୮୮/୨୦୨୪ ଅନୁଯାୟୀ ମାମଲା ରୁଜୁ କରି ମୋବାଇଲ ଫୋନ ଲୁଟେରାର ସନ୍ଧାନ ଚଳାଇ କାହ୍ନୁଚରଣ ମହାରଣା ନାମକ ଜଣେ ଯୁବକକୁ ଥାନାରେ ଅଟକ ରଖିଥିଲେ। ହେଲେ ଜେରା କରିବା ବେଳେ ସେ ସତ ମାଣିଥିଲା ଓ ପୋଲିସ ତାଠାରୁ ୩ ଟି ମୋବାଇଲ ଫୋନ ଜବତ୍ କରି ଅଭିଯୁକ୍ତ କାହ୍ନୁ କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ଆରପିଏଫ ଏବଂ ବ୍ରହ୍ମପୁର ଜିଆରପି ର ମିଳିତ ଚଢାଉ: ତିନି ଲୁଟେରା ଗିରଫ, ୯ ମୋବାଇଲ ଜବତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଏବଂ ବ୍ରହ୍ମପୁର ଜିଆରପି ମିଳିତ ଭାବେ ଖଲିକୋଟ ରେଳ ଷ୍ଟେସନରେ ଚଢ଼ାଉ କରି ତିନି ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଖଲିକୋଟ ଥାନା ଅଞ୍ଚଳର ପ୍ରଶାନ୍ତ ଜାଲି (୧୯), ରୁଦ୍ର ଦାସ (୨୦) ଏବଂ ଟୁନା ବେହେରା (୨୩)।

ସୂଚନା ମୁତାବକ ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ଏକ ମିଳିତ ଟିମ ଗଠନ କରାଯାଇ ଉକ୍ତ ଷ୍ଟେସନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଉକ୍ତ ତିନି ଜଣ ସଂନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚୁରା କରାଯିବାରୁ ସେମାନେ ଦୁଇ ପ୍ଲାଟଫର୍ମରେ ପ୍ରଶାନ୍ତି ଏକ୍ସପ୍ରେସରୁ ଯାତ୍ରୀମାନଙ୍କ ମୋବାଇଲ ଚୋରି କରିଥିବାର ସ୍ୱୀକାର କରିଥିଲେ। ସେମାନେ ପୁରୀରୁ ବ୍ରହ୍ମପୁର ରେଳ ଷ୍ଟେସନ ମଧ୍ୟରେ ବିଭିନ୍ନ ଟ୍ରେନରୁ ଯାତ୍ରୀମାନଙ୍କ ମୋବାଇଲ ଲୁଟ କରୁଥିଲେ। ସେମାନଙ୍କ ନିକଟରୁ ୬ ଗୋଟି ଏବଂ ଚାରି ନମ୍ବର ପ୍ଲାଟଫର୍ମ ଶେଷଭାଗରେ ଥିବା ଏକ ଆମ୍ବ ଗଛ ନିକଟରୁ ଲୁଚାଯାଇଥିବା ୩ ଗୋଟିକୁ ମିଶାଇ ସମୁଦାୟ ୯ ଗୋଟି ଆଣ୍ଡ୍ରୋଏଡ଼ ମୋବାଇଲ ଫୋନ ଉଦ୍ଧାର କରିଛି ଆରପିଏଫ।

ଏ ସଂକ୍ରାନ୍ତରେ ବ୍ରହ୍ମପୁର ଜିଆରପି ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ବାଲୁଗାଁ ଆରପିଏଫ ଆଇଆଇସି ଶ୍ରୀ ମୌର୍ଯ୍ୟ ସୂଚନା ଦେଇଛନ୍ତି।  ଉକ୍ତ ଚଢ଼ାଉରେ ବାଲୁଗାଁ ଆରପିଏଫ ଏଏସଆଇ ଏସ. ଅର୍ଜୁନ ପାତ୍ର ଏବଂ ଅନ୍ୟ ଅଧିକାରୀ ମାନେ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର: ୧୩ ଟି ମୋଟରସାଇକେଲ ଓ ୫୭ ଟି ମୋବାଇଲ ଫୋନ ଜବତ, ୫ ଲୁଟେରା ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତ କିଛି ମାସ ମଧ୍ୟରେ ଲୁଟ୍ ଓ ରାହାଜାନୀ ଘଟଣାକୁ ଗୁରୁତର ସହ ନେଇ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲେ। ଏହା ଜରିଆରେ ଗୁଇନ୍ଦା ସୁତ୍ରକୁ ଭିତ୍ତି କରି ଦୃଢ ପଦକ୍ଷେପ ଯୋଗୁଁ ବ୍ରହ୍ମପୁର ପୋଲିସ ବଡ଼ ଧରଣର ସଫଳତା ହାସଲ କରିଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍ ପି ପ୍ରକାଶ କରିଛନ୍ତି ଯେ, ଗତ ଅଗଷ୍ଟ ୪ ତାରିଖରେ ଆଙ୍କୁଲି ନିଗମ ନଗର ବାସିନ୍ଦାଙ୍କ ହୋଣ୍ଡା ୟୁନିକର୍ଣ୍ଣ ମୋଟରସାଇକେଲ ଚୋରି ହୋଇଥିବା ଅଭିଯୋଗକୁ ଭିତ୍ତି କରି ପୋଲିସ ହିଞ୍ଜିଳି ଅଞ୍ଚଳର ଚନ୍ଦନ ବିଶ୍ଵାସ ନାମକ ଜଣେ ଯୁବକକୁ ଅଟକ ରଖି ପଚରାଉଚୁରା କରିଥିଲା। ସେତେବେଳେ ତାଠୁ ଖବର ପାଇ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୧୩ ଟି ମୋଟରସାଇକେଲ ୫୭ ଟି ମୋବାଇଲ ଫୋନ ଜବତ କରିବା ସହ ୫ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗିରଫ ଯୁବକ ମାନେ ଯଥା ଏଲ୍ ଶିବ ରେଡ୍ଡୀ, ଉପେନ୍ଦ୍ର ନାୟକ, ଶ୍ରୀକାନ୍ତ ପାଢୀ ଆକାଶ ପରିଡ଼ା ଓ ଚନ୍ଦନ ବିଶ୍ଵାସ ବୋଲି ପୋଲିସ ସୁତ୍ରରୁ ପ୍ରକାଶ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜୁନାଗଡ କାଂଚନ ଜୁଏଲେରୀ ସୁନା ଗହଣା ଲୁଟେରା ଗିରଫ, ତଦନ୍ତ ଜାରୀ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଜୁନାଗଡ ସହରସ୍ଥିତ କଲମପୁର ଛକ ନିକଟରେଥିବା ସୁନାଗହଣା ଲୁଟ ଘଟଣାରେ ସଂପୃକ୍ତ ଲୁଟେରା ଗ୍ରୁପ ମଧ୍ୟରୁ ଜଣକୁ ଜୁନାଗଡ ଥାନା ପୋଲିସ ଗିରଫ କରିଥିବା ଥାନା ଅଧିକାରୀ ଉତମ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ।

ଘଟଣାରୁ ପ୍ରକାଶ ଯେ, ଗତ ୧୦.୦୩.୨୦୨୧ ସକାଳୁ କଲମପୁର ଛକ ନିକଟସ୍ଥ କାଂଚନ ଜୁଏଲଏରୀ ଦୋକାନ ମାଲିକ ରଂଜନ କୁମାର ସାହୁ ସବୁଦିନପରି ଏକ ବେଗରେ ୨୫୦ ଗ୍ରାମ ସୁନା ଓ ୩ କି.ଗ୍ରା. ରୂପା ଗହଣା ରଖି ଦୋକାନ ସଟର ଖୋଲିବା ସମୟରେ ଅଜ୍ଞାତ ଚୋର ହଠାତ ଆସି ଉକ୍ତ ବେଗ ସହ ଗହଣା ଉଠାଇ ନେଇ ଚମ୍ପଟ ମାରିଥିଲେ। ଏ ସଂପର୍କରେ ରଂଜନଙ୍କ ଏତାଲ ଭିତିରେ ଜୁନାଗଡ ଥାନା କେଶ ନଂ. ୬୮/୨୦୨୧ ଆଇପିସି ୩୭୯/୩୪ ଧାରାରେ ଏକ କେଶ ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଥିଲା । ନୋକଟସ୍ଥ ଦୋକାନ ଗୁଡିକର ସିସିଟିଭି ଫୁଟେଜ ଓ ପ୍ରତ୍ୟକ୍ଷଦର୍ଶୀ ବୟାନ ଆଧାରରେ ଜୁନାଗଡ ଥାନା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିଲା।

ଉକ୍ତ କେଶରେ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଗଂଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ପାକେଲାପଲି ଗ୍ରାମର ଦାଶ ସୁରେଶ (୩୫) ପିତା- ଦାଶ ମାଧବ କୁ ଗିରଫ କରାଯାଇ ୭୨ ଗ୍ରାମ ସୁନା ଗହଣା ଓ ୮୦୦ ଗ୍ରାମ ରୂପା ଗହଣା ଜବତ କରାଯାଇଥିବା ଥାନାଧିକାରୀଙ୍କ ସୂତ୍ରରୁ ପ୍ରକାଶ। କଳାହାଣ୍ଡି ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଥାନାଧିକାରୀ ଉତମ କୁମାର ସାହୁଙ୍କ ତତ୍ୱାବଧାନରେ ଏସଆଇ କୃଷ୍ନ ଚନ୍ଦ୍ର ସ୍ୱାଇଁ ଘଟଣାର ତଦନ୍ତ କରୁଥିବା ପ୍ରକାଶ। ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଅଧିକ ତଦନ୍ତ ଜାରିରହିଥିବା ଗଣମାଧ୍ୟମକୁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜୁଏଲର୍ସ ଦୋକାନ ଲୁଟ୍ ମାମଲା: ୨ ଲୁଟେରା ଗିରଫ ସହ ସୁନା ଅଳଙ୍କାର ଓ ଟଙ୍କା ଜବତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ଦୁଇମାସ ମଧ୍ୟରେ ବ୍ରହ୍ମପୁରର ବିନୋଦ ଜୁଏଲର୍ସ ଏବଂ କେଶବ ଜୁଏଲର୍ସ ନାମକ ଦୁଇ ଦୁଇଟି ବଡ଼ ସୁନା ଦୋକାନରୁ ଲୁଟେରାମାନେ ଲୁଟ୍ କରି ଚମ୍ପଟ ମାରିଥିଲେ।

ଲୁଟେରାମାନେ ବାହାର ରାଜ୍ୟର ହୋଇଥିବାରୁ ପୋଲିସ୍ ଏହି ଘଟଣାର ପର୍ଦ୍ଦାଫାସ କରିବାକୁ ସମୟ ଲାଗିଥିଲେ ମଧ୍ୟ ପୋଲିସ୍ ସୁଦୂର ଛତିଶଗଡ଼ରୁ ଦୁଇ ଲୁଟେରାକୁ ଗିରଫ କରି ବ୍ରହ୍ମପୁର ଆଣିଥିବା ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଲୁଟେରା ଦୁଇଜଣ ହେଲେ ଛତିଶଗଡ଼ କେବରାଡ଼ାମ୍ ଜିଲ୍ଲା ପଣ୍ଡାତରାଇ ଥାନା ନୂଆପଡ଼ା ଗ୍ରାମର ଲୋକେଶ ଶ୍ରୀବାସ୍ (୨୯) ଓ ଦୁର୍ଗ ଜିଲ୍ଲା ଭିଲାଇ ଜୋନ୍‌-୨ ସେକ୍ଟର ୨ର ଲୋକେଶ ରାଓ (୨୪)। ପୋଲିସ୍ ଏମାନଙ୍କ ନିକଟରୁ ୧୨ ଲକ୍ଷ ୦୭ ହଜାର ୬୦ ଟଙ୍କା, ୧୬୮.୬ ଗ୍ରାମ ସୁନା ଅଳଙ୍କାର, ଗ୍ରିଲ୍ କଟର ମେସିନ୍‌କୁ ଜବତ କରିଛି।

ଘଟଣାରୁ ପ୍ରକାଶ ଗତ ୩୦.୧୦.୨୦୨୦ରେ ବ୍ରହ୍ମପୁରର ବିନୋଦ ଜୁଏଲର୍ସରୁ ୧୪୦୦ ଗ୍ରାମ ଅଳଙ୍କାର ଏବଂ ୧୭.୧୨.୨୦୨୦ରେ କେଶବ ଜୁଏଲର୍ସ ଦୋକାନରୁ ୪୨୪ ଗ୍ରାମ ଅଳଙ୍କାର, ୧ଲକ୍ଷ ୪୦ହଜାର ଟଙ୍କା ଏକାଢ଼ଂଗରେ ଛାତ କଣା କରାଯାଇ ଲୁଟ୍ ହୋଇଥିଲା। ଏନେଇ ବଡ଼ବଜାର ଥାନାରେ ୨୨୪ ଏବଂ ୨୫୯ରେ ମାମଲା ରୁଜୁ ହୋଇ ଏସ୍‌ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଟିମ୍ ଗଠିତ ହୋଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଚାଲିଥିଲା। ପ୍ରଥମେ ପୋଲିସ୍ ସ୍ଥାନୀୟ ଅଂଚଳରେ ଅନୁସନ୍ଧାନ ଆରମ୍ଭ କରି ପରେ୍ କଲ୍ ଟ୍ରାକିଂ ଏବଂ ଚୋରିକରିବା ଢ଼ଂଗରୁ ଏଥିରେ ବାହାର ରାଜ୍ୟର ଲୁଟେରା ସାମିଲ ଅଛନ୍ତି ବୋଲି ଜାଣି ଆଇଆଇସି ବଡ଼ବଜାର ପ୍ରଶାନ୍ତ ଭୂପତିଙ୍କ ସହ ଏକ ଟିମ୍ ଛତିଶଗଡ଼ କେବରଦମ୍ ଜିଲ୍ଲାକୁ ଯାଇ ଅନୁସନ୍ଧାନ ଆରମ୍ଭ କରିଥିଲା।

ସ୍ଥାନୀୟ ପୋଲିସ୍ ସହାୟତାରେ ଉଭୟ ଅଭିଯୁକ୍ତକୁ ଗିରଫ କରିବା ସହ ଟଙ୍କା ଓ ସୁନା ଜବତ କରିଛି। ଉଭୟ ଅଭିଯୁକ୍ତ ମାର୍ଚ୍ଚ ୨୦୨୦ରେ ଛତିଶଗଡ଼ ଦୁ୍‌ର୍ଗ ଜେଲ୍‌ରେ ମିଶିଥିଲେ। ଲୋକେଶ ରାଓଙ୍କ ବ୍ରହ୍ମପୁରରେ ଲିଙ୍କ ରହିଛି। ତାଙ୍କ କିଛି ସଂପର୍କୀୟ ବ୍ରହ୍ମପୁରରେ ରହୁଥିବାରୁ ଉଭୟ ବ୍ରହ୍ମପୁର ଆସି ସୁନା ଦୋକାନଗୁଡ଼ିକରେ ପଇଁତରା ମାରି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଲୁଟ୍ କରିଥିବା ଏସ୍‌ପି କହିଛନ୍ତି। ଲୁଟ୍ କରିବା ପରେ କିଛି ସୁନା ଅଳଙ୍କାରକୁ ସେମାନେ ବିକ୍ରି କରି ଟଙ୍କା ଆଣିଥିବାରୁ ପୋଲିସ୍ ଏହା ଜବତ କରିବାକୁ ଚେଷ୍ଟା କରୁଛି।

ଉଭୟ ଅଭିଯୁକ୍ତଙ୍କୁ ୨୪.୧୨.୨୦୨୦ରେ ଛତିଶଗଡ଼ କବର୍ଦ୍ଦା ସିଜିଏମ୍ କୋର୍ଟକୁ ନିଆଯାଇ ସେଠାରୁ ବ୍ରହ୍ମପୁରକୁ ଟ୍ରାନ୍‌ଜିଟ୍ ରିମାଣ୍ଡରେ ଅଣାଯାଇଥିବା ଏସ୍‌ପି କହିଛନ୍ତି। ଉଭୟ ଅଭିଯୁକ୍ତଙ୍କ ନାମରେ ଛତିଶଗଡ଼ରେ ବହୁ କେସ ରହିଛି। ଘଟଣାର ଅଧିକ ଅନୁସନ୍ଧାନ ଜାରି ରହିଥିବା ଏସ୍‌ପି ସୂଚନା ଦେଇଛନ୍ତି।